Categories
ଆଜିର ଖବର ଜାତୀୟ ଖବର ବଜେଟ ୨୦୨୪

ଫେବ୍ରୁଆରି ପହିଲାରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ୨୦୨୪ ବଜେଟ ତାରିଖ ପ୍ରକାଶ ପାଇଛି। ୨୦୨୪ ଫେବ୍ରୁଆରି ପହିଲାରେ ଅନ୍ତରୀଣ ବଜେଟ ସଂସଦରେ ଉପସ୍ଥାପିତ ହେବ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ। ଅର୍ଥମନ୍ତ୍ରୀ ସୀତାରମଣ ସଂସଦରେ ବଜେଟ ସମୟରେ ଗତ ଏକ ବର୍ଷର ଅର୍ଥନୈତିକ ହିସାବ ଦେଶ ପାଇଁ କେମିତି ରହିଛି ଏବଂ ଆଗାମୀ ଆର୍ଥିକ ବର୍ଷରେ ଟଙ୍କା ପାଇଁ କ’ଣ କାମ ଆବଶ୍ୟକ ହେବ ସେ ସମ୍ପର୍କରେ ସୂଚନା ଦେବେ।

କେବେ ଆସିବ ଅର୍ଥନୈତିକ ସର୍ଭେ

ବଜେଟ ଉପସ୍ଥାପନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଜାନୁଆରୀ ୩୧ରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରାଯିବ। ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଏବଂ ଅର୍ଥ ମନ୍ତ୍ରାଳୟ ସହ ଜଡ଼ିତ ତାଙ୍କ ଟିମ୍ ପ୍ରସ୍ତୁତ କରିଥିବା ଅର୍ଥନୈତିକ ସର୍ବେକ୍ଷଣ ଜାନୁଆରି ୩୧ରେ ଉପସ୍ଥାପିତ ହେବ। ସଂସଦର ବଜେଟ ଅଧିବେଶନ ଅଧୀନରେ ଜାନୁଆରୀ ଶେଷ ତାରିଖରେ ଏହାକୁ ସଂସଦରେ ଉପସ୍ଥାପନ କରାଯିବ।

ଏହା ଏକ ଅନ୍ତରୀଣ ବଜେଟ ନା ଭୋଟ୍ ଅନ୍ ଆକାଉଣ୍ଟ?

ଅନ୍ତରୀଣ ବଜେଟରେ ନିର୍ବାଚନ ବର୍ଷରେ ଦେଶର ଖର୍ଚ୍ଚ କେତେ ଟଙ୍କା ସରକାର ଚଳାଇବେ ଏବଂ ଏହାକୁ କିପରି ବ୍ୟବହାର କରାଯିବ, ତାହା ଉପରେ ଆଲୋଚନା କରାଯାଇ ଏହାକୁ ହିସାବରେ ଭୋଟ କୁହାଯାଏ।

ଚଳିତ ବର୍ଷର ହିସାବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ମୋଦି ସରକାରଙ୍କ ଦ୍ୱିତୀୟ ପାଳି ଶେଷ ହେବାର ମାତ୍ର କିଛିମାସ ପୂର୍ବରୁ ଏହି ବଜେଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଚଳିତ ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଛି ଏବଂ ଏହା ପୂର୍ବରୁ ଏହା ଦେଶର ଆର୍ଥିକ ସ୍ଥିତିକୁ ଦର୍ଶାଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ହେବ। ଗୋଟିଏ ନିର୍ବାଚନୀ ବର୍ଷରେ ଦେଶରେ ଦୁଇଟି ବଜେଟ ଉପସ୍ଥାପିତ ହୋଇଥାଏ, ପ୍ରଥମ ବଜେଟ ବର୍ତ୍ତମାନର ସରକାର ଉପସ୍ଥାପନ କରିଥାନ୍ତି ଏବଂ ଦ୍ୱିତୀୟ ବଜେଟ ନୂଆ ସରକାର ଗଠନ ପରେ ଉପସ୍ଥାପନ କରିଥାନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ବିଧାନସଭାରେ ୨୮ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନା କଲେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି। ଅତିରିକ୍ତ ବଜେଟର କଳେବର ୨୮ ହଜାର ୨୦୦ କୋଟି ଟଙ୍କା ରହିଛି। ମୂଳ ବଜେଟର ଆକାର ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ଥିଲା। ଫଳରେ ୨୦୨୩-୨୪ ଆର୍ଥିକ ବର୍ଷର ମୋଟ ବଜେଟ ଆକାର ୨ ଲକ୍ଷ ୫୮ ହଜାର ୨୦୦ କୋଟି ଟଙ୍କାରେ ପହଁଚିଛି।

ଅତିରିକ୍ତ ବଜେଟରେ ଅନେକ ନୂତନ ଯୋଜନା ପାଇଁ ବ୍ୟୟ ବରାଦ କରାଯାଇଛି। ସେହିପରି ରାଜ୍ୟର ଋଣ ଭାର ୮୮ ହଜାର ୪୮୭ କୋଟି ଟଙ୍କା ଥିବାବେଳେ ରାଜ୍ୟର ମୁଣ୍ଡପିଛା ଋଣ ଭାର ୧୯ ହଜାର ୧୭୧ ଟଙ୍କା ରହିଛି। ଏହାଛଡ଼ା ସାମଗ୍ରୀକ ବ୍ୟୟ ୩୯ ପ୍ରତିଶତ ବୃଦ୍ଧି ପାଇଥିବାବେଳେ କାର୍ଯ୍ୟକ୍ରମ ବ୍ୟୟ ୭୦ ପ୍ରତିଶତ ଓ ପୁଞ୍ଜି ବ୍ୟୟ ୭୫ ପ୍ରତିଶତ ବୃଦ୍ଧି ପାଇଛି । ଅଗଷ୍ଟ ସୁଦ୍ଧା ନିଜସ୍ୱ ରାଜସ୍ୱ ୪୧ ହଜାର ୨୩୧ କୋଟି ଟଙ୍କା ସଂଗ୍ରହ ହୋଇପାରିଛି ବୋଲି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି ।

ଯେଉଁ ବିଭାଗକୁ ଏହି ଅତିରିକ୍ତ ବଜେଟରେ ବ୍ୟୟ ବରାଦ କରାଯାଇଛି ତାହା ହେଲା

ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୧୩୦୨ କୋଟି ଟଙ୍କା
ଲକ୍ଷ୍ମୀ ଯୋଜନା ପାଇଁ ୫୫୬ କୋଟି ଟଙ୍କା
ଓଡ଼ିଶା ମେଟ୍ରୋ ରେଳ ପରିବହନ ନିମନ୍ତେ ୨୧୦ କୋଟି ଟଙ୍କା
ପଂଚାୟତର ଆଇଟି ଭିତିଭୂମି ସକାଶେ ୨୫୨ କୋଟି ଟଙ୍କା
ନିର୍ବାଚନ ପରିଚାଳନା ପାଇଁ ୧୯୬ କୋଟି ଟଙ୍କା
ମିଶନ ଶକ୍ତି ପାଇଁ ୭୮୩ କୋଟି ଟଙ୍କା
ସ୍ୱତନ୍ତ୍ର ବିକାଶ ପରିଷଦ ନିମନ୍ତେ ୨୨୪ କୋଟି ଟଙ୍କା
ଅଣସରକାରୀ ଉଚ୍ଚ ବିଦ୍ୟାଳୟ ପାଇଁ ୬୦୦ କୋଟି ଟଙ୍କା
ଶିଳ୍ପ ଓ ଏମଏସଏମଇ ପାଇଁ ୩୨୦୫ କୋଟି ଟଙ୍କା
ଭିତିଭୂମି ବିକାଶ ନିମନ୍ତେ ୧୬୩୧ କୋଟି ଟଙ୍କା

ବିଧାନସଭାରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରଥମ ଥର ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କରିଥିଲେ। ଅତିରିକ୍ତ ବଜେଟରେ ୨୮ ହଜାର ୨୦୦ କୋଟି ଟଙ୍କାର ପ୍ରାବଧାନ କରାଯାଇଛି। ସେଥିମଧ୍ୟରେ ପ୍ରଶାସନିକ ବ୍ୟୟ ବାବଦରେ ୨୮୬୪ କୋଟି, କାର୍ଯ୍ୟକ୍ରମ ବ୍ୟୟ ବାବଦରେ ୨୦ ହଜାର ୧୦୦ କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ସକାଶେ ୪୬୬୪ କୋଟି ଟଙ୍କା ଓ ରାଜ୍ୟ ବଜେଟରୁ ସ୍ଥାନାନ୍ତର ନିମନ୍ତେ ୫୭୨ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।

ବିଭିନ୍ନ ପ୍ରକଳ୍ପ ସମ୍ପୂର୍ଣ୍ଣ ପାଇଁ ଅତିରିକ୍ତ ପାଣ୍ଠିର ଆବଶ୍ୟକତା, ଓଡ଼ିଶା ଆକସ୍ମିକ ପାଣ୍ଠିରୁ ନିଆଯାଇଥିବା ଅଗ୍ରୀମ ଅର୍ଥର ଭରଣା ଆଦିକୁ ଆଖି ଆଗରେ ରଖି ଅତିରିକ୍ତ ବଜେଟର ପ୍ରାବଧାନ କରାଯାଇଛି। କାର୍ଯ୍ୟକ୍ରମ ବ୍ୟୟ ନିମନ୍ତେ ଥିବା ୨୦ ହଜାର ୧୦୦ କୋଟିରୁ ୩୨୨୫ କୋଟି ଟଙ୍କା ସହବନ୍ଧିତ ସମ୍ବଳ ସୂତ୍ରରୁ ଓ ବଳକା ଅତିରିକ୍ତ ରାଜସ୍ୱ ଅର୍ଥ ସମର୍ପଣ ଦ୍ୱାରା ଭରଣା କରାଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କଟକର ପୂର୍ବତନ ମେୟର ନିବେଦିତାଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀ

ଭୁବନେଶ୍ୱର: କଟକ ମହାନଗର ନିଗମର ପ୍ରଥମ ମହିଳା ମେୟର ତଥା ବିଧାୟିକା ନିବେଦିତା ପ୍ରଧାନଙ୍କ ସ୍ମୃତିରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗତକାଲି ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି ।

ଏହି ଶ୍ରଦ୍ଧାଞ୍ଜଳୀ ସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀଥାରମଣ ଯୋଗ ଦେଇ ସ୍ୱର୍ଗତ ପ୍ରଧାନଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିବା ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୫ମ ପୂଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।

ଗତକାଲି ଭୁବନେଶ୍ୱରରେ ପହଂଚିବା ପରେ ଶ୍ରୀମତୀ ସୀଥାରମଣଙ୍କୁ ଶତାଧିକ କାର୍ଯ୍ୟକର୍ତା ପାରଂପାରିକ ଭାବେ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ବହୁ ସଂଖ୍ୟାରେ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ। ଏହା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ସୀଥାରମଣ ସିଧାସଳଖ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗ ଦେଇଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଭୁବନେଶ୍ବର: ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ଆସନ୍ତା 16 ତାରିଖରେ ଭୁବନେଶ୍ବରରେ ପହଞ୍ଚିବେ। ସେଦିନ ସେ ବିଜେପି ରାଜ୍ୟ କାର୍ଯ୍ୟାଳୟ ଯାଇ ସେଠାରେ ନେତାମାନଙ୍କ ସହିତ ଆଲୋଚନା କରିବେ। ଏହାପରେ କଟକରେ ପ୍ରଥମ ମେୟର ନିବେଦିତା ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବେ।

ଏହାପର ଦିନ ସୀତାରମଣ ଭୁବନେଶ୍ବରରେ ଆୟୋଜିତ ଚାଟାର୍ଡ ଆକାଉଣ୍ଟାଟ ସମ୍ମିଳନୀରେ ଯୋଗ ଦେଇ ଉଦବୋଧନ ଦେବେ। ସେ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ସେ 17 ତାରିଖରେ ନୂଆଦିଲ୍ଲୀ ଫେରିଯିବେ।

Categories
ଆଜିର ଖବର ଜାତୀୟ ଖବର

ଅର୍ଥମନ୍ତ୍ରୀ ଏବଂ ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ନରଙ୍କ ବୈଠକର ମହିଳା ନେତୃତ୍ୱଙ୍କ ଫଟୋ ସେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଅଧ୍ୟକ୍ଷତାରେ ଜି-୨୦ ବୈଠକରେ ଅର୍ଥମନ୍ତ୍ରୀ ଏବଂ ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ନରଙ୍କ ଗାଲା ଡିନରରେ ମହିଳା ଲିଡରଙ୍କ ଫଟୋ ସେୟାର କରିଛନ୍ତି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଟୁଇଟ୍ ସେୟାର କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘ବେଶ୍ ପ୍ରେରଣାଦାୟକ କ୍ଲିକ୍‌, ଯାହା କି ଦୁନିଆର ଭବିଷ୍ୟତକୁ ଆକାର ଦେବା ପାଇଁ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଉଜାଗର କରୁଛି।’

Categories
ବିଶେଷ ଖବର

ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ପ୍ରଥମ ବୈଠକକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ଜରିଆରେ ଭାରତର ଜି୨୦ ଅଧ୍ୟକ୍ଷତାରେ ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ପ୍ରଥମ ବୈଠକକୁ ସମ୍ବୋଧିତ କରିଛନ୍ତି।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ହେଉଛି ଭାରତର ଜି୨୦ ଅଧ୍ୟକ୍ଷତା ଅଧୀନରେ ପ୍ରଥମ ମନ୍ତ୍ରୀସ୍ତରୀୟ ଆଲୋଚନା କାର୍ଯ୍ୟକ୍ରମ। ଏହି ବୈଠକ ଫଳପ୍ରଦ ହେବା ନେଇ ସେ ଶୁଭେଚ୍ଛା ଜଣାଇଥିଲେ। ବର୍ତ୍ତମାନ ସମୟରେ ବିଶ୍ୱ ସମ୍ମୁଖିନ ହେଉଥିବା ସମସ୍ୟା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ବୈଠକରେ ଭାଗ ନେଇଥିବା ଅଂଶଗ୍ରହଣକାରୀମାନେ ବିଶ୍ୱ ଅର୍ଥ ଏବଂ ଅର୍ଥବ୍ୟବସ୍ଥାର ନେତୃତ୍ୱମାନଙ୍କୁ ପ୍ରତିନିଧିତ୍ୱ କରୁଛନ୍ତି। ବିଶ୍ୱ ଗମ୍ଭୀର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ସମୟରେ ଏହି ପ୍ରତିନିଧିମାନେ ଏକାଠି ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କର ଅଭିଭାଷଣରେ କୋଭିଡ ମହାମାରୀ ଏବଂ ବିଶ୍ୱ ଅର୍ଥବ୍ୟବସ୍ଥା ଉପରେ ଏହାର ପ୍ରଭାବ, ବର୍ଦ୍ଧିତ ଭୂ-ରାଜନୈତିକ ଉତ୍ତେଜନା, ବିଶ୍ୱ ଯୋଗାଣ ଶୃଙ୍ଖଳରେ ଦେଖା ଦେଇଥିବା ଅବରୋଧ, ଦରଦାମ ବୃଦ୍ଧି, ଖାଦ୍ୟ ଓ ଇନ୍ଧନ ସୁରକ୍ଷା, ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଆର୍ଥିକ ସ୍ଥିରତାକୁ ପ୍ରଭାବିତ କରୁଥିବା ଅସ୍ଥିର ଋଣ ସ୍ତର ଏବଂ ଦ୍ରୁତ ସଂସ୍କାରକୁ କାର୍ଯ୍ୟକାରୀ କରିବାରେ ଅନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକର ବିଫଳତା କାରଣରୁ ସେମାନଙ୍କ ପ୍ରତି ରହିଥିବା ବିଶ୍ୱାସ ହ୍ରାସ ପାଇବା ଭଳି ଘଟଣାର ଉଦାହରଣ ଦେଇଥିଲେ।

ଶ୍ରୀ ମୋଦୀ ଆଲୋକପାତ କରି କହିଥିଲେ ଯେ, ଦୁନିଆର ଅଗ୍ରଣୀ ଅର୍ଥବ୍ୟବସ୍ଥା ଓ ଆର୍ଥିକ ବ୍ୟବସ୍ଥା ଉପରେ ବିଶ୍ୱ ଅର୍ଥବ୍ୟବସ୍ଥାରେ ସ୍ଥିରତା, ଆତ୍ମବିଶ୍ୱାସ ଓ ଅଭିବୃଦ୍ଧି ଫେରାଇ ଆଣିବାର ଦାୟିତ୍ୱ ନ୍ୟସ୍ତ ରହିଛି। ଭାରତୀୟ ଅର୍ଥବ୍ୟବସ୍ଥାର ସକ୍ରିୟତା ବିଷୟରେ ଉଲ୍ଲେଖ କରି, ପ୍ରଧାନମନ୍ତ୍ରୀ ଭାରତୀୟ ଅର୍ଥବ୍ୟବସ୍ଥାର ଭବିଷ୍ୟତ ପାଇଁ ଦେଶର ଉପଭୋକ୍ତା ଓ ଉତ୍ପାଦନକାରୀଙ୍କ ଆଶାବାଦ ଉପରେ ଆଲୋକପାତ କରିଥିଲେ।

ସେ ଆଶା ବ୍ୟକ୍ତ କରି କହିଥିଲେ ଯେ, ଏହି ବୈଠକରେ ଭାଗ ନେଇଥିବା ସଦସ୍ୟମାନେ ସେହି ସକାରାତ୍ମକ ଭାବନାକୁ ବିଶ୍ୱ ସ୍ତରରେ ପ୍ରସାରିତ କରିବା ଲାଗି ଅନୁପ୍ରାଣିତ ହେବେ। ଦୁନିଆର ସବୁଠୁ ଦୁର୍ବଳ ନାଗରିକଙ୍କ ଉପରେ ନିଜର ଆଲୋଚନାକୁ କେନ୍ଦ୍ରିତ କରିବା ଲାଗି ପ୍ରଧାନମନ୍ତ୍ରୀ ସଦସ୍ୟମାନଙ୍କୁ ଆହ୍ୱାନ କରିଥିଲେ। ସେ ଜୋର ଦେଇ କହିଥିଲେ ଯେ, ଏକ ସମାବେଶୀ ଏଜେଣ୍ଡା ସୃଷ୍ଟି କରିବା ଦ୍ୱାରା ବୈଶ୍ୱିକ ଆର୍ଥିକ ନେତୃତ୍ୱ ବିଶ୍ୱର ବିଶ୍ୱାସ ଜିତିବାରେ ସକ୍ଷମ ହୋଇପାରିବେ। “ଆମର ଜି୨୦ ଅଧ୍ୟକ୍ଷତା ଏକ ସମାବେଶୀ ସଂକଳ୍ପର ବିଷୟବସ୍ତୁ – ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତକୁ ପ୍ରୋତ୍ସାହନ ଦେଇଥାଏ”, ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ଦିଗରେ ପ୍ରଗତି ମନ୍ଥର ହୋଇପଡ଼ିଥିବା ପ୍ରତୀୟମାନ ହେଉଛି, ଅନ୍ୟପଟେ ବିଶ୍ୱର ଜନସଂଖ୍ୟା ୮୦୦ କୋଟି ଅତିକ୍ରମ କରିସାରିଛି। ସେ ଜଳବାୟୁ ପରିବର୍ତ୍ତନ ଏବଂ ଉଚ୍ଚ ଋଣ ସ୍ତର ଭଳି ବିଶ୍ୱସ୍ତରୀୟ ସମସ୍ୟାର ମୁକାବିଲା କରିବା ଲାଗି ବହୁପକ୍ଷୀୟ ବିକାଶ ବ୍ୟାଙ୍କକୁ ମଜବୁତ କରିବାର ଆବଶ୍ୟକତା ଉପରେ ବଳ ଦେଇଥିଲେ।

ଆର୍ଥିକ ଜଗତରେ ପ୍ରଯୁକ୍ତିର ବର୍ଦ୍ଧିତ ଆଧିପତ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହା ସ୍ମରଣ କରାଇ ଦେଇ କହିଥିଲେ ଯେ, କିଭଳି ମହାମାରୀ ସମୟରେ ଡିଜିଟାଲ ପଇଠ ସ୍ପର୍ଶମୁକ୍ତ ଏବଂ ବାଧାମୁକ୍ତ କାରବାରକୁ ସକ୍ଷମ କରିଛି। ସେ ଅଂଶଗ୍ରହଣକାରୀ ସଦସ୍ୟମାନଙ୍କୁ ଡିଜିଟାଲ ଆର୍ଥିକ ଅସ୍ଥିରତା ଓ ଦୂରୁପଯୋଗର ସମ୍ଭାବ୍ୟ ବିପଦକୁ ନିୟନ୍ତ୍ରିତ କରିବା ଲାଗି ମାନଦଣ୍ଡ ବିକଶିତ କରିବା ସହିତ ପ୍ରଯୁକ୍ତିର ଶକ୍ତିକୁ ଠାବ କରିବା ଏବଂ ଏହାର ଉପଯୋଗ କରିବା ଲାଗି ଆହ୍ୱାନ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ବିଗତ କିଛି ବର୍ଷ ଧରି ନିଜର ଡିଜିଟାଲ ଅର୍ଥପଇଠ ଇକୋସିଷ୍ଟମରେ ଅଧିକ ସୁରକ୍ଷିତ, ଅଧିକ ବିଶ୍ୱସ୍ତ ଏବଂ ଅଧିକ ଦକ୍ଷ ସାର୍ବଜନୀନ ଡିଜିଟାଲ ଭିତ୍ତିଭୂମି ପ୍ରସ୍ତୁତ କରିଛି। “ଆମର ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମକୁ ଏକ ମାଗଣା ସାର୍ବଜନୀନ ସାମଗ୍ରୀ ଭାବେ ବିକଶିତ କରାଯାଇଛି”, ପ୍ରଧାନମନ୍ତ୍ରୀ କହିଥିଲେ। ସେ ଆଲୋକପାତ କରି କହିଥିଲେ ଯେ, ଭାରତ ନିଜର ପ୍ରଶାସନ ଆର୍ଥିକ ସମାବେଶନ ଏବଂ ସହଜ ଜୀବନଧାରଣରେ ବ୍ୟାପକ ପରିବର୍ତ୍ତନ ଆଣିଛି। ଭାରତର ପ୍ରଯୁକ୍ତି ରାଜଧାନୀ ବେଙ୍ଗାଲୁରୁରେ ଏହି ବୈଠକ ଆୟୋଜନ କରାଯାଉଥିବା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତୀୟ ଉପଭୋକ୍ତା କିଭଳି ଭାବେ ଡିଜିଟାଲ ଅର୍ଥ କାରବାରକୁ ଆପଣେଇ ନେଇଛନ୍ତି ଅଂଶଗ୍ରହଣକାରୀମାନେ ତାହାର ସିଧାସଳଖ ଅନୁଭୂତି ହାସଲ କରିପାରିବେ।

ସେ ଭାରତର ଜି୨୦ ଅଧ୍ୟକ୍ଷତା ସମୟରେ ପ୍ରସ୍ତୁତ କରାଯାଇଥିବା ନୂଆ ବ୍ୟବସ୍ଥା ବିଷୟରେ ମଧ୍ୟ କହିଥିଲେ, ଯାହାକି ଜି୨୦ ଅତିଥିମାନଙ୍କୁ ଭାରତର ପଥ-ପ୍ରଦର୍ଶକ ଡିଜିଟାଲ ପରିଶୋଧ ପ୍ଲାଟଫର୍ମ, ୟୁପିଆଇ ଉପଯୋଗ କରିବା ପାଇଁ ଅନୁମତି ଦେଇଥାଏ। ନିଜର ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୟୁପିଆଇ ଭଳି ଉଦାହରଣ ଅନ୍ୟ ରାଷ୍ଟ୍ରମାନଙ୍କ ପାଇଁ ମଧ୍ୟ ଅନୁକରଣୀୟ ହୋଇପାରିବ। ଆମେ ନିଜର ଅଭିଜ୍ଞତାକୁ ଖୁସିର ସହିତ ଦୁନିଆ ସହିତ ବାଣ୍ଟିବା ଲାଗି ପ୍ରସ୍ତୁତ ରହିଛୁ ଏବଂ ଜି୨୦ ଏଥିପାଇଁ ଏକ ବାହକ ସାଜିପାରିବ।

Categories
ଆଜିର ଖବର ଜାତୀୟ ଖବର

ଦେଶରେ ଯେପରି କେହି ଭୋକିଲା ନରହିବେ, ସେଥିଲାଗି ଚେଷ୍ଟା କରାଯାଉଛି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ମୋଦୀ ସରକାରଙ୍କ ଦ୍ଵିତୀୟ ପାଳିର ଅନ୍ତିମ ବଜେଟ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଉପସ୍ଥାପନ କରୁଛନ୍ତି। ଅର୍ଥମନ୍ତ୍ରୀ ବଜେଟ ଭାଷଣରେ କହିଛନ୍ତି ଯେ, ଆମେ ପ୍ରତ୍ୟେକ ବିଭାଗରେ ପହଞ୍ଚିବାକୁ ଚେଷ୍ଟା କରିଛୁ। ବିଶେଷ କରି ଯୁବକ ଏବଂ ସମସ୍ତ ଶ୍ରେଣୀର ଲୋକଙ୍କୁ ଅର୍ଥନୈତିକ ଶକ୍ତି ଯୋଗାଇବା ପାଇଁ ଉଦ୍ୟମ କରାଯାଇଛି।

ଚଳିତ ଆର୍ଥିକ ବର୍ଷରେ ଜିଡିପି ହାର ପ୍ରାୟ ୭ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ସରକାରଙ୍କ ବିଶେଷ ଗୁରୁତ୍ୱ ହେଉଛି ନିଯୁକ୍ତି ସୁଯୋଗ ବୃଦ୍ଧି କରିବା। ଭାରତ ପକ୍ଷରୁ ଜି-୨୦ ଅଧ୍ୟକ୍ଷତା ଏକ ବଡ଼ ସୁଯୋଗ ଏବଂ ଏହା ଭାରତର ଶକ୍ତି ପ୍ରଦର୍ଶନ କରେ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଗତ କିଛି ବର୍ଷ ମଧ୍ୟରେ ଭାରତର ଲୋକଙ୍କ ମୁଣ୍ଡପିଛା ଆୟ ଦ୍ୱିଗୁଣିତ ହୋଇଛି। ମୁଣ୍ଡପିଛା ଆୟ ବାର୍ଷିକ ୧.୯୭ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ପୂର୍ବ ଅପେକ୍ଷା ଭାରତୀୟ ଅର୍ଥନୀତି ଅଧିକ ସଂଗଠିତ ହୋଇଛି। ଏହାର ପ୍ରଭାବ ଲୋକଙ୍କ ଜୀବନ ଅବସ୍ଥା ଉପରେ ଦୃଶ୍ୟମାନ ହୁଏ।

ସରକାର କୋଭିଡ ଟିକା ୨୨୦ କୋଟି ଲୋକ ନେଇଛନ୍ତି। ପିଏମ ସୁରକ୍ଷା ଓ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ଠାରୁ ୪୪.୬ କୋଟି ଲୋକ ଲାଭ ପାଇଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ମାଧ୍ୟମରେ କୋଟି କୋଟି ଚାଷୀ ଉପକୃତ ହେଉଛନ୍ତି। ଜନସାଧାରଣଙ୍କ ଅଂଶଗ୍ରହଣରେ ସରକାର ସବକା ସାଥ, ସବକା ବିକାଶ ମାଧ୍ୟମରେ ଆଗକୁ ବଢିଛନ୍ତି। ୨୮ମାସରେ ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ଦିଆଯାଇଛି, ଯାହା ଏକ ଛୋଟ କଥା ନୁହେଁ।

ଏହି ବଜେଟରେ ୭ ଟି ପ୍ରାଥମିକତା ରହିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। କୃଷି ତ୍ୱରାନ୍ୱିତ ପାଣ୍ଠି ସହିତ ଏଗ୍ରି ଷ୍ଟାର୍ଟଅପ୍ ବୃଦ୍ଧି ପାଇବ। ଏହା କୃଷକମାନଙ୍କୁ ସାହାଯ୍ୟ କରିବ ଏବଂ ସେମାନେ ଆହ୍ୱାନର ସମ୍ମୁଖୀନ ହେବାକୁ ସକ୍ଷମ ହେବେ ଏବଂ ଉତ୍ପାଦନ ବୃଦ୍ଧି ପାଇବ। ଏହା କୃଷକ, ରାଜ୍ୟ ଏବଂ ଶିଳ୍ପ ଭାଗୀଦାରଙ୍କ ମଧ୍ୟରେ କରାଯିବ। ବଜେଟରେ ସରକାରଙ୍କର ସାତୋଟି ପ୍ରାଥମିକତା ରହିଛି। ନିମ୍ନ ବର୍ଗର ଲୋକଙ୍କୁ ଅଗ୍ରାଧିକାର ଦେବା ହେଉଛି ସରକାରଙ୍କ ପ୍ରାଥମିକତା।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

Budget2023: ଅର୍ଥମନ୍ତ୍ରୀଙ୍କ ମେରୁନ ରଂଗର ଶାଢୀ ଏଥରର ଆକର୍ଷଣ

Budget2023: ଆଜି ସଂସଦ ଭବନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2023 ବର୍ଷର ବଜେଟ ଉପସ୍ଥାପନା କରିବେ। ଏଥିପାଇଁ ସେ ଏକ ନାଲି ଶାଢୀ ପିନ୍ଧି ଆସିଛନ୍ତି। ଏହି ଶାଢୀଟିରେ ମନ୍ଦିର ଚୁଡା ଥିବା ହାଲକା କଳା ବଡର ସହିତ ଶାଢୀ ଦେହରେ ତାରକା ଚିହ୍ନ ରହିଛି। ସବୁବେଳେ ଭାରତୀୟ ହସ୍ତକଳା ଶାଢୀ ପିନ୍ଧିବାକୁ ଭଲ ପାଉଥିବା ନିର୍ମାଳା ଏଥର ସେହିପରି ଭାରତୀୟ କଳା ଥିବା ଶାଢି ପିନ୍ଧି ଆସିଛନ୍ତି।

ହିନ୍ଦୁ ଧର୍ମ ଅନୁସାରେ ମନ୍ଦିର ଚୁଡା ଥିବା ଶାଢୀ ସାଧାରଣତଃ ବିଶେଷ ଦିନରେ ପିନ୍ଧାଯାଇଥାଏ। ସେଥିପାଇଁ ଆଜି ନିର୍ମଳା ସୀତାରମଣଙ୍କ ପାଇଁ ଏକ ବିଶେଷ ଦିନ ହୋଇଥିବାରୁ ସେ ଏହି ପରି ଶାଢୀ ପିନ୍ଧି ଆସିଛନ୍ତି। ସେହିପରି ଏହି ଶାଢୀ ଦେହରେ ଷ୍ଟାର ବା ତାରକା ଚିହ୍ନ ରହିଥିବାରୁ ଏହା ଏକ ଶକ୍ତିଶାଳୀ ସମୟକୁ ଉପସ୍ଥାପିତ କରୁଛି। ଏହି ଶାଢୀ ବର୍ତ୍ତମାନ ସୀତାରମଣଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି।

Categories
ବିଶେଷ ଖବର ବ୍ୟବସାୟ

ଆସିଲା ‘ବଜେଟ’ ଚିନ୍ତା, ଅନୁଷ୍ଠିତ ହେଲା ପ୍ରି-ବଜେଟ ପରାମର୍ଶ ବୈଠକ

ଭୁବନେଶ୍ୱର: ଆଜି ଅର୍ଥମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ବିଗତ ବର୍ଷ ପରି ସମାଜର ବିଭିନ୍ନ ବର୍ଗ ଯଥା ବିଶେଷଜ୍ଞ, ବ୍ୟବସାୟୀ ତଥା ଶିଳ୍ପଦ୍ୟୋଗୀଙ୍କ ପ୍ରତିନିଧି ଏବଂ କୃଷକମାନଙ୍କ ସହିତ ପ୍ରାକ୍‌ ବଜେଟ୍‌ ପରାମର୍ଶ କରିଛନ୍ତି। ସକାଳ ୧୧ଟାରୁ ୧ ଘଟିକା ପର୍ଯ୍ୟନ୍ତ ତଥା ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଏହା ଅନୁଷ୍ଠିତ ହୋଇଥିଲା।

ପ୍ରଥମ ଅଧିବେଶନରେ ପୂର୍ବତନ ଅର୍ଥ ମନ୍ତ୍ରୀଙ୍କ ସମେତ ପୂର୍ବତନ ଅର୍ଥ ସଚିବ ଓ ସଚିବ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ନାବାର୍ଡର ଉଚ୍ଚ ପଦସ୍ଥ ଅଧିକାରୀମାନେ ଯୋଗଦାନ କରି ସେମାନଙ୍କର ସୁଚିନ୍ତିତ ମତାମତ ରଖିଥିଲେ।

ସେହିପରି ଦ୍ୱିତୀୟ ଅଧିବେଶନରେ କ୍ଷେତ୍ର ବିଶେଷଜ୍ଞ, ବ୍ୟବସାୟୀ ତଥା ଶିଳ୍ପଦ୍ୟୋଗୀଙ୍କ ପ୍ରତିନିଧି, କୃଷି ବିଶେଷଜ୍ଞ, ଶ୍ରମ ସଂଘ ପ୍ରତିନିଧି, ପରିବେଶବିତ, ହସ୍ତ ଓ ବୟନ ଶିଳ୍ପୀ, ସ୍ତମ୍ଭକାର ତଥା ସେ୍ୱଚ୍ଛାସେବା ଅନୁଷ୍ଠାନର ପ୍ରତିନିଧିମାନେ ଯୋଗଦାନ କରି ସେମାନଙ୍କର ସୁଚିନ୍ତିତ ମତାମତ ରଖିଥିଲେ।

ଏହି ପ୍ରାକ୍‌-ବଜେଟ ଆଲୋଚନାରେ ଉପସ୍ଥିତ ବିଭାଗୀୟ ଅଧିକାରୀମାନେ Centre of
Excellence in Fiscal Policy and Taxation ବିଶେଷଜ୍ଞମାନେ ସମସ୍ତ ଉପସ୍ଥିତ ଅତିଥିଙ୍କ ମତାମତକୁ ଗୁରୁତର ସହ ଗ୍ରହଣ କରାଯାଇଥିଲା।

ଏହି ସମସ୍ତ ମତାମତକୁ ଅନୁଧ୍ୟାନ କରି ସମ୍ପୃକ୍ତ ବିଭାଗକୁ ଆବଶ୍ୟକ ପଦକ୍ଷେପ ନିମନ୍ତେ ଶୀଘ୍ର ହସ୍ତାନ୍ତର କରିଦିଆଯିବ। ଆଗାମୀ ବର୍ଷ ୨୦୨୩-୨୪ ବଜେଟ୍‌ ପ୍ରସ୍ତୁତିରେ ଏହି ପରାମର୍ଶଗୁଡିକୁ ନିଶ୍ଚୟ ବିଚାର କରାଯିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଗତ ୨୦ ବର୍ଷରେ ରାଜ୍ୟ ସରକାର ୧ ଲକ୍ଷ ୫୦ ହଜାର କୋଟି ଟଙ୍କା ଋଣ କରିଛନ୍ତି, ଅର୍ଥମନ୍ତ୍ରୀ ପୂଜାରୀ

ଭୁବନେଶ୍ବର: କୋଡିଏ ବର୍ଷ ଭିତରେ ଓଡ଼ିଶା ସରକାର ୧,୫୦,୧୩୬ କୋଟି ଟଙ୍କାର ଋଣ କରିଛନ୍ତି। ଅର୍ଥାତ ଗତ ଆର୍ଥିକ ବର୍ଷ ୨୦୦୧-୦୨ ରୁ  ଚଳିତ ୨୦୨୨-୨୩ ବର୍ଷ ଅବଧି ମଧ୍ୟରେ ଏହି ଋଣ ହୋଇଛି। ସୁଧ ବାବଦକୁ ପଇଠ ହୋଇଛି ୭୯,୨୬୧ କୋଟି ଟଙ୍କା। ଗୃହରେ ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

ସେ କହିଛନ୍ତି ଯେ, ଏହି ଋଣ ଆଣିବାର ମୁଖ୍ୟ କାରଣ ହେଲା ରାଜ୍ୟର ଭିତ୍ତିଭୂମି ବିକାଶ ତଥା ବିଭିନ୍ନ ଉନ୍ନୟନ କାର୍ଯ୍ୟ।  ସେଥିପାଇଁ ସରକାର ଖୋଲା ବଜାରରୁ ଋଣ କରିଥାନ୍ତି। ସେ କହିଛନ୍ତି ଯେ, ଗତ ବର୍ଷ ଠାରୁ ଏ ପର୍ଯ୍ୟନ୍ତ ସରକାର ଖୋଲା ବଜାରରୁ କୌଣସି ଋଣ କରି ନାହାନ୍ତି।

ହେଲେ ଖୁସିର କଥା ବର୍ଷ ଶେଷରେ ଖୋଲା ବଜାରରୁ ଋଣ ସଂଗ୍ରହ ପରିମାଣ ଆକଳନ ଠାରୁ କମ ରହିଛି । ଖଣିରୁ ଯଥେଷ୍ଟ ପରିମାଣରେ ରାଜସ୍ୱ ମିଳିଥିବାରୁ ଏପରି ସମ୍ଭବ ହୋଇଛି। ସେଥିପାଇଁ ଖୋଲା ବଜାରରୁ ୨୦୨୨-୨୩ ବର୍ଷରେ ୨,୨୫୯ କୋଟି ଟଙ୍କା ଋଣ କରାଯିବ। ଗୃହକୁ ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷ ଶେଷସୁଦ୍ଧା ରାଜ୍ୟର ମୁଣ୍ଡପିଛା ଋଣ ଭାର ପରିମାଣ ୨୨,୦୪୨ ଟଙ୍କା ରହିଛି । ୨୦୦୧-୦୨ ଆର୍ଥିକ ବର୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷ ଶେଷସୁଦ୍ଧା ସଂଗ୍ରହ କରାଯାଇଥିବା ଋଣ ଏବଂ ସୁଧ ଦେୟର ଆନୁପାତିକ ହାର ପରିମାଣ ପ୍ରାୟ ୫୩ ପ୍ରତିଶତ ରହିଛି।

କୋଡ଼ିଏ ବର୍ଷ ଭିତରେ ସରକାର ସୁଧ ବାବଦକୁ ୭୯,୨୬୧ କୋଟି ବ୍ୟୟ କରିଛନ୍ତି । ପ୍ରତି ପାଞ୍ଚ ବର୍ଷରେ ଅର୍ଥାତ ୨୦୦୧-୦୨ ରୁ ୨୦୨୧-୨୨ ଆର୍ଥିକ ବର୍ଷରେ ଦେଖାଯାଇଛି ଯେ, ରାଜ୍ୟ ସରକାରଙ୍କ ଋଣ ସଂଗ୍ରହ ପରିମାଣ ଯେଉଁ ପରିମାଣରେ ବଢ଼ିଛି, ସୁଧ ପରିଶୋଧ ପରିମାଣ ବି ସମପରିମାଣରେ ବଢ଼ିଛି । ହିସାବରୁ ଜଣାପଡିଛି ଯେ,

୨୦୦୧-୦୨ ଆର୍ଥିକ ବର୍ଷରେ ମୋଟ ୩୯୫୨.୫୬ କୋଟି ଋଣ ସଂଗ୍ରହ କରାଯାଇଥିବା ବେଳେ ସୁଧ ଦେୟ ପରିମାଣ ୨୮୩୪.୯୫ କୋଟି।

୨୦୦୫-୦୬ରେ ଋଣ ସଂଗ୍ରହ ୩୪୯୦.୪୬ କୋଟି ଥିବାବେଳେ ସୁଧ ଦେୟ ପରିମାଣ ୩୬୯୭.୦୯ କୋଟି ରହିଛି ।

୨୦୧୦-୧୧ରେ ଋଣ ସଂଗ୍ରହ ୩୪୯୦.୪୬ କୋଟି ଥିବାବେଳେ ସୁଧ ଦେୟ ପରିମାଣ ୩୦୬୧.୪୫ କୋଟି।

୨୦୧୫-୧୬ରେ ଋଣ ସଂଗ୍ରହ ୧୧,୬୨୫.୩୨ କୋଟି ଟଙ୍କା ଥିବାବେଳେ ସୁଧ ଦେୟ ପରିମାଣ ୩୩୪୩.୨୯ କୋଟି।

୨୦୨୦-୨୧ରେ ୨୦୯୨୯.୧୭ ଋଣ ସଂଗ୍ରହ ଥିବାବେଳେ ସୁଧ ଦେୟ ପରିମାଣ ୬୬୪୨.୭୯ କୋଟି।

୨୦୨୧-୨୨ରେ ଋଣ ସଂଗ୍ରହ ୧୨,୫୫୫୧.୦୩ କୋଟି ଟଙ୍କା ଥିବାବେଳେ ସୁଧ ଦେୟ ପରିମାଣ ୬୩୪୨.୪୫ କୋଟି ରହିଛି

ଗତକାଲି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ କହିଲେ ଏପରି କଥା

ଭୁବନେଶ୍ୱର : ଅର୍ଥଯୋଗାଣ ଏବଂ ବ୍ୟାଙ୍କ ଋଣ ପ୍ରଦାନ କ୍ଷେତ୍ରରେ ସରକାରୀ ଓ ବେସରକାରୀ ପୁଞ୍ଜିନିବେଶର ମିଳିତ ସହାୟତା ମାଧ୍ୟମରେ ଅର୍ଥନୀତିର ନିରନ୍ତର ବିକାଶ ଘଟିଥାଏ। ପୁଞ୍ଜିନିବେଶ ଉଦ୍ଦେଶ୍ୟରେ ଅନୁକୂଳ ପରିବେଶ ନିର୍ମାଣ ସହିତ ଋଣ ପାଇଁ ଚାହିଦା ସୃଷ୍ଟି ନିମନ୍ତେ ଆମ ସରକାର ସର୍ବଦା ଉଦ୍ୟମ କରୁଥିବାବେଳେ ବ୍ୟାଙ୍କଗୁଡ଼ିକ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ଋଣ ପ୍ରଦାନ ପରିମାଣ ବୃଦ୍ଧି କରନ୍ତୁ ବୋଲି ଅର୍ଥମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଆଜି ଅନୁଷ୍ଠିତ ୧୬୭ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି।

ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ଗତ କେତେବର୍ଷ ମଧ୍ୟରେ ଓଡ଼ିଶା ଦ୍ରୁତ ଆର୍ଥିକ ଅଭିବୃଦ୍ଧି ଦିଗକୁ ଅଗ୍ରସର ହୋଇଛି। ସମଗ୍ର ଦେଶରେ ଓଡ଼ିଶା ବିତ୍ତୀୟ ପରିଚାଳନା ଓ ଉତ୍ତମ ଶାସନ ପାଇଁ ନିଜର ପରିଚୟ ସୃଷ୍ଟି କରିପାରିଛି। ବାର୍ଷିକ ଋଣ ଯୋଜନା କ୍ଷେତ୍ରରେ ଶିକ୍ଷା ଏବଂ ଗୃହନିର୍ମାଣକୁ ଅଗ୍ରାଧିକାର ଦେଇ ବ୍ୟାଙ୍କଗୁଡ଼ିକ ଋଣ ପ୍ରଦାନ କରିବାର ଆବଶ୍ୟକତା ରହିଛି।

ମନ୍ତ୍ରୀ ଶ୍ରୀ ପୂଜାରୀ ପୁଣି କହିଛନ୍ତି ଯେ ଓଡ଼ିଶାରେ ଜୀବିକା ନିର୍ବାହ ପାଇଁ କୃଷିକୁ ଅଗ୍ରାଧିକାର କ୍ଷେତ୍ର ଭାବେ ଗଣାଯାଉଛି । କୃଷି କ୍ଷେତ୍ରରେ ବାର୍ଷିକ ଋଣ ଯୋଜନାରେ ୪୬.୫୮୬ କୋଟି ଟଙ୍କା ଧାର୍ଯ୍ୟ ଲକ୍ଷ୍ୟ ଥିବାବେଳେ ୪୪.୨୫୩ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇ ଶତକଡ଼ା ୯୫ ଭାଗ ଲକ୍ଷ୍ୟ ହାସଲ ହୋଇପାରିଛି। ଏମ୍‌ଏସ୍‌ଏମ୍‌ଇ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହୋଇଥିବାବେଳେ ଏହା ସର୍ବାଧିକ ସଫଳତା ପାଇପାରିଛି। ଅଗ୍ରାଧିକାର ପ୍ରଦାନ କରାଯାଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏସ୍‌ଜି)ମାନଙ୍କୁ ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ଟଙ୍କାର ଋଣ ପ୍ରଦାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ୫-‘ଟି’ ଆଧାରରେ ମହିଳା ଏସ୍‌ଏସ୍‌ଜିଙ୍କ ନିମନ୍ତେ ଥିବା ଋଣର ପରିମାଣକୁ ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।

ଆର୍ଥିକ ଅନ୍ତର୍ଭୁକ୍ତିକରଣ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ଥିବାବେଳେ ସବୁ ଅଞ୍ଚଳରେ ବ୍ୟାଙ୍କିଂ ସୁବିଧା ଉପଲବ୍ଧ ନଥିବାରୁ କିଛି ଲୋକ ସାଧାରଣ ବ୍ୟାଙ୍କିଂ ସୁବିଧାରୁ ବଞ୍ଚିତ ହେଉଛନ୍ତି ବୋଲି ଦର୍ଶାଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ରାଜ୍ୟରେ ୨୭୩୮ ଗ୍ରାମ ପଞ୍ଚାୟତରେ ୫୬୦୭ ସ୍ଥାୟୀ ବ୍ୟାଙ୍କ ରହିଛି ଏବଂ ଏହା ସମୁଦାୟ ଗ୍ରାମ ପଞ୍ଚାୟତର ୪୦ ପ୍ରତିଶତ। ଅବଶିଷ୍ଟ ୬୦ ପ୍ରତିଶତ ଗ୍ରାମ ପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ଶାଖା ପାଇଁ ବ୍ୟାଙ୍କମାନେ ପଦକ୍ଷେପ ନେବା ଆବଶ୍ୟକ। ଗ୍ରାମାଞ୍ଚଳ ଅର୍ଥନୀତିରେ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଇତି ମଧ୍ୟରେ ସର୍ବୋତ୍କୃଷ୍ଟ ସେବାପ୍ରଦାନକାରୀ ବ୍ୟାଙ୍କଗୁଡ଼ିକୁ ପୁରସ୍କୃତ କରିଛନ୍ତି। ଆଗାମୀ ଦିନରେ ଏହି ସମ୍ମାନାସ୍ପଦ ପୁରସ୍କାର ପାଇଁ ବ୍ୟାଙ୍କଗୁଡ଼ିକ କାର୍ଯ୍ୟ କରନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ।

୨୦୨୨-୨୩ ଅର୍ଥିକ ବର୍ଷରେ ଅଗ୍ରାଧିକାର କ୍ଷେତ୍ରଗୁଡ଼ିକ ପାଇଁ ରାଜ୍ୟ ସରକାର ୧.୩୪ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ ପାଇଁ ଲକ୍ଷ୍ୟ ରଖିଛନ୍ତି। ବ୍ୟାଙ୍କଗୁଡ଼ିକ ଜିଲ୍ଲା ପ୍ରଶାସନ ମାଧ୍ୟମରେ ଲକ୍ଷ୍ୟ ହାସଲ ପାଇଁ ଉପଯୁକ୍ତ ପଦକ୍ଷେପ ନେବେବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଆଶା ପ୍ରକାଶ କରିଥିଲେ। କୃଷି, ଉଦ୍ୟୋଗ, ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଆର୍ଥିକ ବିକାଶ ଏବଂ ରାଜ୍ୟର ପ୍ରଗତି ପାଇଁ ବ୍ୟାଙ୍କଗୁଡ଼ିକର ସମୟୋଚିତ ଋଣ ପ୍ରଦାନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି।

ବୈଠକରେ ଉନ୍ନୟନ କମିଶନର ତଥା ଅତିିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ, ଏସ୍‌ଏଲ୍‌ବିସିର ଅଧ୍ୟକ୍ଷ ତଥା ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ସୋମା ଶଙ୍କର ପ୍ରସାଦ, ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଭୁବନେଶ୍ୱରର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ଏଚ୍‌.ଏନ୍‌. ପଣ୍ଡା, ନାବାର୍ଡ, ଭୁବନେଶ୍ୱରର ସିଜିଏମ୍‌ ଶ୍ରୀ ସି. ଉଦୟଭାସ୍କର, ଏସ୍‌ବିଆଇ, ଭୁବନେଶ୍ୱରର ସିଜିଏମ୍‌ ଶ୍ରୀ ଚନ୍ଦ୍ର ଶେଖର ଶର୍ମା, ଏସ୍‌ଏଲ୍‌ବିସିର ଆବାହକ ଶ୍ରୀ ଅରୂପାନନ୍ଦ ଜେନା, କୃଷି ଉତ୍ପାଦ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଆର୍‌. ରଘୁପ୍ରସାଦ, ଏମ୍‌ଏସ୍‌ଏମ୍‌ଇର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା, ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ଆର୍‌. କାର୍ତ୍ତିକେୟନ୍‌ ପ୍ରମୁଖ ଯୋଗଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

୮ଟି ବଡ ସହରକୁ ଛାଡି ଅନ୍ୟଗୁଡିକର ସ୍ବାସ୍ଥ୍ୟ ସେବା ବିକାଶ ପାଇଁ ୫୦ ହଜାର କୋଟି ଟଙ୍କାର ପ୍ୟାକେଜ

ନୂଆଦିଲ୍ଲୀ, ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରୋନା ମୁକାବିଲା ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ସେଥିରେ ବ୍ୟବସାୟିକ କ୍ଷେତ୍ରକୁ ୧.୧ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଋଣ ପ୍ରଦାନ ହେବ । ସେଥି ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ୫୦,୦୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି।

ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେଉଁସବୁ ବିଭାଗକୁ ଏହି ଅର୍ଥର ପ୍ରବାହ ଘଟିବ ସେଥିରେ ପଛୁଆ କ୍ଷେତ୍ରର ମେଡ଼ିକାଲ ସଂସାଧନକୁ ବିଶେଷ ଭାବେ ଲକ୍ଷ୍ୟ ରଖାଯାଇଛି । ୮ଟି ମେଟ୍ରୋପୋଲିଟାନ୍‍ ନଗରୀକୁ ଛାଡ଼ି ଅନ୍ୟାନ୍ୟ ସହରର ସ୍ୱାସ୍ଥ୍ୟ ଏବଂ ମେଡ଼ିକାଲ ସଂସାଧନ ସଂପ୍ରସାରଣ ନିମନ୍ତେ ଏହି ଅର୍ଥ ପ୍ରଦାନ ଦ୍ୱାରା ଗ୍ୟାରେଣ୍ଟି ପ୍ରଦାନ କରାଯିବ । ତେବେ ଏହି ଗ୍ୟାରେଣ୍ଟି କଭର  ସଂପ୍ରସାରଣର ୫୦% ପୂରଣ କରିବ ଏବଂ ନୂତନ ପ୍ରକଳ୍ପ କ୍ଷେତ୍ରରେ ତାହା ୭୫% ପର୍ଯ୍ୟନ୍ତ ଯୋଗାଇ ଦିଆଯିବ ।

ଆକାଂକ୍ଷା ଜିଲ୍ଲାମାନଙ୍କ କ୍ଷେତ୍ରରେ ଏହି ଗ୍ୟାରେଣ୍ଟି କଭର୍‍ ୭୫% ପର୍ଯ୍ୟନ୍ତ ଉପଲବ୍ଧ ହେବ। ଯାହାକି ଉଭୟ ନୂତନ ତଥା ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ପ୍ରଯୁଜ୍ୟ ହେବ । ଏହି ଯୋଜନାରେ ସର୍ବାଧିକ ଋଣ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଗ୍ରହଣୀୟ ହେବ ଏବଂ ଏଥିପାଇଁ ୩ ବର୍ଷର ଗ୍ୟାରେଣ୍ଟି ଅବଧି ରହିବ ।

ବ୍ୟାଙ୍କମାନେ ଏଥି ସକାଶେ ସର୍ବାଧିକ ୭.୯୫% ସୁଧ ଦାବି କରିପାରିବେ । ଅନ୍ୟାନ୍ୟ କ୍ଷେତ୍ରମାନଙ୍କ ସକାଶେ ଏହି ଋଣ ବାର୍ଷିକ ୮.୨୫ ହାରରେ ଉପଲବ୍‍ଧ ହେବ । ତେଣୁ ଏହି ଯୋଜନା ମାଧ୍ୟମରେ ଉପଲବ୍ଧ ଋଣ ସାଧାରଣ ସୁଧ ତୁଳନାରେ ଅଧିକ ଶସ୍ତା ହେବ ଏବଂ ଏହାର  ୧୦-୧୧% ଉପରେ କୌଣସି ଗ୍ୟାରେଣ୍ଟି ରହିବନାହିଁ ।