Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ହମାସ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ପାଲେଷ୍ଟାଇନକୁ ସାହାଯ୍ୟ ପଠାଇଲା ଭାରତ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତ ପାଲେଷ୍ଟାଇନୀୟମାନଙ୍କୁ ମାନବିକ ସହାୟତା ପଠାଇଛି। ଭାରତୀୟ ବାୟୁସେନାର ସି-୧୭ ବିମାନ ପ୍ରାୟ ୬.୫ ଟନ୍ ମେଡିକାଲ୍ ଏବଂ ୩୨ ବିପର୍ଯ୍ୟୟ ପ୍ରଶମନ ସାମଗ୍ରୀ ନେଇ ଇଜିପ୍ଟର ଏଲ୍-ଆରିଶ ବିମାନବନ୍ଦରକୁ ଯାତ୍ରା କରିଛି। ଆଜି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଏହି ସୂଚନା ଦେଇଛନ୍ତି।

ଅରିନ୍ଦମ ବାଗଚି ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସୂଚନା ଦେଇଛନ୍ତି। ଭାରତ ପଠାଇଥିବା ରିଲିଫ୍ ସାମଗ୍ରୀରେ ଅତ୍ୟାବଶ୍ୟକ ଜୀବନ ରକ୍ଷାକାରୀ ଔଷଧ, ସର୍ଜିକାଲ୍ ଆଇଟମ୍, ଟେଣ୍ଟ୍, ଶୋଇବା ବ୍ୟାଗ୍, ଟାରପଲିନ୍, ପରିମଳ ସୁବିଧା, ଜଳ ବିଶୋଧନ ଟାବଲେଟ୍ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଅନ୍ତର୍ଭୁକ୍ତ।

ସୂଚନାଯୋଗ୍ୟ ଯେ ଗାଜାରେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପାଲେଷ୍ଟାଇନବାସୀଙ୍କୁ ସହାୟତା ସାମଗ୍ରୀ ପଠାଇବାକୁ ବିଶ୍ୱର ଅନେକ ଦେଶ ନିବେଦନ କରିଥିଲେ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତ୍ତାହ ଅଲ-ସିସିଙ୍କୁ ଡାକି ସୀମା ଖୋଲିବାକୁ ନିବେଦନ କରିଛନ୍ତି ଯାହା ଦ୍ଵାରା ସେଠାରେ ଥିବା ଲୋକଙ୍କୁ ସହାୟତା ଯୋଗାଇ ଦିଆଯିବ। ଏହା ପରେ ଗାଜାରେ ପ୍ରାୟ ୨୦ ଟ୍ରକ ମାନବିକ ସହାୟତା ଯୋଗାଇ ଦିଆଯାଇଛି।

ଏହାପୂର୍ବରୁ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦୀ ଅକ୍ଟୋବର ୧୯ ତାରିଖ, ଗୁରୁବାର ଦିନ ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅବ୍ବାସଙ୍କ ସହ କଥା ହୋଇଥିଲେ। ଏହି ସମୟରେ ଗାଜାର ଅଲ ଅହଲି ହସ୍ପିଟାଲରେ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ, ଅଲ ଅହଲି ହସ୍ପିଟାଲରେ ହୋଇଥିବା ବିମାନ ଆକ୍ରମଣରେ ପ୍ରାୟ ୫୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା।

Categories
ଜାତୀୟ ଖବର ବିଶେଷ ଖବର

ୟୁକ୍ରେନରୁ ସ୍ଥାନାନ୍ତରିତ ହେଲେଣି ୨୨ ହଜାରରୁ ଅଧିକ ଭାରତୀୟ, ଏବେ ବି ଫସିରହିଛନ୍ତି ୧୫-୨୦ ନାଗରିକ

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି। ଏହି ଯୁଦ୍ଧ ଫେବୃଆରୀ ୨୪ ତାରିଖରେ ଆରମ୍ଭ ହୋଇଥିଲା। ଯୁଦ୍ଧ ଆରମ୍ଭ ହେବା ପରେ କେନ୍ଦ୍ର ସରକାର ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ। ଅପରେସନ୍ ଗଙ୍ଗା ନାମରେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ସରକାରଙ୍କ ଅନୁଯାୟୀ ଦେଶର ୨୨ ହଜାର ୫୦୦ ରୁ ଅଧିକ ନାଗରିକଙ୍କୁ ୟୁକ୍ରେନରୁ ସ୍ଥାନାନ୍ତର କରାଯାଇଛି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, ଆମ ଦେଶର ୨୨ ହଜାର ୫୦୦ ରୁ ଅଧିକ ନାଗରିକଙ୍କୁ (ୟୁକ୍ରେନରୁ) ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସେଠାରେ ୧୫-୨୦ ଜଣ ଲୋକ ସ୍ଵଦେଶ ଫେରିବାକୁ ଚାହୁଁଛନ୍ତି ଏବଂ ଅନ୍ୟମାନେ ଫେରିବାକୁ ଚାହୁଁନାହାଁନ୍ତି। ଆମେ ଯଥାସମ୍ଭବ ସହାୟତା ପ୍ରଦାନ କରିବା ପାଇଁ କାର୍ଯ୍ୟ କରିବୁ।

ଏହାପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସଂସଦକୁ ସୂଚନା ଦେଇଥିଲେ ଯେ, ଭାରତୀୟ ନାଗରିକ ଏବଂ ଛାତ୍ରମାନଙ୍କୁ ୟୁକ୍ରେନ ଛାଡିବାକୁ ଫେବୃଆରୀ ୧୫, ୨୦ ଏବଂ ୨୨ ତାରିଖରେ ଭାରତୀୟ ଦୂତାବାସ ଦ୍ଵାରା ଏକ ପରାମର୍ଶ ବାର୍ତ୍ତା ଜାରି କରାଯାଇଥିଲା। ନିରନ୍ତର ପରାମର୍ଶ ସତ୍ତ୍ୱେ ବହୁ ସଂଖ୍ୟକ ଛାତ୍ର ସେଠାରୁ ସ୍ଥାନାନ୍ତରିତ ହେଉନଥିଲେ।

ବୈଦେଶିକ ମନ୍ତ୍ରୀ କହିଥିଲେ ଯେ, ଯେତେବେଳେ ୟୁକ୍ରେନରେ ଯୁଦ୍ଧ ଆରମ୍ଭ ହୋଇଥିଲା, ସେତେବେଳେ ସେଠାରେ ୧୮ ହଜାରରୁ ଅଧିକ ଛାତ୍ର ଫସି ରହିଥିଲେ। ସେତେବେଳେ ଆକାଶ ମାର୍ଗ ବନ୍ଦ ହୋଇଯାଇଥିଲା। ଏଭଳି ପରିସ୍ଥିତିରେ ସେମାନଙ୍କୁ ଉଦ୍ଧାର କରିବା ଲାଗି ବଡ ଆହ୍ଵାନ ଥିଲା। କିନ୍ତୁ ଏହା ସତ୍ତ୍ୱେ ଆମେ ଆମ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ପଡୋଶୀ ଦେଶର ସୀମା ବ୍ୟବହାର କରିଥିଲୁ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଚୀନ୍ ଇଞ୍ଜିନିୟରମାନଙ୍କ ଉପରେ ଆକ୍ରମଣକୁ ନେଇ ପାକିସ୍ତାନ ଆଣିଲା ସାଂଘାତିକ ଅଭିଯୋଗ: ଭାରତ ଦେଲା ଜବାବ

ନୂଆଦିଲ୍ଲୀ: ଚୀନ୍ ଇଞ୍ଜିନିୟରମାନଙ୍କୁ ନେଇ ଯାଉଥିବା ବସ୍ ଉପରେ ଆକ୍ରମଣ ହୋଇଛି। ଏହି ଆକ୍ରମଣକୁ ନେଇ ଭାରତ ଉପରେ ପାକିସ୍ତାନ ଅଭିଯୋଗ ଆଣିଛି। ଫଳରେ ପାକିସ୍ତାନର ଏହି ଅଭିଯୋଗ ଉପରେଭାରତ ଜବାବ ରଖିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରିବା ପାଇଁ ପାକିସ୍ତାନ ଏଭଳି ଏକ ପ୍ରୟାସ କରୁଛି।

ସେ କହିଛନ୍ତି ଯେ, ଭାରତକୁ ବଦନାମ କରିବା ପାଇଁ ଏହା ପାକିସ୍ତାନର ଆଉ ଏକ ଷଡଯନ୍ତ୍ର। ଆଞ୍ଚଳିକ ଅସ୍ଥିରତା ଏବଂ ସେଠାରେ ଆତଙ୍କବାଦୀଙ୍କୁ ରଖିବାରେ ପାକିସ୍ତାନ ଆନ୍ତର୍ଜାତୀୟ ସମ୍ପ୍ରଦାୟର ଧ୍ୟାନ ହଟାଇବା ପାଇଁ ଚେଷ୍ଟା କରୁଛି।

ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରେଶି ଅଭିଯୋଗ କରିଥିଲେ ଯେ, ଗତ ମାସରେ ଖେବର ପଖ୍ତୁନଖୱା ପ୍ରଦେଶରେ ଏକ ବସ୍‌ରେ ଆତ୍ମଘାତୀ ଆକ୍ରମଣ ପଛରେ ଭାରତ ଏବଂ ଆଫଗାନିସ୍ତାନ ସହଯୋଗ କରିଥିଲେ।

ଏହି ଆକ୍ରମଣରେ ୯ ଜଣ ଚାଇନାର ଇଞ୍ଜିନିଅରଙ୍କ ସମେତ ୧୩ ଜଣ ପ୍ରାଣ ହରାଇଥିଲେ। ଜୁଲାଇ ୧୪ ତାରିଖରେ ଉପର କୋହିସ୍ତାନ ଜିଲ୍ଲାର ଡାସୁ ଅଞ୍ଚଳରେ ଏହି ଆକ୍ରମଣ ହୋଇଥିଲା। ଯେଉଁଠାରେ ଚାଇନାର ଏକ କମ୍ପାନୀ ୪ ହଜାର ୩୦୦ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ ପାଇଁ ସିନ୍ଧୁ ନଦୀ ଉପରେ ଜଳ ବିଦ୍ୟୁତ୍ ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛି। ଯେତେବେଳେ ଚାଇନାର ଇଞ୍ଜିନିୟର ଏବଂ ଶ୍ରମିକମାନଙ୍କୁ ନେଇ ଯାଉଥିବା ବସ୍ ନିର୍ମାଣାଧୀନ ଦାସୁ ଡ୍ୟାମ ସ୍ଥାନକୁ ଯାଉଥିଲା, ସେତେବେଳେ ଏହା ବିସ୍ଫୋରଣ ହୋଇ ଏକ ଗଭୀର ଡ୍ରେନ୍‌ରେ ପଡ଼ିଯାଇଥିଲା।

ଅନୁସନ୍ଧାନ ଶେଷ ହେବା ପରେ ଇସଲାମାବାଦରେ ଶାହ ମହମୁଦ କୁରେଶି କହିଛନ୍ତି ଯେ, ଏହି ଆକ୍ରମଣରେ ବ୍ୟବହୃତ ଗାଡି ଆଫଗାନିସ୍ତାନରୁ ଚୋରା ଚାଲାଣ କରାଯାଇଥିଲା। ଭାରତୀୟ ଗୁପ୍ତଚର ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW) ଏବଂ ଆଫଗାନିସ୍ତାନର ନ୍ୟାସନାଲ ଡାଇରେକ୍ଟୋରେଟ ଅଫ ସିକ୍ୟୁରିଟି (ଏନଡିଏସ) କୁ ଏହି ଆକ୍ରମଣ କରିଥିବା se ଅଭିଯୋଗ କରିଥିଲେ। ଏହି ଘଟଣା ପଛରେ ଦୁଇଟି ଏଜେନ୍ସିର ହାତ ଅଛି ବୋଲି କୁରେଶି ଅଭିଯୋଗ କରିଥିଲେ।