Categories
ଆଜିର ଖବର ଜାତୀୟ ଖବର ସିନେମା

ଚଳଚ୍ଚିତ୍ର ‘ପଠାନ’ ବିବାଦ: ଅମିତାଭ ବଚ୍ଚନଙ୍କ ବିବୃତ୍ତିକୁ ନେଇ ବିଜେପି ଓ ଟିଏମସି ମଧ୍ୟରେ ବିତର୍କ

କୋଲକାତା: ଅଭିନେତା ଅମିତାଭ ବଚ୍ଚନଙ୍କ କୋଲକାତାରେ ଦେଇଥିବା ବିବୃତ୍ତି – “ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠିଛି” – ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଟ୍ୱିଟରରେ ବିତର୍କ ସୃଷ୍ଟି କରିଛି। ଉଭୟ ଦଳ ପରସ୍ପରକୁ ଦୋଷାରୋପ କରୁଛନ୍ତି। ବିଜେପି ନେତାମାନେ ଶାହରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘ପଠାନ’ ବିରୋଧରେ ବୟକଟ ଘୋଷଣା କରିବା ପରେ ଏହି ବିତର୍କ ଆରମ୍ଭ ହୋଇଛି। କୋଲକାତା ଚଳଚ୍ଚିତ୍ର ମହୋତ୍ସବରେ ଶାହରୁଖ ଖାନ ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମଞ୍ଚରେ ଥିଲେ।

ଶୁକ୍ରବାର ଦିନ ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲଭିଆଙ୍କ ଉପରେ ତୃଣମୂଳ ସାଂସଦ ନୁସରତ ଜହାନ ପୁଣି ଥରେ ପାଲଟା ଆକ୍ରମଣ କରିଛନ୍ତି।

ଜହାନ ଟୁଇଟ୍ କରି କହିଛନ୍ତି ଯେ, ଏକ ଅତ୍ୟାଚାର ଶାସନର ସଙ୍କେତ ହେଉଛି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବା, ସାମ୍ବାଦିକମାନଙ୍କୁ ଅଟକାଇବା ଏବଂ ସତ୍ୟ କହିବା ପାଇଁ ସାଧାରଣ ଲୋକଙ୍କୁ ଦଣ୍ଡ ଦେବା।

ଏଥି ସହ ସେ କହିଛନ୍ତି ଯେ, ବିଜେପି ସ୍ୱାଧୀନତାକୁ ରୋକୁଥିବାବେଳେ ମାଲଭିଆ ଅନ୍ୟମାନଙ୍କୁ ଦୋଷ ଦେବାରେ ବ୍ୟସ୍ତ ଅଛନ୍ତି।

ଗୁରୁବାର ଦିନ ଅମିତାଭ ବଚ୍ଚନ ବ୍ରିଟିଶ ଯୁଗର ସେନ୍ସର ଏବଂ ସାମ୍ପ୍ରଦାୟିକତା ବିଷୟରେ କହିଥିଲେ। ଏହି ସମୟରେ ଶାହରୁଖ ଖାନ ତାଙ୍କ ସହ ମଞ୍ଚରେ ଉପସ୍ଥିତ ଥିଲେ। ଅମିତାଭ ବଚ୍ଚନ କହିଥିଲେ ଯେ, ବର୍ତ୍ତମାନ ସୁଦ୍ଧା – ଏବଂ ମୁଁ ନିଶ୍ଚିତ ଯେ ମଞ୍ଚରେ ଥିବା ମୋର ସହକର୍ମୀମାନେ ଏଥିରେ ସହମତ ହେବେ – ନାଗରିକ ସ୍ୱାଧୀନତା ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଯାଉଛି।

ମାଲଭିଆ ଶୀଘ୍ର ଏହି ମନ୍ତବ୍ୟକୁ ଏକ ବ୍ୟଙ୍ଗାତ୍ମକ ମନ୍ତବ୍ୟ ସହ ସେୟାର କରିଛନ୍ତି ଯେଉଁଥିରେ ସେ ମମତା ବାନାର୍ଜୀଙ୍କୁ ଜଣେ ଅତ୍ୟାଚାରୀ ବୋଲି କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଶାହରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘ପଠାନ’କୁ ବୟକଟ କରିବାକୁ ବିଜେପି ଏବଂ ଅନ୍ୟାନ୍ୟ ହିନ୍ଦୁତ୍ୱ ସଂଗଠନ ଆହ୍ଵାନ ଦେଇଛନ୍ତି। ବିଜେପି ଶାସିତ ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ଏହାର ନେତାମାନେ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

୮୦ ବର୍ଷରେ ବିଗ୍-ବି, ବାଲୁକା କଳାରେ ଅଭିନନ୍ଦନନ ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ହେଉଛି ବିଗ୍-ବି ବା ଅମିତାଭ ବଚ୍ଚନଙ୍କ ଜନ୍ମଦିନ। ଆଜି ଅମିତାଭ ୮୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଉପଲକ୍ଷେ ତାଙ୍କୁ ବହୁ ବ୍ୟକ୍ତି ଅଭିନନ୍ଦନ ଜଣାଇବାରେ ଲାଗିଛନ୍ତି। ସେହିପରି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ତାଙ୍କ ବାଲୁକା କଳାରେ ଅଭିନନ୍ଦନ କରିଛନ୍ତି।

ସୁଦର୍ଶନ ପୁରୀ ବେଳାଭୂମିରେ ବିଗ୍-ବି ଙ୍କର ଏକ ବାଲୁକା କଳା ନିର୍ମାଣ କରିଛନ୍ତି। ଅମିତାଭଙ୍କ ଧଳା ଦାଢି ସହିତ ତାଙ୍କର ଚଷମାକୁ ଅବିକଳ କରି ବାଲିରେ ନିର୍ମାଣ କରିଛନ୍ତି। ଏଥିସହିତ ସେ ବାଲୁକା ସ୍ଥାପତ୍ୟର ଉପରେ ତାଙ୍କର ପୁରୁଣା ସୁପରହିଟ ଚଳଚ୍ଚିତ୍ରଗୁଡିକର ଫଟୋ ଲଗାଇଛନ୍ତି। ମର୍ଦ୍ଦ, ଶରାବୀ, କୁଲି, ଲାୱାରିଶ ଭଳି ଲୋକପ୍ରିୟ ଚଳଚ୍ଚିତ୍ର ଗୁଡିକର ଫଟୋ ବାଲୁକା କଳାରେ ସ୍ଥାନ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

୮୦ ବର୍ଷ ବୟସରେ ପଦାର୍ପଣ କଲେ ଅମିତାଭ ବଚ୍ଚନ, ପ୍ରଧାନମନ୍ତ୍ରୀ ଦେଲେ ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅମିତାଭ ବଚ୍ଚନଙ୍କୁ ୮୦ ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ଅମିତାଭ ବଚ୍ଚନ ହେଉଛନ୍ତି ଭାରତର ଅନ୍ୟତମ ଉଲ୍ଲେଖନୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଯିଏ କି ପିଢି ପରେ ପିଢି ଦର୍ଶକଙ୍କୁ ଆକର୍ଷିତ କରିଆସୁଛନ୍ତି।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଅମିତାଭ ବଚ୍ଚନ ଜୀଙ୍କୁ ୮୦ ତମ ଜନ୍ମଦିନର ଶୁଭେଚ୍ଛା। ସେ ହେଉଛନ୍ତି ଭାରତର ଅନ୍ୟତମ ଉଲ୍ଲେଖନୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଯିଏକି ପିଢି ପରେ ପିଢି ଦର୍ଶକଙ୍କୁ ଆକର୍ଷିତ କରି ମନୋରଞ୍ଜନ କରିଆସୁଛନ୍ତି। ସେ ଏକ ଦୀର୍ଘ ଏବଂ ସୁସ୍ଥ ଜୀବନଯାପନ କରନ୍ତୁ।”

Categories
ଆଜିର ଖବର ଜାତୀୟ ଖବର ସିନେମା ସ୍ବାସ୍ଥ୍ୟ

ଦ୍ଵିତୀୟ ଥର କୋଭିଡ ପଜିଟିଭ୍ ପରେ ଭାବପ୍ରବଣ ହେଲେ ବିଗ୍ ବି: ପ୍ରଶଂସକଙ୍କୁ କହିଲେ ଏଭଳି କଥା

ମୁମ୍ବାଇ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ପୁଣିଥରେ କୋଭିଡ ସଂକ୍ରମଣ ସହ ଲଢୁଛନ୍ତି। ଅଗଷ୍ଟ ୨୩ ତାରିଖରେ ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଏକ ଟୁଇଟ୍ କରି ବିଗ୍ ବି ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି ଯେ, ସେ କୋଭିଡ ପଜିଟିଭ୍ ହୋଇଛନ୍ତି। ଏହା ସହିତ ଅଭିନେତା ସେହି ଲୋକମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି, ଯେଉଁମାନେ ଗତ କିଛି ଦିନ ହେବ ଅଭିନେତାଙ୍କୁ ଭେଟିଛନ୍ତି। ସେମାନଙ୍କୁ କୋଭିଡ ପରୀକ୍ଷା କରିବା ପାଇଁ କହିଛନ୍ତି। ବିଗ୍ ବି ର ଏହି ଟୁଇଟ୍ ପରେ ଲୋକମାନେ ତାଙ୍କ ପାଇଁ ପ୍ରାର୍ଥନା କରିବା ଆରମ୍ଭ କରିଛନ୍ତି ଏବଂ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରଶଂସକମାନେ ପ୍ରାର୍ଥନା କରୁଛନ୍ତି।

ବିଗ୍ ବି ଯେତେ ବ୍ୟସ୍ତ ହୁଅନ୍ତୁ ନା କାହିଁକି, ସେ ସୋସିଆଲ ମିଡିଆ ମାଧ୍ୟମରେ ନିଜ ପ୍ରଶଂସକଙ୍କ ସହ ଯୋଡି ରହିବାକୁ ଭୁଲି ନାହାଁନ୍ତି। ଯେତେବେଳେ ଅମିତାଭ ବଚ୍ଚନ ପ୍ରଥମ ଥର ପାଇଁ କୋଭିଡ ପଜିଟିଭ ହୋଇଥିଲେ ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେହି ସମୟରେ ବିଗ୍ ବି ସୋସିଆଲ ମିଡିଆରେ କ୍ରମାଗତ ଭାବରେ କିଛି ପୋଷ୍ଟ କରି ପ୍ରଶଂସକଙ୍କ ନିକଟରେ ପହଞ୍ଚାଉଥିଲେ। ବର୍ତ୍ତମାନ ସେ ପୁଣି ଏହି ସଂକ୍ରମଣ ଦେଇ ଗତି କରୁଛନ୍ତି, ବର୍ତ୍ତମାନ ବିଗ ବି ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି।

ଅମିତାଭ ବଚ୍ଚନ କ୍ରମାଗତ ଭାବରେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ୍ କରି ପ୍ରଶଂସକଙ୍କୁ ଧନ୍ୟବାଦ ଦେଉଛନ୍ତି ଏବଂ ନିଜର ଭାବନା ପ୍ରକାଶ କରୁଛନ୍ତି। ବିଗ୍ ବି ନିକଟରେ ଛୁଟିଦିନ ବିଷୟରେ ଏଭଳି ଏକ ଟୁଇଟ୍ ଲେଖିଛନ୍ତି, କେବଳ ଏହାକୁ ପଢିବା ପରେ ଆପଣ ଜାଣିପାରିବେ ଯେ ସେ କେତେ କାମକୁ ହରାଉଛନ୍ତି। ଅଭିନେତା ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ‘ଯେତେବେଳେ କାମ କରୁଥିଲି, ମୁଁ ଭାବିଥିଲି ଯେ ମୋତେ କେବେ ଛୁଟି ମିଳିବ? ଯେତେବେଳେ ଛୁଟି ମିଳିଛି, ସେତେବେଳେ ଚିନ୍ତା କରିବାକୁ ପଡୁଛି ଯେ, କାମ କେବେ ମିଳିବ?

ଉଲ୍ଲେଖ ଯୋଗ୍ୟ ଯେ, ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡପତି ୧୪’ ଆୟୋଜନ କରୁଛନ୍ତି। ତେବେ କୋଭିଡ କାରଣରୁ କେବିସିର ସୁଟିଙ୍ଗ ମଧ୍ୟ ବର୍ତ୍ତମାନ ପ୍ରଭାବିତ ହୋଇଛି। ଏଥି ସହିତ ବିଗ୍ ବିଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ମଧ୍ୟ ଖୁବ ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ମନୋରଂଜନ

ପାନ ମସାଲାର ବିଜ୍ଞାପନରୁ ନିଜକୁ ଦୂରେଇ ରଖିଲେ ଅମିତାଭ ବଚ୍ଚନ: ଫେରାଇଲେ ଦେଲେ ପ୍ରଚାର ରାଶି

ମୁମ୍ବାଇ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ପାନ ମସାଲା ବ୍ରାଣ୍ଡ ପାଇଁ ବିଜ୍ଞାପନରୁ ନିଜକୁ ଦୂରେଇ ରଖିଛନ୍ତି। ଏହାର ପ୍ରଚାର ପାଇଁ ସେ ଯେଉଁ ରାଶି ପାଇଛନ୍ତି, ତାକୁ ମଧ୍ୟ ଅମିତାଭ ଫେରସ୍ତ କରିଛନ୍ତି। ୭୯ ବର୍ଷିୟା ଅଭିନେତା ଏକ ପାନ୍ ମସାଲା ବ୍ରାଣ୍ଡର ପ୍ରଚାର ପାଇଁ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ତାଙ୍କର ଅନେକ ପ୍ରଶଂସକ ଏ ବିଷୟରେ ନିରାଶ ହୋଇଥିଲେ। ‘ଅମିତାଭ ବଚ୍ଚନ କାର୍ଯ୍ୟାଳୟ’ ଦ୍ୱାରା ପ୍ରକାଶିତ ଏକ ବ୍ଲଗ୍ ପୋଷ୍ଟରେ ରବିବାର ରାତିରେ କୁହାଯାଇଛି ଯେ, ସେ ଆଉ ଏହି ପ୍ରଚାର ସହ ଜଡିତ ନୁହଁନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପୋଲିସ ନିୟନ୍ତ୍ରଣ କକ୍ଷକୁ ଆସିଲା ଫୋନ: ଅମିତାଭ ବଚ୍ଚନଙ୍କ ବଙ୍ଗଳା ସମେତ ୩ଟି ରେଳ ଷ୍ଟେସନରେ ଖଞ୍ଜା ଯାଇଛି ବୋମା

ମୁମ୍ବାଇ: ଗୋଟିଏ ଅଜଣା ଫୋନ୍ କଲ ଆସିବା ପରେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ପୋଲିସ ନିୟନ୍ତ୍ରଣ କକ୍ଷରେ ଉତ୍ତେଜନା ପ୍ରକାଶ ପାଇଛି। ଫଳରେ ମୁମ୍ବାଇରେ ସୁରକ୍ଷାକୁ କଡାକଡି କରାଯାଇଛି। ସୂଚନା ଅନୁଯାୟୀ, ମୁମ୍ବାଇର ଚାରିଟି ସ୍ଥାନରେ ବୋମା ଲଗାଯାଇଥିବା ଧମକ ଦେଇ ଶୁକ୍ରବାର ରାତିରେ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଏକ ଫୋନ୍ କଲ ଆସିଥିଲା। ମୁମ୍ବାଇର ତିନୋଟି ପ୍ରମୁଖ ରେଳ ଷ୍ଟେସନ ଏବଂ ଅଭିନେତା ଅମିତାଭ ବଚ୍ଚନଙ୍କ ବଙ୍ଗଳାରେ ବୋମା ଲଗାଯିବା ସମ୍ପର୍କରେ ସୂଚନା ମିଳିଥିଲା। ଏହାପରେ ତୁରନ୍ତ ଏହି ସ୍ଥାନଗୁଡିକରେ ସୁରକ୍ଷାକୁ ବୃଦ୍ଧି କରାଯାଇଛି। ତେବେ ଅନୁସନ୍ଧାନ ବେଳେ ଏହି କଲ୍ ନକଲି ବୋଲି ଜଣାପଡିଛି। ଏବେ ପୋଲିସ ଫୋନ କରିଥିବା ବ୍ୟକ୍ତି ଏବଂ ତାଙ୍କ ଅବସ୍ଥାନକୁ ଖୋଜିବାକୁ ଚେଷ୍ଟା କରୁଛି।

ତେବେ ଯାଞ୍ଚ ସମୟରେ କୌଣସି ସନ୍ଦେହଜନକ ପଦାର୍ଥ ମିଳିନାହିଁ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ଶୁକ୍ରବାର ରାତିରେ ମୁମ୍ବାଇ ପୋଲିସର ମୁଖ୍ୟ କଣ୍ଟ୍ରୋଲ ରୁମକୁ ଏକ କଲ ଆସିଥିଲା ​​ଯେଉଁଥିରେ କଲ୍ କରିଥିବା ବ୍ୟକ୍ତି କହିଛନ୍ତି ଯେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ (ସିଏସଏମଟି), ଭାୟଖଲା, ଦାଦର ରେଳ ଷ୍ଟେସନ ଏବଂ ଜୁହୁରେ ଅଭିନେତା ଅମିତାଭ ବଚ୍ଚନଙ୍କ ବଙ୍ଗଳା ଉପରେ ବୋମା ଲଗାଯାଇଛି।

ପୋଲିସ ଅଧିକାରୀ କହିଛନ୍ତି ଯେ ଏହି କଲ ପାଇବା ପରେ ସରକାରୀ ରେଳ ପୋଲିସ, ରେଳ ସୁରକ୍ଷା ବଳ ସହିତ ବମ୍ ଡିସପୋଜାଲ ସ୍କ୍ବାଡ, କୁକୁର ତଦନ୍ତ କାରୀ ଟିମ ଏବଂ ସ୍ଥାନୀୟ ପୋଲିସ ଏହି ସ୍ଥାନରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏପର୍ଯ୍ୟନ୍ତ ଏହି ଜାଗାରେ କୌଣସି ସନ୍ଦେହଜନକ ପଦାର୍ଥ ମିଳିନାହିଁ କିନ୍ତୁ ସେଠାରେ ବହୁ ସଂଖ୍ୟକ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏହି ଘଟଣାର ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

୭୮ ବର୍ଷ ବୟସରେ ପଦାର୍ପଣ କଲେ ଅମିତାଭ ବଚ୍ଚନ, ଜନ୍ମଦିନରେ ପ୍ରଶଂସକଙ୍କ ପାଇଁ କଣ କଲେ ଜାଣନ୍ତୁ

ମୁମ୍ବାଇ, ଆଜି ବିଗ ବି, ସେହେନଂସା, କୁଲି ଯାହା ବି କହନ୍ତୁ, ଅମିତାଭ ବଚ୍ଚନ ୭୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଭାରତୀୟ ସିନେମା ଜଗତ ପାଇଁ ଅମିତାଭଙ୍କ ଯେଉଁ ଅବଦାନ ତାହା ସାରା ବିଶ୍ବରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ତାଙ୍କର ଏହି ଜନ୍ମ ଦିବସରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ପହଁଚିବାରେ ଲାଗିଛି। ତେବେ ଏହି ବାର୍ତ୍ତା ପହଁଚିବା ସହିତ ତୁରନ୍ତ ଅମିତାଭ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଟ୍ବୁଇଟରେ ସେ ଜନ୍ମଦିନ ଉପଲକ୍ଷେ ଯେଉଁମାନେ ଶୁଭେଚ୍ଛା କରିଛନ୍ତି ସେମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଏହି ଧନ୍ୟବାଦ ସାଧାରଣ ଭାବେ ଦିଆଯାଇ ନାହିଁ। ଏଥିପାଇଁ ଅମିତାଭ ଧନ୍ୟବାଦ ଲେଖାଥିବା ତିନୋଟି ଟେମ୍ପଲେଟ ତିଆରି କରି ପୋଷ୍ଟିଂ କରିଛନ୍ତି। ଗୋଟିଏରେ ଧନ୍ୟବାଦ ଶଦ୍ଦର ବିଭିନ୍ନ ବିକଳ୍ପ ଶଦ୍ଦ ଲେଖି ନିଜର ନମସ୍କାର ଭଙ୍ଗିର ଏକ ଟେମ୍ପଲେଟ କରିଛନ୍ତି। ସେହିପରି ଆଉ ଦୁଇଟି ଇଂରାଜୀ ଓ ହିନ୍ଦିରେ ଧନ୍ୟବାଦ ଲେଖାଥିବା ଫଟୋ କରିଛନ୍ତି।