Categories
ଆଜିର ଖବର ରାଜ୍ୟ ଖବର

ରଣପୁର ମହୋତ୍ସବ ଅର୍ଜୁନ ଉଦ୍‌ଘାଟିତ୍‌

ରଣପୁର: ରଣପୁର ଅଂଚଳର କଳା, ସାହିତ୍ୟ ଓ ସଂସ୍କୃତିକୁ ଉଜୀବିତ୍ ରଖିବା ଉଦ୍ଦେଶ୍ୟରେ ଆଜି ରଣପୁର ମହୋତ୍ସବ ଅର୍ଜୁନ୍‌-୨୦୨୪ ଉଦ୍‌ଘାଟିତ ହୋଇ ଯାଇଛି। ୧୯୩୯ ମସିହାରେ ଏହି ରକ୍ତ ରଞ୍ଜିତ ରଣପୁର ମାଟିରେ ବ୍ରିଟିଶ୍ ସରକାର ପଲିଟିକାଲ ଏଜେଂଟ ବେଜେଲଗେଟ୍‌କୁ ବାଉଁଶ ଠେଙ୍ଗାରେ ମାରି ହତ୍ୟା କରାଯାଇଥିଲା। ସେହିଭଳି ବେଜେଲଗେଟ୍ ଗୁଳିରେ ମୟୁରଝାଲିଆର ଅର୍ଜୁନ୍ ରାଉତ୍ ଶହୀଦ୍ ହୋଇଥିଲେ। ଏହି କଥାକୁ ମନେ ରଖିବା ପାଇଁ ୨୦୦୬ ମସିହା ଠାରୁ ରଣପୁରରେ ମହୋତ୍ସବ ପାଳିତ ହୋଇଆସୁଛି।

ଶହୀଦ ଅର୍ଜୁନ ରାଉତ୍‌ଙ୍କ ବଳିଦାନ ଦିବସକୁ ମନେ ପକାଇ ରଣପୁର ଏନ୍‌.ଏ.ସି. ସ୍ଥିତ ବାଘ ସାମନ୍ତ ପଡିଆ ଠାରେ ଶୁକ୍ରବାର ସଂନ୍ଧ୍ୟାରେ ରଣପୁର ମହୋତ୍ସବ ଅର୍ଜୁନ-୨୦୨୪ ଉଦଘାଟିତ ହୋଇଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ସକାଳୁ ପ୍ରଭାତଫେରୀ, ପୁର୍ବାହ୍ନରେ ଶହୀଦ ମଣ୍ଡପ ଠାରୁ ମହୋତ୍ସବ ପରିସର ପର୍ଯ୍ୟନ୍ତ ମଶାଲ ଶୋଭାଯାତ୍ରା , ଅପରାହ୍ନରେ ମଂଚପୂଜା କରାଯାଇଥିଲା। ସେହିପରି ଶହୀଦ ଅର୍ଜୁନ ରାଉତ୍‌, ରଘୁନାଥ ମହାନ୍ତି, ଦିବାକର ପରିଡାଙ୍କ ଜନ୍ମ ସ୍ଥାନରୁ ବିଭିନ୍ନ ଅଂଚଳରୁ ବିଭିନ୍ନ କଲେଜ ଛାତ୍ରଛାତ୍ରୀମାନେ ଜ୍ୟୋତି ଆଣି ସ୍ଥାନୀୟ ପଚୁଦୋଳ ପଡିଆ ଠାରେ ପହଂଚି ଥିଲେ। ସେଠାରୁ ସଂକୀର୍ତନ ମଣ୍ଡଳୀ ଏକ ଶୋଭା ଯାତ୍ରାରେ ଆଣି ମହୋତ୍ସବ ସ୍ଥଳ ଠାରେ ପହଂଚି ଥିଲେ। ସଂନ୍ଧ୍ୟା କାର୍ଯ୍ୟକ୍ରମରେ ମହୋତ୍ସବ ର ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଉକ୍ତ ସାଂନ୍ଧ୍ୟ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ମୂଖ୍ୟ ବକ୍ତା ଭାବେ ଅଧ୍ୟାପିକା ତଥା କବୟତ୍ରୀ ପ୍ରତିଭା ମହାରଥି, ସମ୍ମାନୀତ ଅତିଥି ଭାବେ ଶରଣକୁୂଳ ଏସ୍‌.ଡି.ପି.ଓ. ସୁଧାକର ସାହୁ, ରଣପୁର ଏନ.ଏ.ସି. ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ରଣପୁର ଜିଲ୍ଲା ପରିଷଦ ରଜନୀରାଣୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ମୂଖ୍ୟ ବକ୍ତା ଅଧ୍ୟାପିକା ପ୍ରତିଭା ମହାରଥିଙ୍କ ରଣପୁର ଉପରେ ସାରଗର୍ଭକ ଅଭିଭାଷଣ ଶ୍ରୋତାଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିଥିଲା। ଇଂରେଜ ଭରତରେ ଶାସନ କରି ଅରାଜକତା ଚଳାଇଥିବା ବେଳେ ଲୋକମାନଙ୍କୁ ନିର୍ଯ୍ୟାତନା ଦେଇ ଆସୁଥିଲା। ଏହି ଇଂରେଜ ପଲିଟିକାଲ ଏଜେଂଟ ବେଜେଲଗେଟ ଗୁଳିର ଜାବବ ବାଉଁଶ ଠେଙ୍ଗାରେ ଦେଇଥିଲେ। ଏହି ଠେଙ୍ଗା ଏବେ ବ୍ରିଟିଶ ମ୍ୟୁଜିୟମରେ ଶୋଭା ପାଉଛି ବୋଲି ମତ ଦେଇଥିଲେ। ସେହିଭଳି ପୁରୀ ରଣପୁର ସମ୍ପର୍କ ଉପରେ ମତ ଶ୍ରୋତାଙ୍କୁ ବାନ୍ଧି ରଖୀଥିଲା।

ସଭା ଶେଷ ହେବା ପରେ ଜୟଶ୍ରୀ ଧଳଙ୍କ ସଙ୍ଗୀତରେ ଝୁମି ଥିଲେ ଦର୍ଶକ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଓଡିଶୀ ନୃତ୍ୟ, ଦଶ ଅବତାର, ଫାୟାର ଆକଟ୍ ସହିତ ସୁର ଭାଇବ୍ରେସନ ମେଲୋଡି ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଦୋକାନ ବଜାରକୁ ହଜାର ହଜାର ସଂଖ୍ୟାରେ ଜନସାଧାରଣ ବୁଲି କିଣାକିଣି କରିଥିଲେ। ଜାତୀୟ ସ୍ତରରେ ହକି ଅମ୍ପାୟାରିଙ୍ଗ କରୁଥିବା ଗୌତମ ନାୟକ ଓ ରାଜେଶ ବାରିକଙ୍କୁ ମଂଚରେ ଅତିଥିମାନେ ସମ୍ମାନୀତ କରିଥିଲେ। ଅପରାହ୍ଣରେ ଏକ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମ କରାଯାଇଥିଲା।

ଏହି ମହୋତ୍ସବ ଚଳିତ ମାସ ୯ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ଧରି ଚାଲିବ ବୋଲି ଜଣାପଡିଛି। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ନିୟୋଜିତ କରାଯାଇଥିବା ବେଳେ ଦମକଳ ବାହିନୀ, ସ୍ୱାସ୍ଥ୍ୟ ବିଭାଗ ସମେତ ବିଭିନ୍ନ ସରକାରୀ ଅନୁଷ୍ଠାନ ତରଫରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସତ୍ୟନାରାୟଣ ମହାପାତ୍ର ମଂଚ ପରିଚାଳନା କରିଥିଲେ।

 

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରଣପୁର ମହୋତ୍ସବ ‘ଅର୍ଜୁନ’ ଉଦଯାପିତ: ଦିପ୍ତିରେଖାଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ

ରଣପୁର: ରଣପୁର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ଥାନୀୟ ମିନି ଷ୍ଟାଡିଅମ ବାଘ ସାମନ୍ତ ପଡିଆରେ ଚାଲିଥିବା ରଣପୁର ମହୋତ୍ସବ ଅର୍ଜୁନର ଶେଷ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ସାଧାରଣ ସଭାରେ ମହୋତ୍ସବ କମିଟିର ସଭାପତି ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ ସଭାପତିତ୍ୱ କରିଥିଲେ।

ଏହି ସଭାରେ ମୁଖ୍ୟ ଅତିଥି ଭାବେ ବୋଲଗଡ-ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ମୁଖ୍ୟ ବକ୍ତା ଭାବେ ମୋ କଲେଜର ଅଧ୍ୟକ୍ଷ ତଥା କୋରେଇର ପୂର୍ବତନ ବିଧାୟକ ଆକାଶଦାସ ନାୟକ, ସମ୍ମାନିତ ଅତିଥି ଭାବେ ନୟାଗଡ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ, ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି, ଓଡଗାଁ ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ମହୋତ୍ସବ କମିଟିର ସଂଯୋଜକ ଇଞ୍ଜିନିଅର ଦେବାଶିଷ ପଟ୍ଟନାୟକ, ସମ୍ପାଦକ ସୁରେଶ ଚନ୍ଦ୍ର ମିଶ୍ର, ଆବାହକ ପୂର୍ଣଚନ୍ଦ୍ର ରାୟ ପ୍ରମୂଖ ମଞ୍ଚାସିନ ଥିଲେ। ଅମ୍ରିତା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ସଙ୍ଗୀତ କଳା ବିଦ୍ୟା ନିକେତନର ଅଧ୍ୟକ୍ଷ ସତ୍ୟ ନାରାୟଣ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଛାରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ।

ମୁଖ୍ୟ ଅତିଥି ଶ୍ରୀ ନାୟକ ସନ୍ଧ୍ୟାରେ ଆଲୋକମାଳରେ ସଜ୍ଜିତ ହୋଇଥିବା ଉପର ମଣିନାଗ ପାହାଡ଼କୁ ଡେରାଡୁନର ମଶୁରୀ ସହ ତୁଳନା କରିଥିଲେ। ଏଥି ସହ କିଛି ଚଳଚିତ୍ରର ସଂଳାପ ଓ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ଉଲ୍ଲସିତ କରିଥିଲେ।

୮୦ ହଜାରରୁ ଅଧିକ ଦର୍ଶକ ଶେଷ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇଥିଲେ।  କଟକର ମେଲୋଡି ପାର୍ଟି ‘ମିଲନ’ ର ସଙ୍ଗୀତ କାର୍ଯ୍ୟକ୍ରମ ବିଳମ୍ବିତ ରାତି ପର୍ଯ୍ୟନ୍ତ ସଙ୍ଗୀତ ପ୍ରେମୀଙ୍କୁ ବାନ୍ଧି ରଖିଥିଲା। ଏହା ସହିତ ଦିପ୍ତିରେଖାଙ୍କ ସଙ୍ଗୀତରେ ଦର୍ଶକ ଝୁମି ଥିଲେ।  ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର ସାଂସ୍କୃତିକ ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ।

ଅପରାହ୍ନରେ ଏକ କୁଇଜ ପ୍ରତିଯୋଗିତା କରାଯାଇଥିଲା। ଏହା ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅତ୍ୟନ୍ତ ମନମୁଗ୍ଧକର ଥିଲା। କୁନି ବାଳକ ଶାଶ୍ୱତ ବେହେରାଙ୍କ ତବଲା ବାଦନ ଓ କୁନି ଝିଅ ଆଲେକ୍ସା କିରଣ ଦାଶଙ୍କ ନୃତ୍ୟ ଦର୍ଶକଙ୍କୁ ଚକିତ କରିଥିଲା। ମହୋତ୍ସବ ଅବସରରେ ପଡ଼ିଥିବା ଦୋକାନ ବଜାରରେ ଆଜି ଶେଷ ଦିନରେ ଅଧିକ ଭିଡ଼ ଜମି ଥିଲା।

ଉଦଯାପନୀ ସନ୍ଧ୍ୟା କାର୍ଯ୍ୟକ୍ରମରେ ରଣପୁର ବିଜ୍ଞାପିତ ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ଉପାଧ୍ୟକ୍ଷ ବିଶ୍ୱରଂଜନ ପଟ୍ଟନାୟକ, ସୁଶାନ୍ତ କୁମାର ମିଶ୍ର, ସାଂସଦ ପ୍ରତିନିଧି ସ୍ୱରାଜ ମହାନ୍ତି, ଡ଼ା. ପ୍ରଶାନ୍ତ ମିଶ୍ର, ଆଇନୀଜୀବୀ ଦିଲ୍ଲୀପ କୁମାର ନନ୍ଦ, ସମାଜସେବୀ କିଶୋର ପଟ୍ଟନାୟକ, ନଗର ସଭାପତି ଲିଙ୍ଗରାଜ ନାୟକ, ନବକିଶୋର ରାୟ, ବନମାଳୀ ମହାପାତ୍ର, କମଳାକ୍ଷୀ ଦେଵିଦର୍ଶିନୀ, ରଶ୍ମିତା ମାଝୀ, ରଞ୍ଜନ ଦାଶ, ଦିନେଶ ପରିଡା, ଲିଟୁ ସ୍ୱାଇଁଙ୍କ ସହ କାଉନସିଲର, ସମିତିସଭ୍ୟ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରଣପୁର ମହୋତ୍ସବ ‘ଅର୍ଜୁନ’ର ଚତୁର୍ଥ ଦିବସ ମନ ମୋହିଲା ମହିଳା ପାଇକ ଆଖଡ଼ା

ରଣପୁର: ରଣପୁର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ଥାନୀୟ ମିନି ଷ୍ଟାଡିଅମରେ ଅନୁଷ୍ଠିତ ହେଉଥିବା ରଣପୁର ମହୋତ୍ସବ ଅର୍ଜୁନର ଚତୁର୍ଥ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି।

ଏଥିରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର, ମୁଖ୍ୟ ବକ୍ତା ଭାବେ ଐତିହାସିକ ସତ୍ୟବାଦୀ ବଳିୟାରସିଂହ, ବିଶିଷ୍ଟ ଅତିଥି ପୁରୀର କମାଣ୍ଡିଂ ଅଫିସର କର୍ନେଲ ପ୍ରଶୁନ ପଣ୍ଡା , ସମ୍ମାନିତ ଅତିଥି ଭାବେ ରାଜ୍ୟ ଖାଉଟି ଫୋରମର ଅବସର ପ୍ରାପ୍ତ ସଭାପତି ନାରାୟଣ ମହାପାତ୍ର, ନୟାଗଡ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ଓଡିଶା ବିହନ ନିଗମର ଅଧ୍ୟକ୍ଷ ବିଜୟ ନାୟକ, ରଣପୁର ବିଜ୍ଞାପିତ ପରିଷଦର ଉପାଧ୍ୟକ୍ଷ ବିଶ୍ୱରଞ୍ଜନ ପଟ୍ଟନାୟକ, ରଣପୁର ଆତ୍ମାର ଅଧ୍ୟକ୍ଷା ନର୍ମଦା ରାୟ, ମହୋତ୍ସବ କମିଟିର ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ, ସମ୍ପାଦକ ସୁରେଶ ଚନ୍ଦ୍ର ମିଶ୍ର, ଆବାହକ ପୂର୍ଣଚନ୍ଦ୍ର ରାୟ ପ୍ରମୁଖ ଯୋଗ ଦେଇଥିଲେ।

ଏହି ସଭାରେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ମହୋତ୍ସବ କମିଟିର ସଂଯୋଜକ ଇଞ୍ଜିନିଅର ଦେବାଶିଷ ପଟ୍ଟନାୟକ ସଭାପତିତ୍ୱ କରିଥିଲେ। ଡ଼ଃ ପ୍ରଶାନ୍ତ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂଗୀତ କଳା ବିଦ୍ୟା ନିକେତନର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ। କମାଣ୍ଡିଂ ଅଫିସର କର୍ନେଲ ଶ୍ରୀ ପଣ୍ଡା ରଣପୁର ସ୍ଥିତ ବ୍ରଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ପୁଣି ଥରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ।

ଭରପୁର ଦର୍ଶକଙ୍କ ଗହଣରେ ଲୋକମାନେ ଚତୁର୍ଥ ସନ୍ଧ୍ୟାର ମଜା ଉଠାଇ ଥିଲେ। ଆରାଧନା ପ୍ରିନ୍ସସେସ ଡ୍ୟାନ୍ସ ଏକାଡେମୀ, ଚିଲିକାରଣୀ ମହିଳା ପାଇକ ଆଖଡ଼ା, ପୁରୀ ସିଂଘାରି ଏଣ୍ଟରଟେନମେଣ୍ଟ ଏବଂ ଫାୟାଇ ଆକ୍ଟ ଆଣ୍ଡ ଡ୍ୟାନ୍ସ ଦ୍ୱାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକମାନଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ସତ୍ୟ ନାରାୟଣ ମହାପାତ୍ର ସାଂସ୍କୃତିକ ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ।

ଅପରାହ୍ନ ୩ ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ କୁଇଜ ପ୍ରତି ଯୋଗିତା କରାଯାଇଥିଲା। ଏହା ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ ପରିବେଷଣ କରିଥିଲେ। ପୋଲିସ ବିଭାଗ ଓ ଦମକଳ ବାହିନୀ ପକ୍ଷରୁ ବ୍ୟାପକ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା।

ମହୋତ୍ସବ ଅବସରରେ ସ୍କୁଲ ଛକ ଠାରୁ ମହୋତ୍ସବ ପଡିଆ ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଦୋକାନ ବଜାର ପଡ଼ିଥିବା ଦେଖିବାକୁ ମିଳିଛି। ହଜାର ହଜାର ଲୋକଙ୍କ ଭିଡ଼ ମଧ୍ୟ ଜମୁଛି।  ମୀନ ବଜାର ଓ ଦୋଳି ପଡ଼ିଥିବା ସ୍ଥାନରେ ବହୁ ସଂଖ୍ୟାରେ ଭିଡ଼ ଜମିଥିବା ଦେଖିବାକୁ ମିଳିଛି।

ଅନ୍ୟମାନଙ୍କ ମଧ୍ୟରେ ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ସମାଜସେବୀ କିଶୋର ପଟ୍ଟନାୟକ, ନଗର ସଭାପତି ଲିଙ୍ଗରାଜ ନାୟକ, ସାଂସଦ ପ୍ରତିନିଧି ସ୍ୱରାଜ ମହାନ୍ତି, ଆଇନୀଜୀବୀ ଦିଲ୍ଲୀପ କୁମାର ନନ୍ଦ, ଆଇନୀଜୀବୀ ବନମାଳୀ ମହାପାତ୍ର, ସୁଶାନ୍ତ ମିଶ୍ର, ଯୁବ ନେତା ରାଜିବ ପ୍ରଧାନ, ରଞ୍ଜନ ଦାଶଙ୍କ ସହ ସାମ୍ବାଦିକ ଓ କାଉନସିଲରମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସଂସ୍କୃତି

ତୃତୀୟ ଦିନରେ ରଣପୁର ମହୋତ୍ସବ ‘ଅର୍ଜୁନ’: ତୁରୁମା, ମଣିପୁରୀ, କଥକ ଦାଣ୍ଡିଆ ନୃତ୍ୟରେ ବିମୋହିତ ଦର୍ଶକ

ରଣପୁର: ରଣପୁର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ଥାନୀୟ ମିନି ଷ୍ଟାଡିଅମରେ ଅନୁଷ୍ଠିତ ହେଉଥିବା ରଣପୁର ମହୋତ୍ସବ ଅର୍ଜୁନର ତୃତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି।  ଭରପୁର ଦର୍ଶକଙ୍କ ଗହଣରେ ଲୋକମାନେ ତୃତୀୟ ସନ୍ଧ୍ୟାର ମଜା ଉଠାଇଥିଲେ। କଟକର ସିଙ୍ଗମ ଡ୍ୟାନ୍ସ, କୋରାପୁଟର ତୁରୁମା ଡ୍ୟାନ୍ସ, ମଣିପୁରୀ, କଥକ, ଗୁଜୁରାଟ ଦାଣ୍ଡିଆ ପ୍ରଭୃତି ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକମାନଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା।

ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ପୁରୀ ସାଂସଦ ପିନାକୀ ମିଶ୍ର, ମୁଖ୍ୟ ବକ୍ତା ଭାବେ ନୟାଗଡ ବିଧାୟକ ଡ଼ଃ ଅରୁଣ କୁମାର ସାହୁ , ସମ୍ମାନିତ ଅତିଥି ଭାବେ ବାଲମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ନୟାଗଡ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ରଣପୁର ତହସିଲଦାର ପ୍ରଭାକର ପଣ୍ଡା, ମହୋତ୍ସବ କମିଟିର ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ, ସମ୍ପାଦକ ସୁରେଶ ଚନ୍ଦ୍ର ମିଶ୍ର, ଆବାହକ ପୂର୍ଣଚନ୍ଦ୍ର ରାୟ ପ୍ରମୁଖ ଯୋଗ ଦେଇଥିଲେ। ଏହି ସଭାରେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ମହୋତ୍ସବ କମିଟିର ସଂଯୋଜକ ଇଞ୍ଜିନିଅର ଦେବାଶିଷ ପଟ୍ଟନାୟକ ସଭାପତିତ୍ୱ କରିଥିଲେ। ଅମ୍ରିତା ମିଶ୍ର ଓ ଡ଼ଃ ପ୍ରଶାନ୍ତ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।

ଅପରାହ୍ନ ୩ ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ କୁଇଜ ପ୍ରତି ଯୋଗିତା କରାଯାଇଥିଲା। ଏହି କୁଇଜ ପ୍ରତିଯୋଗିତାକୁ ବରିଷ୍ଠ ଶିକ୍ଷକ ବିରୁପାକ୍ଷ ମହାପାତ୍ର, ଚିତ୍ତରଞ୍ଜନ ଦାଶ, ଜ୍ୟୋତି ରଞ୍ଜନ ଦାଶ, ପ୍ରଭାତ କୁମାର ପଣ୍ଡା, ମାନସ ରଞ୍ଜନ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ। ଏହା ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ। ସୋମ୍ୟ ରଞ୍ଜନ ରଣା, ଶାଶ୍ୱତ ବେହେରା, ସତ୍ୟଜିତ ମହାରଣାଙ୍କ ନେତୃତ୍ୱରେ କରାଯାଇଥିବା ‘ଓଡ଼ିଆ ପୁଅ’ ନାମକ ଦଳଗତ ନୃତ୍ୟ ଅତ୍ୟନ୍ତ ଆକର୍ଷଣୀୟ ଥିଲା। ସଭାକାର୍ଯ୍ୟ ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଓଟିଭିର ଗ୍ରେଟ ପାଲିଟିକାଲ ସର୍କସ ଟିମ ଓ କଳାହାଣ୍ଡି ଘୁମୁରି ନୃତ୍ୟ ଦର୍ଶକମାନଙ୍କୁ ବିମୋହିତ କରିଥିଲା।

ସତ୍ୟ ନାରାୟଣ ମହାପାତ୍ର ସାଂସ୍କୃତିକ ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ନଗର ସଭାପତି ଲିଙ୍ଗରାଜ ନାୟକ, ସାଂସଦ ପ୍ରତିନିଧି ସ୍ୱରାଜ ମହାନ୍ତି, ସମାଜସେବୀ କିଶୋର ପଟ୍ଟନାୟକ,ଆଜିନିଜିବି ବନମାଳୀ ମହାପାତ୍ର, ସୁଶାନ୍ତ ମିଶ୍ର, ସୁଶାନ୍ତ କୁମାର ମାନସିଂ, ଆଇନୀଜୀବୀ ସୁଦର୍ଶନ ମାନସିଂହ, ଦିନେଶ ପରିଡା, ରଞ୍ଜନ ଦାଶ, ଲିଟୁ ସ୍ୱାଇଁ ଓ କାଉନସିଲରମାନେ ଉପସ୍ଥିତ ଥିଲେ। ପୋଲିସ ବିଭାଗ ଓ ଦମକଳ ବାହିନୀ ପକ୍ଷରୁ ବ୍ୟାପକ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଦ୍ଵିତୀୟ ଦିନରେ ରଣପୁର ମହୋତ୍ସବ ‘ଅର୍ଜୁନ’: ମନ ମୋହିଲା ପାଇକ ଆଖଡ଼ା

ରଣପୁର: ରଣପୁର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ଥାନୀୟ ମିନି ଷ୍ଟାଡିଅମରେ ଅନୁଷ୍ଠିତ ହେଉଥିବା ରଣପୁର ମହୋତ୍ସବ ଅର୍ଜୁନର ଦ୍ଵିତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି।  ଭରପୁର ଦର୍ଶକଙ୍କ ଗହଣରେ ଲୋକମାନେ ଦ୍ଵିତୀୟ ସନ୍ଧ୍ୟାର ମଜା ଉଠାଇ ଥିଲେ। ଆସାମ ବିହୁ, ୱେଷ୍ଟ ବେଙ୍ଗଲୀ ମୟୂରୀ ନୃତ୍ୟ ଓ ପାଇକ ଆଖଡ଼ା ହଜାର ହଜାର ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା।

ଦ୍ଵିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଶ୍ରମିକ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ମୁଖ୍ୟ ବକ୍ତା ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ ନୟାଗଡ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ବରିଷ୍ଠ ଆଇନିଜୀବି ଗିରିଜାକାନ୍ତ ମହାପାତ୍ର, ରଣପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା, ମହୋତ୍ସବ କମିଟିର ସମ୍ପାଦକ ସୁରେଶ ଚନ୍ଦ୍ର ମିଶ୍ର, ଆବାହକ ପୂର୍ଣଚନ୍ଦ୍ର ରାୟ ପ୍ରମୁଖ ଯୋଗ ଦେଇଥିଲେ। ଏହି ସଭାରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ସଭାପତିତ୍ୱ କରିଥିଲେ। ଅବସର ପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ।

ଅପରାହ୍ନ ୩ ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ କୁଇଜ ପ୍ରତି ଯୋଗିତା କରାଯାଇଥିଲା। ଏହି କୁଇଜ ପ୍ରତିଯୋଗିତାକୁ ବରିଷ୍ଠ ଶିକ୍ଷକ ବିରୁପାକ୍ଷ ମହାପାତ୍ର, ଚିତ୍ତରଞ୍ଜନ ଦାଶ, ପ୍ରଭାତ କୁମାର ପଣ୍ଡା, ମାନସ ରଞ୍ଜନ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ। ସଭାକାର୍ଯ୍ୟ ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସେଗୁଡିକ ମଧ୍ୟରେ କଟକର ନଟରାଜ ଡ୍ୟାନ୍ସ ଏକାଡେମୀ, ଆସାମବିହୁ, ୱେଷ୍ଟ ବେଙ୍ଗଲୀ ମୟୂରୀ, ଜିଲ୍ଲା ସଂସ୍କୃତି ବିଭାଗ ଦ୍ୱାରା ସମ୍ବଲପୁରୀ ନୃତ୍ୟ ଓ ଶକ୍ତି ଏଣ୍ଟରଟେନମେଣ୍ଟ ଦ୍ୱାରା ପରିବେଶିତ ହୋଇଥିବା ପାଶ୍ଚାତ୍ୟ ନୃତ୍ୟ ଅତ୍ୟନ୍ତ ଆକର୍ଷଣୀୟ ଥିଲା।

ସତ୍ୟ ନାରାୟଣ ମହାପାତ୍ର ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ। ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ମହୋତ୍ସବ କମିଟିର ସଂଯୋଜକ ଇଞ୍ଜିନିଅର ଦେବାଶିଷ ପଟ୍ଟନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମ ସୁପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ନଗର ସଭାପତି ଲିଙ୍ଗରାଜ ନାୟକ, ରଞ୍ଜନ ଦାଶ, ଜ୍ୟୋତି ରଞ୍ଜନ ଦାଶ, ଦୀପକ ସିଠ ଓ କାଉନସିଲରମାନେ ଉପସ୍ଥିତ ଥିଲେ। ପୋଲିସ ବିଭାଗ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା।