Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ ନିର୍ବାଚନ: ଆଜି ଅନ୍ତିମ ପର୍ଯ୍ୟାୟ ପାଇଁ ଭୋଟଗ୍ରହଣ, ମେ’ ୨ ରେ ହେବ ଗଣତି

କଲିକତା: ପଶ୍ଚିମବଙ୍ଗରେ ଆଜି ଅନ୍ତିମ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ୮୪ ଲକ୍ଷରୁ ଉର୍ଦ୍ଧ୍ଵ ମତଦାତା ବିଧାନସଭାର ୩୫ ଟି ଆସନ ପାଇଁ ୨୮୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ।

ତେବେ ଭୋଟ ଗ୍ରହଣ ସମୟରେ ତୃଣମୂଳ କଂଗ୍ରେସର ବୀରଭୂମି ଜିଲ୍ଲା ଅଧ୍ୟକ୍ଷ ଅନୁବ୍ରତ ମଣ୍ଡଳଙ୍କ ଉପରେ ସମସ୍ତଙ୍କ ନଜର ରହିବ। କାରଣ ନିର୍ବାଚନ କମିଶନର କଡା ନଜରରେ ଅନୁବ୍ରତ ଅଛନ୍ତି। ଅନେକ ଅଭିଯୋଗ ପରେ ତାଙ୍କୁ ଆସନ୍ତାକାଲି ଭୋଟଗ୍ରହଣ ଶେଷ ହେବା ପର୍ଯ୍ୟନ୍ତ କଡା ନଜରରେ ରଖିବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ଏବଂ ୨୦୧୬ ବିଧାନସଭା ନିର୍ବାଚନ ବେଳେ ମଧ୍ୟ ତାଙ୍କୁ କଡା ନଜରରେ ରଖାଯାଇଥିଲା।

ତେବେ ଆସନ୍ତାକାଲି ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ଥିବା ବେଳେ ମେ’ ୨ ତାରିଖରେ ଭୋଟ ଗଣତି କରାଯିବ। ଭୋଟ ଗଣତି ପରେ ବିଜୟ ଉତ୍ସବ ପାଳନ ନକରିବା ପାଇଁ ବିଜେତା ଦଳଗୁଡିକକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ ନିର୍ବାଚନ: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲାଗିଲା ୨୪ ଘଣ୍ଟା ପ୍ରଚାର ବ୍ୟାନ

କଲିକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ନିର୍ବାଚନ କମିଶନର କଡା ପଦକ୍ଷେପ ନେଇଛନ୍ତି। ମମତାଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ ଲଗାଇଛନ୍ତି ନିର୍ବାଚନ କମିଶନର। ଫଳରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ଯନ୍ତ ମମତା ପ୍ରଚାର କରିପାରିବେ ନାହିଁ। କେନ୍ଦ୍ରୀୟ ସୁରକ୍ଷାବଳର ଯବାନଙ୍କ ଉପରେ ଲୋକଙ୍କୁ ବିଦ୍ରୋହ କରିବା ପାଇଁ ପ୍ରବର୍ତ୍ତାଉଥିବା ଅଭିଯୋଗ ହୋଇଥିଲା।

ଗତ ସପ୍ତାହରେ ଏନେଇ କମିଶନର ଦୁଇଥର ମମତାଙ୍କୁ ନୋଟିସ କରିଥିଲେ। ଫଳରେ ଏହି ଅଭିଯୋଗ ଅନୁଯାୟୀ ଆଜି ନିର୍ବାଚନ କମିଶନର ତାଙ୍କୁ ୨୪ ଘଣ୍ଟିଆ ବ୍ୟାନ ଘୋଷଣା କରିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ: ଆକ୍ରମଣରେ ଆହତ ହୋଇଥିବା ୮୫ ବର୍ଷିୟା ବୃଦ୍ଧାଙ୍କ ମୃତ୍ୟୁ, ଟିଏମସିକୁ ଘେରିଲା ବିଜେପି

କଲିକତା: ପଶ୍ଚିମବଙ୍ଗ ନିର୍ବାଚନରେ ବଙ୍ଗଳା ଝିଅକୁ ନେଇ ଯେଉଁ ପୋଷ୍ଟର ଯୁଦ୍ଧ ଲାଗିଥିଲା, ଏବେ ତାଙ୍କର ମୃତ୍ୟୁ ହୋଇଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟୁଇଟ କରି ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି। ଟୁଇଟରେ ଦୁଃଖ ପ୍ରକାଶ କରି ତୃଣମୂଳ କଂଗ୍ରେସକୁ ସେମାନେ ଘେରିଛନ୍ତି।

ଟୁଇଟରେ ଅମିତ ଶାହ ଲେଖିଛନ୍ତି ଯେ, ବଙ୍ଗଳାର ଝିଅ ଶୋଭା ମଜୁମଦାରଙ୍କ ନିଧନରେ ଆତ୍ମାକୁ ବହୁତ କଷ୍ଟ ହୋଇଛି। ଟିଏମସିର ଗୁଣ୍ଡାମାନେ ଏତେ ଅମାନବୀୟ ଭାବେ ପିଟିଲେ ଯେ, ତାଙ୍କର ଜୀବନ ଚାଲିଗଲା।

ସେହିଭଳି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦୁଃଖ ବ୍ୟକ୍ତ କରି କହିଛନ୍ତି ଯେ, ବୃଦ୍ଧା ମା’ ଶୋଭା ମଜୁମଦାରଙ୍କ ଆତ୍ମାକୁ ଇଶ୍ଵର ଶାନ୍ତି ପ୍ରଦାନ କରନ୍ତୁ। ପୁଅ ଗୋପାଳ ମଜୁମଦାର ବିଜେପିର ସଦସ୍ୟ ହୋଇଥିବାରୁ ତାଙ୍କୁ ହତ୍ୟା କରାଗଲା। ତାଙ୍କ ବଳିଦାନ ସର୍ବଦା ମନେ ରହିବ। ସେ ମଧ୍ୟ ବଙ୍ଗଳାର ମା’ ଥିଲେ, ଝିଅ ଥିଲେ। ବିଜେପି ସର୍ବଦା ମା’ ଏବଂ ଝିଅର ସୁରକ୍ଷା ପାଇଁ ଲଢେଇ ଜାରି ରଖିବ।

ଉଲ୍ଲେଖ ଯୋଗ୍ୟ ଯେ, ଉତ୍ତର ୨୪ ପରଗନା ଜିଲ୍ଲାର ନିମଟାରେ ବିଜେପି କର୍ମୀ ଗୋପାଳ ମଜୁମଦାର ଏବଂ ତାଙ୍କ ୮୫ ବର୍ଷିୟା ମା’ ଶୋଭା ମଜୁମଦାରଙ୍କ ଉପରେ ଆକ୍ରମଣ ହୋଇଥିଲା। ଶୋଭା କହିଥିଲେ ଯେ, ମୋ ପୁଅ ବିଜେପି କର୍ମୀ ସେଥିପାଇଁ ତାଙ୍କୁ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ଶୋଭା ମଧ୍ୟ ଗୁରୁତର ହୋଇପଡିଥିଲେ।

କିନ୍ତୁ ଶୋଭାଙ୍କ ଆଉ ଏକ ପୁଅ ବିଜେପି ଉପରେ ଅଭିଯୋଗ ଆଣିଥିଲେ। ବିଜେପି ସେମାନଙ୍କ ଉପରେ ଆକ୍ରମଣ କରିଛି ବୋଲି ସେ ଅଭିଯୋଗ କରିଥିଲେ। ଏହାର ଏକ ଭିଡ଼ିଓ ଟିଏମସି ସାଂସଦ ନୁସରତ ଜହାଁ ସେୟାର କରିଥିଲେ।

କିନ୍ତୁ ଏହି ଭିଡ଼ିଓ ପରେ ଗୋବିନ୍ଦଙ୍କ ସହ ଆମର କୌଣସି ସମ୍ପର୍କ ନାହିଁ ବୋଲି ଆକ୍ରମଣର ଶିକାର ହୋଇଥିବା ଗୋପାଳ କହିଥିଲେ। ଗୋବିନ୍ଦ ଜଣେ ଟିଏମସିର କର୍ମୀ ବୋଲି ସେ କହିଥିଲେ। ତେଣୁ ତାଙ୍କ ଦଳକୁ ରକ୍ଷା କରିବାକୁ ଯାଇ ସେ ବିଜେପି ଉପରେ ଅଭିଯୋଗ କରୁଛନ୍ତି ବୋଲି ଗୋପାଳ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗରେ ନିର୍ବାଚନ ନ ଲଢ଼ି ମମତାଙ୍କୁ ସମର୍ଥନ କରିବ ଶିବସେନା

ନୂଆଦିଲ୍ଲୀ: ଶିବସେନା ମୁଖପାତ୍ର ସଂଜୟ ରାଉତ ଗୁରୁତବାର ଦିନ ସ୍ପଷ୍ଟ କରିଛନ୍ତି ଯେ, ସେ ପଶ୍ଚିମବଙ୍ଗ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ନାହିଁ। କିନ୍ତୁ ରାଜ୍ୟରେ ମମତା ବାନାର୍ଜୀଙ୍କୁ ସମର୍ଥନ କରିବେ। ସେ କହିଛନ୍ତି ଯେ, ଶିବସେନା ପଶ୍ଚିମବଙ୍ଗରେ ନିର୍ବାଚନ ଲଢ଼ିବ କି ନାହିଁ ତାହା ଜାଣିବାକୁ ଲୋକମାନେ ଆଗ୍ରହୀ। କିନ୍ତୁ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଦଳ ନିଷ୍ପତି ନେଇଛି ଯେ ଆମେ ନିର୍ବାଚନ ଲଢ଼ିବୁ ନାହିଁ। ପଶ୍ଚିମବଙ୍ଗରେ ମମତା ଦିଦିଙ୍କ ସହ ଛିଡ଼ା ହେବେ।

ସଂଜୟ ରାଉତ କହିଛନ୍ତି ଯେ, ମମତା ବାନାର୍ଜୀଙ୍କ କୌଣସି ପ୍ରାର୍ଥୀଙ୍କ ବିରୁଦ୍ଧରେ ନିର୍ବାଚନ ଲଢ଼ିବା ଆମର ଉଦ୍ଦେଶ୍ୟ ନୁହେଁ। ସେ କେନ୍ଦ୍ରରେ ମୋଦି ସରକାରଙ୍କୁ ଆକ୍ରମଣ କରି କହିଛନ୍ତି ଯେ, ମମତା ବାନାର୍ଜୀଙ୍କ ବିରୁଦ୍ଧରେ ସମସ୍ ପ୍ରକାର ଅର୍ଥ, ଶକ୍ତି ଏବଂ ଗଣମାଧ୍ୟମ ବ୍ୟବହାର କରାଯାଉଛି। ତେଣୁ ଶିବସେନା ମମତା ବାନାର୍ଜୀଙ୍କୁ ସମର୍ଥନ କରିବାକୁ ନିଷ୍ପତି ନେଇଛନ୍ତି। ସେ କହିଛନ୍ତି ଯେ, ମମତା ବାନାର୍ଜୀଙ୍କ ବିଜୟ ପାଇଁ ସେ ପ୍ରାର୍ଥନା କରିବେ।

ବାନାର୍ଜୀ ହେଉଛି ପଶ୍ଚିମବଙ୍ଗର ପ୍ରକୃତ ବାଘ। ଏହା ପୂର୍ବରୁ ଜାନୁଆରୀ ମାସରେ ସେ ଘୋଷଣା କରିଥିଲେ ଯେ, ତାଙ୍କ ଦଳ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବ, କିନ୍ତୁ ବର୍ତ୍ତମାନ ଦଳ ସ୍ପଷ୍ଟ କରିଛି ଯେ ପଶ୍ଚିମବଙ୍ଗରେ ପ୍ରତିଦ୍ୱନ୍ଦିତା କରିବ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ମମତା ବାନାର୍ଜୀଙ୍କୁ ଆଉ ଏକ ଝଟକା: ମନ୍ତ୍ରୀ ପଦବୀରୁ ଇସ୍ତଫା ଦେଲେ ରାଜୀବ ବାନାର୍ଜୀ

କୋଲକୋତା: ପଶ୍ଚିମବଙ୍ଗ ନିର୍ବାଚନ ଯେତେ ନିକଟତର ହେଉଛି ସେତେ ତୃଣମୁଳ କଂଗ୍ରେସରୁ ନେତାଙ୍କ ଇସ୍ତଫା ଦେବା ବଢିବାରେ ଲାଗିଛି। ଆଜି ଏହି ଧାରାରେ ଆଉ ଜଣେ ତୃଣମୁଳ କଂଗ୍ରେସ ନେତା ତଥା ରାଜ୍ୟର ବନ୍ୟ ବିଭାଗ ମନ୍ତ୍ରୀ ସାମିଲ ହୋଇଛନ୍ତି। ମନ୍ତ୍ରୀ ରାଜୀବ ବାନାର୍ଜୀ ଆଜି ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟକୁ ପଠାଇଦେଇଛନ୍ତି।

ନିଜର ଇସ୍ତଫା ପତ୍ରରେ ରାଜୀବ ବାନାର୍ଜୀ ଲେଖିଛନ୍ତି ଯେ, ପଶ୍ଚିମବଙ୍ଗର ଲୋକଙ୍କୁ ସେବା କରି ମୁଁ ଗର୍ବିତ। ଜନସାଧାରଣ ଏଭଳି ସୁଯୋଗ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ରାଜୀବ ପୂର୍ବରୁ ଅନେକ କ୍ଯାବିନେଟ ବୈଠକରେ ଯୋଗ ଦେଇନଥିଲେ। ଯାହାଦ୍ୱାରା ସେ ନିଜ ପଦବୀରୁ ଓହରିଯିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ହେଲେ ବର୍ତ୍ତମାନ ସେ ଦଳର ସଦସ୍ୟତା ପଦବୀରୁ ଇସ୍ତଫା ଦେଇନାହାନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଚଳିତ ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ ଏବଂ ଏହା ପୂର୍ବରୁ ବହୁ ତୃଣମୁଳ କଂଗ୍ରେସ ନେତା ଦଳରୁ ଇସ୍ତଫା ଦେଉଛନ୍ତି। ଶୁଭେନ୍ଦୁ ଅଧିକାରୀ ପୂର୍ବରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି। କିଛି ଦିନ ପରେ ଲକ୍ଷ୍ମୀ ରତ୍ନ ଶୁକ୍ଲା ନିଜର ମନ୍ତ୍ରୀ ପଦବୀ ଛାଡିଛନ୍ତି। ତୃଣମୁଳ କଂଗ୍ରେସର କେତେଜଣ ବିଧାୟକ, ସ୍ଥାନୀୟ ନେତା ମଧ୍ୟ ଦଳ ଛାଡି ବିଜେପିରେ ସାମିଲ ହୋଇସାରିଛନ୍ତି।

ସୂଚନା ମୁତାବକ, ଏହି ସପ୍ତାହରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗର ଏକ ରାଜନୈତିକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଛନ୍ତି। ତାଙ୍କର ଏହି କାର୍ଯ୍ୟକ୍ରମରେ ତୃଣମୁଳ କଂଗ୍ରେସର ଆହୁରି ଅନେକ ନେତା ବିଜେପିରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି।