Categories
ଆଜିର ଖବର ଜାତୀୟ ଖବର

ବଞ୍ଚିତ ବର୍ଗର ନବଦମ୍ପତିଙ୍କ ପାଇଁ ଗଣବିବାହ ଆୟୋଜନ ସହିତ ଆରମ୍ଭ ହେଲା ଅମ୍ବାନୀ ପରିବାରର ବିବାହ ଉତ୍ସବ

ମୁମ୍ବାଇ: ଅମ୍ବାନୀ ପରିବାର ପକ୍ଷରୁ ରାଧିକା ମର୍ଚାଣ୍ଟଙ୍କ ସହ ପୁତ୍ର ଅନନ୍ତ ଅମ୍ବାନୀଙ୍କ ବିବାହ ଉତ୍ସବର ଶୁଭାରମ୍ଭ ସ୍ୱରୂପ ମୁମ୍ବାଇଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଥିବା ପାଲଘର ଅଞ୍ଚଳର ବଞ୍ଚିତ ବର୍ଗର ୫୦ରୁ ଅଧିକ ନବଦମ୍ପତିଙ୍କ ପାଇଁ ଏକ ଗଣବିବାହ ଆୟୋଜନ କରାଯାଇଛି। ନଭିମୁମ୍ବାଇ ସ୍ଥିତ ରିଲାଏନ୍ସ କର୍ପୋରେଟ୍ ପାର୍କରେ ଅନୁଷ୍ଠିତ ଏହି ଗଣବିବାହ କାର୍ଯ୍ୟକ୍ରମରେ ନବଦମ୍ପତିଙ୍କ ପରିବାରର ପ୍ରାୟ ୮୦୦ ପ୍ରତିନିଧି ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରୁ ଆରମ୍ଭ କରି ଅମ୍ବାନୀ ପରିବାର ଆଗାମୀ ବିବାହ ଋତୁଗୁଡିକରେ ସାରା ଦେଶରେ ଏହିପରି ଶହ ଶହ ବିବାହକୁ ସହାୟତା ଜାରି ରଖିବା ନେଇ ପ୍ରତିଶୃତି ଦେଇଥିଲେ।

ଅମ୍ବାନୀ ପରିବାର କାଳଜୟୀ ଭାରତୀୟ ଉକ୍ତି, “ମାନବ ସେବା ହିଁ ମାଧବ ସେବା” ର ଅନୁସରଣ କରିଥାଏ। ଏହି ନୀତି​​ଅନୁଯାୟୀ, ସେମାନଙ୍କର ପ୍ରତିଟି ପ୍ରମୁଖ ପାରିବାରିକ ଉତ୍ସବ ଅନ୍ୟମାନଙ୍କ ସେବା ଓ ସହାୟତାରୁ ଆରମ୍ଭ କରିବା ପରମ୍ପରା ରହିଛି ଯାହା ସମାଜ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ଦର୍ଶାଉଛି।

ଏହି କାର୍ଯ୍ୟକ୍ରମରେ ନିତା ଅମ୍ବାନୀ ଓ ମୁକେଶ ଅମ୍ବାନୀ ପରିବାର ସଦସ୍ୟଙ୍କ ସହିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ନବଦମ୍ପତିଙ୍କୁ ହୃଦୟରୁ ଶୁଭେଚ୍ଛା ଜଣାଇ ଶୁଭ ଉତ୍ସବରେ ଯୋଡିହୋଇଥିଲେ।

ଶୁଭେଚ୍ଛା ସ୍ୱରୂପ ପ୍ରତ୍ୟେକ ଦମ୍ପତିଙ୍କୁ ମଙ୍ଗଳସୂତ୍ର, ବିବାହ ମୁଦି ଓ ନାକ ରିଙ୍ଗ ସମେତ ବିଭିନ୍ନ ସୁନା ଅଳଙ୍କାର ଏବଂ ଗୋଡ ମୁଦି ଓ ପାଉଁଜି ଭଳି ବିଭିନ୍ନ ରୂପା ଅଳଙ୍କାର ପ୍ରଦାନ କରାଯାଇଥିଲା। ଏଥିସହ ପ୍ରତ୍ୟେକ ନବବଧୂଙ୍କୁ ସ୍ତ୍ରୀଧନ ଭାବରେ ଏକ ଲକ୍ଷ ଏକ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା। ପ୍ରତ୍ୟେକ ଦମ୍ପତିଙ୍କୁ ଏକ ବର୍ଷ ପାଇଁ ପର‌୍ୟ୍ୟାପ୍ତ ପରିମାଣର ଗ୍ରୋସରୀ, ଖାଦ୍ୟ ସାମଗ୍ରୀ, ଘରକରଣା ସାମଗ୍ରୀ ସହିତ ବାସନକୁସନ, ଗ୍ୟାସ୍ ଚୁଲା, ମିକ୍ସର୍, ଫ୍ୟାନ୍, ଗଦି ଏବଂ ତକିଆ ସମେତ ୩୬ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରାଯାଇଥିଲା।

ଏହି ବିବାହ ଉତ୍ସବରେ ବର ଏବଂ କନ୍ୟାଙ୍କ ପରିବାର ସଦସ୍ୟ, ସ୍ଥାନୀୟ ସାମାଜିକ କର୍ମୀ ଏବଂ ସମ୍ପ୍ରଦାୟର ସଦସ୍ୟଙ୍କ ସମେତ ୮୦୦ ରୁ ଅଧିକ ଲୋକ ଯୋଗ ଦେଇଥିଲେ।  ସମାରୋହ ପରେ ସମସ୍ତ ଉପସ୍ଥିତ ଲୋକଙ୍କ ପାଇଁ ଆୟୋଜିତ ଭବ୍ୟ ରାତ୍ରିଭୋଜନ ଏହି ଉତ୍ସବ ଏବଂ ଏକତାର ଭାବନାକୁ ପ୍ରତିଫଳିତ କରିଥିଲା।

ସନ୍ଧ୍ୟାରେ ଏକ ସମୃଦ୍ଧ ସାଂସ୍କୃତିକ ଅନୁଭୂତି ଯୋଗ କରି ୱାର୍ଲି ଜନଜାତି ଦ୍ୱାରା ପ୍ରଦର୍ଶିତ ପାରମ୍ପରିକ ତରପା ନୃତ୍ୟ ଉପଭୋଗ କରିବା ପାଇଁ ଉପସ୍ଥିତ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା।

ଅମ୍ବାନୀ ପରିବାରର ଏହି ପଦକ୍ଷେପ କେବଳ ଦମ୍ପତିଙ୍କ ମିଳନକୁ ପାଳନ କରିନଥିଲା ବରଂ ସାମାଜିକ କଲ୍ୟାଣ ତଥା ସମୁଦାୟକୁ ସମର୍ଥନ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ଦର୍ଶାଇଥିଲ।

ଏହିପରି ଭାବରେ, ଅମ୍ବାନୀ ପରିବାର ମଧ୍ୟ ସେମାନଙ୍କର ଖୁସି ଏବଂ ଆନନ୍ଦକୁ ବୃହତ ସମୁଦାୟ ସହିତ ପାଳନ କରିପାରିବା ସହ ସେମାନଙ୍କ ଆଶୀର୍ବାଦ କାମନା କରିବାରେ ସକ୍ଷମ ହୋଇଛନ୍ତି। ଅତୀତରେ ପରିବାରରେ ବିବାହ ଉତ୍ସବରେ ମଧ୍ୟ ଅମ୍ବାନୀ ପରିବାର ପକ୍ଷରୁ ନିକଟବର୍ତ୍ତୀ ସମୁଦାୟ ପାଇଁ ତଥା ଏନଜିଓମାନଙ୍କ ସହାୟତାରେ ଅନ୍ନ ସେବା ଆୟୋଜନ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

‘ଆଣ୍ଟିଲିଆ’ର ୨୭ ତମ ମହଲାରେ କାହିଁକି ରୁହନ୍ତି ଅମ୍ବାନୀ ପରିବାର?, କହିଲେ ନୀତା ଅମ୍ବାନୀ

ମୁମ୍ବାଇ: ଭାରତର ସବୁଠୁ ବଡ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଘର ‘ଆଣ୍ଟିଲିଆ’ ବିଷୟରେ ସମସ୍ତେ ଜାଣିବାକୁ ଚାହାଁନ୍ତି। ଅମ୍ବାନୀ ପରିବାର ଏହି ଘରର ୨୭ ତମ ମହଲାରେ ରୁହନ୍ତି। ତାଙ୍କର ୨୭ ମହଲା ବିଶିଷ୍ଟ ମହଲ ‘ଆଣ୍ଟିଲିଆ’ ଦୁନିଆର ଦ୍ୱିତୀୟ ମହଙ୍ଗା ଏବଂ ବୃହତ୍ତମ ଘର ଅଟେ। କିନ୍ତୁ ଆପଣ ଜାଣନ୍ତି କି ଅମ୍ବାନୀ ପରିବାର କେବଳ ଏହି ଘରର ୨୭ ତମ ମହଲାରେ ରୁହନ୍ତି। ଯଦି ନୁହେଁ, ତେବେ ଆସନ୍ତୁ ଜାଣିବା।

ନୀତା ଅମ୍ବାନୀଙ୍କ ଅନୁଯାୟୀ, ସେ ଚାହୁଁଥିଲେ ଯେ ତାଙ୍କ ପରିବାର ସଦସ୍ୟଙ୍କ ସମସ୍ତ କୋଠରୀକୁ ପର୍ଯ୍ୟାପ୍ତ ସୂର୍ଯ୍ୟ କିରଣ ପହଞ୍ଚୁ। ତେଣୁ ସେ ୨୭ ତମ ମହଲାରେ ରହିବାକୁ ନିଷ୍ପତ୍ତି ନେଇଥିଲେ। କୁହାଯାଏ ଯେ, କେବଳ ଅତି ନିକଟତର ଲୋକଙ୍କୁ ଏହି ମହଲା ପରିଦର୍ଶନ କରିବାକୁ ଅନୁମତି ଦିଆଯାଇଛି।

୬୦୦ କର୍ମଚାରୀ ନୀତା ଏବଂ ମୁକେଶ ଅମ୍ବାନୀଙ୍କ ଘରେ କାମ କରନ୍ତି, ଯେଉଁମାନେ ଲକ୍ଷ ଲକ୍ଷ ବେତନ ପାଆନ୍ତି। ପ୍ରକାଶ ଯେ, ନୀତା ଅମ୍ବାନୀ ଏବଂ ମୁକେଶ ଅମ୍ବାନୀଙ୍କ ତିନି ପିଲା ବର୍ତ୍ତମାନ ବ୍ୟବସାୟରେ ସାହାଯ୍ୟ କରୁଛନ୍ତି। ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ଆନନ୍ଦ ପିରାମଲଙ୍କୁ ବିବାହ କରିଛନ୍ତି।

ମୁକେଶ ଏବଂ ନୀତା ଅମ୍ବାନୀଙ୍କ ବଡ ପୁଅ ଆକାଶ ଅମ୍ବାନୀ ହୀରା ବ୍ୟବସାୟୀଙ୍କ ଝିଅ ଶ୍ଲୋକା ମେହେଟ୍ଟାଙ୍କୁ ବିବାହ କରିଛନ୍ତି। ତାଙ୍କର ଏକ ସନ୍ତାନ ମଧ୍ୟ ଅଛି। ଏଥି ସହିତ ମୁକେଶ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ନିକଟରେ ହୀରା ବ୍ୟବସାୟୀଙ୍କ ଝିଅ ରାଧିକା ମର୍ଚାଣ୍ଟଙ୍କ ସହ ନିର୍ବନ୍ଧ କରିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ରିଲାଏନ୍ସ ହସ୍ପିଟାଲରେ ଫୋନ କରି ଅମ୍ବାନୀ ପରିବାରକୁ ଧମକ: ଅଭିଯୁକ୍ତଙ୍କୁ ହେପାଜତକୁ ନେଲା ପୋଲିସ୍

ମୁମ୍ବାଇ: ଦେଶର ଜଣାଶୁଣା ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପାଇଁ ବିପଦ ଥିବା ଖବର ରହିଛି। ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲର ରିସେପ୍ସନରେ ଧମକ ଦିଆଯାଇଥିବା କୁହାଯାଉଛି। ଏହା ପରେ ପୋଲିସକୁ ଡାକ୍ତରଖାନା ଏ ବିଷୟରେ ସୂଚନା ଦେଇଥିଲା। ଫୋନ କରିଥିବା ବ୍ୟକ୍ତିକୁ ପୋଲିସ ଅଟକ ରଖିଛି।

ବର୍ତ୍ତମାନ ପୋଲିସ ଗିରଫ ବ୍ୟକ୍ତିଙ୍କୁ ଚିହ୍ନଟ କରିବାରେ ନିୟୋଜିତ ଅଛି। ପୋଲିସ ସୂତ୍ର ଅନୁଯାୟୀ, ଏକାଧିକ ଥର କଲ କରି ଧମକ ଦିଆଯାଇଥିଲା। ଅଭିଯୋଗ ଆସିବା ମାତ୍ରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।