Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅପହରଣ ଘଟଣାରେ ଜଙ୍କିଆ ପୋଲିସର ଚଢାଉ: ଉଦ୍ଧାର ହେଲା ନାବାଳିକା, ଅଭିଯୁକ୍ତ ଥାନାରେ ଅଟକ

ଖୋର୍ଦ୍ଧା: ନାବାଳିକା ଅପହରଣ ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଛି। ଏହାସହ ସମ୍ପୃକ୍ତ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିଛି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ମଳିପଡା ଗ୍ରାମର ଜଣେ ୧୬ବର୍ଷିୟା ନାବାଳିକା ଏପ୍ରିଲ ୮ ତାରିଖରେ ନିଖୋଜ ହୋଇଥିଲେ। ଝିଅ ନିଖୋଜ ସଂପର୍କେ ମା ନିରୁପମା ବାରିକ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଦେଇଥିଲା। ଏହି ଘଟଣାରେ ପୋଲିସ ୫୩/୨୧ରେ ଥାନାରେ ଏକ ମାମଲା ରୁଜୁ କରିଥିଲା। ଆଜି ଜଂକିଆ ଥାନା ପୋଲିସ ବାଙ୍କି ଥାନା ଭେଜିପୁଟ ଗାଁରେ ଚଢ଼ାଉ କରି ନାବାଳିକାକୁ ଉଦ୍ଧାର କରି ଅପହୃତକୁ ଧରି ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମାହାଙ୍ଗା ହତ୍ୟାକାଣ୍ଡ ଘଟଣା: ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ

ମାହାଙ୍ଗା: ମାହଙ୍ଗା ହତ୍ୟାକାଣ୍ଡ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ରହିଛି। ମାହାଙ୍ଗାର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭିକାରି ସ୍ଵାଇଁ ଏହି ଘଟଣାରେ ଗିରଫ ହୋଇଥିବା ସୂଚନା ରହିଛି। ଏହାକୁ ମିଶାଇ ଗିରଫ ସଂଖ୍ୟା ୮ କୁ ବୃଦ୍ଧି ହୋଇଛି। ଏନେଇ କଟକ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ସୂଚନା ମିଳିଛି।

 

 

Categories
ଆଜିର ଖବର ରାଜ୍ୟ ଖବର

ପରି ହତ୍ୟା ଘଟଣା: ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଟେଷ୍ଟ ପାଇଁ ଆବେଦନ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ପରି ହତ୍ୟା ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଟେଷ୍ଟ ପାଇଁ ଏସଆଇଟି ଆବେଦନ କରିଛି। ସରୋଜକୁ ରିମାଣ୍ଡରେ ନେବା ପାଇଁ ଏସଆଇଟି ନୟାଗଡ ପକ୍ସୋ କୋର୍ଟରେ ଆବେଦନ କରିଛି। ପରୀକୁ ସରୋଜ ଦୁଷ୍କର୍ମ ପରେ ତଣ୍ଟିଚିପି ହତ୍ୟା କରିଛି ବୋଲି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ପ୍ରକାଶ କରିଥିଲେ। ସରୋଜଙ୍କୁ ଗିରଫ ପରେ ଲେଗିଙ୍ଗ ଏବଂ ଗାମୁଛା ଜବତ କରିଥିଲା ଏସଆଇଟି। ଏହା ସହିତ ସରୋଜର ପଲିଗ୍ରାଫ ଟେଷ୍ଟ ମଧ୍ୟ କରାଯାଇଥିଲା। ଅଧିକ ପ୍ରମାଣ ସଂଗ୍ରହ କରିବା ପାଇଁ ଏସଆଇଟି ନାର୍କୋ ଟେଷ୍ଟ କରିବାକୁ ଆବେଦନ କରିଛି। ତେବେ ନାର୍କୋ ଟେଷ୍ଟ ପାଇଁ ସରୋଜର ସମ୍ମତି ରହିବା ଆବଶ୍ୟକ ବୋଲି କୁହାଯାଉଛି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ: କୁଜଙ୍ଗ ଥାନା ଅନ୍ତର୍ଗତ ଜିଲ୍ଲାନାସୀ ଗ୍ରାମର ନିଜର ବନ୍ଧୁ ଘରକୁ ବୁଲିବାକୁ ଆସିଥିବା ଜନୈକା ମହିଳାଙ୍କୁ ସେହିଗ୍ରାମର ଜନୈକ ଯୁବକ ଦୁଷ୍କର୍ମ କରିଥିବା ନେଇ ଆଜି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଥାନାରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି। ଆଜି ପୁଲିସ ସମ୍ପୃକ୍ତ ଅଭିଯୁକ୍ତ ଯୁବକଙ୍କ ଗିରଫ କରିବା ସହିତ ତାଙ୍କୁ ବିଚାରବିଭାଗୀୟ ଅଦାଲତରେ ଉପସ୍ଥିତ କରାଯାଇଥିଲେ। ମାତ୍ର ସେଠାରେ ତାଙ୍କର ଜାମିନ ଆବେଦନ ଖାରଜ ହୋଇ ଯିବାରୁ ତାଙ୍କୁ ସ୍ଥାନୀୟ ଜେଲ ହାଜାତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।

ଘଟଣାରୁ ପ୍ରକାଶଯେ,କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ସାନଗାଁ ଗ୍ରାମର ଜନୈକା ଯୁବତୀଙ୍କର ବିବାହ ବରଗଡ଼ ଜିଲ୍ଲାରେ ହୋଇଥିଲା। ତାଙ୍କର ମଧ୍ୟ ଏକ ସନ୍ତାନ ରହିଛି। ମାତ୍ର ସମ୍ପୃକ୍ତ ଯୁବତୀ  କୁଜଙ୍ଗ ଥାନା ଅନ୍ତର୍ଗତ ଜିଲ୍ଲାନାସୀ ଗ୍ରାମକୁ ତାଙ୍କର ପିଉସୀ ଘରକୁ ବୁଲିବାକୁ ଆସିଥିଲେ। ଗତକାଲି ପୂର୍ବାହ୍ନ ସମୟରେ ନିକଟସ୍ଥ ମହାନଦୀକୁ ଗାଧୋଇବାକୁ ଯାଉଥିବାବେଳେ ସେହି ଗ୍ରାମର ବାବାଜୀ ବେହେରାଙ୍କ ପୁତ୍ର ସୌଭାଗ୍ୟ ବେହେରା ତାଙ୍କୁ ନିଛାଟିଆ ସ୍ଥାନରେ ଏକୁଟିଆ ପାଇ ଦୁଷ୍କର୍ମ କରିଥିବାନେଇ ସମ୍ପୃକ୍ତ ଯୁବତୀ ଥାନାରେ ଲିଖିତଭାବେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ୬୦/୨୦ ସଙ୍ଖ୍ୟାରେ ୩୬୩, ୩୫୪(ଏ), ୩୫୪(ବି), ୩୭୬, ୫୧୧, ୩୭୯, ୫୦୬ ଭାରତୀୟ ପିଙ୍ଗଳ କୋର୍ଡ଼ର ଦଫା ଆଧାରରେ ମାମଲା ରୁଜୁ କରାଯାଇଛି ।

ସେହିପରି ଭାବେ ପୁଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଆଜି ଗିରଫ କରିବା ସହିତ ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ହାଜର କରାଇଥିଲେ। ମାତ୍ର ସେଠାରେ ତାଙ୍କର ଜାମିନୀ ଆବେଦନ ଖାରଜ ହୋଇ ଯିବାରୁ ତାଙ୍କୁ ସ୍ଥାନୀୟ ସମାଗୋଳ ଜେଲ ହାଜାତକୁ ପଠାଇ ଦିଆଯାଇଥିବା ସ୍ଥାନୀୟ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ପ୍ରକାଶ କରିନ୍ତି ।