Categories
ଆଜିର ଖବର ସ୍ବାସ୍ଥ୍ୟ

ଅଦା କେବଳ ତରକାରୀ ପାଇଁ ନୁହେଁ, ଏହାର ଅନେକ ଗୁଣ ଅଛି ଯାହା ବିଭିନ୍ନ ରୋଗରୁ କରେ ମୁକ୍ତି

ଅଦା ପ୍ରାୟତଃ ସମସ୍ତେ ତରକାରୀରେ ବ୍ୟବହାର କରିଥାନ୍ତି, ଯାହାର ଅନେକ ଗୁଣ ଏବଂ ଉପକାର ଅଛି। ତେଣୁ ଆଜି ଆମେ ଅଦାର ଏପରି 5 ଗୁଣ ବିଷୟରେ କହିବୁ ଯାହା ଆପଣଙ୍କ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରିବ। ହେଲେ ଅଦାର ଅନେକ ଗୁଣ ଅଛି ଯାହାକୁ ଆମେ ବ୍ୟବହାର କରି ନ ଥାଉ। ଅଦା ବ୍ୟବହାର କରିବା ଦ୍ୱାରା ଶରୀରରେ ଅନେକ ଲାଭ ମିଳିଥାଏ ଏବଂ କିଛି ଉପକାର ଅଛି ଯାହା ନିମ୍ନରେ ଦିଆଯାଇଛି।

ଓଜନ ହ୍ରାସ

ଅଦା ପାଣି ପିଇବା ଦ୍ୱାରା ଶରୀରର ମେଟାବୋଲିଜିମ୍ ଉନ୍ନତ ହୋଇଥାଏ। ଏହି କ୍ଷେତ୍ରରେ, ଚର୍ବି ଶୀଘ୍ର ଜଳିଯାଏ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ।

ମଧୁମେହକୁ କରେ ନିୟନ୍ତ୍ରଣ

ନିୟମିତ ଅଦା ପାଣି ପିଇବା ଦ୍ୱାରା ଶରୀରର ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରିତ ହୋଇଥାଏ। ଏହା ମଧୁମେହ ହେବାର ଆଶଙ୍କା ହ୍ରାସ କରିଥାଏ।

ମୁଣ୍ଡବିନ୍ଧାରୁ ମୁକ୍ତି ଦିଏ

ଅଦା ପାଣି ପିଇବା ଦ୍ୱାରା ମସ୍ତିଷ୍କ କୋଷଗୁଡ଼ିକ ଆରାମ ପାଇଥାଏ।ଏହା ମୁଣ୍ଡବିନ୍ଧାର ସମସ୍ୟାକୁ ହ୍ରାସ କରିଥାଏ।

ଚର୍ମକୁ ରଖେ ସୁନ୍ଦର

ନିୟମିତ ଅଦା ପାଣି ପିଇବା ଦ୍ୱାରା ଶରୀରର ବିଷାକ୍ତ ପଦାର୍ଥ ବାହାରିଥାଏ | ଏହା ରକ୍ତକୁ ସଫା କରିଥାଏ ଏବଂ ପିମ୍ପଲ୍, ଚର୍ମ ସଂକ୍ରମଣର ବିପଦକୁ ରୋକିଥାଏ।

Categories
ଆଜିର ଖବର ସ୍ବାସ୍ଥ୍ୟ

ବେକ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ହେଲେ ଆଦା ହିଁ ହେଉଛି ଶ୍ରେଷ୍ଠ ଔଷଧ, ଜାଣନ୍ତୁ କିପରି

ଭୁବନେଶ୍ବର, ମଣିଷ ଦିନସାରା ଚେୟାରରେ ବସିବସି କାମ କରିଥାଏ। ବେଳେବେଳେ, କମ୍ପ୍ୟୁଟର କିମ୍ବା ଲାପଟପ୍ ରେ ମଧ୍ୟ ଦୀର୍ଘ ସମୟ କାମ କରିବାକୁ ପଡିଥାଏ। ଏହିପରି ସବୁବେଳେ କରିବା ପରେ ବେକ ଯନ୍ତ୍ରଣା ଆରମ୍ଭ ହୁଏ। ଏପରିକି ଭୁଲରେ ଶୋଇବା ଦ୍ୱାରା ବେକ ଯନ୍ତ୍ରଣା ମଧ୍ୟ ହୋଇଥାଏ। ତେବେ ଏପରି ପରିସ୍ଥିତିରେ ଲୋକମାନେ ଔଷଧ ସେବନ କରି ବେକ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଚେଷ୍ଠା କରିନ୍ତି। ହେଲେ ଆପଣ ଯଦି ଚାହାଁନ୍ତି, ତେବେ ଔଷଧ ନ ନେଇ ଆପଣ ବେକ ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ପାଇପାରିବେ। ସେଥିପାଇଁ କରନ୍ତୁ ଏହି କେତୋଟି ସରଳ ଉପାୟ

ବେକ ଯନ୍ତ୍ରଣାରୁ ମୁକ୍ତି ପାଇଁ ଏହି ଚିକିତ୍ସା କରନ୍ତୁ

1-ବେକ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଅଦାକୁ ଏକ କପ୍ ପାଣିରେ ଫୁଟାନ୍ତୁ। ଯେତେବେଳେ ଏହା ଭଲ ଭାବେ ଫୁଟିବ ତା’ପରେ ଚା ପତି ଏବଂ ମହୁ ମିଶାଇ ଅଳ୍ପ ଫୁଟାଇ ଓହ୍ଲାଇ ଦିଅନ୍ତୁ। ଟିକିଏ ଉଷୁମୁ ଥିବା ବେଳେ ଏହାକୁ ଦିନକୁ ଦୁଇଥର ପିଅନ୍ତୁ।

2-ଆପଣ ସୈନ୍ଧବ୍ୟ ଲୁଣ ବ୍ୟବହାର କରି ବେକ ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ପାଇପାରିବେ। ଏହି  ଲୁଣରେ ପ୍ରଚୁର ପରିମାଣରେ ମ୍ୟାଗ୍ନେସିୟମ୍ ସଲଫେଟ୍ ଥାଏ ଯାହା ଚାପ ଏବଂ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ବେକ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ, କିଛି ଉଷୁମ ପାଣିରେ ଏହି ଲୁଣ ମିଶାଇ ସେଥିରେ ଏକ କପଡା ଭିଜାଇ ବେକକୁ ସେକ ଦିଅନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ବେକ ଯନ୍ତ୍ରଣା ଭଲ ହୋଇଯିବ।