ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

Published: Feb 28, 2020, 11:17 am IST

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ: କୁଜଙ୍ଗ ଥାନା ଅନ୍ତର୍ଗତ ଜିଲ୍ଲାନାସୀ ଗ୍ରାମର ନିଜର ବନ୍ଧୁ ଘରକୁ ବୁଲିବାକୁ ଆସିଥିବା ଜନୈକା ମହିଳାଙ୍କୁ ସେହିଗ୍ରାମର ଜନୈକ ଯୁବକ ଦୁଷ୍କର୍ମ କରିଥିବା ନେଇ ଆଜି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଥାନାରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି। ଆଜି ପୁଲିସ ସମ୍ପୃକ୍ତ ଅଭିଯୁକ୍ତ ଯୁବକଙ୍କ ଗିରଫ କରିବା ସହିତ ତାଙ୍କୁ ବିଚାରବିଭାଗୀୟ ଅଦାଲତରେ ଉପସ୍ଥିତ କରାଯାଇଥିଲେ। ମାତ୍ର ସେଠାରେ ତାଙ୍କର ଜାମିନ ଆବେଦନ ଖାରଜ ହୋଇ ଯିବାରୁ ତାଙ୍କୁ ସ୍ଥାନୀୟ ଜେଲ ହାଜାତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।

ଘଟଣାରୁ ପ୍ରକାଶଯେ,କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ସାନଗାଁ ଗ୍ରାମର ଜନୈକା ଯୁବତୀଙ୍କର ବିବାହ ବରଗଡ଼ ଜିଲ୍ଲାରେ ହୋଇଥିଲା। ତାଙ୍କର ମଧ୍ୟ ଏକ ସନ୍ତାନ ରହିଛି। ମାତ୍ର ସମ୍ପୃକ୍ତ ଯୁବତୀ  କୁଜଙ୍ଗ ଥାନା ଅନ୍ତର୍ଗତ ଜିଲ୍ଲାନାସୀ ଗ୍ରାମକୁ ତାଙ୍କର ପିଉସୀ ଘରକୁ ବୁଲିବାକୁ ଆସିଥିଲେ। ଗତକାଲି ପୂର୍ବାହ୍ନ ସମୟରେ ନିକଟସ୍ଥ ମହାନଦୀକୁ ଗାଧୋଇବାକୁ ଯାଉଥିବାବେଳେ ସେହି ଗ୍ରାମର ବାବାଜୀ ବେହେରାଙ୍କ ପୁତ୍ର ସୌଭାଗ୍ୟ ବେହେରା ତାଙ୍କୁ ନିଛାଟିଆ ସ୍ଥାନରେ ଏକୁଟିଆ ପାଇ ଦୁଷ୍କର୍ମ କରିଥିବାନେଇ ସମ୍ପୃକ୍ତ ଯୁବତୀ ଥାନାରେ ଲିଖିତଭାବେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ୬୦/୨୦ ସଙ୍ଖ୍ୟାରେ ୩୬୩, ୩୫୪(ଏ), ୩୫୪(ବି), ୩୭୬, ୫୧୧, ୩୭୯, ୫୦୬ ଭାରତୀୟ ପିଙ୍ଗଳ କୋର୍ଡ଼ର ଦଫା ଆଧାରରେ ମାମଲା ରୁଜୁ କରାଯାଇଛି ।

ସେହିପରି ଭାବେ ପୁଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଆଜି ଗିରଫ କରିବା ସହିତ ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ହାଜର କରାଇଥିଲେ। ମାତ୍ର ସେଠାରେ ତାଙ୍କର ଜାମିନୀ ଆବେଦନ ଖାରଜ ହୋଇ ଯିବାରୁ ତାଙ୍କୁ ସ୍ଥାନୀୟ ସମାଗୋଳ ଜେଲ ହାଜାତକୁ ପଠାଇ ଦିଆଯାଇଥିବା ସ୍ଥାନୀୟ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ପ୍ରକାଶ କରିନ୍ତି ।

Related posts