Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଚୀନ୍ ଜାରି କଲା ନୂଆ ମାନଚିତ୍ର, ଅରୁଣାଚଳ ଏବଂ ଅକସାଇ ଚିନ୍ କୁ କହିଲା ନିଜ ଅଞ୍ଚଳ

ନୂଆଦିଲ୍ଲୀ: ଚୀନ୍ ସରକାର ସୋମବାର ଦିନ ଏକ ନୂତନ ମାନଚିତ୍ର ଜାରି କରିଛି, ଯେଉଁଥିରେ ଭାରତର ଅରୁଣାଚଳ ପ୍ରଦେଶ ଏବଂ ଆକସାଇ ଚିନ୍ କୁ ଏହାର ଅଞ୍ଚଳ ବୋଲି ଘୋଷଣା କରିଛି। ଚୀନ୍ ଏଭଳି ବିସ୍ତାରବାଦୀ ନୀତି ଆପଣେଇଥିବା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଚଳିତ ବର୍ଷ ଏପ୍ରିଲ ମାସରେ ସେ ଅରୁଣାଚଳ ପ୍ରଦେଶର ୧୧ ଟି ସ୍ଥାନର ନାମ ପରିବର୍ତ୍ତନ କରିବାକୁ ଅନୁମତି ଦେଇଥିଲା।

ଗ୍ଲୋବାଲ ଟାଇମ୍ସ ରିପୋର୍ଟ ଅନୁଯାୟୀ, ନୂତନ ମାନଚିତ୍ରରେ ଭାରତର କିଛି ଅଂଶ ବ୍ୟତୀତ ତାଇୱାନ ଏବଂ ବିବାଦୀୟ ଦକ୍ଷିଣ ଚୀନ୍ ସାଗରକୁ ମଧ୍ୟ ଚୀନ୍ ଅଞ୍ଚଳରେ ଅନ୍ତର୍ଭୁକ୍ତ କରିଛି। ମାନଚିତ୍ରରେ ଚୀନ୍ ନାଇଁ-ଡ୍ୟାସ୍ ଲାଇନରେ ନିଜର ଦାବି ଉପସ୍ଥାପନ କରିଛି। ଏହି ଉପାୟରେ ସେ ଦକ୍ଷିଣ ଚୀନ୍ ସାଗରର ଏକ ବଡ଼ ଅଂଶ ଦାବି କରିଛି। ତେବେ ଭିଏତନାମ, ଫିଲିପାଇନ୍ସ, ମାଲେସିଆ ଏବଂ ବ୍ରୁନେଇ ଦକ୍ଷିଣ ଚୀନ୍ ସାଗର ଅଞ୍ଚଳରେ ଦାବି ଜାରି ରଖିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ବିବାଦ ପରେ ଭାରତର ଭୁଲ ମାନଚିତ୍ରକୁ ହଟାଇଲା ଟ୍ବିଟର: ବଡ କାର୍ଯ୍ୟାନୁଷ୍ଠାନ ପାଇଁ ହେଉଥିଲା ଦାବି

ନୂଆଦିଲ୍ଲୀ: ଭାରତ ମାନଚିତ୍ରରୁ ଜମ୍ମୁକାଶ୍ମୀର ଏବଂ ଲଦାଖକୁ ଟ୍ବିଟର ନିଜର ୱେବସାଇଟରେ ଅଲଗା କରିବା ପରେ ପୁଣିଥରେ ବିବାଦ ଆରମ୍ଭ ହୋଇଯାଇଛି। ଭାରତର ମାନଚିତ୍ରକୁ ବିବାଦୀୟ ଭାବେ ଦର୍ଶାଇଥିବାରୁ ଟ୍ବିଟର ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା। ଭାରତ ମାନଚିତ୍ରରେ ଲଦାଖ ଏବଂ ଜାମ୍ମୁକାଶ୍ମୀରକୁ ବାହାର କରି ଅଲଗା ଦେଶ ଭାବେ ଟ୍ବିଟର ଦର୍ଶାଇଥିଲା।

ଏହି ମାନଚିତ୍ର ଟ୍ବିଟରର ‘ଟୁଇପ ଲାଇଫ’ ସେକସନ ଅନ୍ତର୍ଗତ ସାମ୍ନାକୁ ଆସିଥିଲା। ଟ୍ବିଟର ଏଭଳି ଭୁଲ ମାନଚିତ୍ର ପୋଷ୍ଟ କରିଥିବାରୁ ୟୁଜରଙ୍କ ମଧ୍ୟରେ କଡା ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ସରକାରର କାର୍ଯ୍ୟାନୁଷ୍ଠାନ ଭୟରେ ଟ୍ବିଟର ଏହି ଭୁଲ ମାନଚିତ୍ରକୁ ନିଜ ୱେବସାଇଟରୁ ହଟାଇଦେଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଅଦରକାରୀ ଲୁହାରେ ନିର୍ମିତ ହେଲା ମାନଚିତ୍ର: ଗିନିଜ୍ ବୁକ୍‌ରେ ସ୍ଥାନ ପାଇବା ଲକ୍ଷ୍ୟ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଭାରତବର୍ଷରେ ଦକ୍ଷତା ଓ ବିକାଶ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଥିବା ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ) ସହିତ ଯୋଡ଼ି ହୋଇଛି ପୁଣି ଏକ କୀର୍ତ୍ତି। ଏହାର କ୍ୟାମ୍ପସ୍ ପରିସରରେ ଥିବା ଏସିଆର ସର୍ବବୃହତ ସ୍କ୍ରିପ୍ ପାର୍କରେ ଅଦରକାରୀ ଲୁହାରେ ୩୦ ଫୁଟ ଉଚ୍ଚତା ବିଶିଷ୍ଟ ଭାରତ ମାନିଚିତ୍ର ପ୍ରସ୍ତୁତ କରିଛନ୍ତି ବ୍ରହ୍ମପୁର ଆଇଟିଆଇର ଛାତ୍ରଛାତ୍ରୀ।

୪ ଟନ୍ ଲୁହାରେ ନିର୍ମାଣ ହୋଇଥିବା ଏହି ସୁଉଚ୍ଚ ମାନଚିତ୍ର କାର୍ଯ୍ୟଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଜାନୁୟାରୀ ୨୩ ନେତାଜୀ ଜୟନ୍ତୀରେ ଏହା ଲୋକାର୍ପିତ ପାଇଁ ସ୍ଥିର କରାଯାଇଛି ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ କହିଛନ୍ତି। ଏହି ମାନଚିତ୍ର କିପରି ଗିନିଜ୍ ବୁକ୍‌ରେ ସ୍ଥାନ ପାଇବ ସେଥିପାଇଁ କାର୍ଯ୍ୟ ଜାରି ରହିଛି।

ସୂଚନାଯୋଗ୍ୟ ପୂର୍ବରୁ ଏହି ଶିକ୍ଷାନୁଷ୍ଠାନର ଗ୍ରାପସ୍ ପାର୍କରେ ଅଦରକାରୀ ବିସ୍ତୁ ଦ୍ୱାରା ନିର୍ମିତ ଗିଟାର, ଝିଟିପିଟି, ରୋବଟ୍ ଓ ଆଇରନ୍ ମ୍ୟାନ ପ୍ରଭୃତି କଳାକୃତି ଏସିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଛି। ଏହି ମାନଚିତ୍ର ସାରା ଦେଶରେ ନାମ କରିବ ବୋଲି ଆଶା କରିଛି ଅନୁଷ୍ଠାନ।