ପଶ୍ଚିମବଙ୍ଗ ନିର୍ବାଚନ: ଆଜି ଅନ୍ତିମ ପର୍ଯ୍ୟାୟ ପାଇଁ ଭୋଟଗ୍ରହଣ, ମେ’ ୨ ରେ ହେବ ଗଣତି

Published: Apr 29, 2021, 7:08 am IST

କଲିକତା: ପଶ୍ଚିମବଙ୍ଗରେ ଆଜି ଅନ୍ତିମ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ୮୪ ଲକ୍ଷରୁ ଉର୍ଦ୍ଧ୍ଵ ମତଦାତା ବିଧାନସଭାର ୩୫ ଟି ଆସନ ପାଇଁ ୨୮୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ।

ତେବେ ଭୋଟ ଗ୍ରହଣ ସମୟରେ ତୃଣମୂଳ କଂଗ୍ରେସର ବୀରଭୂମି ଜିଲ୍ଲା ଅଧ୍ୟକ୍ଷ ଅନୁବ୍ରତ ମଣ୍ଡଳଙ୍କ ଉପରେ ସମସ୍ତଙ୍କ ନଜର ରହିବ। କାରଣ ନିର୍ବାଚନ କମିଶନର କଡା ନଜରରେ ଅନୁବ୍ରତ ଅଛନ୍ତି। ଅନେକ ଅଭିଯୋଗ ପରେ ତାଙ୍କୁ ଆସନ୍ତାକାଲି ଭୋଟଗ୍ରହଣ ଶେଷ ହେବା ପର୍ଯ୍ୟନ୍ତ କଡା ନଜରରେ ରଖିବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ଏବଂ ୨୦୧୬ ବିଧାନସଭା ନିର୍ବାଚନ ବେଳେ ମଧ୍ୟ ତାଙ୍କୁ କଡା ନଜରରେ ରଖାଯାଇଥିଲା।

ତେବେ ଆସନ୍ତାକାଲି ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ଥିବା ବେଳେ ମେ’ ୨ ତାରିଖରେ ଭୋଟ ଗଣତି କରାଯିବ। ଭୋଟ ଗଣତି ପରେ ବିଜୟ ଉତ୍ସବ ପାଳନ ନକରିବା ପାଇଁ ବିଜେତା ଦଳଗୁଡିକକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

Related posts