ବେକ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ହେଲେ ଆଦା ହିଁ ହେଉଛି ଶ୍ରେଷ୍ଠ ଔଷଧ, ଜାଣନ୍ତୁ କିପରି

Published: Nov 4, 2020, 7:25 am IST

ଭୁବନେଶ୍ବର, ମଣିଷ ଦିନସାରା ଚେୟାରରେ ବସିବସି କାମ କରିଥାଏ। ବେଳେବେଳେ, କମ୍ପ୍ୟୁଟର କିମ୍ବା ଲାପଟପ୍ ରେ ମଧ୍ୟ ଦୀର୍ଘ ସମୟ କାମ କରିବାକୁ ପଡିଥାଏ। ଏହିପରି ସବୁବେଳେ କରିବା ପରେ ବେକ ଯନ୍ତ୍ରଣା ଆରମ୍ଭ ହୁଏ। ଏପରିକି ଭୁଲରେ ଶୋଇବା ଦ୍ୱାରା ବେକ ଯନ୍ତ୍ରଣା ମଧ୍ୟ ହୋଇଥାଏ। ତେବେ ଏପରି ପରିସ୍ଥିତିରେ ଲୋକମାନେ ଔଷଧ ସେବନ କରି ବେକ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଚେଷ୍ଠା କରିନ୍ତି। ହେଲେ ଆପଣ ଯଦି ଚାହାଁନ୍ତି, ତେବେ ଔଷଧ ନ ନେଇ ଆପଣ ବେକ ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ପାଇପାରିବେ। ସେଥିପାଇଁ କରନ୍ତୁ ଏହି କେତୋଟି ସରଳ ଉପାୟ

ବେକ ଯନ୍ତ୍ରଣାରୁ ମୁକ୍ତି ପାଇଁ ଏହି ଚିକିତ୍ସା କରନ୍ତୁ

1-ବେକ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଅଦାକୁ ଏକ କପ୍ ପାଣିରେ ଫୁଟାନ୍ତୁ। ଯେତେବେଳେ ଏହା ଭଲ ଭାବେ ଫୁଟିବ ତା’ପରେ ଚା ପତି ଏବଂ ମହୁ ମିଶାଇ ଅଳ୍ପ ଫୁଟାଇ ଓହ୍ଲାଇ ଦିଅନ୍ତୁ। ଟିକିଏ ଉଷୁମୁ ଥିବା ବେଳେ ଏହାକୁ ଦିନକୁ ଦୁଇଥର ପିଅନ୍ତୁ।

2-ଆପଣ ସୈନ୍ଧବ୍ୟ ଲୁଣ ବ୍ୟବହାର କରି ବେକ ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ପାଇପାରିବେ। ଏହି  ଲୁଣରେ ପ୍ରଚୁର ପରିମାଣରେ ମ୍ୟାଗ୍ନେସିୟମ୍ ସଲଫେଟ୍ ଥାଏ ଯାହା ଚାପ ଏବଂ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ବେକ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ, କିଛି ଉଷୁମ ପାଣିରେ ଏହି ଲୁଣ ମିଶାଇ ସେଥିରେ ଏକ କପଡା ଭିଜାଇ ବେକକୁ ସେକ ଦିଅନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ବେକ ଯନ୍ତ୍ରଣା ଭଲ ହୋଇଯିବ।

Related posts