Categories
ଆଜିର ଖବର ଖେଳ ରାଜ୍ୟ ଖବର

ଜନ୍ମ ଦିନରେ ଦିଲ୍ଲୀପ ତିର୍କୀଙ୍କୁ ଦିଆଗଲା ନାଗରିକ ସମ୍ବର୍ଦ୍ଧନା

ଭୁବନେଶ୍ବର: ଆଜି ଭୁବନେଶ୍ୱରର ଏକ ତାରକା ହୋଟେଲଠାରେ ହକି ତାରକା ତଥା ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କ ଜନ୍ମ ଦିନ ପାଳନ କରାଯାଇଛି। ଏହି ଜନ୍ମଦିନ ଭୁବନେଶ୍ବରର ନାଗରିକ ସମାଜ ତରଫରୁ ଆୟୋଜିତ କରାଯାଇଥିଲା। ଏଥିରେ ଦିଲ୍ଲୀପଙ୍କ ସହିତ ତାଙ୍କ ପତ୍ନୀ ଏବଂ ପୁତ୍ର ମଧ୍ୟ ଯୋଗ ଦେଇଥିଲେ।

ଏହି ସମାରୋହ ରେ ଅଭିନେତା ସବ୍ୟସାଚୀ, ଅଭିନେତ୍ରୀ ଅର୍ଚ୍ଚିତା,ଫୁଟବଲ ତାରକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ବହୁ ପ୍ରଶିକ୍ଷକ, ଅଶୋକ ମହାନ୍ତି, ସହ ନିର୍ଦ୍ଦେଶକ ଶୈଳେନ୍ଦ୍ର ଜେନା, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ, ମଧୁକୁଞ୍ଜ ର ପ୍ରବୀଣ ଅଗ୍ରୱାଲ,ଏହି ଉତ୍ସବ ଟିକୁ ଅଭିନେତା ତଥା ସମାଜ ସେବି ରୁଷି ପଟ୍ଟନାୟକ ପରିଚାଳନା କରିଥିଲେ। ତାଙ୍କର ଧର୍ମ ପତ୍ନୀ ଓ ପୁତ୍ର ମଧ୍ୟ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସିନେମା

ବାହାଘର ସାରି ଭୁବନେଶ୍ବର ଫେରିଲେ ସବ୍ୟର୍ଚ୍ଚିତା, ଅର୍ଚ୍ଚିତାଙ୍କ ହାତରେ ଭର୍ତ୍ତି ହୋଇଛି ଚୁଡି

ଭୁବନେଶ୍ବର, ରାଜସ୍ଥାନରେ ଏକ ରାଜକୀୟ ଢଙ୍ଗରେ ବାହାଘର ସାରିବା ପରେ ଆଜି ଭୁବନେଶ୍ବର ଫେରିଛନ୍ତି ସବ୍ୟର୍ଚ୍ଚିତା। ଓଡିଆ ଚଳଚିତ୍ରର ଏହି ଚର୍ଚ୍ଚିତ ଦମ୍ପତିଙ୍କୁ ଭୁବନେଶ୍ବରର ବିମାନ ବନ୍ଦରରେ ପରିବାର ବର୍ଗ ତଥା ତାଙ୍କ ପ୍ରଶଂସକମାନେ ଫୁଲତୋଡା ଦେଇ ସ୍ବାଗତ କରିଥିଲେ। ସବ୍ୟର୍ଚ୍ଚିତା ଚଳିତ ମାର୍ଚ୍ଚ ଏକ ତାରିଖରେ ବିବାହ ବନ୍ଧନର ବାନ୍ଧି ହୋଇଥିଲେ। ଖୁବ କମ ସଂଖ୍ୟକ ବନ୍ଧୁଙ୍କୁ ନେଇ ଏହି ବାହାଘର ହୋଇଥିଲା। ହିନ୍ଦୁ ଧର୍ମର ପରଂପରା ଅନୁସାରେ ଅର୍ଚ୍ଚିତା ମଥାରେ ସିନ୍ଦୁର ଏବଂ ହାତରେ ଚୁଡିରେ ଭର୍ତ୍ତି ହୋଇ ରହିଥିଲା।

ଭୁବନେଶ୍ବରର ବିମାନ ବନ୍ଦରରେ ସବ୍ୟସାଚୀ କହିଛନ୍ତି ଯେ, ଗତ ବର୍ଷ ମାର୍ଚ୍ଚ ମାସରେ ଆମର ବାହାଘର ହେବ ବୋଲି ସ୍ଥିର ହୋଇଥିଲା। ହେଲେ କୋଭିଡ ପାଇଁ ଏହି ବାହାଘର ହୋଇପାରି ନ ଥିଲା। ତେବେ ବର୍ତ୍ତମାନ ସୁଦ୍ଧା କୋଭିଡ କଟକଣା ରହିଛି। ଓଡିଶାରେ ବାହାଘର କଲେ ବେଶ ଗହଳି ହୋଇଥାଆନ୍ତି। ହେଲେ ଏପରି କଟକଣା ଭିତରେ ସମସ୍ତଙ୍କୁ ହଇରାଣ କରିବା ପାଇଁ ଚାହିଁ ନ ଥିଲୁ। ସେଥିପାଇଁ ରାଜସ୍ଥାନରେ ଏହି ବାହାଘର କଲୁ।

Categories
ବିଶେଷ ଖବର ମନୋରଂଜନ ସିନେମା

ସରିଲା ସବ୍ୟାର୍ଚ୍ଚିତାଙ୍କ ବାହାଘର, ଭିତର ଫଟୋ ଦେଖି ଜାଣନ୍ତୁ ବରକନ୍ୟା ବେଶରେ କେମିତି ଦିଶୁଛନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା

ଭୁବନେଶ୍ବର, ଜୟପୁରର ଏକ ରାଜପ୍ରାସାଦରେ ଓଡିଆ ସିନେ ଅଭିନେତା ସବ୍ୟାର୍ଚ୍ଚିତାଙ୍କ ବାହାଘର ଶେଷ ହୋଇଛି। ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ବରକନ୍ୟା ବେଶରେ ବେଶ ସୁନ୍ଦର ଦେଖାଯାଉଛନ୍ତି। ଗୋଟିଏ ପଟେ ରାଜସ୍ଥାନର ପ୍ରାଚୀନ କିର୍ତ୍ତୀରାଜି ଭାବେ ପରିଗଣିତ ରାଜପ୍ରାସାଦ ତା ସମ୍ମୁଖରେ ଏହି ଯୋଡି ବେଶ୍ ସୁନ୍ଦର ଦେଖାଯାଉଛନ୍ତି।