Categories
ଆଞ୍ଚଳିକ

ଆକ୍ରମଣ ଅଭିଯୁକ୍ତଙ୍କୁ ଜେଲ୍ ଓ ଅର୍ଥ ଦଣ୍ଡାଦେଶ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଜରଡା ଥାନା ଅନ୍ତର୍ଗତ ତିନି ଘରିଆ ଗ୍ରାମର ଜୁରିଆ ପାତ୍ର ନାମକ ଜଣେ ବ୍ୟକ୍ତି ଜମିରେ ପାଣି ମଡା ଘଟଣାକୁ ନେଇ ନିଜ ଭଉଣୀ ବାସନ୍ତୀ ପାତ୍ରକୁ ମାରଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ଜୁରିଆ ମାନ୍ୟବର ଉଚ୍ଚନ୍ୟାୟାଳୟରୁ ଆଗୁଆ ଜାମିନ ପାଇଥିଲେ। କିନ୍ତୁ ମାନ୍ୟବର ଅଦାଲତଙ୍କୁ ସହଯୋଗ କରିନଥିବାରୁ ତାଙ୍କ ବିରୁଦ୍ଧରେ ଜାମିନବିହୀନ ପରୱାନା ବଳରେ ପୋଲିସ ଗତ ଅଗଷ୍ଟ ମାସରେ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ମାନ୍ୟବର ଅଦାଲତ ୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତ ଜୁରିଆଙ୍କୁ ଏକ ବର୍ଷ ଜେଲଦଣ୍ଡ ଓ ଏକ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଆଉ ଏକ ମାସ ଅତିରିକ୍ତ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି।