Categories
ଜାତୀୟ ଖବର ବିଶେଷ ଖବର

ତାମିଲନାଡୁରେ ଅମିତ ଶାହା, ଅଭିନେତା ରଜନୀକାନ୍ତଙ୍କୁ ରାଜନୀତିକୁ ଆଣିବା ନେଇ ଚାଲିଛି ଚର୍ଚ୍ଚା

ଚେନ୍ନାଇ, ଆସନ୍ତା ବର୍ଷ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବ। ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଚେନ୍ନାଇରେ ଅଛନ୍ତି। କେବଳ ଏତିକି ନୁହେଁ, ସେମାନେ ଆଗାମୀ ନିର୍ବାଚନ ପାଇଁ ଶାସକ AIADMK ସହିତ ମିଳିତ ଭାବେ ନିର୍ବାଚନ ଲଢିବା ପାଇଁ  ମଧ୍ୟ ନିଶ୍ଚିତ କରିଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ ଏଥର ତାମିଲନାଡୁରେ ବିଜେପିର ରଣନୀତି ଆକ୍ରମଣାତ୍ମକ ହେବାକୁ ଯାଉଛି।

ଜାଣିବାକୁ ମିଳିଛି ଯେ ଶନିବାର ରାତିରେ ଗୃହମନ୍ତ୍ରୀ ଶାହ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନ (ଆରଏସଏସ) ଚିନ୍ତକ ଏସ ଗୁରୁମୂର୍ତ୍ତିଙ୍କୁ ଭେଟିଛନ୍ତି। ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ, କାରଣ ଗୁରୁମୂର୍ତ୍ତି ନିକଟରେ ଫିଲ୍ମ ସୁପରଷ୍ଟାର ରଜନୀକାନ୍ତଙ୍କୁ ଭେଟିଥିଲେ। ସୂଚନାନୁସାରେ, ଅମିତ ଶାହା ଏବଂ ଆରଏସଏସ ନେତାଙ୍କ ମଧ୍ୟରେ ହୋଇଥିବା ବୈଠକରେ ରଜନୀକାନ୍ତଙ୍କ ରାଜନୈତିକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଛି।

ଅମିତ ଶାହା ଚଳଚ୍ଚିତ୍ର ଅଭିନେତା ରଜନୀକାନ୍ତଙ୍କୁ ଭେଟିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ରଜନୀକାନ୍ତ 2017 ରେ ଡିସେମ୍ବର 31 ରେ ରାଜନୀତିକୁ ଆସିବା ବିଷୟରେ କହିଥିଲେ। ସେତେବେଳେ ରଜନୀକାନ୍ତ କହିଥିଲେ ଯେ ସଠିକ୍ ସମୟ ଆସିଲେ ସେ ରାଜନୀତିରେ ପ୍ରବେଶ କରିବେ। ଅପରପକ୍ଷେ, ଚଳିତ ବର୍ଷ ମାର୍ଚ୍ଚ ମାସରେ ରଜନୀକାନ୍ତ ଏକ ସାମ୍ବାଦିକ ସମ୍ମିଳନୀ ଡାକି କହିଥିଲେ ଯେ ସେ କେବେ ହେଲେ ମୁଖ୍ୟମନ୍ତ୍ରୀ ହେବାକୁ ଚାହାଁନ୍ତି ନାହିଁ। ଏଭଳି ପରିସ୍ଥିତିରେ ଅମିତ ଶାହା ଏବଂ ଏସ୍ ଗୁରୁମୂର୍ତ୍ତିଙ୍କ ସାକ୍ଷାତ ପରେ ରାଜନୀତିରେ ରଜନୀକାନ୍ତଙ୍କ ଏଣ୍ଟ୍ରି ବିଷୟରେ ଆଲୋଚନା ହେଉଛି।

Categories
ଆଜିର ଖବର ଜାତୀୟ ଖବର

ତେଜସ୍ବୀ ଯାଦବକୁ କଡା ସମାଲୋଚନା କଲେ ବିଜେପିର ବରିଷ୍ଠ ନେତା ଅମିତ ସାହା, କଣ କହିଲେ ଜାଣିଛନ୍ତି !

କୋଲକାତା, ଆରଜେଡି ନେତା ତେଜସ୍ବୀ ଯାଦବଙ୍କୁ ଆଜି ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ସାହା ତୀବ୍ର ସମାଲୋଚନା କରିଛନ୍ତି। କୋଲକାତାରେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି ତେଜସ୍ବୀଙ୍କୁ ବିହାର ବଜେଟ କେତେ ଜଣା ନାହିଁ। ନିର୍ବାଚନ ପ୍ରଚାର ବେଳେ ତେଜସ୍ବୀ ଭୋଟରଙ୍କୁ 10 ଲକ୍ଷ ଚାକିରୀ ଦେବେ ବୋଲି କହିଛନ୍ତି। ଯଦି ପ୍ରକୃତରେ ତେଜେସ୍ବୀଙ୍କୁ ବିହାର ବଜେଟ ବିଷୟର ଜ୍ଞାନ ଥାଆନ୍ତା ତେବେ ସେ ଏପରି କହି ନ ଥାଆନ୍ତେ।

ତେଜସ୍ବୀ ବର୍ତ୍ତମାନ ସୁଦ୍ଧା ରାଜନୀତିରେ ପରିପକ୍ବ ହୋଇ ନାହାଁନ୍ତି ବୋଲି ସାହା କହିଛନ୍ତି। ସେ କୌଣସି କଥା କହିବା ପୂର୍ବରୁ ଅନ୍ତତଃ ପକ୍ଷେ ପାଠ ପଢିକି ଆସିବା ଦରକାର। ନଚେତ ବିହାରବାସୀ ତାଙ୍କୁ କେବେ ହେଲେ କ୍ଷମା ଦେବେ ନାହିଁ। ସେ କହିଲେ ଯେ ବିହାରରେ ଏନଡିଏ ବହୁମତରେ ଜିତି ଆସିବ। ପୁଣିଥରେ ନୀତିଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ହେବେ। ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ସାହା କହିଛନ୍ତି।

Categories
ଫଟୋ ଖବର

ଗୁଜୁରାଟରେ ଥିବା ନିଜ ଜନ୍ମିତ ଗାଁରେ ନବରାତ୍ର ଉତ୍ସବ ପାଳନ କରୁଛନ୍ତି ଗୃହମନ୍ତ୍ରୀ ଅମିତ ସାହା

ନବରାତ୍ରୀ ଶୁଭ ଅବସରରେ ଗୃହମନ୍ତ୍ରୀ ଅମିତ ସାହା ନିଜ ଗ୍ରାମ ଗୁଜୁରାଟର ମନସାସ୍ଥିତ  ବାହୁଚର ମାତାଜୀ ମନ୍ଦିରରେ ପ୍ରାର୍ଥନା କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଟିକିତ୍ସିତ ହେଉଥିବା ଗୃହମନ୍ତ୍ରୀ ଅମିତ ସାହା ହେଲେ ସୁସ୍ଥ୍ୟ, ରିପୋର୍ଟ ଆସିଲା ନେଗେଟିଭ

ନୂଆଦିଲ୍ଲୀ, କରୋନା ଭାଇସର ଆକ୍ରାନ୍ତ ହୋଇଥିବା ଗୃହମନ୍ତ୍ରୀ ଅମିତ ସାହା ସୁସ୍ଥ୍ୟ ହୋଇଛନ୍ତି। ସେ ଏହି ଭାଇରସ ଦ୍ବାରା ଆକ୍ରାନ୍ତ ହେବା ପରେ ମେଦାନ୍ତ ହସପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସା ହେବା ପରେ ସେ ବର୍ତ୍ତମାନ ସୁସ୍ଥ ଅନୁଭବ କରୁଛନ୍ତି ଏହା ଜାଣିବା ପରେ ହସପିଟାଲ ତରଫରୁ ପୁଣି ଥରେ ତାଙ୍କର ସ୍ବାବ ପରୀକ୍ଷା ପାଇଁ ନିଆଯାଇ ଥିଲେ। ଆଜି ରିପୋର୍ଟ ଆସିବା ପରେ ଏହା ନେଗେଟିଭ୍ ଅଛି ବୋଲି ଜଣାପଡିଛି। ଖୁବ ଶିଘ୍ର ଅମିତ ସାହା ଘରକୁ ଫେରି କାର୍ଯ୍ୟରେ ଯୋଗ ଦେବେ ବୋଲି ଜଣାପଡିଛି।