Categories
ଜାତୀୟ ଖବର ବିଶେଷ ଖବର

ଗୁଜୁରାଟ ଦଖଲ ପାଇଁ କେଜ୍ରିୱାଲାଙ୍କ ପ୍ରଚଣ୍ଡ ଅଭିଯାନ, ଆପ୍ ର ଶକ୍ତି ଦେଖି ବିଜେପି ଛାନିଆ

ନୂଆଦିଲ୍ଲୀ : ଗତକାଲି ଗୁଜୁରାଟର ଅହମଦାବାଦ୍ ରେ ଆମ୍ ଆଦମୀ ପାର୍ଟିର ‘ତ୍ରିରଙ୍ଗା ଯାତ୍ରା’ କୁ ନେଇ ଦେଶର ରାଜନୀତି ହୁଲୁସ୍ତୁଲ ହୋଇଯାଇଛି। କାରଣ ମୋଦୀସାହାଙ୍କ ଗଡରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲା ଯେପରି ଶୋଭାଯାତ୍ରା କରିଛନ୍ତି ତାହା ଜାତୀୟ ରାଜନୀତିକୁ ଦୋହଲାଇ ଦେଇଛି। ଶନିବାର ଦିନ ଆପ୍ ଆବାହାକ ଅରବିନ୍ଦ କେଜ୍ରୱାଲା ନେତୃତ୍ବରେ ଆୟୋଜିକ ଏହି ଶୋଭାଯାତ୍ରାରେ ପଂଜାବର ନୂଆ ମୁଖ୍ୟମନ୍ତ୍ରୀ ଭଗୱାନ୍ତ ମନ୍ ସାମିଲ ହୋଇଥିଲେ।

ଗୁଜୁରାଟର ହଜାର ହଜାର ଆପ ସମର୍ଥକ ଶୋଭାଯାତ୍ରାକୁ ଅରବିନ୍ଦ କେଜ୍ରିୱାଲ ସମ୍ବୋଧିତ କରିଥିଲେ। ସେଥିରେ ସେ , ଗୁଜୁରାଟବାସୀଙ୍କୁ ଆସନ୍ତା ବିଧାନସଭା ନିର୍ବାଚନରେ ତାଙ୍କ ଦଳକୁ ଗୋଟିଏ ସୁଯୋଗ ଦେବାକୁ ଅନୁରୋଧ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଦଳ କ୍ଷମତାକୁ ଆସିବା ପରେ ରାଜ୍ୟରେ ଦୁର୍ନୀତିର ଚକ୍ରକୁ ଶେଷ କରିଦେବେ।
ସେ କହିଛନ୍ତି ଯେ, “ମୁଁ ରାଜନୀତି କିପରି କରିବି ଜାଣେ ନାହିଁ କିନ୍ତୁ ଦୁର୍ନୀତିକୁ କିପରି ଦୂର କରାଯିବ ମୁଁ ଜାଣେ। ଆମେ ଦିଲ୍ଲୀରେ ଦୁର୍ନୀତିକୁ ମୂଳ ଉତ୍ପାଟନ କରିଛୁ।

ଆଜି ଯଦି ଆପଣ ଦିଲ୍ଲୀର କୈଣସି କାର୍ଯ୍ୟାଳୟକୁ ଯାଆନ୍ତି ତେବେ ଆପଣଙ୍କୁ ଲାଞ୍ଚ ଦେବାକୁ ପଡିବ ନାହିଁ। ସେହିପରି ଭଗବନ୍ତ ମାନ୍ ତାଙ୍କ ଶାସନର ଦଶ ଦିନ ମଧ୍ୟରେ ପଞ୍ଜାବରେ ଦୁର୍ନୀତିର ମୁଳ ଉତ୍ପାଟନ କରିଥିଲେ। ଯଦି ଆପଣ ମୋତେ ବିଶ୍ୱାସ କରନ୍ତି ନାହିଁ, ତେବେ ପଞ୍ଜାବର ଆପଣଙ୍କର କୈଣସି ବନ୍ଧୁଙ୍କୁ ପଚାରନ୍ତୁ। ଆଜି ପଞ୍ଜାବରେ ଲାଇସେନ୍ସ କାର୍ଯ୍ୟାଳୟ, ତହସିଲଦାର ଅଫିସ୍, ୧୦ ମିନିଟ୍ ମଧ୍ୟରେ ସମସ୍ତ କାର୍ଯ୍ୟ ସରିବ।

” ଅହମ୍ମଦାବାଦର ତିରଙ୍ଗା ଯାତ୍ରା ସମୟରେ କେଜ୍ରିୱାଲ କହିଛନ୍ତି, ଗୁଜରାଟକୁ ଜିତିବା ପାଇଁ ସେ ଗୁଜରାଟକୁ ଆସିଛନ୍ତି। “ଆଜି ମୁଁ କୈଣସି ଦଳକୁ ସମାଲୋଚନା କରିବାକୁ ଆସିନାହିଁ, ମୁଁ ବିଜେପି କିମ୍ବା କଂଗ୍ରେସକୁ ପରାସ୍ତ କରିବାକୁ ଆସିନାହିଁ, ଗୁଜରାଟ ଏବଂ ଗୁଜରାଟୀକୁ ଜିତିବାକୁ ଆସିଛି। ଆପ୍ କୁ ଗୋଟିଏ ସୁଯୋଗ ଦିଅନ୍ତୁ, ଯଦି ଆପଣମାନେ ଆମର ପାଞ୍ଚ ବର୍ଷର କାର‌୍ୟ୍ୟକାଳ ଭିତରେ ଆମକୁ ପସନ୍ଦ କରିବେ ନାହିଁ, ତେବେ ଆମେ ଯେକୈଣସି ପ୍ରକାରେ ଏହି ଲୋକଙ୍କୁ ପୁଣି କ୍ଷମତାକୁ ଫେରାଇ ଦେବୁ। ଶୋଭାଯାତ୍ରା ପୂର୍ବରୁ କେଜ୍ରିୱାଲ ଏବଂ ମନ ଗୁଜୁରାଟର ସାବରମତି ଆଶ୍ରମ ପରିଦର୍ଶନ କରିଥିଲେ।

ଫେବୃଆରୀ ୨୦୨୧ରେ ଅନୁଷ୍ଠିତ ସୁରଟ ମ୍ୟୁନିସିପାଲିଟି କର୍ପୋରେସନ (ଏସଏମସି) ନିର୍ବାଚନରେ ବିଜେପି ୯୩ ଟି ଆସନ ଜିତିଥିବାବେଳେ ଆମ୍ ଆଦମୀ ପାର୍ଟି ୨୭ ଟି ସିଟ୍ ହାସଲ କରିଛି। ଏଥିରେ କଂଗ୍ରେସ ଗୋଟିଏ ମଧ୍ୟ ଆସନ ନେଇପାରି ନାହିଁ। ତେବେ ଆପ୍ ର ଏପରି ତ୍ରିରଙ୍ଗା ଶୋଭାଯାତ୍ରା ନେଇ ବିଜେପି ଶିବିରରେ ଛନକା ପଶିଯାଇଛି। କାରଣ ଚଳିତ ବର୍ଷ ଗୁଜୁରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ଆପ୍ ର ଏପରି ଶକ୍ତି ପ୍ରଦର୍ଶନ ବିଜେପିକୁ ଚିନ୍ତାରେ ପକାଇଛି।