Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା- ବାଲୁଗାଁ ରୋଟାରୀ କ୍ଲବର ଅଷ୍ଟମ ଅଧିଷ୍ଠାନ ଉତ୍ସବ
ଆଞ୍ଚଳିକ

ଚିଲିକା- ବାଲୁଗାଁ ରୋଟାରୀ କ୍ଲବର ଅଷ୍ଟମ ଅଧିଷ୍ଠାନ ଉତ୍ସବ

August 13, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଚିଲିକା- ବାଲୁଗାଁ ରୋଟାରୀ କ୍ଲବର ଅଷ୍ଟମ ଅଧିଷ୍ଠାନ ଉତ୍ସବ ଆଜି ସ୍ଥାନୀୟ ଦିଗନ୍ତିକା ହୋଟେଲ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଭଗବତୀ କଳାନିକେତନର ଓଡିଶୀ ଗୁରୂ ହରପ୍ରିୟା ବାରିକଙ୍କ ସଂଯୋଜନାରେ ଶିକ୍ଷାର୍ଥୀ ସୁଶ୍ରୀ ବାରିକ, ଅର୍ପିତା ଦାସ ଓ କାବ୍ୟା କୁଞ୍ଜଲ ନାୟକ ଓଡିଶୀ ନୃତ୍ୟ ପରିବେଷଣ କରିବା ପରେ ରୋଟାରୀ କ୍ଲବର ବରିଷ୍ଠ ସଦସ୍ୟ ପଞ୍ଚାନନ ପ୍ରଧାନଙ୍କ ସଂଯୋଜନାରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।

ମୁଖ୍ୟ ଅତିଥି ତଥା ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଜୟଶ୍ରୀ ମହାନ୍ତି, ମୁଖ୍ୟବକ୍ତା ତଥା ପୂର୍ବତନ ରୋଟାରୀ ଡିଜି ଶିବବ୍ରତ ଦାସ, ସମ୍ମାନିତ ଅତିଥି ତଥା ରୋଟାରୀ ଜିଲ୍ଲା ସେବା ପ୍ରକଳ୍ପ ଅଧ୍ୟକ୍ଷ ରୋଟାରୀଆନ ତନ୍ମୟ ମହାନ୍ତି ଯୋଗଦେଇ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ଫଟୋରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉତ୍ସବ ଉଦଘାଟନ କରିଥିଲେ। ଏହାପରେ ଜାତୀୟ ସଂଗୀତ ଗାନ କରାଯିବା ପରେ ପ୍ରାକ୍ତନ ସଭାପତି ରୋଟାରୀଆନ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ରୋଟାରୀ ବେଲ ବଜାଇ ଅନୁଷ୍ଠାନିକ ଭାବେ ଅଧିଷ୍ଠାନ ଦିବସ କାର୍ଯ୍ୟକ୍ରମ ଆରମ୍ଭ କରିବା ସହ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ।

ପ୍ରାକ୍ତନ ସମ୍ପାଦିକା ଭାରତୀ ପୁଷ୍ପା ସିଂ ରାଠୋର ଗତ ରୋଟାରୀ ବର୍ଷର କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ।

ଏହି ଅବସରରେ ପ୍ରାକ୍ତନ ସଭାପତି ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଚଳିତ ବର୍ଷ ସଭାପତି ଅକ୍ଷୟ କୁମାର ମହାପାତ୍ରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ବେଳେ ପ୍ରାକ୍ତନ ସମ୍ପାଦିକା ଭାରତୀ ପୁଷ୍ପସିଂହ ରାଠୋର ଚଳିତ ବର୍ଷ ସମ୍ପାଦକ ତ୍ରିଲୋଚନ ବାରିକଙ୍କୁ ସମ୍ପାଦକୀୟ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ନୂତନ ରୋଟାରାକ୍ଟ ସଭାପତି ନିବେଦିତା ଜେନା ଓ ସମ୍ପାଦକ ଜ୍ୟୋତିର୍ମୟ ମଙ୍ଗରାଜ ମଧ୍ୟ ସେମାନଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିଥିଲେ। ଅନୁଷ୍ଠାନିକ ଭାବେ ଚଳିତ ବର୍ଷ ରୋଟାରୀଆନ ଅକ୍ଷୟ କୁମାର ମହାପାତ୍ର ସଭାପତି ଭାବେ ଓ ସମ୍ପାଦକ ଭାବେ ରୋଟାରୀଆନ ତ୍ରିଲୋଚନ ବାରିକ ଅଧିଷ୍ଠିତ ହେବା ପରେ ନିଜର ଅଭିଭାଷଣ ଓ ଆଗାମୀ ଦିନର ପ୍ରସ୍ତାବିତ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ।

ଏହାପରେ ପୂର୍ବତନ ସଭାପତି ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ଓ ସମ୍ପାଦିକା ଭାରତୀ ପୁଷ୍ପା ସିଂ ରାଠୋରଙ୍କୁ ମୁଖ୍ୟ ବକ୍ତା ଶିବବ୍ରତ ଦାସ ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟ ଅତିଥି ରୋଟାରୀଆନ ଜୟଶ୍ରୀ ମହାନ୍ତି, ମୁଖ୍ୟବକ୍ତା ରୋଟାରୀଆନ ଶିବବ୍ରତ ଦାସ ଓ ସମ୍ମାନିତ ଅତିଥି ରୋଟାରୀଆନ ତନ୍ମୟ ମହାନ୍ତି ଅଭିଭାଷଣ ଦେଇ ଚଳିତ ବର୍ଷ ପରିବେଶ ସୁରକ୍ଷା, କମ୍ପ୍ୟୁଟର ଶିକ୍ଷା, ସ୍ୱାସ୍ଥ୍ୟ ସେବା ଓ ଦକ୍ଷତା ବିକାଶ ବିକାଶ କାର୍ଯ୍ୟକ୍ରମରେ ଯୁବକ ଯୁବତୀ ମାନଙ୍କୁ ସାମିଲ କରିବାର ପ୍ରକଳ୍ପ ହାତକୁ ନେଇ ନେବାକୁ ଅନୁରୋଧ କରିଥିଲେ।

ଏଥିସହ ଅଂଚଳର ବିକାଶ ପାଇଁ କ୍ଲବ ଯେଉଁ ପ୍ରକଳ୍ପ ପାଇଁ ଆବେଦନ କରିବ ତାହା ଡିଜି ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଥିଲେ।

ଏହି ଅବସରରେ ବିଶିଷ୍ଟ ସମାଜସେବୀ ସୁକାନ୍ତ ବିଶ୍ୱାଳଙ୍କୁ ରୋଟାରୀ କ୍ଲବ ପକ୍ଷରୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିବା ସହ ମୁଖ୍ୟ ଅତିଥି,ମୁଖ୍ୟ ବକ୍ତା,ଓ ସମ୍ମାନିତ ଅତିଥିଙ୍କୁ ନୂତନ ସଭାପତି ଅକ୍ଷୟ କୁମାର ମହାପାତ୍ର ଉପହାର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ଅଧିଷ୍ଠାନ ଦିବସର ବିଭିନ୍ନ କାର୍ଯ୍ୟକ୍ରମକୁ ପୂର୍ବତନ ସଭାପତି ସତ୍ୟନ୍ଦ୍ର ସ୍ୱାଇଁ, ନମିତା ଝା, ଗଜେନ୍ଦ୍ର ସେଠୀ, ରାଜକିଶୋର ପ୍ରଧାନ, ହେମନ୍ତ ସାହୁ, ଡକ୍ଟର ଅକ୍ଷୟ କୁମାର ମିଶ୍ର, ସବିତା ପାତ୍ର ପରିଚାଳନା କରିବା ବେଳେ ରୋଟାରୀଆନ ଡକ୍ଟର ମାନସ ମୋହନ ବଳିୟାରସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

ଅଧିଷ୍ଠାନ ଉତ୍ସବ ରୋଟାରୀ କ୍ଲବ
Share. Facebook Twitter LinkedIn Email WhatsApp Copy Link

Related Posts

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026

ବାଣପୁର ବ୍ଲକ ପରିସରରେ ଆଇନ ସଚେତନତା ଶିବିର

May 27, 2026

ଗୋଦାବାରୀଶ ଉଚ୍ଚ ବିଦ୍ୟାଳୟର ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ

May 25, 2026
Latest News

ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: CBSE ଅଧ୍ୟକ୍ଷ ରାହୁଲ ସିଂହ ଏବଂ ସଚିବ ହିମାଂଶୁ ଗୁପ୍ତାଙ୍କ ହେଲା ବଦଳି

June 2, 2026

CBSEର ପୁନଃମୂଲ୍ୟାୟନ ପୋର୍ଟାଲରେ ସାଇବର ଆକ୍ରମଣ

June 2, 2026

ଜୁନ୍ ୬ରେ ଭାରତ-ଆଫଗାନିସ୍ତାନ ଟେଷ୍ଟ ମ୍ୟାଚ୍: ଜାଣନ୍ତୁ କେବେ ଏବଂ କେଉଁଠାରେ ଲାଇଭ୍ ଷ୍ଟ୍ରିମିଂ

June 2, 2026

ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି, ରାଇରଙ୍ଗପୁରରେ ହେବ ଉତ୍ସବ, ଯୋଗ ଦେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

June 2, 2026

୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ଫେସବୁକ୍, ୟୁଟୁବ ମନା

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.