Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗୁଣି ସନ୍ଦେହରେ ପିଟି ପିଟି ହତ୍ୟା ଅଭିଯୋଗ: ୧୧ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଜରଡା ଥାନା ଅନ୍ତର୍ଗତ ପାତ୍ରପୁର ହଳଦୀବାଡ ଗ୍ରାମର ଗୁରୁବାରିଆ ଡାକୁଆ ନାମକ ଜଣେ ବ୍ୟକ୍ତିକୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗରେ ପୋଲିସ ସେହି ଗ୍ରାମର ରଞ୍ଜନ ପ୍ରଧାନ, ସନ୍ୟାସୀ ଡାକୁଆ, ସନ୍ତୋଷ ଡାକୁଆ ରାଜୁ ପ୍ରଧାନ,ବିଭିଷଣ ପ୍ରଧାନ, ଭାଗ୍ୟ ଡାକୁଆ, ସୁଗ୍ରୀବ ଡାକୁଆ, ଶଙ୍କର ଡାକୁଆ, କୈଳାସ ଡାକୁଆ,ହରି ଡାକୁଆ ଓ ତ୍ରିନାଥ ଡାକୁଆ ପ୍ରମୁଖ ଙ୍କୁ ହତ୍ୟା ଅଭିଯୋଗ ରେ ଗିରଫ କରି କୋର୍ଟ ଚାଲାଣ କରିଛି।

ଘଟଣାରୁ ପ୍ରକାଶ ଯେ, ମୃତ ଗୁରୁବାରିଆଙ୍କ ବିରୋଧରେ ସ୍ଥାନୀୟ ଅଞ୍ଚଳରେ ଅନେକ ଅଭିଯୋଗ ଥିଲା। ସେ ଅଞ୍ଚଳ ବାସିନ୍ଦାଙ୍କ ସହ ପ୍ରାୟ ଦିନରେ ଗଣ୍ଡଗୋଳ କରୁଥିଲେ। ଏହି କିଛି ଦିନ ତଳେ ଗ୍ରାମର ପ୍ରତାପ ଡାକୁଆ ନାମକ ଜଣେ ବ୍ୟକ୍ତିଙ୍କ ଅସୁସ୍ଥ କାରଣରୁ ମୃତ୍ୟୁ ହୋଇଥିଲା। ଏହି ଭଳି ପରିସ୍ଥିତିରେ ଗାଁ ଲୋକେ ଗୁରୁବାରିଆ ଗୁଣି କରିବା ଯୋଗୁଁ ପ୍ରତାପ ମୃତ୍ୟୁ ହୋଇଛି ବୋଲି ସନ୍ଦେହ କରିଥିଲେ। ତାଙ୍କ ଘରକୁ ଗାଁ ଲୋକେ ଯାଇ ଡାକିଥିଲେ ଓ ସେ ମନା କରିବାରୁ କିଛି ଗ୍ରାମ ବାସିନ୍ଦା ବିଭିନ୍ନ ଅସ୍ତ୍ରଶସ୍ତ୍ର ଧରି ଗୁରୁବାରିଆଙ୍କ ଘରକୁ ଯାଇ ତାଙ୍କ ଉପରେ ଆତର୍କିତ ଭାବେ ଆକ୍ରମଣ କରି ତାକୁ ପିଟି ପିଟି ହତ୍ୟା କରି ଘଟଣା ସ୍ଥଳରୁ ଚାଲି ଯାଇଥିଲେ।

ମୃତ ଗୁରୁବାରିଆଙ୍କ ପତ୍ନୀ ଶ୍ରୀମତୀ ଡାକୁଆ ଘଟଣା ବିଷୟରେ ଜରଡା ଥାନା ରେ ଅଭିଯୋଗ କରିଥିଲେ ଓ ପୋଲିସ ଅଭିଯୋଗ ପାଇ କେଶ୍ ନଂ ୬୧/୨୪ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇ ଉକ୍ତ ଅଭିଯୁକ୍ତ ମାନଙ୍କୁ ଥାନା କୁ ଆଣି ଜେରା କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମାଁ ପୁଅଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଜରଡା ଥାନା ଅନ୍ତର୍ଗତ ପାତ୍ରପୁର ବ୍ଳକ ଚୁଢିଆଲାଞ୍ଜି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଲିସ ଗୋଟିଏ ଘରୁ ମାଁ ଓ ପୁଅର ମୃତ ଦେହ ଉଦ୍ଧାର କରିଛି।

ଜରଡା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମାଁ ଦାଲି ନିଲାବେଣୀ ଓ ପୁଅ ଦାଲୀ ରିତିକର ମୃତ ଦେହ ଉଦ୍ଧାରଥିଲା। ନୀଲାବେଣୀର ଶାଶୁ ଙ୍କ ଠାରୁ ଅଭିଯୋଗ ପାଇ ଚିକିଟି ଏସ୍ ଡି ପି ଓ ସୁଜିତ କୁମାର ନାୟକଙ୍କ ନେତୃତ୍ୱରେ ପୋଲିସ ସନ୍ଧାନୀ କୁକୁର ଓ ସାଈଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

ଚିକିଟି ତହସିଲଦାର ବଳଦେବ ବେହେରାଙ୍କ ଉପସ୍ଥିତିରେ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନା ପଠାଯାଇଥିଲା ଘଟଣାକୁ ନେଇ ଜରଡା ଥାନାରେ ୨ ଟି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖଣ୍ଡା ଦେଖାଇ ଭୟଭୀତ କରି ଲୁଟ୍ ମାମଲାରେ ୧ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତ ୨୭.୦୨.୨୦୨୧ ତାରିଖ ଜରଡ଼ା ଥାନା ଅନ୍ତର୍ଗତ ପାତ୍ରପୁର-କେଲୁଆ ରୋଡ଼୍‌ରେ ଜନୈକ ବ୍ୟକ୍ତିଙ୍କୁ ଖଣ୍ଡା ଦେଖାଇ ଭୟଭୀତ କରି ଟଙ୍କା ଲୁଟ୍ ମାମଲାରେ ପୋଲିସ୍ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ଲେନ୍ ୧୧ର ରାଜେଶ ପଣ୍ଡା । ପୋଲିସ୍ ତା’ ନିକଟରୁ ୨୦ହଜାର ଟଙ୍କା ଜବତ କରିଛି।

ଘଟଣାରୁ ପ୍ରକାଶ ଯେ ଉକ୍ତଦିନ ପାତ୍ରପୁର ଗ୍ରାମର ରବି ବେହେରା ପାତ୍ରପୁର-କେଲୁଆ ରୋଡ଼୍‌ରେ ୧ ଲକ୍ଷ ଟଙ୍କା ଧରି ଯାଉଥିବାବେଳେ ଦୁଇଜଣ ଅଜ୍ଞାନ ଲୋକ ତାଙ୍କୁ ଖଣ୍ଡା ଦେଖାଇ ଜୀବନରେ ମାରିଦେବାର ଭୟ ଦେଖାଇ ୧ ଲକ୍ଷ ଟଙ୍କା ଲୁଟ୍ କରି ଚମ୍ପଟ ମାରିଥିଲେ। ଏନେଇ ରବି ଜରଡ଼ା ଥାନାରେ ଅଭିଯୋଗ କରିବା ପରେ ଥାନା ପୋଲିସ୍ ୪୯/୨୦୨୧ ୟୁ/ଏସ୍ ୩୯୪ରେ ମାମଲା ରୁଜୁ ଘଟି ଘଟଣାର ଅନୁସନ୍ଧାନ ଜାରି ରଖିଥିଲା। ପୋଲିସ୍ ରାଜେଶ ପଣ୍ଡାକୁ ଗିରଫ କରି କୋର୍ଟଚାଲଣ କରିଥିବାବେଳେ ଅନ୍ୟ ଅଭିଯୁକ୍ତକୁ ଖୋଜୁଥିବା ଅତିରିକ୍ତ ଏସ୍‌ପି ସୂଚନା ଦେଇଛନ୍ତି।