ଅଦରକାରୀ ଲୁହାରେ ନିର୍ମିତ ହେଲା ମାନଚିତ୍ର: ଗିନିଜ୍ ବୁକ୍‌ରେ ସ୍ଥାନ ପାଇବା ଲକ୍ଷ୍ୟ

Published: Jan 17, 2021, 2:28 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଭାରତବର୍ଷରେ ଦକ୍ଷତା ଓ ବିକାଶ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଥିବା ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ) ସହିତ ଯୋଡ଼ି ହୋଇଛି ପୁଣି ଏକ କୀର୍ତ୍ତି। ଏହାର କ୍ୟାମ୍ପସ୍ ପରିସରରେ ଥିବା ଏସିଆର ସର୍ବବୃହତ ସ୍କ୍ରିପ୍ ପାର୍କରେ ଅଦରକାରୀ ଲୁହାରେ ୩୦ ଫୁଟ ଉଚ୍ଚତା ବିଶିଷ୍ଟ ଭାରତ ମାନିଚିତ୍ର ପ୍ରସ୍ତୁତ କରିଛନ୍ତି ବ୍ରହ୍ମପୁର ଆଇଟିଆଇର ଛାତ୍ରଛାତ୍ରୀ।

୪ ଟନ୍ ଲୁହାରେ ନିର୍ମାଣ ହୋଇଥିବା ଏହି ସୁଉଚ୍ଚ ମାନଚିତ୍ର କାର୍ଯ୍ୟଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଜାନୁୟାରୀ ୨୩ ନେତାଜୀ ଜୟନ୍ତୀରେ ଏହା ଲୋକାର୍ପିତ ପାଇଁ ସ୍ଥିର କରାଯାଇଛି ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ କହିଛନ୍ତି। ଏହି ମାନଚିତ୍ର କିପରି ଗିନିଜ୍ ବୁକ୍‌ରେ ସ୍ଥାନ ପାଇବ ସେଥିପାଇଁ କାର୍ଯ୍ୟ ଜାରି ରହିଛି।

ସୂଚନାଯୋଗ୍ୟ ପୂର୍ବରୁ ଏହି ଶିକ୍ଷାନୁଷ୍ଠାନର ଗ୍ରାପସ୍ ପାର୍କରେ ଅଦରକାରୀ ବିସ୍ତୁ ଦ୍ୱାରା ନିର୍ମିତ ଗିଟାର, ଝିଟିପିଟି, ରୋବଟ୍ ଓ ଆଇରନ୍ ମ୍ୟାନ ପ୍ରଭୃତି କଳାକୃତି ଏସିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଛି। ଏହି ମାନଚିତ୍ର ସାରା ଦେଶରେ ନାମ କରିବ ବୋଲି ଆଶା କରିଛି ଅନୁଷ୍ଠାନ।

Related posts