Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଓଡିଶା ଟିଭି କଳାକାର ସଙ୍ଘ ତରଫରୁ ଅଭିନେତା ରବି ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର, ଓଡିଶା ଟିଭି କଳାକାର ସଙ୍ଘ (ଓଟା) ତରଫରୁ ଭୁବନେଶ୍ୱର ସ୍ଥିତ ପଦ୍ମିନୀ ହୋଟେଲରେ ଦିବଂଗତ ଅଭିନେତା ରବି ମିଶ୍ର ଙ୍କର ଶ୍ରଦ୍ଧାଞ୍ଜଳୀ ଉତ୍ସବ ସଙ୍ଘର ସଭାପତି ଶ୍ରୀ ଉତ୍ତମ ମହାନ୍ତି ଙ୍କର ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା । ଟିଭି ଦୁନିଆଁ ର ବହୁ କଳାକାର ମାନେ ଏହି ଶ୍ରଦ୍ଧାଞ୍ଜଳୀ ଉତ୍ସବ ରେ ଯୋଗ ଦେଇ ସ୍ବର୍ଗତ ରବି ମିଶ୍ରଙ୍କର ଅଭିନୟ ଓ ତାଙ୍କର ଅବଦାନ ଅତୁଳନୀୟ ଅବଦାନ ଓଡ଼ିଆ ଚଳଚ୍ଚିତ୍ର ଜଗତ ଓ କଳାକାର କେବେବି ଭୁଲିବନ।

ଏହି ଉତ୍ସବ ରେ ଅନ୍ୟ ମାନଙ୍କ ମଧ୍ୟରେ କାର‌୍ୟ୍ୟକ।ରି ସଭାପତି କେଦାର ମିଶ୍ର, ରୁଷି ପଟ୍ଟନାୟକ, ଭୁପତି ତ୍ରିପାଠୀ, କୀର୍ତ୍ତି ମହାନ୍ତି, ପ୍ରୀତିରାଜ ଶତପଥୀ, ଅନନ୍ତ ମିଶ୍ର, ଗୁନା ମହାପାତ୍ର, ବାପି ରାୟ ଯୋଗ ଦେଇଥିଲେ ଏବଂ ଶେଷରେ ସଙ୍ଘ ର ସମ୍ପାଦକ ଶ୍ରୀ ନରେନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ସ୍ବର୍ଗତ ରବି ମିଶ୍ରଙ୍କର ଝିଅ ଓ ଜୋଇଁ ମଧ୍ୟ୍ୟ ଯୋଗ ଦେଇଥିଲେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ବରିଷ୍ଠ ଅଭିନେତା ତଥା ଗୋପାଳ ରହସ୍ୟ ଫେମ ରବି ମିଶ୍ର ଆଉ ନାହାଁନ୍ତି

ଭୁବନେଶ୍ବର, ଓଡିଆ ଚଳଚିତ୍ର ତଥା ଧାରାବାହିକର ବରିଷ୍ଠ ଅଭିନେତା ରବି ମିଶ୍ରଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 64 ବର୍ଷ ବୟସ ହୋଇଥିଲା। ସେ ହୃଦରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁରେ ଓଡିଆ ଚଳଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।

ରବି ମିଶ୍ର ଦୂରଦର୍ଶନରେ ପ୍ରସାରିତ ଗୋପାଳ ରହସ୍ୟରେ ନିଜର ଅଭିନୟ ଦକ୍ଷତା ପ୍ରତିପାଦନ କରିପାରିିଥିଲେ। 90 ଦଶକରେ ପ୍ରସାରିତ ଏହି ଧାରାବାହିକ ସେତେବେଳେ ବେଶ୍ ଲୋକପ୍ରିୟତା ଅର୍ଜନ କରିପାରିଥିଲା। ସେ ମଞ୍ଚ ନାଟକରୁ ନିଜର ଅଭିନୟର ଯାତ୍ରା ଆରମ୍ଭ କରିଥିଲେ। ବର୍ତ୍ତମାନ ତାଙ୍କ ଅଭିନିତ ହେ ପ୍ରଭୃ ଧାରାବାହିକ ଜୀ ସାର୍ଥକରେ ପ୍ରସାରିତ ହେଉଛି।