Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅଭିଜିତ ମଜୁମଦାରଙ୍କ ଆଶୁ ଆରୋଗ୍ୟ କାମନା କରି ସମୂହ ଦୀପ ଦାନ କଲେ ଓଲିଉଡ଼ ପରିବାର
ବିଶେଷ ଖବର

ଅଭିଜିତ ମଜୁମଦାରଙ୍କ ଆଶୁ ଆରୋଗ୍ୟ କାମନା କରି ସମୂହ ଦୀପ ଦାନ କଲେ ଓଲିଉଡ଼ ପରିବାର

September 10, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅଭିଜିତ ମଜୁମଦାର
ଅଭିଜିତ ମଜୁମଦାରଙ୍କ ଆଶୁ ଆରୋଗ୍ୟ କାମନା କରି ସମୂହ ଦୀପ ଦାନ କଲେ ଓଲିଉଡ଼ ପରିବାର

ଭୁବନେଶ୍ବର: ଅଭିଜିତ ମଜୁମଦାର, ଓଡିଆ ସଙ୍ଗୀତ ଜଗତର ମେଲୋଡି କିଙ୍ଗ ଓ ମନୋରଂଜନ ଦୁନିଆର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ । ସଙ୍ଗୀତରେ ଶ୍ରୋତାଙ୍କୁ ବାନ୍ଧି ରଖିବାର କଳା ତାଙ୍କୁ ବେଶ୍‌ ଜଣା। ସଙ୍ଗୀତରେ ସମସ୍ତଙ୍କୁ ମତୁଆଲା କରୁଥିବା ଅଭିଜିତ ଦା’ ଏବେ କୋମାରେ ।

ତେଣୁ ତାଙ୍କ ସୁସ୍ଥତା କାମନା କରି ଓଡିଶା ଫିଲ୍ମ ଡିଷ୍ଟ୍ରିବ୍ୟୁସନ ସିଣ୍ଡିକେଟର ସମ୍ପାଦକ ଶ୍ରୀଯୁକ୍ତ ସଚ୍ଚିକାନ୍ତ ଜେନାଙ୍କ ସମେତ ପ୍ରଯୋଜକ ଶ୍ରୀଧର ମାର୍ଥା, ଜୁବୁଲି ସୁନ୍ଦରାୟ, ସଂଳାପକାର ଡଃ ରଜନୀ ରଞ୍ଜନ, ପ୍ରଯୋଜକ ତଥା ନିର୍ଦ୍ଦେଶକ ଗଦାଧର ପୁଟ୍ଟୀ, ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ, ଶ୍ରୀତମ ଦାସ, ପ୍ରଯୋଜକ ବିବେକାନନ୍ଦ ବାରିକ, ସଞ୍ଜୟ ଭଟ୍ଟ, ଖଗେଶ୍ୱର ଜୟପୁରିଆ, ଇଂଫ୍ଲୁଏନ୍ସର ପ୍ରକାଶ ନାୟକ କୋରିଓଗ୍ରାଫର ଲୁବୁନ, ଅଭିନେତ୍ରୀ ଅଙ୍କିତା, ପ୍ରିୟ ରଞ୍ଜନ ମହାନ୍ତି, କଣ୍ଠଶିଳ୍ପୀ ଅଂଶୁମାନ ନାୟକ, ଅନ୍ତରୀକ୍ଷା ନାୟକ, ପ୍ରଦୀପ ଏବଂ ଅନେକ ସଂଗୀତଜ୍ଞ ଓ ଓଲିଉଡ଼ ପରିବାରବର୍ଗ ଶ୍ରୀରାମ ମନ୍ଦିରରେ ସମୂହ ଦୀପ ଦାନ କରିଥିଲେ।

ଜୀବନ ସହ ସଂଗ୍ରାମ କରୁଥିବା ଅଭିଜିତ୍ ମଜୁମଦାର ଏବେ ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ। ଇତି ମଧ୍ୟରେ ଓଡ଼ିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ଏମ୍ସ ଭୁବନେଶ୍ବର ଗସ୍ତ କରିଥିଲେ।

ତାଙ୍କ ଆରୋଗ୍ୟ କାମନା ପାଇଁ ଓଲିଉଡ଼ ପରିବାର ଏକାଠି ହୋଇ ସମୂହ ଦୀପ ଦାନ କରି ପ୍ରଭୁ ଶ୍ରୀରାମ ଙ୍କୁ ନିବେଦନ କରିଛନ୍ତି । ଅନେକ କଳାକାରଙ୍କ ସମେତ ନେତା, ମନ୍ତ୍ରୀ ମଧ୍ୟ ତାଙ୍କ ଆରୋଗ୍ୟ କାମନା ପାଇଁ ନିବେଦନ କରୁଛନ୍ତି । କେହି କେହି ଦୀପ ଜାଳୁଥିବା ବେଳେ ଅନେକ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରୁଛନ୍ତି ।

‘ଲୋକପ୍ରିୟ ସଙ୍ଗୀତଜ୍ଞ ଅଭିଜିତ ମଜୁମଦାର ଯିଏ ଘରେ ଘରେ ପରିଚିତ, ତାଙ୍କ ଅସୁସ୍ଥତା ଆମକୁ କଷ୍ଟ ଦେଇଛି ବୋଲି ସମସ୍ତେ କହିଥିଲେ । ତାଙ୍କ ଫ୍ୟାନ୍ସ ସମେତ ସମସ୍ତ ଓଡ଼ିଶାବାସୀ ତାଙ୍କ ସୁସ୍ଥତା ପାଇଁ ମଧ୍ୟ ପ୍ରାର୍ଥନା କରୁଛନ୍ତି । ଯଥାଶୀଘ୍ର ସେ ସୁସ୍ଥ ହୋଇ ଫେରନ୍ତୁ ଏବଂ ତାଙ୍କ ସଙ୍ଗୀତ ଯାତ୍ରା ଜାରି ରଖନ୍ତୁ ବୋଲି କୋହ ଭରା କଣ୍ଠରେ ଓଲିଉଡ଼ ପରିବାରବର୍ଗ ଙ୍କ ମୁହଁ ରୁ ଶୁଣିବାକୁ ମିଳୁଛି। ‘

Read English News- Amit Gupta, a Visionary Leader Transforming Agriculture with Passion and Purpose (CLICK HERE)

ଅଭିଜିତ ମଜୁମଦାର ସମୁହଦୀପଦାନ
Share. Facebook Twitter LinkedIn Email WhatsApp Copy Link

Related Posts

ଲିଙ୍ଗରାଜ ମନ୍ଦିରରେ ସେବାୟତ ବିବାଦ: ରାତିରୁ ନୀତିକାନ୍ତି ବନ୍ଦ

September 18, 2026

ପୋଲିସ କବଜାରେ ଦୁର୍ଦ୍ଦାନ୍ତ ମାଓନେତା ଅସୀମ: ମୁଣ୍ଡ ଉପରେ ଥିଲା ୨.୨୦ କୋଟିର ପୁରସ୍କାର

September 18, 2026

ପାସପୋର୍ଟ ନିୟମରେ ବଡ଼ ପରିବର୍ତ୍ତନ କଲେ ସରକାର: ବୃଦ୍ଧି ହେବ କି ଫି’?

September 18, 2026

ପୁଅର ଚିକିତ୍ସା ପାଇଁ ଛାଡ଼ିଥିଲେ ଚାକିରି: ମହିଳା ବିଚାରପତିଙ୍କୁ ପୁନଃନିଯୁକ୍ତି ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

September 18, 2026
Latest News

ଲିଙ୍ଗରାଜ ମନ୍ଦିରରେ ସେବାୟତ ବିବାଦ: ରାତିରୁ ନୀତିକାନ୍ତି ବନ୍ଦ

September 18, 2026

ଭାରତୀୟ-ଆମେରିକୀୟ କଂଗ୍ରେସ ସଦସ୍ୟଙ୍କ ବିଶ୍ୱାସଘାତକତା!: ଶୁଳ୍କ ଲାଗୁ କରିବାକୁ ଦେଲେ ଭୋଟ୍

September 18, 2026

ମମତା ବାନାର୍ଜୀଙ୍କ ପରେ ଏବେ ନିର୍ବାଚନ କମିଶନଙ୍କ ନିକଟକୁ ନାମ ପଠାଇଲେ ରୀତବ୍ରତ ଗୋଷ୍ଠୀ

September 18, 2026

ଆଉ କିଛି ସମୟ ପରେ ଏସୀୟ କ୍ରୀଡ଼ାର କ୍ୱାର୍ଟରଫାଇନାଲ: ଜାପାନକୁ ଭେଟିବ ଟିମ୍ ଇଣ୍ଡିଆ

September 18, 2026

ପୁରୁଣା ରୂପା ଅଳଙ୍କାରକୁ ଦିଅନ୍ତୁ ନୂଆ ଲୁକ୍‌; ଜାଣନ୍ତୁ ସଫା କରିବାର ସହଜ ଉପାୟ

September 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.