Categories
ଆଜିର ଖବର ଜାତୀୟ ଖବର

ପିଏମ- ମିତ୍ର ମେଗା ଟେକ୍ସଟାଇଲ ପାର୍କଗୁଡିକ ବହୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଗତ କିଛି ଦିନ ମଧ୍ୟରେ ମହାରାଷ୍ଟ୍ର ଓ ଗୁଜରାଟରେ ଦୁଇଟି ପିଏମ-ମିତ୍ର ମେଗା ଟେକ୍ସଟାଇଲ ପାର୍କ ଶିଳାନ୍ୟାସକୁ ପ୍ରଶଂସା କରିଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ, “ବିଗତ କିଛି ଦିନ ମଧ୍ୟରେ ଦୁଇଟି ପିଏମ-ମିତ୍ର ମେଗା ଟେକ୍ସଟାଇଲ ପାର୍କର ଶିଳାନ୍ୟାସ ହୋଇଛି। ଏହି ପାର୍କଗୁଡିକ ମହାରାଷ୍ଟ୍ରର ଅମରାବତୀ ଓ ଗୁଜରାଟର ନବସାରିରେ ନିର୍ମାଣ ହେବ। ଏଗୁଡିକ ଉତ୍ପାଦନ ବୃଦ୍ଧି କରିବ, ନବସୃଜନକୁ ପ୍ରୋତ୍ସାହିତ କରିବ ଓ ବହୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।”

Categories
ଆଜିର ଖବର ଜାତୀୟ ଖବର

ବଢୁଛି ଶକ୍ତି!, ବର୍ତ୍ତମାନ ଦକ୍ଷିଣରେ ଅଧିକ ମଜବୁତ ହେବ ଏନଡିଏ, ବୈଠକରେ ଭାଗ ନେବ ଏହି ଦଳ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଜୁଲାଇ ୧୮ ତାରିଖରେ ଏନଡିଏ ବୈଠକ ଅନୁଷ୍ଠିତ ହେବ। ଅମରାବତୀ (ଆପ୍ର) ଜନସେନା ମୁଖ୍ୟ ପୱନ କଲ୍ୟାଣ ମଧ୍ୟ ଏନଡିଏ ବୈଠକରେ ଯୋଗଦେବେ। ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଏହି ସଭାରେ ଭାଗ ନେବାକୁ ତାଙ୍କୁ ନିମନ୍ତ୍ରଣ ମିଳିଥିଲା।

ପୱନ କଲ୍ୟାଣ ଏବଂ ତାଙ୍କ ଦଳ ଜନ ସେନାର ରାଜନୈତିକ ବ୍ୟାପାର କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ଆନ୍ଧ୍ରପ୍ରଦେଶ ବିଧାନସଭା ବାଚସ୍ପତି ନାନ୍ଦେଡଲା ମନୋହର ଏହି ମାସର ୧୭ ତାରିଖ ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିବେ। ଏଥିରେ ଏନଡିଏରେ ଅଂଶଗ୍ରହଣ କରୁଥିବା ରାଜନୈତିକ ଦଳର ବରିଷ୍ଠ ନେତାମାନେ ସାମିଲ ହେବେ।

୧୮ ଜୁଲାଇରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକ:

କିଛି ଦିନ ପୂର୍ବରୁ ଦଳ ବିଜେପିର ଶୀର୍ଷ ନେତୃତ୍ୱଙ୍କଠାରୁ ଏହି ନିମନ୍ତ୍ରଣ ପାଇଥିଲା। ବିଶେଷ କଥା ହେଉଛି ଆନ୍ଧ୍ରପ୍ରଦେଶରେ ଏକ ମିଳିତ ମେଣ୍ଟ ପାଇଁ ଜନସେନା ଏବଂ ପୂର୍ବତନ ଏନଡିଏ ସହଯୋଗୀ ଟିଡିପି ମଧ୍ୟରେ ଏକ ଗୁରୁତର ଆଲୋଚନା ଚାଲିଛି। ଜୁଲାଇ ୧୮ ତାରିଖରେ ଜାତୀୟ ସ୍ତରରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ଏବଂ ସମସ୍ତ ରାଜନୈତିକ ଦଳ ଏହି ବୈଠକ ଉପରେ ନଜର ରଖିବେ।

ଜୁଲାଇ ୧୮ ତାରିଖରେ, ବିଜେପିର ନେତୃତ୍ୱରେ ଦିଲ୍ଲୀରେ ଏନଡିଏର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି। ଅନ୍ୟପକ୍ଷରେ ବେଙ୍ଗାଲୁରୁରେ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳର ଏକ ବୈଠକ ହେବ। ଏହି ବୈଠକରେ ୨୪ ଟି ରାଜନୈତିକ ଦଳ ଅଂଶଗ୍ରହଣ କରିପାରିବେ ବୋଲି ବିଶ୍ୱାସ ରହିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

କାଶ୍ମୀର ଫାଇଲ ଦେଖିବା ପରେ ଲାଗିଲା ସ୍ଲୋଗାନ, ଦୁଇ ଗୋଷ୍ଠୀ ମୁହାଁମୁହିଁ, ୧୫ ଯୁବକ ଗିରଫ

ମୁମ୍ବାଇ: ମହାରାଷ୍ଟ୍ରର ଅମରାବତୀ ସହରରେ ଫିଲ୍ମ ‘କାଶ୍ମୀର ଫାଇଲ’କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ମାମଲା ସାମ୍ନାକୁ ଆସିଛି। ପୋଲିସ ଏକ ମାମଲା ରୁଜୁ କରି ୧୫ ଜଣ ଯୁବକଙ୍କୁ ଗିରଫ କରିଛି। ଯେତେବେଳେ ‘କାଶ୍ମୀର ଫାଇଲ’ ଫିଲ୍ମ ଦେଖିବା ପରେ ଫେରୁଥିବା ଏକ ଦଳ ରାସ୍ତାରେ ଜୟ ଶ୍ରୀ ରାମଙ୍କ ସ୍ଲୋଗାନ ଦେଇଥିଲେ, ସେତେବେଳେ ଅନ୍ୟ ଏକ ଗୋଷ୍ଠୀ ବିରୋଧ କରିଥିଲେ ଏବଂ ବିତର୍କ ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା।

ଫିଲ୍ମ ‘କାଶ୍ମୀର ଫାଇଲ’କୁ ନେଇ ବିରୋଧୀଙ୍କ ଦୃଢ ପ୍ରତିକ୍ରିୟା ମଧ୍ୟ ରହିଛି। ଗୋଟିଏ ପଟେ ପ୍ରାୟ ୯ ଟି ରାଜ୍ୟରେ ଏହାକୁ ଟିକସମୁକ୍ତ କରାଯାଇଥିବା ବେଳେ ଅନେକ ଲୋକ ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରୁଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଆନ୍ଧ୍ର ପ୍ରଦେଶରେ ହେବ ଏକାଥରେ ତିନୋଟି ରାଜଧାନୀ, ଜାଣନ୍ତୁ ଏପରି ନିଷ୍ପତିରେ ଓଡିଶାର କଣ ରହିଛି ସଂପର୍କ

ଅମରାବତୀ , ବର୍ତ୍ତମାନ ଗୋଟିଏ ନୁହେଁ ଏକାଥରେ ଆନ୍ଧ୍ର ପ୍ରଦେଶରେ ହେବ ତିନୋଟି ରାଜଧାନୀ। ଭାରତରେ ଏପରି ନିଷ୍ପତି ପ୍ରଥମ। ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ସରକାର ଗତ ଜାନୁୟାରୀ ମାସରେ ବିଧାନସଭାରେ ଦୁଇଟି ବିଲ୍ ଆଣିଥିଲେ। ଗୋଟିଏ ବିଲ୍ ଅନୁସାରେ ନୂଆ ଆନ୍ଧ୍ର ପ୍ରଦେଶରେ କ୍ଷମତା ବିକେନ୍ଦ୍ରୀକରଣ ପାଇଁ ତିନୋଟି ରାଜଧାନୀ କରାଯିବ। ବିଧାନସଭାରେ ଏହି ବିଲ୍ ଗୃହିତ ହେବା ପରେ ବର୍ତ୍ତମାନ ରାଜ୍ୟପାଳଙ୍କ ସ୍ବୀକୃତି ମଧ୍ୟ ହାସଲ କରିଛି।

ଏହି ନିୟମ ଅନୁସାରେ ଆନ୍ଧ୍ର ପ୍ରଦେଶରେ ଯେଉଁ ତିନୋଟି ରାଜଧାନୀ ହେବ ତାହା ହେଲା ଅମରାବତୀ, ବିଶାଖାପାଟନାମ ଏବଂ କୁର୍ଣ୍ଣୁଲୁ। ଅମରାବତୀରେ ହେବ ରାଜନୈତିକ ରାଜଧାନୀ ଯେଉଁଠାରେ ବିଧାନସଭା ରହିବ। ସେହିପରି ବିଶାଖାପାଟନାମ ହେବ ପ୍ରଶାସନ ରାଜଧାନୀ, ଯେଉଁଠାରେ ସଚିବାଳୟ ରହିବ। ସେହିପରି କୁର୍ଣ୍ଣୁଲୁ ହେବ ନ୍ୟାୟିକ ରାଜଧାନୀ। ଏହିଠାରେ ରାଜ୍ୟର ଉଚ୍ଚ ନ୍ୟାୟାଳୟ କାର୍ଯ୍ୟ କରିବ।

ତେବେ ଏହି ବିଲ୍ ପାଶ କରିବାରେ ଓଡିଶାର ଜଣଙ୍କର ହାତ ରହିଛି। ସେ ହେଲେ ଓଡିଶାର ବରିଷ୍ଠ ନେତା ତଥା ବର୍ତ୍ତମାନର ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ। ଗତ ଜାନୁୟାରୀ ମାସରେ ଆନ୍ଧ୍ରରେ ତିନୋଟି ରାଜଧାନୀ ହେବ ବୋଲି ବିଧାନସଭାରେ ବିଲ ପାଶ ହୋଇଥିଲା। ଏହାପରେ ରାଜ୍ୟପାଳଙ୍କ ସ୍ବୀକୃତି ପାଇଁ ପଠାଯାଇଥିଲା। ଏହି ଭିତରେ ଆନ୍ଧ୍ରର ବିରୋଧୀ ଦଳ ବିଲ ପାଶ ନ କରିବା ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ହେଲେ ବାଦବିବାଦ ପରେ ଏହି ବିଲକୁ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ସ୍ବୀକୃତ କରିଛନ୍ତି।