Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଗୁଜୁରାଟ ଦଖଲ ପାଇଁ କେଜ୍ରିୱାଲାଙ୍କ ପ୍ରଚଣ୍ଡ ଅଭିଯାନ, ଆପ୍ ର ଶକ୍ତି ଦେଖି ବିଜେପି ଛାନିଆ
ଜାତୀୟ ଖବର

ଗୁଜୁରାଟ ଦଖଲ ପାଇଁ କେଜ୍ରିୱାଲାଙ୍କ ପ୍ରଚଣ୍ଡ ଅଭିଯାନ, ଆପ୍ ର ଶକ୍ତି ଦେଖି ବିଜେପି ଛାନିଆ

April 3, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗୁଜୁରାଟ ଦଖଲ ପାଇଁ କେଜ୍ରିୱାଲାଙ୍କ ଆରମ୍ଭ ହେଲା ଅଭିଯାନ, ଆପ୍ ର ଶକ୍ତି ଦେଖି ବିଜେପି ଛାନିଆ

ନୂଆଦିଲ୍ଲୀ : ଗତକାଲି ଗୁଜୁରାଟର ଅହମଦାବାଦ୍ ରେ ଆମ୍ ଆଦମୀ ପାର୍ଟିର ‘ତ୍ରିରଙ୍ଗା ଯାତ୍ରା’ କୁ ନେଇ ଦେଶର ରାଜନୀତି ହୁଲୁସ୍ତୁଲ ହୋଇଯାଇଛି। କାରଣ ମୋଦୀସାହାଙ୍କ ଗଡରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲା ଯେପରି ଶୋଭାଯାତ୍ରା କରିଛନ୍ତି ତାହା ଜାତୀୟ ରାଜନୀତିକୁ ଦୋହଲାଇ ଦେଇଛି। ଶନିବାର ଦିନ ଆପ୍ ଆବାହାକ ଅରବିନ୍ଦ କେଜ୍ରୱାଲା ନେତୃତ୍ବରେ ଆୟୋଜିକ ଏହି ଶୋଭାଯାତ୍ରାରେ ପଂଜାବର ନୂଆ ମୁଖ୍ୟମନ୍ତ୍ରୀ ଭଗୱାନ୍ତ ମନ୍ ସାମିଲ ହୋଇଥିଲେ।

ଗୁଜୁରାଟର ହଜାର ହଜାର ଆପ ସମର୍ଥକ ଶୋଭାଯାତ୍ରାକୁ ଅରବିନ୍ଦ କେଜ୍ରିୱାଲ ସମ୍ବୋଧିତ କରିଥିଲେ। ସେଥିରେ ସେ , ଗୁଜୁରାଟବାସୀଙ୍କୁ ଆସନ୍ତା ବିଧାନସଭା ନିର୍ବାଚନରେ ତାଙ୍କ ଦଳକୁ ଗୋଟିଏ ସୁଯୋଗ ଦେବାକୁ ଅନୁରୋଧ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଦଳ କ୍ଷମତାକୁ ଆସିବା ପରେ ରାଜ୍ୟରେ ଦୁର୍ନୀତିର ଚକ୍ରକୁ ଶେଷ କରିଦେବେ।
ସେ କହିଛନ୍ତି ଯେ, “ମୁଁ ରାଜନୀତି କିପରି କରିବି ଜାଣେ ନାହିଁ କିନ୍ତୁ ଦୁର୍ନୀତିକୁ କିପରି ଦୂର କରାଯିବ ମୁଁ ଜାଣେ। ଆମେ ଦିଲ୍ଲୀରେ ଦୁର୍ନୀତିକୁ ମୂଳ ଉତ୍ପାଟନ କରିଛୁ।

ଆଜି ଯଦି ଆପଣ ଦିଲ୍ଲୀର କୈଣସି କାର୍ଯ୍ୟାଳୟକୁ ଯାଆନ୍ତି ତେବେ ଆପଣଙ୍କୁ ଲାଞ୍ଚ ଦେବାକୁ ପଡିବ ନାହିଁ। ସେହିପରି ଭଗବନ୍ତ ମାନ୍ ତାଙ୍କ ଶାସନର ଦଶ ଦିନ ମଧ୍ୟରେ ପଞ୍ଜାବରେ ଦୁର୍ନୀତିର ମୁଳ ଉତ୍ପାଟନ କରିଥିଲେ। ଯଦି ଆପଣ ମୋତେ ବିଶ୍ୱାସ କରନ୍ତି ନାହିଁ, ତେବେ ପଞ୍ଜାବର ଆପଣଙ୍କର କୈଣସି ବନ୍ଧୁଙ୍କୁ ପଚାରନ୍ତୁ। ଆଜି ପଞ୍ଜାବରେ ଲାଇସେନ୍ସ କାର୍ଯ୍ୟାଳୟ, ତହସିଲଦାର ଅଫିସ୍, ୧୦ ମିନିଟ୍ ମଧ୍ୟରେ ସମସ୍ତ କାର୍ଯ୍ୟ ସରିବ।

” ଅହମ୍ମଦାବାଦର ତିରଙ୍ଗା ଯାତ୍ରା ସମୟରେ କେଜ୍ରିୱାଲ କହିଛନ୍ତି, ଗୁଜରାଟକୁ ଜିତିବା ପାଇଁ ସେ ଗୁଜରାଟକୁ ଆସିଛନ୍ତି। “ଆଜି ମୁଁ କୈଣସି ଦଳକୁ ସମାଲୋଚନା କରିବାକୁ ଆସିନାହିଁ, ମୁଁ ବିଜେପି କିମ୍ବା କଂଗ୍ରେସକୁ ପରାସ୍ତ କରିବାକୁ ଆସିନାହିଁ, ଗୁଜରାଟ ଏବଂ ଗୁଜରାଟୀକୁ ଜିତିବାକୁ ଆସିଛି। ଆପ୍ କୁ ଗୋଟିଏ ସୁଯୋଗ ଦିଅନ୍ତୁ, ଯଦି ଆପଣମାନେ ଆମର ପାଞ୍ଚ ବର୍ଷର କାର‌୍ୟ୍ୟକାଳ ଭିତରେ ଆମକୁ ପସନ୍ଦ କରିବେ ନାହିଁ, ତେବେ ଆମେ ଯେକୈଣସି ପ୍ରକାରେ ଏହି ଲୋକଙ୍କୁ ପୁଣି କ୍ଷମତାକୁ ଫେରାଇ ଦେବୁ। ଶୋଭାଯାତ୍ରା ପୂର୍ବରୁ କେଜ୍ରିୱାଲ ଏବଂ ମନ ଗୁଜୁରାଟର ସାବରମତି ଆଶ୍ରମ ପରିଦର୍ଶନ କରିଥିଲେ।

ଫେବୃଆରୀ ୨୦୨୧ରେ ଅନୁଷ୍ଠିତ ସୁରଟ ମ୍ୟୁନିସିପାଲିଟି କର୍ପୋରେସନ (ଏସଏମସି) ନିର୍ବାଚନରେ ବିଜେପି ୯୩ ଟି ଆସନ ଜିତିଥିବାବେଳେ ଆମ୍ ଆଦମୀ ପାର୍ଟି ୨୭ ଟି ସିଟ୍ ହାସଲ କରିଛି। ଏଥିରେ କଂଗ୍ରେସ ଗୋଟିଏ ମଧ୍ୟ ଆସନ ନେଇପାରି ନାହିଁ। ତେବେ ଆପ୍ ର ଏପରି ତ୍ରିରଙ୍ଗା ଶୋଭାଯାତ୍ରା ନେଇ ବିଜେପି ଶିବିରରେ ଛନକା ପଶିଯାଇଛି। କାରଣ ଚଳିତ ବର୍ଷ ଗୁଜୁରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ଆପ୍ ର ଏପରି ଶକ୍ତି ପ୍ରଦର୍ଶନ ବିଜେପିକୁ ଚିନ୍ତାରେ ପକାଇଛି।

aap ଅରବିନ୍ଦ କେଜ୍ରୱାଲା ତ୍ରିରଙ୍ଗା ଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତର GDP ଅଭିବୃଦ୍ଧିରେ IMF ଆଶ୍ଚର୍ଯ୍ୟ: ଜାଣନ୍ତୁ କ’ଣ କହିଲେ ମୁଖପାତ୍ର?

September 11, 2026

ଓଡିଶାକୁ ଆସିଲା ୮,୪୧୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ,୧୪,୩୧୦ ନିଯୁକ୍ତି ସମ୍ଭାବନା

September 11, 2026

ଆଜିଠୁ ଲଗାତାର ୪ ଦିନ ବ୍ୟାଙ୍କ ବନ୍ଦ!: ଜାଣନ୍ତୁ କେଉଁ ସେବା ଚାଲିବ, କିପରି କରିବେ ଟଙ୍କା କାରବାର?

September 11, 2026

ପୁଟିନଙ୍କୁ ହାର୍ଦ୍ଦିକ ସ୍ୱାଗତ, ମଜବୁତ ହେବ ଭାରତ-ରୁଷ ରଣନୈତିକ ସମ୍ପର୍କ

September 11, 2026
Latest News

ଭାରତର GDP ଅଭିବୃଦ୍ଧିରେ IMF ଆଶ୍ଚର୍ଯ୍ୟ: ଜାଣନ୍ତୁ କ’ଣ କହିଲେ ମୁଖପାତ୍ର?

September 11, 2026

ଓଡିଶାକୁ ଆସିଲା ୮,୪୧୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ,୧୪,୩୧୦ ନିଯୁକ୍ତି ସମ୍ଭାବନା

September 11, 2026

ବୋଲେରୋକୁ ପିଟିଲା ଆଇଚର: ୮ ମୃତ

September 11, 2026

ଆଜିଠୁ ଲଗାତାର ୪ ଦିନ ବ୍ୟାଙ୍କ ବନ୍ଦ!: ଜାଣନ୍ତୁ କେଉଁ ସେବା ଚାଲିବ, କିପରି କରିବେ ଟଙ୍କା କାରବାର?

September 11, 2026

ଫୁଲ ତୋଳୁଥିବା ବେଳେ ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରକ୍‌

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.