Categories
ଆଜିର ଖବର ଜାତୀୟ ଖବର

ଅବକାରୀ ଦୁର୍ନୀତି ମାମଲା: ଅରବିନ୍ଦ କେଜ୍ରିୱାଲଙ୍କୁ ଚତୁର୍ଥ ସମନ, ଜାନୁଆରୀ ୧୮ରେ ଇଡି କରିବ ଜେରା

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଚତୁର୍ଥ ସମନ ଜାରି କରିଛି। ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ ପଚରାଉଚରା ପାଇଁ ଇଡି ତାଙ୍କୁ ଚତୁର୍ଥ ଥର ପାଇଁ ସମନ ଜାରି କରିଛି। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଜାନୁଆରୀ ୧୮ ତାରିଖରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଅଫିସରେ ହାଜର ହେବାକୁ କହିଛି। ଏବେ ଦେଖିବାକୁ ବାକି ରହିଲା ଯେ AAP ର ଜାତୀୟ ସଂଯୋଜକ ଚତୁର୍ଥ ଥର ପାଇଁ ଜେରାରେ ଯୋଗ ଦେଉଛନ୍ତି କି ନାହିଁ।

ଏହାପୂର୍ବରୁ, ଦିଲ୍ଲୀ ଅବକାରୀ ନୀତି ମାମଲାରେନଭେମ୍ବର ୨ ତାରିଖ ୨୦୨୩, ଡିସେମ୍ବର ୨୧ ତାରିଖ ୨୦୨୩ ଏବଂ ଜାନୁୟାରୀ ୩ ତାରିଖ ୨୦୨୪ ରେ ପଚରାଉଚରା ପାଇଁ ଇଡି ଦିଲ୍ଲୀ ସିଏମଙ୍କୁ ଡାକିଥିଲା। କିନ୍ତୁ ତିନିଥର ପଚରାଉଚରା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଡିରେ ହାଜର ହୋଇନଥିଲେ। ପ୍ରତ୍ୟେକ ଥର ସେ ଏକ ଚିଠି ଜାରି କରି ଇଡିର ଡାକରାକୁ ବେଆଇନ ବୋଲି କହିଥିଲେ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ କେଉଁ ଆଧାରରେ ଡାକିବାକୁ ଚାହୁଁଛନ୍ତି ଏହାର ଉତ୍ତର ମାଗିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ନୋଟିସ: ନଭେମ୍ବର ୨ ରେ ଜେରା କରିବ ଇଡି

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ଅବକାରୀ ନୀତି ସହ ଜଡିତ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନୋଟିସ ପଠାଇଛି। ଆଜି ଇଡି ଏକ ବିଜ୍ଞପ୍ତି ଜାରି କରି ତାଙ୍କୁ ନଭେମ୍ବର ୨ ତାରିଖରେ ଜେରା ପାଇଁ ଡାକିଛି।

ଏହାପୂର୍ବରୁ ଆଜି ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜାମିନ ପାଇଁ ସୁପ୍ରିମକୋର୍ଟରେ ପହଞ୍ଚିଥିବା ଆମ୍ ଆଦମୀ ପାର୍ଟି ସରକାରଙ୍କ ପୂର୍ବତନ ଡେପୁଟି ସିଏମ୍ ମନୀଷ ସିସୋଦିଆଙ୍କୁ ବଡ ଝଟକା ଲାଗିଛି। ତାଙ୍କୁ ଜାମିନ ଦେବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି।

ଅରବିନ୍ଦ କେଜ୍ରିୱାଲଙ୍କୁ ନୋଟିସ ପାଇବା ପରେ ଦିଲ୍ଲୀ ସରକାରୀ ମନ୍ତ୍ରୀ ସୌରଭ ଭରଦ୍ବାଜ କହିଛନ୍ତି ଯେ, ଇଡି ବର୍ତ୍ତମାନ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ସମନ ପଠାଇଛି, ଏଥିରୁ ସ୍ପଷ୍ଟ ହୋଇଛି ଯେ କେନ୍ଦ୍ର ସରକାର କୌଣସି ଉପାୟରେ ଆମ୍ ଆଦମୀ ପାର୍ଟିକୁ ଧ୍ୱଂସ କରିବାକୁ ଚାହୁଁଛନ୍ତି। ତେଣୁ ଅରବିନ୍ଦ କେଜ୍ରିୱାଲଙ୍କୁ ଜେଲକୁ ପଠାଇବା ଏବଂ ଆମ୍ ଆଦମୀ ପାର୍ଟିକୁ ଧ୍ୱଂସ କରିବାକୁ ଉଦ୍ୟମ କରାଯାଉଛି।