Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁର ମହୋତ୍ସବ ଅର୍ଜୁନ ଉଦ୍‌ଘାଟିତ୍‌
ଆଜିର ଖବର

ରଣପୁର ମହୋତ୍ସବ ଅର୍ଜୁନ ଉଦ୍‌ଘାଟିତ୍‌

January 6, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ରଣପୁର ଅଂଚଳର କଳା, ସାହିତ୍ୟ ଓ ସଂସ୍କୃତିକୁ ଉଜୀବିତ୍ ରଖିବା ଉଦ୍ଦେଶ୍ୟରେ ଆଜି ରଣପୁର ମହୋତ୍ସବ ଅର୍ଜୁନ୍‌-୨୦୨୪ ଉଦ୍‌ଘାଟିତ ହୋଇ ଯାଇଛି। ୧୯୩୯ ମସିହାରେ ଏହି ରକ୍ତ ରଞ୍ଜିତ ରଣପୁର ମାଟିରେ ବ୍ରିଟିଶ୍ ସରକାର ପଲିଟିକାଲ ଏଜେଂଟ ବେଜେଲଗେଟ୍‌କୁ ବାଉଁଶ ଠେଙ୍ଗାରେ ମାରି ହତ୍ୟା କରାଯାଇଥିଲା। ସେହିଭଳି ବେଜେଲଗେଟ୍ ଗୁଳିରେ ମୟୁରଝାଲିଆର ଅର୍ଜୁନ୍ ରାଉତ୍ ଶହୀଦ୍ ହୋଇଥିଲେ। ଏହି କଥାକୁ ମନେ ରଖିବା ପାଇଁ ୨୦୦୬ ମସିହା ଠାରୁ ରଣପୁରରେ ମହୋତ୍ସବ ପାଳିତ ହୋଇଆସୁଛି।

ଶହୀଦ ଅର୍ଜୁନ ରାଉତ୍‌ଙ୍କ ବଳିଦାନ ଦିବସକୁ ମନେ ପକାଇ ରଣପୁର ଏନ୍‌.ଏ.ସି. ସ୍ଥିତ ବାଘ ସାମନ୍ତ ପଡିଆ ଠାରେ ଶୁକ୍ରବାର ସଂନ୍ଧ୍ୟାରେ ରଣପୁର ମହୋତ୍ସବ ଅର୍ଜୁନ-୨୦୨୪ ଉଦଘାଟିତ ହୋଇଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ସକାଳୁ ପ୍ରଭାତଫେରୀ, ପୁର୍ବାହ୍ନରେ ଶହୀଦ ମଣ୍ଡପ ଠାରୁ ମହୋତ୍ସବ ପରିସର ପର୍ଯ୍ୟନ୍ତ ମଶାଲ ଶୋଭାଯାତ୍ରା , ଅପରାହ୍ନରେ ମଂଚପୂଜା କରାଯାଇଥିଲା। ସେହିପରି ଶହୀଦ ଅର୍ଜୁନ ରାଉତ୍‌, ରଘୁନାଥ ମହାନ୍ତି, ଦିବାକର ପରିଡାଙ୍କ ଜନ୍ମ ସ୍ଥାନରୁ ବିଭିନ୍ନ ଅଂଚଳରୁ ବିଭିନ୍ନ କଲେଜ ଛାତ୍ରଛାତ୍ରୀମାନେ ଜ୍ୟୋତି ଆଣି ସ୍ଥାନୀୟ ପଚୁଦୋଳ ପଡିଆ ଠାରେ ପହଂଚି ଥିଲେ। ସେଠାରୁ ସଂକୀର୍ତନ ମଣ୍ଡଳୀ ଏକ ଶୋଭା ଯାତ୍ରାରେ ଆଣି ମହୋତ୍ସବ ସ୍ଥଳ ଠାରେ ପହଂଚି ଥିଲେ। ସଂନ୍ଧ୍ୟା କାର୍ଯ୍ୟକ୍ରମରେ ମହୋତ୍ସବ ର ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଉକ୍ତ ସାଂନ୍ଧ୍ୟ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ମୂଖ୍ୟ ବକ୍ତା ଭାବେ ଅଧ୍ୟାପିକା ତଥା କବୟତ୍ରୀ ପ୍ରତିଭା ମହାରଥି, ସମ୍ମାନୀତ ଅତିଥି ଭାବେ ଶରଣକୁୂଳ ଏସ୍‌.ଡି.ପି.ଓ. ସୁଧାକର ସାହୁ, ରଣପୁର ଏନ.ଏ.ସି. ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ରଣପୁର ଜିଲ୍ଲା ପରିଷଦ ରଜନୀରାଣୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ମୂଖ୍ୟ ବକ୍ତା ଅଧ୍ୟାପିକା ପ୍ରତିଭା ମହାରଥିଙ୍କ ରଣପୁର ଉପରେ ସାରଗର୍ଭକ ଅଭିଭାଷଣ ଶ୍ରୋତାଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିଥିଲା। ଇଂରେଜ ଭରତରେ ଶାସନ କରି ଅରାଜକତା ଚଳାଇଥିବା ବେଳେ ଲୋକମାନଙ୍କୁ ନିର୍ଯ୍ୟାତନା ଦେଇ ଆସୁଥିଲା। ଏହି ଇଂରେଜ ପଲିଟିକାଲ ଏଜେଂଟ ବେଜେଲଗେଟ ଗୁଳିର ଜାବବ ବାଉଁଶ ଠେଙ୍ଗାରେ ଦେଇଥିଲେ। ଏହି ଠେଙ୍ଗା ଏବେ ବ୍ରିଟିଶ ମ୍ୟୁଜିୟମରେ ଶୋଭା ପାଉଛି ବୋଲି ମତ ଦେଇଥିଲେ। ସେହିଭଳି ପୁରୀ ରଣପୁର ସମ୍ପର୍କ ଉପରେ ମତ ଶ୍ରୋତାଙ୍କୁ ବାନ୍ଧି ରଖୀଥିଲା।

ସଭା ଶେଷ ହେବା ପରେ ଜୟଶ୍ରୀ ଧଳଙ୍କ ସଙ୍ଗୀତରେ ଝୁମି ଥିଲେ ଦର୍ଶକ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଓଡିଶୀ ନୃତ୍ୟ, ଦଶ ଅବତାର, ଫାୟାର ଆକଟ୍ ସହିତ ସୁର ଭାଇବ୍ରେସନ ମେଲୋଡି ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଦୋକାନ ବଜାରକୁ ହଜାର ହଜାର ସଂଖ୍ୟାରେ ଜନସାଧାରଣ ବୁଲି କିଣାକିଣି କରିଥିଲେ। ଜାତୀୟ ସ୍ତରରେ ହକି ଅମ୍ପାୟାରିଙ୍ଗ କରୁଥିବା ଗୌତମ ନାୟକ ଓ ରାଜେଶ ବାରିକଙ୍କୁ ମଂଚରେ ଅତିଥିମାନେ ସମ୍ମାନୀତ କରିଥିଲେ। ଅପରାହ୍ଣରେ ଏକ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମ କରାଯାଇଥିଲା।

ଏହି ମହୋତ୍ସବ ଚଳିତ ମାସ ୯ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ଧରି ଚାଲିବ ବୋଲି ଜଣାପଡିଛି। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ନିୟୋଜିତ କରାଯାଇଥିବା ବେଳେ ଦମକଳ ବାହିନୀ, ସ୍ୱାସ୍ଥ୍ୟ ବିଭାଗ ସମେତ ବିଭିନ୍ନ ସରକାରୀ ଅନୁଷ୍ଠାନ ତରଫରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସତ୍ୟନାରାୟଣ ମହାପାତ୍ର ମଂଚ ପରିଚାଳନା କରିଥିଲେ।

 

ଅର୍ଜୁନ ରଣପୁର ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରେନ୍ ଯାତ୍ରୀଙ୍କୁ ବଡ଼ ଝଟକା! ଏକାଥରେ ୨୦ରୁ ଅଧିକ ଟ୍ରେନ୍ ବାତିଲ, ଜାଣନ୍ତୁ ପୂରା ତାଲିକା

October 6, 2026

CEC ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀଙ୍କ ମେଗା ମାର୍ଚ୍ଚ: ନବୀନଙ୍କ ନିର୍ଦ୍ଦେଶରେ ଦିଲ୍ଲୀରେ ସାମିଲ ହେବ BJD

October 6, 2026

ଠାକୁରମୁଣ୍ଡା ମେଡିକାଲରେ ଅମାନବୀୟ ଚିତ୍ର: ୩୬ ଘଣ୍ଟା ଧରି ପଡ଼ିରହିଲା ମୃତଦେହ

October 6, 2026

ବଲାଙ୍ଗୀରରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପଛରୁ ପିଟିଲା ମେଣ୍ଢା ବୋଝେଇ ପିକ୍‌ଅପ୍‌, ୨ ମୃତ

October 6, 2026
Latest News

ଟ୍ରେନ୍ ଯାତ୍ରୀଙ୍କୁ ବଡ଼ ଝଟକା! ଏକାଥରେ ୨୦ରୁ ଅଧିକ ଟ୍ରେନ୍ ବାତିଲ, ଜାଣନ୍ତୁ ପୂରା ତାଲିକା

October 6, 2026

CEC ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀଙ୍କ ମେଗା ମାର୍ଚ୍ଚ: ନବୀନଙ୍କ ନିର୍ଦ୍ଦେଶରେ ଦିଲ୍ଲୀରେ ସାମିଲ ହେବ BJD

October 6, 2026

ଠାକୁରମୁଣ୍ଡା ମେଡିକାଲରେ ଅମାନବୀୟ ଚିତ୍ର: ୩୬ ଘଣ୍ଟା ଧରି ପଡ଼ିରହିଲା ମୃତଦେହ

October 6, 2026

ବଲାଙ୍ଗୀରରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପଛରୁ ପିଟିଲା ମେଣ୍ଢା ବୋଝେଇ ପିକ୍‌ଅପ୍‌, ୨ ମୃତ

October 6, 2026

ପଶ୍ଚିମବଙ୍ଗରୁ ଆସାମ ଯାଏଁ ନିର୍ବାଚନୀ ତାତି; ୬ ଆସନରେ ଆଜି ମତଦାନ

October 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.