ଚୀନ୍ ଇଞ୍ଜିନିୟରମାନଙ୍କ ଉପରେ ଆକ୍ରମଣକୁ ନେଇ ପାକିସ୍ତାନ ଆଣିଲା ସାଂଘାତିକ ଅଭିଯୋଗ: ଭାରତ ଦେଲା ଜବାବ

Published: Aug 13, 2021, 8:49 pm IST

ନୂଆଦିଲ୍ଲୀ: ଚୀନ୍ ଇଞ୍ଜିନିୟରମାନଙ୍କୁ ନେଇ ଯାଉଥିବା ବସ୍ ଉପରେ ଆକ୍ରମଣ ହୋଇଛି। ଏହି ଆକ୍ରମଣକୁ ନେଇ ଭାରତ ଉପରେ ପାକିସ୍ତାନ ଅଭିଯୋଗ ଆଣିଛି। ଫଳରେ ପାକିସ୍ତାନର ଏହି ଅଭିଯୋଗ ଉପରେଭାରତ ଜବାବ ରଖିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରିବା ପାଇଁ ପାକିସ୍ତାନ ଏଭଳି ଏକ ପ୍ରୟାସ କରୁଛି।

ସେ କହିଛନ୍ତି ଯେ, ଭାରତକୁ ବଦନାମ କରିବା ପାଇଁ ଏହା ପାକିସ୍ତାନର ଆଉ ଏକ ଷଡଯନ୍ତ୍ର। ଆଞ୍ଚଳିକ ଅସ୍ଥିରତା ଏବଂ ସେଠାରେ ଆତଙ୍କବାଦୀଙ୍କୁ ରଖିବାରେ ପାକିସ୍ତାନ ଆନ୍ତର୍ଜାତୀୟ ସମ୍ପ୍ରଦାୟର ଧ୍ୟାନ ହଟାଇବା ପାଇଁ ଚେଷ୍ଟା କରୁଛି।

ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରେଶି ଅଭିଯୋଗ କରିଥିଲେ ଯେ, ଗତ ମାସରେ ଖେବର ପଖ୍ତୁନଖୱା ପ୍ରଦେଶରେ ଏକ ବସ୍‌ରେ ଆତ୍ମଘାତୀ ଆକ୍ରମଣ ପଛରେ ଭାରତ ଏବଂ ଆଫଗାନିସ୍ତାନ ସହଯୋଗ କରିଥିଲେ।

ଏହି ଆକ୍ରମଣରେ ୯ ଜଣ ଚାଇନାର ଇଞ୍ଜିନିଅରଙ୍କ ସମେତ ୧୩ ଜଣ ପ୍ରାଣ ହରାଇଥିଲେ। ଜୁଲାଇ ୧୪ ତାରିଖରେ ଉପର କୋହିସ୍ତାନ ଜିଲ୍ଲାର ଡାସୁ ଅଞ୍ଚଳରେ ଏହି ଆକ୍ରମଣ ହୋଇଥିଲା। ଯେଉଁଠାରେ ଚାଇନାର ଏକ କମ୍ପାନୀ ୪ ହଜାର ୩୦୦ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ ପାଇଁ ସିନ୍ଧୁ ନଦୀ ଉପରେ ଜଳ ବିଦ୍ୟୁତ୍ ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛି। ଯେତେବେଳେ ଚାଇନାର ଇଞ୍ଜିନିୟର ଏବଂ ଶ୍ରମିକମାନଙ୍କୁ ନେଇ ଯାଉଥିବା ବସ୍ ନିର୍ମାଣାଧୀନ ଦାସୁ ଡ୍ୟାମ ସ୍ଥାନକୁ ଯାଉଥିଲା, ସେତେବେଳେ ଏହା ବିସ୍ଫୋରଣ ହୋଇ ଏକ ଗଭୀର ଡ୍ରେନ୍‌ରେ ପଡ଼ିଯାଇଥିଲା।

ଅନୁସନ୍ଧାନ ଶେଷ ହେବା ପରେ ଇସଲାମାବାଦରେ ଶାହ ମହମୁଦ କୁରେଶି କହିଛନ୍ତି ଯେ, ଏହି ଆକ୍ରମଣରେ ବ୍ୟବହୃତ ଗାଡି ଆଫଗାନିସ୍ତାନରୁ ଚୋରା ଚାଲାଣ କରାଯାଇଥିଲା। ଭାରତୀୟ ଗୁପ୍ତଚର ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW) ଏବଂ ଆଫଗାନିସ୍ତାନର ନ୍ୟାସନାଲ ଡାଇରେକ୍ଟୋରେଟ ଅଫ ସିକ୍ୟୁରିଟି (ଏନଡିଏସ) କୁ ଏହି ଆକ୍ରମଣ କରିଥିବା se ଅଭିଯୋଗ କରିଥିଲେ। ଏହି ଘଟଣା ପଛରେ ଦୁଇଟି ଏଜେନ୍ସିର ହାତ ଅଛି ବୋଲି କୁରେଶି ଅଭିଯୋଗ କରିଥିଲେ।

Related posts