Categories
ଜୀବନ ଶୈଳୀ ବିଶେଷ ଖବର ରାଜ୍ୟ ଖବର

ପୁଣି ଚର୍ଚ୍ଚାରେ ଓଡିଶାର ଦୁଇ ଜିଲ୍ଲାପାଳଙ୍କ ଦ୍ବିତୀୟ ବିବାହ, ପୁରୀ ସହ ରାୟଗଡା

ଭୁବନେଶ୍ବର: ନିକଟରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଦ୍ବିତୀୟ ବିବାହ ସଂପଣ୍ଣ ହୋଇଛି। ଏହା ପରେ ପୁଣି ଆଉ ଏକ ଯୋଡି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସେମାନେ ହେଲେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହିତ ରାୟଗଡା ଜିଲ୍ଲାପାଳ ସ୍ବାଧଦେବ ସିଂହ। ଉଭୟଙ୍କର ମଧ୍ୟ ସେହି ଦ୍ବିତୀୟ ବିବାହ।

ରାୟଗଡା ଜିଲ୍ଲାପାଳ ସ୍ବୀଧୀଦେବ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ବିବାହ କରିଥିଲେ। ହେଲେ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି। ଫଳରେ ଚଞ୍ଚଳ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟାଙ୍କୁ ବିବାହ କରିଛନ୍ତି। ସ୍ବାଧୀଦେବ ବର୍ତ୍ତମାନ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ବିବାହ କରିବାକୁ ଯାଉଛନ୍ତି।

ସେହିପରି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ମଧ୍ୟ ପୂର୍ବରୁ ବିବାହ କରିଥିଲେ। ସେ ରେଳବାଇରେ କାର୍ଯ୍ୟ କରୁଥିବା ସୂଚୀ ସିଂଙ୍କୁ ବିବାହ କରିଥିଲେ। ହେଲେ ଉଭୟଙ୍କ ମଧ୍ୟରେ ମତାନ୍ତର ଯୋଗୁଁ ବହୁ ଦିନ ଧରି ଅଲଗା ରହୁଥିଲେ। ପରେ ବିବାହ ବିଚ୍ଛେଦ ପରେ ସୂଚୀ ଝାଡଖଣ୍ଡର ଜଣେ ଆଇଏଏସ ଅଧିକାରୀଙ୍କ ବିବାହ କରିଛନ୍ତି। ଫଳରେ ସମର୍ଥ ବର୍ତ୍ତମାନ ପୁଣି ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି।

ପୂର୍ବରୁ ଅନନ୍ୟା ଦାସ ଏବଂ ଚଞ୍ଚଳ ରାଣାଙ୍କ ଦ୍ବିତୀୟ ବିବାହ ବେଶ ଚର୍ଚ୍ଚାକୁ ଆସିଥିଲା। ଅନନ୍ୟା କୋରାପୁଟର ଜିଲ୍ଲାପାଳ ଥିବା ଅବଦୁଲ ଏମ ଅଖତରଙ୍କୁ ବିବାହ କରିଥିଲେ। ହେଲେ ଉଭୟଙ୍କ ମଧ୍ୟରେ ମତାନ୍ତର ଯୋଗୁଁ ବିବାହ ବିଚ୍ଛେଦ ହୋଇଥିଲା।

ଚଳିତ ମେ ମାସ ୧ ତାରିଖରେ ଉଭୟ ଜିଲ୍ଲାପାଳ ଅନନ୍ୟା ଏବଂ ଚଞ୍ଚଳ ପରସ୍ପରକୁ ବିବାହ କରିଥିଲେ। ଗୌହାଟୀରେ ଆୟୋଜିତ ଏକ ଭବ୍ୟ ଆୟୋଜନରେ ଏହି ଦୁଇ ଜିଲ୍ଲାପାଳଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଅନନ୍ୟା ଦାସ ବର୍ତ୍ତମାନ ସମ୍ବଲପୁରର ଜିଲ୍ଲାପାଳ ରହିଥିବା ବେଳେ ଚଞ୍ଚଲ ରାଣା ବଲାଙ୍ଗୀରର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଛନ୍ତି।

ତେବେ ବର ବେଶରେ ଚଞ୍ଚଲ ଧୂମ ନାଚିଥିବାର ଦେଖିବାକୁ ମିଳିଥିଲା। ବିବାହ ଉପରେ ପରିବାର ସଦସ୍ୟ ଓ ନିକଟତମ ସଂପର୍କୀୟ ଉପସ୍ଥିତ ଥିଲେ। ଏହି ଦୁଇ ଜିଲ୍ଲାପାଳଙ୍କ ଦ୍ବିତୀୟ ବିବାହକୁ ନେଇ ବେଶ ଚର୍ଚ୍ଚା ଚାଲିଥିଲା। ସେହିପରି ରାୟଗଡା ଜିଲ୍ଲାପାଳ ଏବଂ ପୁରୀ ଜିଲ୍ଲାପାଳଙ୍କ ବିବାହ ଚଳିତ ମାସରେ ବାରଣାସୀରେ ହେବ ବୋଲି ଜଣାପଡିଛି।

Categories
ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ଓଡିଶାର ଦୁଇ ଜିଲ୍ଲାପାଳଙ୍କର ହେବ ଦ୍ବିତୀୟ ବିବାହ, ସେମାନେ ଆଗରୁ କାହାକୁ ବାହା ହୋଇଥିଲେ?

ଭୁବନେଶ୍ବର: ଓଡିଶାର ଦୁଇଜଣ ଜିଲ୍ଲାପାଳଙ୍କ ମଧ୍ୟରେ ହେବ ଦ୍ବିତୀୟ ବିବାହ। ଉଭୟ ପୂର୍ବରୁ ବିବାହ କରିଥିଲେ। ସେମାନଙ୍କୁ ଛାଡିବା ପରେ ବର୍ତ୍ତମାନ ଏହି ଦୁଇଜଣ ନୂଆ ସଂସାର ଆରମ୍ଭ କରିବେ। ସେମାନେ ହେଲେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା।

ଉଭୟଙ୍କର ଗତକାଲି ରାତିରେ ନିରାଡମ୍ବର ଭାବେ ସମ୍ବଲପୁରରେ ନିର୍ବନ୍ଧ ସରିଛି। ସେଥିପାଇଁ ବଲାଙ୍ଗୀରରୁ ପୁରା ପରିବାର ସହିତ ଚଞ୍ଚଳ ରାଣା ଗୋଟିଏ ଦିନ ପୂର୍ବରୁ ସମ୍ବଲପୁରରେ ଥିଲେ। ଏଥିରେ ଖୁବ କମ ସଂଖ୍ୟକ ଅତିଥୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଯେହେତୁ ଉଭୟଙ୍କର ଦ୍ବିତୀୟ ବିବାହ ସେଥିପାଇଁ କୌଣସି ଆଡମ୍ବର କରାଯାଇ ନ ଥିଲା।

ଉଭୟ ଚଞ୍ଚଳ ଏବଂ ଅନନ୍ୟା ହେଉଛନ୍ତି ଓଡିଶା କ୍ୟାଡରର। ଅନନ୍ୟାଙ୍କର ଘର ଆସାମ ହୋଇଥିବା ବେଳେ ଚଞ୍ଚଳଙ୍କର ଘର ହେଉଛି ପଶ୍ଚିମବଂଗ। ହେଲେ ଚଞ୍ଚଳଙ୍କର ପାଠପଢା ସବୁ ଓଡିଶାରେ ହୋଇଛି। ଚଞ୍ଚଳ 2014 ବ୍ୟାଚ ଆଇଏଏସ ହୋଇଥିବା ବେଳେ ଅନନ୍ୟା ହେଉଛନ୍ତି 2015 ବ୍ୟାଚ।

ତେବେ ଉଭୟ ପୂର୍ବରୁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଆଉ ଆଶ୍ଚର୍ଯ୍ୟର କଥା ସେମାନେ ମଧ୍ୟ ଓଡିଶା କ୍ୟାଡରର ଏବଂ ସେମାନେ ମଧ୍ୟ ଓଡିଶାର ଜିଲ୍ଲାପାଳ ଅଛନ୍ତି। ଚଞ୍ଚଳ ରାଣା ପୂର୍ବରୁ ସ୍ବାଧ ଦେବ ସିଂଙ୍କୁ ବିବାହ କରିଥିଲେ। ସ୍ବାଧ ବର୍ତ୍ତମାନ ରାୟଗଡା ଜିଲ୍ଲାପାଳ ଅଛନ୍ତି। ହେଲେ ଉଭୟଙ୍କ ମଧ୍ୟରେ ମତାନ୍ତର ଯୋଗୁ ସେ ବିବାହ ବେଶୀ ଦିନ ତିଷ୍ଠି ରହିପାରିଲା ନାହିଁ।

ସେହିପରି ଅନନ୍ୟା ମଧ୍ୟ ଆଉ ଜଣେ ଆଇଏଏସଙ୍କୁ ବିବାହ କରିଥିଲେ। ତାଙ୍କ ନାମ ହେଉଛି ଅବଦଲ ଏମ ଅଖତର। ଅଖତର ବର୍ତ୍ତମାନ କୋରାପୁଟ ଜିଲ୍ଲାପାଳ ଅଛନ୍ତି। ଏମାନଙ୍କର ମଧ୍ୟ ସେହି ସମାନ କଥା। ଉଭୟଙ୍କ ମଧ୍ୟରେ ଠିକ ତାଳମେଳ ରହିଲା ନାହିଁ, ଫଳରେ ଉଭୟ ଛାଡପତ୍ର ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଟକରେ ଦିନ ୨ ଟା ପରେ ଦୋକାନ ବଜାର ବନ୍ଦ ରହିବ: ସିଏମସି କମିଶନର

କଟକ: ଦିନ ୨ ଟା ପରେ କଟକର ଦୋକାନ ବଜାର ବନ୍ଦ ରହିବ। ଆସନ୍ତା ୩ ତାରିଖରୁ ଦିନ ୨ ଟା ପରେ କଟକରର ଦୋକାନ ବଜାର ବନ୍ଦ ରହିବ। ମେ’ ୧୮ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁରହିବ। କଟକ ବ୍ୟବସାୟୀ ସଂଘ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ସିଏମସି କମିଶନର ଅନନ୍ୟା ଦାସ ଏନେଇ ସୂଚନା ଦେଇଛନ୍ତି। ଏହି ସମୟରେ ଲୋଡିଂ ଏବଂ ଅନଲୋଡିଂକୁ ଛାଡି ଅନ୍ୟ ସବୁ ବ୍ୟବସାୟ ବନ୍ଦ ରହିବ।

Categories
ଫଟୋ ଖବର

କରୋନା ଟିକା ନେଉଛନ୍ତି କଟକ ମ୍ୟୁନିସପାଲ କମିଶନର ଅନନ୍ୟା ଦାସ

କରୋନା ଟିକା ନେଉଛନ୍ତି କଟକ ମ୍ୟୁନିସପାଲ କମିଶନର ଅନନ୍ୟା ଦାସ