Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ମନୋରଂଜନ

ଆଜି ବିଗ ବି ଙ୍କ ଜନ୍ମ ଦିନରେ ଆସନ୍ତୁ ଦେଖିବା ‘ଅମିତାଭ ବଚ୍ଚନ ମନ୍ଦିର’, ମିଛ ନୁହେଁ ସତ

Happy Birthday Amitabh Bachchan: ଆଜି ପ୍ରଖ୍ୟାତ ଅଭିନେତା ଅମିତାଭ ବଚନ ୮୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ତାଙ୍କର ଜନ୍ମଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଆସିବାରେ ଲାଗିଛି। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କୋଲକାତାରେ ଅମିତାଭ ବଚନଙ୍କର ରହିଛି ଏକ ମନ୍ଦିର। ଆଉ ସେହି ମନ୍ଦିରରେ ପ୍ରତିବର୍ଷ ତାଙ୍କ ଜନ୍ମଦିନରେ ସ୍ବତନ୍ତ୍ର ପୂଜାପାଠ କରାଯାଏ। ଜନ୍ମଦିନକୁ ଧୂମଧାମରେ ପାଳନ କରାଯାଇଥାଏ।

ତେବେ କରୋନା ପାଇଁ ଗତବର୍ଷ ଅମିତାଭଙ୍କ ଜନ୍ମଦିନ ଧୂମଧାମରେ ପାଳନ କରାଯାଇପାରି ନ ଥିଲା। ଏଥର ମଧ୍ୟ ସେହିପରି କମ ଲୋକଙ୍କୁ ନେଇ ଏହି ପୂଜାପାଠ କରାଯାଇଛି। ଏହି ମନ୍ଦିରର ମୁଖ୍ୟ ପ୍ରତିଷ୍ଠାତା ଏକାକୀ ଯାଇ ଅମିତାଭ ବଚନଙ୍କ ପ୍ରତିମୂର୍ତ୍ତି ଆଗରେ ଆଳତି କରି ଫେରିଛନ୍ତି। ଏହି ଆଳତିଙ୍କୁ ସେହି ମନ୍ଦିର ସହିତ ଜଡିତ ଥିବା ଭକ୍ତମାନେ ସୋସିଆଲ ମିଡିଆରେ ଲାଇଭ ଦେଖିଛନ୍ତି।

ଦକ୍ଷିଣ କୋଲକାତାର ବଲ୍ୟାଗୁଂଗି ଫାରି ନିକଟସ୍ଥ ଏକ ସ୍ଥାନରେ ନିର୍ମାଣ ହୋଇଛି ଏହି “ଅମିତାଭ ବଚ୍ଚନ ମନ୍ଦିର”। ଅମିତାଭଙ୍କ ବହୁ ପ୍ରଶଂସକଙ୍କ ବଦାନ୍ୟରେ ଏହି ମନ୍ଦିର ୨୦୦୧ ମସିହାରେ ନିର୍ମାଣ କରାଯାଇଛି। ଏହି ମନ୍ଦିରରେ ଅମିତାଭ ବଚ୍ଚନଙ୍କ ଏକ ଷ୍ଚାଇଲିସ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ସେହି ମୂର୍ତ୍ତିଙ୍କୁ ସମସ୍ତେ ଗୁରୁ ବୋଲି ସମ୍ବୋଧନ କରୁଛନ୍ତି।

ଏହି ମନ୍ଦିରରେ ପ୍ରତ୍ୟେକ ଦିନ ପୂଜା ଅର୍ଚ୍ଚନା କରାଯାଇଥାଏ। ମନ୍ଦିର ପରି ଏଠାରେ ମଧ୍ୟ ଭକ୍ତମାନ ଏକଜୁଟ ହୋଇଥାନ୍ତି। ତେବେ ଏହି ଭକ୍ତଙ୍କ ସଂଖ୍ୟା ସୀମିତ। ପ୍ରତ୍ୟେକ ଦିନ ପୂଜା ସହିତ ବିଶେଷ ଦିନରେ ମଧ୍ୟ ବିଶେଷ ପୂଜା ହୋଇଥାଏ। ମୁଖ୍ୟତଃ ତାଙ୍କ ଜନ୍ମ ଦିନଟି ଏହି ମନ୍ଦିରରେ ବେଶ ଧୂମଧାମରେ ପାଳନ କରାଯାଇଥାଏ।

ପ୍ରତିବର୍ଷ ଜନ୍ମଦିନରେ ଏହି ଅମିତାଭ ବଚନ ମନ୍ଦିରରେ ଅନ୍ନ ପୂଜା ମଧ୍ୟ କରାଯାଇଥାଏ। ଏହା ପୂଜା ହେବା ପରେ ଭକ୍ତମାନଙ୍କୁ ଖାଇବା ପାଇଁ ଦିଆଯାଇଥାଏ। ଏହାକୁ ସେମାନେ ପ୍ରସାଦ ବୋଲି କହିଥାନ୍ତି। ବିଗବିଙ୍କ ଜନ୍ମଦିନରେ ସକାଳୁ ପୂଜା ଅର୍ଚ୍ଚନା ସହିତ କେକ କଟା ମଧ୍ୟ ହୋଇଥାଏ। ଏଥିପାଇଁ ମନ୍ଦିରର ସଦସ୍ୟଗଣ ପୂର୍ବରୁ ସବୁ କିଛି ପ୍ରସ୍ତୁତ କରିଥାନ୍ତି। ଏହି କେକ କଟା ମୂର୍ହୁର୍ତ୍ତ ସେମାନଙ୍କ ପାଇଁ ମୁଖ୍ୟ। ସମସ୍ତେ ଏକାଠି ହେବା ପରେ କେକ କଟା ଆରମ୍ଭ ହୋଇଥାଏ। ସମସ୍ତେ ହାପି ବାର୍ଥ ଡେ ଟୁ ଗୁରୁ ବୋଲି କହି ମନ୍ଦିର ପ୍ରକମ୍ପିତ କରିଦିଅନ୍ତି।

ଜନ୍ମଦିନ ସହିତ ଅମିତାଭଙ୍କ କେତେବେଳେ କଣ ହେଲେ ମଧ୍ୟ ଏଠାରେ ପୂଜା ଅର୍ଚ୍ଚନା କରାଯାଇଥାଏ। ତେବେ ଚଳିତ ବର୍ଷ କରୋନା ଯୋଗୁଁ ମନ୍ଦିରରେ ପୂଜା ଅର୍ଚ୍ଚାନକୁ କାଣ୍ଟଛାଣ୍ଟ କରାଯାଇଛି। ନଚେତ ମନ୍ଦିର ପ୍ରତିଷ୍ଠାଠାରୁ ସବୁ ବର୍ଷ ଅକ୍ଟୋବର ୧୧ ତାରିଖ ବେଶ୍ ଧୂମଧାମରେ ପାଳନ କରାଯାଇଥାଏ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

୮୦ ବର୍ଷ ବୟସରେ ପଦାର୍ପଣ କଲେ ଅମିତାଭ ବଚ୍ଚନ, ପ୍ରଧାନମନ୍ତ୍ରୀ ଦେଲେ ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅମିତାଭ ବଚ୍ଚନଙ୍କୁ ୮୦ ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ଅମିତାଭ ବଚ୍ଚନ ହେଉଛନ୍ତି ଭାରତର ଅନ୍ୟତମ ଉଲ୍ଲେଖନୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଯିଏ କି ପିଢି ପରେ ପିଢି ଦର୍ଶକଙ୍କୁ ଆକର୍ଷିତ କରିଆସୁଛନ୍ତି।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଅମିତାଭ ବଚ୍ଚନ ଜୀଙ୍କୁ ୮୦ ତମ ଜନ୍ମଦିନର ଶୁଭେଚ୍ଛା। ସେ ହେଉଛନ୍ତି ଭାରତର ଅନ୍ୟତମ ଉଲ୍ଲେଖନୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଯିଏକି ପିଢି ପରେ ପିଢି ଦର୍ଶକଙ୍କୁ ଆକର୍ଷିତ କରି ମନୋରଞ୍ଜନ କରିଆସୁଛନ୍ତି। ସେ ଏକ ଦୀର୍ଘ ଏବଂ ସୁସ୍ଥ ଜୀବନଯାପନ କରନ୍ତୁ।”