ଜନ୍ମ ଦିନରେ ଦିଲ୍ଲୀପ ତିର୍କୀଙ୍କୁ ଦିଆଗଲା ନାଗରିକ ସମ୍ବର୍ଦ୍ଧନା

Published: Nov 25, 2022, 4:38 pm IST

ଭୁବନେଶ୍ବର: ଆଜି ଭୁବନେଶ୍ୱରର ଏକ ତାରକା ହୋଟେଲଠାରେ ହକି ତାରକା ତଥା ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କ ଜନ୍ମ ଦିନ ପାଳନ କରାଯାଇଛି। ଏହି ଜନ୍ମଦିନ ଭୁବନେଶ୍ବରର ନାଗରିକ ସମାଜ ତରଫରୁ ଆୟୋଜିତ କରାଯାଇଥିଲା। ଏଥିରେ ଦିଲ୍ଲୀପଙ୍କ ସହିତ ତାଙ୍କ ପତ୍ନୀ ଏବଂ ପୁତ୍ର ମଧ୍ୟ ଯୋଗ ଦେଇଥିଲେ।

ଏହି ସମାରୋହ ରେ ଅଭିନେତା ସବ୍ୟସାଚୀ, ଅଭିନେତ୍ରୀ ଅର୍ଚ୍ଚିତା,ଫୁଟବଲ ତାରକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ବହୁ ପ୍ରଶିକ୍ଷକ, ଅଶୋକ ମହାନ୍ତି, ସହ ନିର୍ଦ୍ଦେଶକ ଶୈଳେନ୍ଦ୍ର ଜେନା, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ, ମଧୁକୁଞ୍ଜ ର ପ୍ରବୀଣ ଅଗ୍ରୱାଲ,ଏହି ଉତ୍ସବ ଟିକୁ ଅଭିନେତା ତଥା ସମାଜ ସେବି ରୁଷି ପଟ୍ଟନାୟକ ପରିଚାଳନା କରିଥିଲେ। ତାଙ୍କର ଧର୍ମ ପତ୍ନୀ ଓ ପୁତ୍ର ମଧ୍ୟ ଉପସ୍ଥିତ ଥିଲେ।

Related posts