ଅର୍ଜୁନ ସ୍ନାତକ ମହାବିଦ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

Published: Nov 2, 2023, 7:34 pm IST

ରେଢାଖୋଲ (କନ୍ଦର୍ପ ବେହେରା): କଦଳୀଗଡ ଅର୍ଜୁନ ସ୍ନାତକ ମହାବିଦ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଖିଳେନ୍ଦ୍ର ଶାସନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରତିଷ୍ଠାତା ଅର୍ଜୁନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ତଥା ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ହୋତା ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ଦୁର୍ନୀତି ନିବାରଣ ପ୍ରତି ସଚେତନତା ର ବାର୍ତ୍ତା ପ୍ରଦାନ କରିଥିଲେ।

ଦୁର୍ନୀତି ନିବାରଣ ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଖିଳେନ୍ଦ୍ର ଶାସନୀ ଛାତ୍ରଛାତ୍ରୀ ତଥା ମଞ୍ଚାସୀନ ଅତିଥି ମାନଙ୍କୁ ଶପଥ ପାଠ କରାଇ ଥିଲେ। ଦୁର୍ନୀତି ନିବାରଣ ର ବାର୍ତ୍ତା ନେଇ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ କଦଳୀଗଡ ଗ୍ରାମ ପରିକ୍ରମା କରିଥିଲେ ଏବଂ ଲୋକ ମାନଙ୍କୁ ସଚେତନତା କରାଇଥିଲେ।

ଏହି ଦୁର୍ନୀତି ନିବାରଣ ସପ୍ତାହ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପରିଚାଳନା କମିଟି ର ସହ ସମ୍ପାଦକ ବୃଷକେତୁ ପ୍ରଧାନ, ଚକ୍ରଧର ପ୍ରଧାନ, ସଞ୍ଜୟ ମେଶ୍ଵା ଏବଂ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଅଭିଭାଷଣ ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ବୈନତେୟ ସାହୁ ସଭାକୁ ସୁଚାରୁରୂପେ ସଞ୍ଚାଳନା କରିଥିଲେ।

ସଭାଶେଷରେ ଅଧ୍ୟକ୍ଷ ଅଖିଳେନ୍ଦ୍ର ଶାସନୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts