Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତନ ପୋଲିସ ଡିଜି ଅଭୟଙ୍କୁ ଦିଆଗଲା ନୂଆ ନିଯୁକ୍ତି

ଭୁବନେଶ୍ବର: ଓଡିଶାର ପୂର୍ବତନ ପୋଲିସ ଡିଜି ଅଭୟଙ୍କୁ ରାଜ୍ୟ ସରକାର ନୂଆ ନିଯୁକ୍ତି ପ୍ରଦାନ କରିଛନ୍ତି। ତାଙ୍କୁ ଓଡିଶା ଷ୍ଟାଫ ସିଲେକ୍ସନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ସେ ଯେଉଁଦିନ ଏହି ପଦବୀରେ ଯୋଗ ଦେବେ ସେହି ଦିନଠାରୁ ପାଞ୍ଚ ବର୍ଷ ପାଇଁ କାର୍ଯ୍ୟ କରିବେ।

1986 ବ୍ୟାଚ ଓଡିଶା କ୍ୟାଡର ଏହି ଅଧିକାରୀ 2019 ନଭେମ୍ବରରେ ଓଡିଶା ପୋଲିସ ଡିଜି ଭାବେ ନିଯୁକ୍ତି ପାଇଥିଲେ। ଏହା ପୂର୍ବରୁ ସେ ହାଇଦ୍ରାବାଦସ୍ଥିତ ପୋଲିସ ଏକାଡେମୀରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ସେ ଗତ ଡିସେମ୍ବର ମାସରେ ପୋଲିସ ଡିଜିରୁ ଅବସର ଗ୍ରହଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶା ଡିଜିପି ପଦରୁ ବିଦାୟ ନେଲେ ଅଭୟ, ଦାୟିତ୍ବ ନେଲେ ସୁନୀଲ ବଂଶଲ

କଟକ: ଆଜି ଓଡିଶା ଡିଜିପି ଅଭୟ ତାଙ୍କ ପଦରୁ ଅବସର ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ ନୂଆ ଡିଜିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ସୁନୀଲ ବଂଶଲ। ସୁନୀଲ ଓଡିଶା ଡିଜିପି ଭାବେ ଯୋଗ ଦେବେ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା। ସେହି ଅନୁସାରେ ସେ ଗତକାଲି ରାତିରେ ଭୁବନେଶ୍ବରରେ ପହଞ୍ଚି ସାରିଥିଲେ।

ଗତକାଲି ବିମାନ ବନ୍ଦରରେ ତାଙ୍କୁ ଓଡିଶା ପୋଲିସର ବରିଷ୍ଠ ଅଧିକାରୀମାନେ ସ୍ବାଗତ କରିଥିଲେ। ଆଜି କଟକ ପୋଲିସ ମୁଖ୍ୟାଳୟରେ ସେ ବିଧିବଧ ଭାବେ ଅଭୟଙ୍କଠାରୁ ଦାୟିତ୍ବ ଗ୍ରହଣ କରିଥିଲେ। ଏଥିସହିତ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।

1987 ବ୍ୟାଚ୍ ଓଡିଶା କ୍ୟାଡରର ଆଇପିଏସ ହେଉଛନ୍ତି ସୁନୀଲ ବଂଶଲ। ସେ 1994 ମସିହାରେ ଓଡିଶା ଛାଡି କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ। ସେ କେନ୍ଦ୍ରରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରିବା ପରେ ଶେଷରେ କେନ୍ଦ୍ରୀୟ ଗୁଇନ୍ଦା ବିଭାଗର ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ।

ଅଭୟ 2019 ମସିହା ଡିସେମ୍ବର 9 ତାରିଖରେ ସେ ଓଡିଶା ପୋଲିସ ଡିଜି ଭାବେ ନିଯୁକ୍ତି ପାଇଥିଲେ। ତାଙ୍କର କାର୍ଯ୍ୟକାଳ ସରିଯାଇଥିଲେ ମଧ୍ୟ  ଡିଜିପି ଭାବେ 2 ବର୍ଷ ରହିବା ନିମୟରେ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ସେ ଆଜି ଡିଜିପି ପଦରୁ ବିଦାୟ ନେଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ।

ସେପଟେ ନୂଆ ଡିଜିପି ସୁନୀଲ ବଂଶଲ ପ୍ରାୟ 27 ବର୍ଷ ପରେ ଓଡିଶାକୁ ଫେରୁଛନ୍ତି। ସେ ଓଡିଶା କ୍ୟାଡରର ହୋଇଥିବାରୁ ବିଭିନ୍ନ ଜିଲ୍ଲା ତଥା ଅନ୍ୟ ପଦବୀରେ ରହି ସେ ପୂର୍ବରୁ ଓଡିଶାରେ କାର୍ଯ୍ୟ କରିଛନ୍ତି। ହେଲେ ଏତେ ଦିନ ବ୍ୟବଧାନ ଭିତରେ ସେ ଓଡିଶାର ଅପରାଧ ତଥା ସୁରକ୍ଷା ବ୍ୟବସ୍ଥା କିପରି ଦେଖିବେ ତାହା ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି ହୋଇଛି।

Categories
ବିଶେଷ ଖବର

ବିବାଦୀୟ ପରିସ୍ଥିତିରେ ବଦଳିଲେ ପୋଲିସ ଡିଜି, ରାତିଅଧରେ ଅସ୍ଥାୟୀ ଡିଜି ଭାବେ ଦାୟିତ୍ବ ନେଲେ ସତ୍ୟଜିତ ମହାନ୍ତି, ଅଭୟ ପରବର୍ତ୍ତି ଡିଜି

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର:20/11– ଏକ ବିବାଦୀୟ ପରିସ୍ଥିତିରେ ରାଜ୍ୟ ସରକାର ପୋଲିସ ଡିଜି ବିଜୟ କୁମାର ଶର୍ମାଙ୍କୁ ହଟାଇ ଦେଇଛନ୍ତି। ତାଙ୍କ ସ୍ଥାନରେ ବରିଷ୍ଠ ଆଇପିଏସ ଅଧିକାରୀ ଅଭୟଙ୍କୁ ପୂର୍ଣ୍ଣକାଳୀନ ପୋଲିସ ଡିଜି ଭାବେ ନିଯୁକ୍ତି ଦିଆଯାଇଛି। ବିଜୟ ଶର୍ମାଙ୍କୁ ଗୃହ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି। ବିଜୟ ଶର୍ମାଙ୍କୁ ଅଗ୍ନି ସୁରକ୍ଷା ସାର୍ଟିଫିକେଟ ପ୍ରଦାନରେ ଅନିୟମିତତା ଅଭିଯୋଗରେ ହଟାଇ ଦିଆଯାଇଥିବାର ଜଣାପଡିଛି। କାରଣ ଏହି ସାର୍ଟିଫିକେଟ ପ୍ରଦାନରେ ତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିବା ପରେ ମୁଖ୍ୟମନ୍ତ୍ରୀ ଏହି କଡା ପଦକ୍ଷେପ ନେଇଛନ୍ତି। ଏପରିକି ତାଙ୍କ ବିରୋଧରେ ତଦନ୍ତ କରିବା ପାଇଁ ଏକ ତିନିଜଣିଆ କମିଟକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ତିନିଜଣିଆ କମିଟରେ ଉନ୍ନୟନ କମିଶନର ଏବଂ ଗୃହ ବିଭାଗର ସଚିବ ସଦସ୍ୟ ଅଛନ୍ତି।

ବିଜୟ କୁମାର ଅସ୍ଥାୟୀ ଡିଜି ଭାବେ ନିଯୁକ୍ତି ପୂର୍ବରୁ ଅଗ୍ନିଶମ ବିଭାଗର ଡିଜି ଭାବେ କାର୍ଯ୍ୟ କରୁଥିଲେ। ପରବର୍ତ୍ତ ସମୟରେ ସେ ପୋଲିସ ଡିଜି ସହିତ ଅଗ୍ନଶମ ବିଭାଗ ଦାୟିତ୍ବରେ ମଧ୍ୟ କାର୍ଯ୍ୟ କରୁଥିଲେ। ନିକଟରେ ସେ ପାତ୍ରପଡାରେ ଥିବା ଡିଏନ ରିଗାଲିୟାରେ ଅଗ୍ନ ନିରୋଧ ବ୍ୟବସ୍ଥା ଠିକ ନାହିଁ ଦର୍ଶାଇ କେତେକ ଅଂଶକୁ ସିଲ୍ କରି ଦେଇଥିଲେ। ଯାହାକୁ ନେଇ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି କେତେକ ମଲକୁ ଅଗ୍ନି ନିରୋଧ ସାର୍ଟିଫିକେଟ ପ୍ରଦାନ କରାଯାଇଥିବା ବେଳେ ପରବର୍ତ୍ତି ସମୟରେ ତାହାକୁ ପ୍ରତ୍ୟାହାର କରିନିଆଯାଇଥିଲା। ଏପରି ପରିସ୍ଥିତକୁ ଦେଖି ସେତେବେଳେ ସମସ୍ତଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା।

ବର୍ତ୍ତମାନ ଅଭୟ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ହାଇଦ୍ରାବାଦରେ ଜାତୀୟ ପୋଲିସ ଏକାଡେମୀର ସେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ସେଠାରୁ ସେ ଦାୟିତ୍ବ ହସ୍ତାନ୍ତର କରିବା ପାଇଁ ପ୍ରାୟ ଏକ ସପ୍ତାହ ଲାଗିଯିବ। ସେଥିପାଇଁ ସରକାର ତୁରନ୍ତ ପଦକ୍ଷେପ ସ୍ବରୁପ ବରିଷ୍ଠ ଆଇପିଏସ ଅଫିସର ସତ୍ୟଜିତ ମହାନ୍ତିଙ୍କୁ ଅସ୍ଥାୟୀ ଡିଜି ଭାବେ ନିଯୁକ୍ତି ଦେଇଛନ୍ତି। ଏଥିସହିତ ତାଙ୍କୁ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଭାବେ ମଧ୍ୟ ନିଯୁକ୍ତି ଦିଆଯାଇଛି। ସେହପରି ବିରଷ୍ଠ ଆଇପିଏସ ସୁନୀଲ ରଏଙ୍କୁ ଅଗ୍ନିଶମର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।

ରାତି ଅଧରେ ସତ୍ୟଜିତ ମହାନ୍ତି କାହିଁକି ଦାୟିତ୍ବ ନେଲେ ?

ପୋଲିସ ଡିଜି ପଦବୀରୁ ବିଜୟ ଶର୍ମାଙ୍କୁ ହଟାଇ ଦେବା ପରେ ସେହି ପଦବୀରେ ଅଭୟଙ୍କୁ ନିଯୁକ୍ତି ଦିଆଯାଇଛି। ହେଲେ ଅଭୟ ହାଇଦ୍ରାବାଦରୁ ଦାୟିତ୍ବ ହସ୍ତାନ୍ତର କରି ଆସିବା ପାଇଁ ସମୟ ଲାଗିବ। ସରକାର ତୁରନ୍ତ ଅସ୍ଥାୟୀ ଭାବେ ସତ୍ୟଜିତ ମହାନ୍ତିଙ୍କୁ ନିଯୁକ୍ତି ଦେଇଛନ୍ତି। ସେତେକି ନୁହେଁ ସେ ତୁରନ୍ତ ତାଙ୍କ କାର୍ଯ୍ୟରେ ଯୋଗଦେବେ ବୋଲି ନିର୍ଦ୍ଦେଶ ଦିଆଗଲା। ଫଳରେ ସତ୍ୟଜିତ ରାତି 12 ଟାରେ ଲୋକସେବା ଭବନ ଆସି ଗୃହ ସଚିବଙ୍କ ନିକଟରେ ଦାୟିତ୍ବ ଗ୍ରହଣ କରିଛନ୍ତି। ତାଙ୍କୁ ତରବରିଆ ଭାବେ ଏହି ଦାୟିତ୍ବ ନେବା ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସନ୍ଦେହ ରହିଛି ବିଜୟ ଶର୍ମା ଏହି ହେରେଫେର ମାମଲାରେ କିଛି ଏପଟ ସେପଟ ଯେପରି ନ କରନ୍ତି ସେଥିପାଇଁ ଏପରି ପଦକ୍ଷେପ ନେଇଯାଇଛି ବୋଲି ଜଣାପାଡିଛି। ବର୍ତ୍ତମାନ ଅନୁମାନ କରିହେଉଛି ଯେ, ବିଜୟ ଶର୍ମାଙ୍କ ବିରୋଧରେ ହୁଏତ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। କାରଣ ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶ ଗୁରୁତର ଭାବେ ନେଇ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।