Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ପୁଣି ଚର୍ଚ୍ଚାରେ ଓଡିଶାର ଦୁଇ ଜିଲ୍ଲାପାଳଙ୍କ ଦ୍ବିତୀୟ ବିବାହ, ପୁରୀ ସହ ରାୟଗଡା
ଜୀବନ ଶୈଳୀ

ପୁଣି ଚର୍ଚ୍ଚାରେ ଓଡିଶାର ଦୁଇ ଜିଲ୍ଲାପାଳଙ୍କ ଦ୍ବିତୀୟ ବିବାହ, ପୁରୀ ସହ ରାୟଗଡା

May 5, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
samartha
ପୁଣି ଓଡିଶାର ଦୁଇ ଜିଲ୍ଲାପାଳଙ୍କ ଦ୍ବିତୀୟ ବିବାହ, ପୁରୀ ସହ ରାୟଗଡା

ଭୁବନେଶ୍ବର: ନିକଟରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଦ୍ବିତୀୟ ବିବାହ ସଂପଣ୍ଣ ହୋଇଛି। ଏହା ପରେ ପୁଣି ଆଉ ଏକ ଯୋଡି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସେମାନେ ହେଲେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହିତ ରାୟଗଡା ଜିଲ୍ଲାପାଳ ସ୍ବାଧଦେବ ସିଂହ। ଉଭୟଙ୍କର ମଧ୍ୟ ସେହି ଦ୍ବିତୀୟ ବିବାହ।

ରାୟଗଡା ଜିଲ୍ଲାପାଳ ସ୍ବୀଧୀଦେବ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ବିବାହ କରିଥିଲେ। ହେଲେ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି। ଫଳରେ ଚଞ୍ଚଳ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟାଙ୍କୁ ବିବାହ କରିଛନ୍ତି। ସ୍ବାଧୀଦେବ ବର୍ତ୍ତମାନ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ବିବାହ କରିବାକୁ ଯାଉଛନ୍ତି।

ସେହିପରି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ମଧ୍ୟ ପୂର୍ବରୁ ବିବାହ କରିଥିଲେ। ସେ ରେଳବାଇରେ କାର୍ଯ୍ୟ କରୁଥିବା ସୂଚୀ ସିଂଙ୍କୁ ବିବାହ କରିଥିଲେ। ହେଲେ ଉଭୟଙ୍କ ମଧ୍ୟରେ ମତାନ୍ତର ଯୋଗୁଁ ବହୁ ଦିନ ଧରି ଅଲଗା ରହୁଥିଲେ। ପରେ ବିବାହ ବିଚ୍ଛେଦ ପରେ ସୂଚୀ ଝାଡଖଣ୍ଡର ଜଣେ ଆଇଏଏସ ଅଧିକାରୀଙ୍କ ବିବାହ କରିଛନ୍ତି। ଫଳରେ ସମର୍ଥ ବର୍ତ୍ତମାନ ପୁଣି ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି।

ପୂର୍ବରୁ ଅନନ୍ୟା ଦାସ ଏବଂ ଚଞ୍ଚଳ ରାଣାଙ୍କ ଦ୍ବିତୀୟ ବିବାହ ବେଶ ଚର୍ଚ୍ଚାକୁ ଆସିଥିଲା। ଅନନ୍ୟା କୋରାପୁଟର ଜିଲ୍ଲାପାଳ ଥିବା ଅବଦୁଲ ଏମ ଅଖତରଙ୍କୁ ବିବାହ କରିଥିଲେ। ହେଲେ ଉଭୟଙ୍କ ମଧ୍ୟରେ ମତାନ୍ତର ଯୋଗୁଁ ବିବାହ ବିଚ୍ଛେଦ ହୋଇଥିଲା।

ଚଳିତ ମେ ମାସ ୧ ତାରିଖରେ ଉଭୟ ଜିଲ୍ଲାପାଳ ଅନନ୍ୟା ଏବଂ ଚଞ୍ଚଳ ପରସ୍ପରକୁ ବିବାହ କରିଥିଲେ। ଗୌହାଟୀରେ ଆୟୋଜିତ ଏକ ଭବ୍ୟ ଆୟୋଜନରେ ଏହି ଦୁଇ ଜିଲ୍ଲାପାଳଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଅନନ୍ୟା ଦାସ ବର୍ତ୍ତମାନ ସମ୍ବଲପୁରର ଜିଲ୍ଲାପାଳ ରହିଥିବା ବେଳେ ଚଞ୍ଚଲ ରାଣା ବଲାଙ୍ଗୀରର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଛନ୍ତି।

ତେବେ ବର ବେଶରେ ଚଞ୍ଚଲ ଧୂମ ନାଚିଥିବାର ଦେଖିବାକୁ ମିଳିଥିଲା। ବିବାହ ଉପରେ ପରିବାର ସଦସ୍ୟ ଓ ନିକଟତମ ସଂପର୍କୀୟ ଉପସ୍ଥିତ ଥିଲେ। ଏହି ଦୁଇ ଜିଲ୍ଲାପାଳଙ୍କ ଦ୍ବିତୀୟ ବିବାହକୁ ନେଇ ବେଶ ଚର୍ଚ୍ଚା ଚାଲିଥିଲା। ସେହିପରି ରାୟଗଡା ଜିଲ୍ଲାପାଳ ଏବଂ ପୁରୀ ଜିଲ୍ଲାପାଳଙ୍କ ବିବାହ ଚଳିତ ମାସରେ ବାରଣାସୀରେ ହେବ ବୋଲି ଜଣାପଡିଛି।

ଅନନ୍ୟା ଦାସ ଚଞ୍ଚଳ ରଣା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସମ୍ବଲପୁର ଜିଲ୍ଲାପାଳ
Share. Facebook Twitter LinkedIn Email WhatsApp Copy Link

Related Posts

ଓରାଙ୍ଗଉଟାନ୍ ଉଦ୍ଧାରସ୍ଥଳକୁ ନିଷିଦ୍ଧାଞ୍ଚଳ ଘୋଷଣା କଲା ବନବିଭାଗ

September 11, 2026

ବିଦ୍ୟୁତ୍ ଆଘାତରେ ଚାଲିଗଲା ନାବାଳକର ଜୀବନ

September 11, 2026

ୟୁନିଟ୍-୧ ହାଟରେ ବାରମ୍ବାର ଅଗ୍ନିକାଣ୍ଡ ପରେ ବିଏମ୍‌ସି ଓ ବିଡିଏର ମିଳିତ ଉଚ୍ଛେଦ ଅଭିଯାନ

September 11, 2026

ଗଞ୍ଜେଇ ମାଫିଆଙ୍କ ସହ ସମ୍ପୃକ୍ତି ଅଭିଯୋଗ, ବଦଳିଲେ ପୂର୍ବତନ ଥାନା ଅଧିକାରୀ

September 11, 2026
Latest News

ସୁନା ଓ ରୂପା ହେଲା ମହଙ୍ଗା: ଜାଣନ୍ତୁ ଆଜିର ମୂଲ୍ୟ

September 11, 2026

ଓରାଙ୍ଗଉଟାନ୍ ଉଦ୍ଧାରସ୍ଥଳକୁ ନିଷିଦ୍ଧାଞ୍ଚଳ ଘୋଷଣା କଲା ବନବିଭାଗ

September 11, 2026

ବିଦ୍ୟୁତ୍ ଆଘାତରେ ଚାଲିଗଲା ନାବାଳକର ଜୀବନ

September 11, 2026

ବିଜେପି ସାଂସଦ ସତୀଶ ଗୌତମଙ୍କ ନାମରେ ନକଲି ଆଇଡି: ମହିଳାଙ୍କୁ କରାଯାଉଛି ଟାର୍ଗେଟ

September 11, 2026

ବିନେଶ ଫୋଗାଟଙ୍କୁ ବଡ଼ ଝଟକା: ବିଶ୍ୱ ଚାମ୍ପିଅନସିପ୍ ଟ୍ରାଏଲ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ମନା

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.