Categories
ଆଞ୍ଚଳିକ

ଆସିକା: ଲାୟନ୍ସ କ୍ଲବ୍‌ର ଅଧିଷ୍ଠାନ ଉତ୍ସବ

ମାନସ ପୂର୍ଣ୍ଣ ଆଚାର୍ଯ୍ୟ

ଆସିକା: ସ୍ଥାନୀୟ ଲାୟନ୍ସ କମ୍ୟୁନିଟି ହଲ୍ ପରିସରରେ ଆସିକା ଲାୟନ୍ସ କ୍ଲବ୍‌ର ଅଧୁଷ୍ଠାନ ଉତ୍ସବ ସଭାପତି ଲାୟନ୍ସ ଇ.ଅରୁଣ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲା ଗଭର୍ଣ୍ଣର ଲାୟନ୍ସ ହେମନ୍ତ କୁମାର ଖୁଣ୍ଟିଆ, ସମ୍ମାନିତ ଅତିଥି ଭାବେ, ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ଲାୟନ୍ସ ଡାକ୍ତର ପ୍ରଶାନ୍ତ କୁମାର ତ୍ରିପାଠୀ ଓ ଲାୟନ୍ ହରିହର ଦାଶ ଯୋଗଦେଇ ଲାୟନ୍ସ କ୍ଲବର ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରି ଏହାକୁ ଆହୁରି ବ୍ୟାପକ କରିବାକୁ ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ୨୦୨୩-୨୪ ପାଇଁ ସଭାପତି ରୂପେ ଲାୟନ୍ସ ବି.ମୋହନ ପାତ୍ର, ସଂପାଦକ ଲାୟନ୍ସ ବି.ଭେଙ୍କଟରମଣ ମୂର୍ତ୍ତି, କୋଷାଧ୍ୟକ୍ଷ ଲାୟନ୍ସ କେ.ରାଜକିଶୋର ପାତ୍ରଙ୍କୁ ମନୋନୀତ କରାଯାଇଥିଲା।

ଅଧିଷ୍ଠାନ ଅଧିକାରୀ ଲାୟନ୍ସ ହେମନ୍ତ କୁମାର ଖୁଣ୍ଟିଆ ନବନିର୍ବାଚିତ କାର୍ଯ୍ୟକର୍ତ୍ତାଙ୍କୁ ଶପଥପାଠ କରାଇଥିଲେ। ଏହି ଅବସରରେ ବ୍ଲକ୍‌ସ୍ତରରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ମାଟ୍ରିକ୍ ପରୀକ୍ଷାରେ ଟପ୍ପର ହୋଇଥିବା ସୁଜ୍ଞାନୀ କୁମାରୀ ପାଢ଼ି ଓ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷାରେ ଟପ୍ପର ହୋଇଥିବା ଶ୍ରୀନିବାସ ପାଢ଼ିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଲାୟନ୍ସ କ୍ଲବ୍‌ର ନୂତନ ଭାବେ ସଭ୍ୟ ପଦ ଗ୍ରହଣ କରିଥିବା ଏନ୍‌ଏସି ଅଧ୍ୟକ୍ଷା ବିନେତା ସ୍ଵାଇଁ, ସାଂସଦଙ୍କ ପ୍ରତିନିଧି ସତ୍ୟନାରାୟଣ ସ୍ଵାଇଁ, ବ୍ୟାଙ୍କ ଅଫିସର ବୈକୁଣ୍ଠ ଚରଣ ମହାନ୍ତି, ବରିଷ୍ଠ ବ୍ୟବସାୟୀ ପ୍ରିୟବ୍ରତ ମିଶ୍ର, କେ.ଶ୍ୟାମବାବୁ ରେଡୀ, ଏଲ୍. ବଦ୍ରିନାରାୟଣ ପୃଷ୍ଟି, ବ୍ୟାଙ୍କ ଅଫିସର ବି.ଶ୍ରୀନିବାସ ରାଓଙ୍କୁ ଶପଥପାଠ କରାଯାଇଥିଲା।

କାର୍ଯ୍ୟକ୍ରମକୁ ଲାୟନ୍ସ ଇ. ଅରୁଣ କୁମାର ପାତ୍ର ସଂଯୋଜନା କରିଥିବା ବେଳେ ଲାୟନ୍ସ ପି.ତିରୁପତି ପାତ୍ର, କେ.କିଶୋର କୁମାର ସେନାପତି, ଲକ୍ଷ୍ମୀନାରାୟଣ ଗୁପ୍ତା, ଜୟଚନ୍ଦ୍ର ନାୟକ, କେ.ସନ୍ତୋଷ କୁମାର ସେନାପତି, ପି. ସୁଧାକାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଲାୟନ୍ସ କ୍ଲବ୍‌ର ଡିରେକ୍ଟୋରୀକୁ ଉନ୍ମୋଚନ କରାଯାଇଥିଲା।

Categories
ଆଞ୍ଚଳିକ

ଚିଲିକା- ବାଲୁଗାଁ ରୋଟାରୀ କ୍ଲବର ଅଷ୍ଟମ ଅଧିଷ୍ଠାନ ଉତ୍ସବ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଚିଲିକା- ବାଲୁଗାଁ ରୋଟାରୀ କ୍ଲବର ଅଷ୍ଟମ ଅଧିଷ୍ଠାନ ଉତ୍ସବ ଆଜି ସ୍ଥାନୀୟ ଦିଗନ୍ତିକା ହୋଟେଲ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଭଗବତୀ କଳାନିକେତନର ଓଡିଶୀ ଗୁରୂ ହରପ୍ରିୟା ବାରିକଙ୍କ ସଂଯୋଜନାରେ ଶିକ୍ଷାର୍ଥୀ ସୁଶ୍ରୀ ବାରିକ, ଅର୍ପିତା ଦାସ ଓ କାବ୍ୟା କୁଞ୍ଜଲ ନାୟକ ଓଡିଶୀ ନୃତ୍ୟ ପରିବେଷଣ କରିବା ପରେ ରୋଟାରୀ କ୍ଲବର ବରିଷ୍ଠ ସଦସ୍ୟ ପଞ୍ଚାନନ ପ୍ରଧାନଙ୍କ ସଂଯୋଜନାରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।

ମୁଖ୍ୟ ଅତିଥି ତଥା ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଜୟଶ୍ରୀ ମହାନ୍ତି, ମୁଖ୍ୟବକ୍ତା ତଥା ପୂର୍ବତନ ରୋଟାରୀ ଡିଜି ଶିବବ୍ରତ ଦାସ, ସମ୍ମାନିତ ଅତିଥି ତଥା ରୋଟାରୀ ଜିଲ୍ଲା ସେବା ପ୍ରକଳ୍ପ ଅଧ୍ୟକ୍ଷ ରୋଟାରୀଆନ ତନ୍ମୟ ମହାନ୍ତି ଯୋଗଦେଇ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ଫଟୋରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉତ୍ସବ ଉଦଘାଟନ କରିଥିଲେ। ଏହାପରେ ଜାତୀୟ ସଂଗୀତ ଗାନ କରାଯିବା ପରେ ପ୍ରାକ୍ତନ ସଭାପତି ରୋଟାରୀଆନ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ରୋଟାରୀ ବେଲ ବଜାଇ ଅନୁଷ୍ଠାନିକ ଭାବେ ଅଧିଷ୍ଠାନ ଦିବସ କାର୍ଯ୍ୟକ୍ରମ ଆରମ୍ଭ କରିବା ସହ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ।

ପ୍ରାକ୍ତନ ସମ୍ପାଦିକା ଭାରତୀ ପୁଷ୍ପା ସିଂ ରାଠୋର ଗତ ରୋଟାରୀ ବର୍ଷର କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ।

ଏହି ଅବସରରେ ପ୍ରାକ୍ତନ ସଭାପତି ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଚଳିତ ବର୍ଷ ସଭାପତି ଅକ୍ଷୟ କୁମାର ମହାପାତ୍ରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ବେଳେ ପ୍ରାକ୍ତନ ସମ୍ପାଦିକା ଭାରତୀ ପୁଷ୍ପସିଂହ ରାଠୋର ଚଳିତ ବର୍ଷ ସମ୍ପାଦକ ତ୍ରିଲୋଚନ ବାରିକଙ୍କୁ ସମ୍ପାଦକୀୟ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ନୂତନ ରୋଟାରାକ୍ଟ ସଭାପତି ନିବେଦିତା ଜେନା ଓ ସମ୍ପାଦକ ଜ୍ୟୋତିର୍ମୟ ମଙ୍ଗରାଜ ମଧ୍ୟ ସେମାନଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିଥିଲେ। ଅନୁଷ୍ଠାନିକ ଭାବେ ଚଳିତ ବର୍ଷ ରୋଟାରୀଆନ ଅକ୍ଷୟ କୁମାର ମହାପାତ୍ର ସଭାପତି ଭାବେ ଓ ସମ୍ପାଦକ ଭାବେ ରୋଟାରୀଆନ ତ୍ରିଲୋଚନ ବାରିକ ଅଧିଷ୍ଠିତ ହେବା ପରେ ନିଜର ଅଭିଭାଷଣ ଓ ଆଗାମୀ ଦିନର ପ୍ରସ୍ତାବିତ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ।

ଏହାପରେ ପୂର୍ବତନ ସଭାପତି ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ଓ ସମ୍ପାଦିକା ଭାରତୀ ପୁଷ୍ପା ସିଂ ରାଠୋରଙ୍କୁ ମୁଖ୍ୟ ବକ୍ତା ଶିବବ୍ରତ ଦାସ ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟ ଅତିଥି ରୋଟାରୀଆନ ଜୟଶ୍ରୀ ମହାନ୍ତି, ମୁଖ୍ୟବକ୍ତା ରୋଟାରୀଆନ ଶିବବ୍ରତ ଦାସ ଓ ସମ୍ମାନିତ ଅତିଥି ରୋଟାରୀଆନ ତନ୍ମୟ ମହାନ୍ତି ଅଭିଭାଷଣ ଦେଇ ଚଳିତ ବର୍ଷ ପରିବେଶ ସୁରକ୍ଷା, କମ୍ପ୍ୟୁଟର ଶିକ୍ଷା, ସ୍ୱାସ୍ଥ୍ୟ ସେବା ଓ ଦକ୍ଷତା ବିକାଶ ବିକାଶ କାର୍ଯ୍ୟକ୍ରମରେ ଯୁବକ ଯୁବତୀ ମାନଙ୍କୁ ସାମିଲ କରିବାର ପ୍ରକଳ୍ପ ହାତକୁ ନେଇ ନେବାକୁ ଅନୁରୋଧ କରିଥିଲେ।

ଏଥିସହ ଅଂଚଳର ବିକାଶ ପାଇଁ କ୍ଲବ ଯେଉଁ ପ୍ରକଳ୍ପ ପାଇଁ ଆବେଦନ କରିବ ତାହା ଡିଜି ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଥିଲେ।

ଏହି ଅବସରରେ ବିଶିଷ୍ଟ ସମାଜସେବୀ ସୁକାନ୍ତ ବିଶ୍ୱାଳଙ୍କୁ ରୋଟାରୀ କ୍ଲବ ପକ୍ଷରୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିବା ସହ ମୁଖ୍ୟ ଅତିଥି,ମୁଖ୍ୟ ବକ୍ତା,ଓ ସମ୍ମାନିତ ଅତିଥିଙ୍କୁ ନୂତନ ସଭାପତି ଅକ୍ଷୟ କୁମାର ମହାପାତ୍ର ଉପହାର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ଅଧିଷ୍ଠାନ ଦିବସର ବିଭିନ୍ନ କାର୍ଯ୍ୟକ୍ରମକୁ ପୂର୍ବତନ ସଭାପତି ସତ୍ୟନ୍ଦ୍ର ସ୍ୱାଇଁ, ନମିତା ଝା, ଗଜେନ୍ଦ୍ର ସେଠୀ, ରାଜକିଶୋର ପ୍ରଧାନ, ହେମନ୍ତ ସାହୁ, ଡକ୍ଟର ଅକ୍ଷୟ କୁମାର ମିଶ୍ର, ସବିତା ପାତ୍ର ପରିଚାଳନା କରିବା ବେଳେ ରୋଟାରୀଆନ ଡକ୍ଟର ମାନସ ମୋହନ ବଳିୟାରସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରୋଟାରୀ କ୍ଲବ ଆଞ୍ଜେଲାର ଅଧିଷ୍ଠାନ ଉତ୍ସବ: ‘ସଡ଼କ ସୁରକ୍ଷା ଯୋଜନା’କୁ ମୁଖ୍ୟ ପ୍ରକଳ୍ପ ଭାବେ ଗ୍ରହଣ

ଭୁବନେଶ୍ୱର: ରୋଟାରୀ କ୍ଲବ ଭୁବନେଶ୍ୱର ‘ଆଞ୍ଜେଲା’ର ତୃତୀୟ ଅଧିଷ୍ଠାନ ଉତ୍ସବ ସ୍ଥାନୀୟ ରୋଟାରୀ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସଭାପତି ଚୁମୁକୀ ଘୋଷାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ ଜୟଶ୍ରୀ ମହାନ୍ତି, ମୁଖ୍ୟ ବକ୍ତା ଭାବେ ରୋଟାରିଆନ ଆଶୁତୋଷ ରଥ (ଦି.ଏସ୍‌.ଜି) ଓ ସମ୍ମାନିତ ଅତିଥି ଭାବେ ରୋଟାରିଆନ ପ୍ରତିଭା ମହାପାତ୍ର (ଏ.ଜି) ଯୋଗ ଦେଇ ଶିକ୍ଷା, ସ୍ୱାସ୍ଥ୍ୟ, ସଚେତନତା ଓ ସ୍ୱାବଲମ୍ବନଶୀଳତା ଦିଗରେ ସମାଜସେବାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ।

ପୂର୍ବତନ ସଭାପତି ଶ୍ରୀମତୀ ଘୋଷାଲ ସ୍ୱାଗତ ଭାଷଣ ଦେବା ସହ ବିଗତ ବର୍ଷର କାର୍ଯ୍ୟଧାରା ବିବରଣୀ ଉପସ୍ଥାପିତ କରିଥିଲେ। ୨୦୨୩-୨୪ ବର୍ଷ ପାଇଁ ଶିକ୍ଷାବିତ ତଥା ସମାଜସେବୀ ଅମୀୟବାଳା ପରିଡ଼ା ସଭାପତି ଓ ତୃପ୍ତିରେଖା ଭଞ୍ଜଦେଓ ସମ୍ପାଦିକା ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ରାସ୍ତା ଦୁର୍ଘଟଣା ହ୍ରାସ ତଥା ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକୁ ମୁଖ୍ୟ ପ୍ରକଳ୍ପ ଭାବେ ଗ୍ରହଣ କରିବା ପାଇଁ କ୍ଲବର ପ୍ରସ୍ତାବକୁ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ତଥା ଉପସ୍ଥିତ ବରିଷ୍ଠ ରୋଟାରୀ ସଦସ୍ୟମାନେ ସମର୍ଥନ କରିବା ସହିତ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ମତବ୍ୟକ୍ତ କରିଥିଲେ। ୨୦୨୩-୨୪ ବର୍ଷର ନିର୍ଦ୍ଦେଶକ ମଣ୍ଡଳୀ ପାଇଁ ସବିତା ମହାନ୍ତି, ମମତା ବାଜପେୟୀ, ସୁରଭି ଦାସ, ପ୍ରଜ୍ଞା ମଧୁମିତା, ସୁସ୍ମିତା ମହାନ୍ତି, ସୁମିତ୍ରା ମିଶ୍ର, ଅମିତା ମିଶ୍ର ତଥା ଅର୍ପିତା ମହାନ୍ତି ପ୍ରମୁଖ ମନୋନୀତ ହୋଇଥିଲେ।

ଏହି ଅବସରରେ ବିଶିଷ୍ଟ ସମାଜସେବୀ ଇପ୍ସିତା ସାହୁ, ପ୍ରଜ୍ଞା ପ୍ରଣମିତା, ସୁଜାତା ସାହୁ, କଳ୍ପନା ତ୍ରିପାଠୀ ଓ ବନସ୍ମିତା ଦାସ ପ୍ରମୁଖ ୫ଜଣ ସଦସ୍ୟା ନୂତନ ଭାବେ ଶପଥ ଗ୍ରହଣ କରିଥିଲେ। ଏହାପରେ କ୍ଲବର ପତ୍ରିକା ‘ଆସ୍ଥା’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ପରିବେଶର ସୁରକ୍ଷା ନିମନ୍ତେ ସମସ୍ତ ଅତିଥି ମାନଙ୍କୁ ଚାରାଗଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ସୁନାମଧନ୍ୟ କଣ୍ଠଶିଳ୍ପୀ ବବିରାଜଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

“ସେବା ହିଁ ମାନବ ଜୀବନକୁ ସାର୍ଥକ କରିଥାଏ: ବିଧାୟକ ଡକ୍ଟର ଅରୁଣ କୁମାର ସାହୁ

ସୁଧାକର ମିଶ୍ର

ନୟାଗଡ଼: ନୟାଗଡ଼ ଖଣ୍ଡପଡ଼ାରୋଡସ୍ଥ ରୋଟାରୀ ଭବନରେ କ୍ଳବର ୩୪ ତମ ଅଧିଷ୍ଠାନ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗ ଦେଇ ରୋଟାରିଆନ ମାନଙ୍କର ସମାଜ ସେବା ମନୋବୃତ୍ତିକୁ ପ୍ରସଂଶା କରିଥିଲେ।

ରୋଟାରୀ କ୍ଳବର ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟକ୍ରମ ଗୁଡିକ ପାଇଁ ମୁଖ୍ଯ ଅତିଥି ସମସ୍ତ ରୋଟାରିଆନ ମାନଙ୍କୁ ମଧ୍ୟ ସାଧୁବାଦ ଜଣାଇବା ସହିତ ସେବା ହିଁ ମାନବ ଜୀବନକୁ ସାର୍ଥକ କରିଥାଏ ବୋଲି କହିଥିଲେ।

ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌରପରିଷଦ ପୌରାଧ୍ୟକ୍ଷା ନିରୁପମା ଖଟେଇ ଯୋଗଦେଇ ୨୦୨୨-୨୩ ବର୍ଷରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ କରିଥିବା ବିଦାୟୀ ସଭାପତି ପ୍ରବୀର କୁମାର ପ୍ରୁଷ୍ଟି ଓ ସଂପାଦକ ବାସୁଦେବ ସାହୁଙ୍କୁ ସାଧୁବାଦ ଜଣାଇବା ସହିତ ୨୦୨୩-୨୪ ବର୍ଷ ପାଇଁ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ସଭାପତି ଅବଦୁଲ ଆରିଫ୍ ଖାଁନ୍ ଓ ସଂପାଦକ ଶ୍ରୀଧର ସାହୁଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ଆସିସ୍ଟାଣ୍ଡ ଗଭର୍ଣ୍ଣର ରୋଟାରିଆନ ଆୟୁଷ୍ ଜସୋରିଆ ଯୋଗଦେଇ ରୋଟାରୀ କ୍ଳବର ବିଶେଷତା ବିଷୟରେ ଆଲୋଚନା କରିଥିଲେ। ବିଗତ ୨୦୨୨-୨୩ ବର୍ଷର ବାର୍ଷିକ ବିବରଣୀ ସଂପାଦକ ବାସୁଦେବ ସାହୁ ପାଠ କରିଥିବା ବେଳେ ୨୦୨୩-୨୪ ବର୍ଷର ସଂପାଦକ ଚଳିତ ବର୍ଷ ପାଇଁ କଣ କଣ କାର୍ଯ୍ୟକ୍ରମ କରାଯିବ ସେ ବିଷୟରେ ତାଙ୍କ ଟିମ୍ ର ଲକ୍ଷ୍ୟ ଓ ଆଭିମୁଖ୍ୟ ବିଷୟରେ ବକ୍ତବ୍ୟ ରଖି ପ୍ରଚୁର ଗଛ ଲଗାଇବା ସହିତ ରକ୍ତଦାନ ଶିବିର, ମେଗା ସ୍ୱାସ୍ଥ୍ୟ ଶିବିର ଆଦି ବହୁ ସମାଜ କଲ୍ୟାଣ କାର୍ଯ୍ୟକ୍ରମ କରିବା ପାଇଁ ସ୍ଥିର ହୋଇଥିବା ବିଷୟରେ ଜଣାଇ ସମସ୍ତଙ୍କ ସହଯୋଗ ଭିକ୍ଷା କରିଥିଲେ।

ଏହି ଅବସରରେ ବେଷ୍ଟ ରୋଟାରିଆନ ଭାବେ ପ୍ରକାଶ ଚନ୍ଦ୍ର ପଟ୍ଟନାୟକଙ୍କୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ। ନୂତନ ସଦସ୍ୟ ଭାବେ ଯୋଗଦେଇ ଥିବା ରୋଟାରିଆନ ଅବିନାଶ ସାହୁଙ୍କୁ ମୁଖ୍ୟ ଅତିଥି ଲାପେଲ୍ ପିନ୍ ପିନ୍ଧାଇ ଅଭିନନ୍ଦନ ଜ୍ଞାପନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଳବ ତରଫରୁ ଦୁଇ ଜଣ ଗରିବ ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସିଲେଇ ମେସିନ୍ ଓ ଗ୍ରାଇଣ୍ଡର ପ୍ରଦାନ କରାଯାଇଥିଲା। ବଡି ପକାଇ ପରିବାର ପ୍ରତିପୋଷଣ କରିବା ପାଇଁ ବାସନ୍ତି ସେନାପତି ଙ୍କୁ ଗୋଟିଏ ଗ୍ରାଇଣ୍ଡର ପ୍ରଦାନ କରାଯାଇଥିବା ବେଳେ କପଡା ସିଲେଇ କରି ଦୁଇ ପଇସା ରୋଜଗାର କରିବା ପାଇଁ ଦ୍ରୌପଦୀ ଛୋଟରାୟଙ୍କୁ ଗୋଟିଏ ସିଲେଇ ମେସିନ୍ ପ୍ରଦାନ କରାଯାଇଥିଲା।

ଏହି ଭବ୍ୟ ଓ ଦିବ୍ୟ କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ସହିତ ପୂର୍ବତନ ସଭାପତି, ସଂପାଦକ ଓ ଅଧିଷ୍ଠାନ ହୋଇଥିବା ନୂତନ ସଭାପତି, ସଂପାଦକ ମଞ୍ଚାସୀନ ଥିଲେ। ପରିଶେଷରେ ରୋଟାରିଆନ ଦିଲ୍ଲୀପ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।।

Categories
ଆଞ୍ଚଳିକ

ବାଣପୁର-ବାଲୁଗାଁ ରୋଟାରୀ କ୍ଳବର ଅଧିଷ୍ଠାନ ଉତ୍ସବ

ସୀତାରାମ ଅଗ୍ରୱାଲ

ଚିଲିକା: ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ରୋଟାରୀ କ୍ଳବର ଅଧିଷ୍ଠାନ ଉତ୍ସବ ଶ୍ରୀ ଶ୍ରୀ ଉମାମହେଶ୍ବର ବଣିକ ସଂଘ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ରୋଟାରୀ ଜିଲ୍ଲା ୩୨୬୨ ର ୨୦୨୪-୨୫ ବର୍ଷ ପାଇଁ ନିର୍ବାଚିତ ଗଭର୍ଣ୍ଣର ଯଜ୍ଞାଶୀଶ ମହାପାତ୍ର ମୁଖ୍ୟ ଅତିଥି, ଜିଲ୍ଲା ସେକ୍ରେଟାରୀ ଜେନେରାଲ୍ ମନୋଜ କୁମାର ତ୍ରିପାଠୀ, ଜୋନ୍ ଚେୟାରମ୍ୟାନ ଶାକ୍ୟସିଂହ ପଟ୍ଟନାୟକ ଓ ଆସିଷ୍ଟାଣ୍ଟ ଗଭର୍ଣ୍ଣର ନୀରଜ ଝା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।

୨୨-୨୩ ବର୍ଷ ପାଇଁ କ୍ଳବର ସଭାପତି ଭାବେ ରବିନାରାୟଣ ପାଲଙ୍କୁ ପୂର୍ବତ୍ତନ ସଭାପତି ଗୋପାଳ ଚନ୍ଦ୍ର ନାୟକ ଦାୟିତ୍ତ୍ବ ହସ୍ତାନ୍ତର କରିଥିଲେ। ସେହିପରି ପୂର୍ବତ୍ତନ ସଂପାଦକ ସଚ୍ଚିଦାନନ୍ଦ ସେଠୀ ନୂତନ ସଂପାଦକ ସୁନୀଲ କୁମାର ପାତ୍ରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ପରେ ନୂତନ ସଭାପତି ଅନ୍ୟାନ୍ୟ କର୍ମକର୍ତ୍ତା ମାନଙ୍କ ନାମ ଘୋଷଣା କରିଥିଲେ।

ନନ୍ଦକିଶୋର ମିଶ୍ର ଓ ହିମାଂଶୁ କୁମାର ପାତ୍ରଙ୍କୁ ଉପସଭାପତି, ଶ୍ୟାମସୁନ୍ଦର ପୃଷ୍ଟିଙ୍କୁ କୋଷାଧ୍ୟକ୍ଷ ଭାବେ ଏବଂ ବିଭିନ୍ନ କମିଟିର ଚେୟାରମ୍ୟାନ ଭାବେ ବିଜୟ କୁମାର ନନ୍ଦ, ଓମ୍ ପ୍ରକାଶ ଅଗ୍ରୱାଲ, ଡା.ଯୋଗୀନ୍ଦ୍ର ସେନାପତି, ଧୀରେନ୍ଦ୍ରନାଥ ପାତ୍ର, ରବିନାରାୟଣ ନାୟକ, ପ୍ରବୀଣ କୁମାର ଜେନା, ବିଜୟ କୁମାର ବେହେରା, ଗଗନ ବିହାରୀ ବେହେରା, ରବିନ୍ଦ୍ରନାଥ ପ୍ରଧାନ, ସରୋଜିନୀ ଦାଶ, ପଦ୍ମନାଭ ମାଝୀ, ଜଗଦୀଶ ପ୍ରସାଦ ଲାଖୋଟିଆ ଏବଂ ଗୀତା ସେନାପତିଙ୍କ ନାମ ଘୋଷଣା କରାଯାଇଥିଲା।

ଏହି ଅବସରରେ କ୍ଳବ ପକ୍ଷରୁ ଏକ ବୁଲେଟିନ୍ “ସାଳିଆ” ମୁଖ୍ୟ ଅତିଥିଙ୍କ ଦ୍ବାରା ଉନ୍ମୋଚନ କରାଯାଇଥିଲା। ବାଣପୁର ମାଟିର ସୁଯୋଗ୍ୟ ସନ୍ତାନ ଜୁଡିସିଆଲ ଫାଷ୍ଟକ୍ଳାସ ମାଜିଷ୍ଟ୍ରେଟ୍ ଶିବାନୀ ମିଶ୍ର ଏବଂ ବାଣପୁର ଓ ଚିଲିକା ବ୍ଳକ ମଧ୍ୟରେ ଗତ ହାଇସ୍କୁଲ ବୋର୍ଡ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଅମ୍ଳାନ କୁମାର ଶତପଥିଙ୍କ ପରିଚୟ ସଦସ୍ୟ ବିପ୍ଳବ କୁମାର ମୁଦୁଲି ଦେବାପରେ ସେମାନଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା।

କ୍ଳବର ନୂତନ ସଭ୍ୟ ଭାବେ ଚାଟାର୍ଡ ଆକାଉଣ୍ଟାଣ୍ଟ ମନୋଜ କୁମାର ଅଗ୍ରୱାଲ ଏବଂ ବ୍ୟବସାୟୀ ସୂର୍ଯ୍ୟନାରାୟଣ ସୁବୁଦ୍ଧିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା। କ୍ଳବ ପକ୍ଷରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭୂୟସୀ ପ୍ରଶଂସା କରିବା ସହିତ ଚଳିତ ବର୍ଷ ଆହୁରି ଅଧିକ ଜନହିତକର କାର୍ଯ୍ୟ ସବୁ କରିବା ପାଇଁ ପରାମର୍ଶ ଦେଇଥିଲେ। କ୍ଳବର ଅନ୍ୟାନ୍ୟ କାର୍ଯ୍ୟ ସବୁ ସୂଚାରୁରୁପେ କରି ଜୋନ ଓ ଜିଲ୍ଲାକୁ ଯଥା ସମୟରେ ଜଣାଇବା ପାଇଁ ସମ୍ମାନୀତ ଅତିଥି ପରାମର୍ଶ ଦେଇଥିଲେ।

ଏ ସମସ୍ତ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଅପରାହ୍ନରେ ବରେଣ୍ୟ ଅତିଥିମାନଙ୍କ ଦ୍ବାରା ମାମୁଁ ଭଣଜା ପାହାଡ ଏବଂ ସାଇ ମନ୍ଦିର ପରିସରରେ କ୍ଳବର ୪ ର୍ଥ ପର୍ଯ୍ୟାୟ ବୃକ୍ଷରୋପଣ କାର୍ଯ୍ଯକ୍ରମ ସମ୍ପାଦିତ ହୋଇଥିଲା।

କ୍ଳବର ସଭାପତି ଓ ସଂପାଦକଙ୍କ ସମେତ ସଭ୍ୟ ହିମାଂଶୁ କୁମାର ପାତ୍ର, ସୂର୍ଯ୍ୟନାରାୟଣ ସେନାପତି, କରଣ କୁମାର ପାତ୍ର, ଅଶୋକ କୁମାର ପାତ୍ର ପ୍ରମୂଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।