Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଖରିଆରର କଂଗ୍ରେସ ବିଧାୟକ ବିଜେଡିରେ ମିଶିବା ପରେ କଣ ହେବ ରାଜନୈତିକ ଗଣିତ

ଭୁବନେଶ୍ବର: ଗତକାଲି ଖରିଆରର କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ବିଜେଡିରେ ସାମିଲ ହୋଇଛନ୍ତି। ତାଙ୍କ ସହିତ ବହୁ ନିର୍ବାଚିତ ପ୍ରତିନିଧି ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ସେ କଂଗ୍ରେସରେ କୌଣସି ଅସନ୍ତୁଷ୍ଠ ନ ଥିଲେ ମଧ୍ୟ ବିଜେଡିରେ ଯୋଗ ଦେଇ ନିଜର ଭବିଷ୍ୟତକୁ ସୁଦୃଢ କରିଛନ୍ତି।

ବିଜେଡିରେ ଯୋଗଦେବା ପରେ ବିଜେଡି ତାଙ୍କୁ ଖରିଆରର ବିଧାୟକ ପ୍ରାର୍ଥି କରିବା ପ୍ରାୟ ନିଶ୍ଚିତ ବୋଲି ଜଣାପଡିଛି। କାରଣ ସେଠାରେ ଅଧିରାଜଙ୍କ ବେଶ ଦବଦବା ରହିଛି। ବଡ ସଂଗଠନ ରହିଛି। ସେଠାରେ କଂଗ୍ରେସ ଦଳ ଅପେକ୍ଷା ଅଧିରାଜଙ୍କ ନିଜସ୍ବ ସଂଗଠନ ଥିବାରୁ ତାଙ୍କ ସହିତ ବହୁ ନେତା ବିଜେଡିରେ ସାମିଲ ହୋଇଛନ୍ତି।

ତେବେ ଅଧିରାଜ ବିଜେଡିରେ ସାମିଲ ହେବା ପରେ ସେଠାରେ କଂଗ୍ରେସରୁ ଟିକେଟ ପାଇବା ପାଇଁ ବହୁ ନେତା ଆଶାୟୀ ହୋଇପଡିଛନ୍ତି। ସେ ଥିବା ବେଳେ ସେଠାରେ କୌଣସି ଆଶାୟୀଙ୍କ ଦେଖିବାକୁ ମିଳି ନ ଥିଲା। ଏବେ ସେହି ତାଲିକା ବୃଦ୍ଧି ପାଇଛି। ତେବେ ଏ ନେଇ କଂଗ୍ରେସର ରଣନୀତି କଣ ରହିବ ତାହା ଜଣାପଡି ନାହିଁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପଦ୍ମପୁର ଉପନିର୍ବାଚନ ନିମନ୍ତେ କମିଟି ଗଠନ କଲା କଂଗ୍ରେସ

ଭୁବନେଶ୍ୱର: ଆଗାମୀ ପଦ୍ମପୁର ଉପନିର୍ବାଚନ ନିମନ୍ତେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ପୂର୍ବତନ ମନ୍ତ୍ରୀ ଶ୍ରୀ କିଶୋର ଚନ୍ଦ୍ର ପଟେଲ ଅଧ୍ୟକ୍ଷ ରହିଥିଲା ବେଳେ ବିଧାୟକ ଶ୍ରୀ ସନ୍ତୋଷ ସିଂ ସାଲୁଜା ଆବାହକ ଭାବରେ ଓ ବିଧାୟକ ଶ୍ରୀ ଅଧିରାଜ ମୋହନ ପାଣିଗ୍ରାହୀ ଏବଂ ବିଧାୟକ ଡ. ସି. ଏସ ରାଜନ ଏକା ସଭ୍ୟ ଭାବରେ ରହିଛନ୍ତି ।

ଉକ୍ତ କମିଟି ଖୁବଶୀଘ୍ର ପଦ୍ମପୁର ଅଂଚଳ ଗ୍ରସ୍ତକରି ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ନିହାର ରଞ୍ଜନ ମହାନନ୍ଦ, ଜିଲ୍ଲା କଂଗ୍ରେସ ସାମ୍ମୁଖ୍ୟ, ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟ ଏବଂ ଅନ୍ୟାନ୍ୟ କର୍ମକର୍ତାଙ୍କୁ ଭେଟି ସମ୍ଭାବ୍ୟ ବିଜୟୀ ପ୍ରାର୍ଥୀ ମାନଙ୍କ ନାମ ପ୍ରସ୍ତାବ ପ୍ରଦେଶ କଂଗ୍ରେସ କମିଟିକୁ ପ୍ରଦାନ କରିବାପାଇଁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି ବୋଲି ପିସିସି କାର୍ଯ୍ୟାଳୟ ସୂତ୍ରରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।