Categories
ଆଜିର ଖବର ଜାତୀୟ ଖବର

ବିହାରର ଭିଟାଠାରେ ନ୍ୟୁ ସିଭିଲ ଏନକ୍ଲେଭ ର ବିକାଶ କୁ କ୍ୟାବିନେଟ ମଞ୍ଜୁରୀ: ୧୪୧୩ କୋଟି ବ୍ୟୟ ଅଟକଳ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ୧୪୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ବିହାରର ପାଟନାସ୍ଥିତ ଭିଟା ଠାରେ ଏକ ନୂତନ ସିଭିଲ ଏନକ୍ଲେଭ ର ବିକାଶ ପାଇଁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ)ର ପ୍ରସ୍ତାବକୁ ମଞ୍ଜୁର କରିଛି।

ଏହି ଭିତ୍ତିଭୂମି ପ୍ରକଳ୍ପ ପାଟନା ବିମାନ ବନ୍ଦରରେ କ୍ଷମତାର ଆଶାନୁରୂପ ସନ୍ତୁଳନକୁ ଦୂର କରିବା ପାଇଁ ଏକ ରଣନୈତିକ ପଦକ୍ଷେପକୁ ପ୍ରତିନିଧିତ୍ୱ କରେ। ଏଏଆଇ ପାଟନା ବିମାନବନ୍ଦରରେ ଏକ ନୂତନ ଟର୍ମିନାଲ ବିଲ୍ଡିଂ ନିର୍ମାଣ ପ୍ରକ୍ରିୟାରେ ଥିବା ବେଳେ ସୀମିତ ଜମି ଉପଲବ୍ଧତା ଯୋଗୁଁ ଅଧିକ ସମ୍ପ୍ରସାରଣ ବାଧାପ୍ରାପ୍ତ ହୋଇଛି।

ଭିଟା ବିମାନବନ୍ଦରରେ ପ୍ରସ୍ତାବିତ ନୂତନ ସମନ୍ୱିତ ଟର୍ମିନାଲ ବିଲ୍ଡିଂ ୬୬,୦୦୦ ବର୍ଗ ମିଟର ପରିବ୍ୟାପ୍ତ ଏବଂ ଏହା ୩୦ ପିକ୍ ଆୱାର ଯାତ୍ରୀ (ପିଏଚପି) ପରିଚାଳନା ପାଇଁ ଡିଜାଇନ୍ କରାଯାଇଛି ଏବଂ ବାର୍ଷିକ ୫୦ ଲକ୍ଷ ଯାତ୍ରୀଙ୍କୁ ସେବା ପ୍ରଦାନ କରିବ। ଆବଶ୍ୟକ ସ୍ଥଳେ ଏହାକୁ ଆହୁରି ୫୦ ଲକ୍ଷ ବୃଦ୍ଧି କରାଯିବ ଏବଂ ବାର୍ଷିକ ଏକ କୋଟି ଯାତ୍ରୀଙ୍କ ସର୍ବାଧିକ କ୍ଷମତା ରହିବ। ଏହି ପ୍ରକଳ୍ପର ମୁଖ୍ୟ ଉପାଦାନ ଗୁଡ଼ିକ ହେଲା ଏ-୩୨୧/ବି-୭୩୭-୮୦୦/ଏ-୩୨୦ ପ୍ରକାର ବିମାନ ପାଇଁ ଉପଯୁକ୍ତ ୧୦ଟି ପାର୍କିଂ ବେ’ ଏବଂ ଦୁଇଟି ଲିଙ୍କ୍ ଟ୍ୟାକ୍ସିୱେ ନିର୍ମାଣ କରିବାରେ ସକ୍ଷମ ଏକ ଆପ୍ରନ୍ ନିର୍ମାଣ।

Categories
ଆଜିର ଖବର ଜାତୀୟ ଖବର

ବାଗଡୋଗ୍ରା ବିମାନବନ୍ଦରରେ ନୂତନ ସିଭିଲ ଏନକ୍ଲେଭର ବିକାଶକୁ ମଞ୍ଜୁରୀ: ଖର୍ଚ୍ଚ ହେବ ୧୫୪୯ କୋଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ପଶ୍ଚିମବଙ୍ଗର ସିଲିଗୁଡିସ୍ଥିତ ବାଗଡୋଗ୍ରାମ ବିମାନବନ୍ଦରରେ ୧୫୪୯ କୋଟି ଟଙ୍କା ବ୍ୟୟ ଅଟକଳରେ ନ୍ୟୁ ସିଭିଲ ଏନକ୍ଲେଭ୍ ର ବିକାଶ ପାଇଁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ)ର ପ୍ରସ୍ତାବକୁ ମଞ୍ଜୁର କରିଛି।

ପ୍ରସ୍ତାବିତ ଟର୍ମିନାଲ ବିଲ୍ଡିଂ ୭୦,୩୯୦ ବର୍ଗ ମିଟର ପରିବ୍ୟାପ୍ତ ଏବଂ ୩୦୦୦ ପିକ୍ ଆୱାର ଯାତ୍ରୀ (ପିଏଚପି)ଙ୍କୁ ସ୍ଥାନ ଦେବା ପାଇଁ ଡିଜାଇନ୍ କରାଯାଇଛି, ଯାହାର ବାର୍ଷିକ କ୍ଷମତା ୧୦ ନିୟୁତ ଯାତ୍ରୀ ଙ୍କୁ ପରିଚାଳନା କରିବା। ଏହି ପ୍ରକଳ୍ପର ମୁଖ୍ୟ ଉପାଦାନ ଗୁଡ଼ିକ ହେଲା ଏ-୩୨୧ ପ୍ରକାର ବିମାନ ପାଇଁ ଉପଯୁକ୍ତ ୧୦ଟି ପାର୍କିଂ ବେ’କୁ ରଖିବାରେ ସକ୍ଷମ ଏକ ଆପ୍ରନ୍ ନିର୍ମାଣ ସହିତ ଦୁଇଟି ଲିଙ୍କ୍ ଟ୍ୟାକ୍ସି ୱେ ଏବଂ ମଲ୍ଟି-ଲେଭେଲ୍ କାର୍ ପାର୍କିଂ।

ପରିବେଶ ଦାୟିତ୍ବ ଉପରେ ଗୁରୁତ୍ୱ ଦେଇ ଟର୍ମିନାଲ ବିଲ୍ଡିଂ ଏକ ସବୁଜ ଭବନ ହେବ, ଯାହା ଅକ୍ଷୟ ଶକ୍ତି ଉତ୍ସ ଗୁଡ଼ିକୁ ସମନ୍ୱିତ କରିବ ଏବଂ ପରିବେଶଗତ ଫୁଟପ୍ରିଣ୍ଟକୁ ହ୍ରାସ କରିବା ପାଇଁ ପ୍ରାକୃତିକ ଆଲୋକକୁ ସର୍ବାଧିକ କରିବ।

ଏହି ବିକାଶ ବାଗଡୋଗ୍ରା ବିମାନବନ୍ଦରର ପରିଚାଳନା ଦକ୍ଷତା ଏବଂ ଯାତ୍ରୀ ଅଭିଜ୍ଞତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିମାନ ଯାତ୍ରା କେନ୍ଦ୍ର ଭାବରେ ଏହାର ଭୂମିକାକୁ ସୁଦୃଢ଼ କରିବ।