Categories
ଆଞ୍ଚଳିକ

ଅର୍ଜୁନ ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ଯୁବ ଦିବସ ପାଳିତ

ରେଢାଖୋଲ (କନ୍ଦର୍ପ ବେହେରା): ଅର୍ଜୁନ ସ୍ନାତକ ମହାବିଦ୍ୟାଳୟକଦଳୀଗଡରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଏହି ଯୁବ ଦିବସରେ କଲେଜର ଅଧ୍ୟକ୍ଷ
ଅଖିଳେନ୍ଦ୍ର ଶାସନୀ ସଭାପତିତ୍ବ କରିଥିଲେ।

ମୁଖ୍ୟ ଅତିଥି ଭାବରେ ରାଜୀବ ଲୋଚନ ଚାନ୍ଦ, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଦଳୀ ଗଡ, ମୁଖ୍ୟ ବକ୍ତା – ସନ୍ତୋଷ କୁମାର ରଥ, ସାହିତ୍ୟିକ ତଥା ଲେଖକ, ସମ୍ମାନିତ ଅତିଥି – କନ୍ଦର୍ପ ବେହେରା, ସୁଚିତ୍ରାର ସଂପାଦକ, କୃଷ୍ଣ ଚନ୍ଦ୍ର ହୋତା, ସଭାପତି, କଲେଜ୍ ପରିଚାଳନା କମିଟି, ବୃଶକେତୁ ପ୍ରଧାନ, ସହ ସମ୍ପାଦକ, କଲେଜ୍ ପରିଚାଳନା କମିଟି, ବାଳାଦିତ୍ୟ ବିକାଶ ଚନ୍ଦନ ସିଂ, ଅଧ୍ୟାପକ, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଦଳୀଗଡ ଅତିଥି ଭାବରେ ଯୋଗଦେଇ ସ୍ବାମୀ ବିବେକାନନ୍ଦ ଥିଲେ ଜଣେ ବକ୍ତା , ସମାଜ ସଂସ୍କାରକ ତଥା ବିଚକ୍ଷଣ ବ୍ୟକ୍ତିର ଅଧିକାରୀ।

ଯୁବ ସମାଜର ଆଦର୍ଶ ଭାବରେ ବେଶ୍ ପରିଚିତ ଥିଲେ ବିବେକାନନ୍ଦ। ସେ କହୁଥିଲେ ଉଠ ଯାଗ୍ରତ ହୁଅ ଲକ୍ଷ୍ୟ ହାସଲ ନ ହେବା ଯାଏଁ ଅଟକି ଯାଅ ନାହିଁ। ସ୍ବାମୀ ବିବେକାନନ୍ଦ ନିଜର ସାଧନା ବଳରେ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ବକ୍ତବ୍ୟ ପ୍ରଦାନ କରି ବେଶ୍ ପରିଚିତ ହୋଇ ପାରିଥିଲେ ବୋଲି ବକ୍ତା ମାନେ ମତ ବ୍ୟକ୍ତ କରିଥିଲେ।

ଶେଷରେ ସୁଦର୍ଶନ ସାର୍, ଧନ୍ୟବାଦ ଅର୍ପଣ କରିଥିବା ବେଳେ ବୈନତେୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କଲେଜର ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଗଣ, ପରିଚାଳନା କମିଟି ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ଅର୍ଜୁନ ସ୍ନାତକ ମହାବିଦ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ରେଢାଖୋଲ (କନ୍ଦର୍ପ ବେହେରା): କଦଳୀଗଡ ଅର୍ଜୁନ ସ୍ନାତକ ମହାବିଦ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଖିଳେନ୍ଦ୍ର ଶାସନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରତିଷ୍ଠାତା ଅର୍ଜୁନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ତଥା ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ହୋତା ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ଦୁର୍ନୀତି ନିବାରଣ ପ୍ରତି ସଚେତନତା ର ବାର୍ତ୍ତା ପ୍ରଦାନ କରିଥିଲେ।

ଦୁର୍ନୀତି ନିବାରଣ ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଖିଳେନ୍ଦ୍ର ଶାସନୀ ଛାତ୍ରଛାତ୍ରୀ ତଥା ମଞ୍ଚାସୀନ ଅତିଥି ମାନଙ୍କୁ ଶପଥ ପାଠ କରାଇ ଥିଲେ। ଦୁର୍ନୀତି ନିବାରଣ ର ବାର୍ତ୍ତା ନେଇ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ କଦଳୀଗଡ ଗ୍ରାମ ପରିକ୍ରମା କରିଥିଲେ ଏବଂ ଲୋକ ମାନଙ୍କୁ ସଚେତନତା କରାଇଥିଲେ।

ଏହି ଦୁର୍ନୀତି ନିବାରଣ ସପ୍ତାହ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପରିଚାଳନା କମିଟି ର ସହ ସମ୍ପାଦକ ବୃଷକେତୁ ପ୍ରଧାନ, ଚକ୍ରଧର ପ୍ରଧାନ, ସଞ୍ଜୟ ମେଶ୍ଵା ଏବଂ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଅଭିଭାଷଣ ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ବୈନତେୟ ସାହୁ ସଭାକୁ ସୁଚାରୁରୂପେ ସଞ୍ଚାଳନା କରିଥିଲେ।

ସଭାଶେଷରେ ଅଧ୍ୟକ୍ଷ ଅଖିଳେନ୍ଦ୍ର ଶାସନୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।