Categories
ଆଞ୍ଚଳିକ

୨୫ତମ ବାର୍ଷିକ ପୂଜା ଉତ୍ସବ ପାଳୁଛି ବୀଣାପାଣି କ୍ଲବ: ୧୬ ରେ ଆସିବେ କଣ୍ଠଶିଳ୍ପୀ ଅଭିଜିତ ଓ ପମି

ରଣପୁର: ନୟାଗଡ ଜିଲ୍ଲା ରଣପୁର ଏନ.ଏ.ସି. ସ୍ଥିତ ବୀଣାପାଣି କ୍ଲବ ଆନୁକୂଲ୍ୟରେ ୨୫ତମ ବାର୍ଷିକ ପୂଜା ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ କ୍ଲବର ସଦସ୍ୟମାନଙ୍କ ଦ୍ୱାରା ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କ ପୂଜା ମେଢ଼କୁ ଅତି ଆକାର୍ଷଣୀୟ ଭାବେ ସଜା ଯାଇଛି।  ଏହି ମେଢ଼କୁ ଦେଖିବା ପାଇଁ ବହୁ ଲୋକଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି।

୨୫ତମ ବାର୍ଷିକ ପୂଜା ଉପଲକ୍ଷେ କ୍ଲବ ଦ୍ୱାରା ଫେବୃଆରୀ ୧୫ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି।  କ୍ଲବ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁଯାୟୀ ଫେବୃଆରୀ ୧୫ ତାରିଖରେ ଡ୍ୟାନ୍ସ ଧମକା, ଫେବୃଆରୀ ୧୬ ତାରିଖରେ ମେଲୋଡି ନାଇଟ, ଫେବୃଆରୀ ୧୭ ତାରିଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଫେବୃଆରୀ ୧୮ ତାରିଖରେ ଭସାଣି ଉତ୍ସବର କାର୍ଯ୍ୟସୂଚୀ ରହିଛି। ୧୬ ତାରିଖ ମେଲୋଡି ନାଇଟରେ ଅର୍କେଷ୍ଟ୍ରା ସା-ରେ-ଗା-ମା-ପା କଣ୍ଠଶିଳ୍ପୀ ସଙ୍ଗୀତକାର ଅଭିଜିତ ମଜୁମଦାର ଏବଂ କଣ୍ଠଶିଳ୍ପୀ ପମି ମିଶ୍ର ଯୋଗ ଦେବାର ମଧ୍ୟ ସୂଚନା ରହିଛି।