Categories
ଆଜିର ଖବର ଜାତୀୟ ଖବର

ଅନ୍ତିମ ପର୍ଯ୍ୟାୟର ନିକଟତର ହେଲା ଆଦିତ୍ୟ ଏଲ-୧ ମହାକାଶଯାନ: ISRO ମୁଖ୍ୟ ସୋମନାଥ

ଥିରୁବନନ୍ତପୁରମ୍: ଭାରତୀୟ ମହାକାଶ ଗବେଷଣା ସଂଗଠନର ଅଧ୍ୟକ୍ଷ ଏସ ସୋମନାଥ କହିଛନ୍ତି ଯେ, ସୂର୍ଯ୍ୟ ଅଧ୍ୟୟନ ପାଇଁ ଭାରତର ପ୍ରଥମ ମହାକାଶ ମିଶନର ଅଂଶ ଭାବରେ ଉତକ୍ଷେପଣ ହୋଇଥିବା ‘ଆଦିତ୍ୟ ଏଲ-୧’ ମହାକାଶଯାନ ଏହାର ଅନ୍ତିମ ପର୍ଯ୍ୟାୟର ନିକଟତର ହୋଇଛି। ଏହାର ଏଲ-୧ ପଏଣ୍ଟରେ ପ୍ରବେଶ ପ୍ରକ୍ରିୟା ଜାରି ରଖିଛି। ଜାନୁଆରୀ ୭ ତାରିଖ ୨୦୨୪ ସୁଦ୍ଧା ଏହାର ପ୍ରକ୍ରିୟା ସମାପ୍ତ ହେବ ବୋଲି ଆଶା କରାଯାଉଛି। ପ୍ରଥମ ଧ୍ୱନି ରକେଟ୍ ଉତକ୍ଷେପଣର ୬୦ ତମ ବର୍ଷକୁ ସ୍ମରଣୀୟ କରିବା ପାଇଁ ବିକ୍ରମ ସାରବାଇ ସ୍ପେସ୍ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଇଏସଆର ମୁଖ୍ୟ ପିଟିଆଇକୁ କହିଛନ୍ତି ଯେ, ଆଦିତ୍ୟ ରାସ୍ତାରେ ଅଛି। ମୁଁ ଭାବୁଛି ଏହା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର

ସାବରମତିରେ ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ: ବୁଥ ବାହାରେ ଲାଗିଲା ମୋଦୀ-ମୋଦୀ ସ୍ଲୋଗାନ

ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ପ୍ରଧାନମନ୍ତ୍ରୀ ମୋଦୀ ସାବରମତି ବିଧାନସଭା ଆସନରେ ମଧ୍ୟ ଭୋଟ୍ ଦେଇଛନ୍ତି। ସକାଳ ୮ ଟାରୁ ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖାଯାଉଛି। ମତଦାନ ବୁଥରେ ସକାଳ ଠାରୁ ଭୋଟରଙ୍କ ଲାମ୍ବା ଧାଡ଼ି ଲାଗିରହିଛି। ଆଜି ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୧୪ ଟି ଜିଲ୍ଲାର ୯୩ ଟି ବିଧାନସଭା ଆସନରେ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଭୋଟ୍ ଜାରି ରହିବ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଭୋଟ୍ ଦେବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ମୁଁ ଅନୁରୋଧ କରୁଛି ଯେ ସମସ୍ତ ଲୋକ, ବିଶେଷକରି ଯୁବ ଭୋଟର ଏବଂ ମହିଳା ଭୋଟରମାନେ ବହୁ ସଂଖ୍ୟାରେ ଭୋଟ୍ ଦେବାକୁ ଆସନ୍ତୁ। ଅମିତ ଶାହା ମଧ୍ୟ ଲୋକଙ୍କୁ ଭୋଟ୍ ବିଷୟରେ ଅବଗତ କରାଇ ଗୁଜୁରାଟରେ ଶାନ୍ତି ଏବଂ ସମୃଦ୍ଧି ପାଇଁ ସର୍ବାଧିକ ସଂଖ୍ୟାରେ ଭୋଟ୍ ଦେବାକୁ ନିବେଦନ କରିଛନ୍ତି।

ଦ୍ୱିତୀୟ ପର୍ଯ୍ୟାୟ ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘର ସହର ସାବରମତି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହର ଅହମ୍ମଦାବାଦରେ ମଧ୍ୟ ମତଦାନ ଚାଲିଛି। ଗୁଜୁରାଟ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଭୋଟ୍ ଦେଇଛନ୍ତି। ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଅହମ୍ମଦାବାଦ ରାନିପସ୍ଥିତ ନିଶାନ ପବ୍ଲିକ ସ୍କୁଲରେ ପହଞ୍ଚିଲେ, ସେତେବେଳେ ତାଙ୍କୁ ଢୋଲ ବଜାଇ ସ୍ୱାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ଲୋକମାନେ ସକାଳୁ ଏଠାରେ ଏକତ୍ରିତ ହୋଇଥିଲେ। ଗୁଜୁରାଟରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ଅଛନ୍ତି ଏବଂ ସେ ମଧ୍ୟ ଭୋଟ୍ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୁବ ଶୀଘ୍ର ଘୋଷଣା ହେବ ପୌର ନିର୍ବାଚନ ତାରିଖ: ବିଜ୍ଞପ୍ତି ପ୍ରକାଶ କଲା ନଗର ଉନ୍ନୟନ ବିଭାଗ

ଭୁବନେଶ୍ଵର: ରାଜ୍ୟରେ ଏବେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ହେବାକୁ ଥିବା ବେଳେ ଆଜି କିଛି ବୁଥରେ ସାନି ମତଦାନ ଜାରି ରହିଛି। ଆସନ୍ତା ୨୬ ତାରିଖରୁ ଭୋଟ ଗଣତି କାର୍ଯ୍ୟକ୍ରମ ଆରମ୍ଭ ହେବ।

ତେବେ ସେପଟେ ପୌର ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯେକୌଣସି ମୂହୁର୍ତ୍ତରେ ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ସମସ୍ତ ପ୍ରସ୍ତୁତି ଶେଷ ହେବା ନେଇ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପୌର ନିର୍ବାଚନ ନେଇ ନିର୍ବାଚନ ଆୟୋଗଙ୍କୁ ନଗର ଉନ୍ନୟନ ବିଭାଗ ଅବଗତ କରିଛି। ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ମହାନଗର ନିଗମରେ ନିର୍ବାଚନ ହେବ। କାଉନସିଲର, କର୍ପୋରେଟର, ପୌରାଧ୍ୟକ୍ଷ ମେୟର ପଦବୀ ପାଇଁ ନିର୍ବାଚନ ହେବ। ୪୮ ଟି ପୌର ପରିଷଦ ପାଇଁ ନିର୍ବାଚନ ହେବାକୁଥିବା ବେଳେ ୫୯ ଟି ବିଜ୍ଞାପିତ ଅଞ୍ଚଳ ଏବଂ ୩ ଟି ମହାନଗର ନିଗମ ପାଇଁ ମତଦାନ ହେବ।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ ନିର୍ବାଚନ: ଆଜି ଅନ୍ତିମ ପର୍ଯ୍ୟାୟ ପାଇଁ ଭୋଟଗ୍ରହଣ, ମେ’ ୨ ରେ ହେବ ଗଣତି

କଲିକତା: ପଶ୍ଚିମବଙ୍ଗରେ ଆଜି ଅନ୍ତିମ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ୮୪ ଲକ୍ଷରୁ ଉର୍ଦ୍ଧ୍ଵ ମତଦାତା ବିଧାନସଭାର ୩୫ ଟି ଆସନ ପାଇଁ ୨୮୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ।

ତେବେ ଭୋଟ ଗ୍ରହଣ ସମୟରେ ତୃଣମୂଳ କଂଗ୍ରେସର ବୀରଭୂମି ଜିଲ୍ଲା ଅଧ୍ୟକ୍ଷ ଅନୁବ୍ରତ ମଣ୍ଡଳଙ୍କ ଉପରେ ସମସ୍ତଙ୍କ ନଜର ରହିବ। କାରଣ ନିର୍ବାଚନ କମିଶନର କଡା ନଜରରେ ଅନୁବ୍ରତ ଅଛନ୍ତି। ଅନେକ ଅଭିଯୋଗ ପରେ ତାଙ୍କୁ ଆସନ୍ତାକାଲି ଭୋଟଗ୍ରହଣ ଶେଷ ହେବା ପର୍ଯ୍ୟନ୍ତ କଡା ନଜରରେ ରଖିବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ଏବଂ ୨୦୧୬ ବିଧାନସଭା ନିର୍ବାଚନ ବେଳେ ମଧ୍ୟ ତାଙ୍କୁ କଡା ନଜରରେ ରଖାଯାଇଥିଲା।

ତେବେ ଆସନ୍ତାକାଲି ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ଥିବା ବେଳେ ମେ’ ୨ ତାରିଖରେ ଭୋଟ ଗଣତି କରାଯିବ। ଭୋଟ ଗଣତି ପରେ ବିଜୟ ଉତ୍ସବ ପାଳନ ନକରିବା ପାଇଁ ବିଜେତା ଦଳଗୁଡିକକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।