ଖଣ୍ଡା ଦେଖାଇ ଭୟଭୀତ କରି ଲୁଟ୍ ମାମଲାରେ ୧ ଗିରଫ

Published: Mar 5, 2021, 8:26 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତ ୨୭.୦୨.୨୦୨୧ ତାରିଖ ଜରଡ଼ା ଥାନା ଅନ୍ତର୍ଗତ ପାତ୍ରପୁର-କେଲୁଆ ରୋଡ଼୍‌ରେ ଜନୈକ ବ୍ୟକ୍ତିଙ୍କୁ ଖଣ୍ଡା ଦେଖାଇ ଭୟଭୀତ କରି ଟଙ୍କା ଲୁଟ୍ ମାମଲାରେ ପୋଲିସ୍ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ଲେନ୍ ୧୧ର ରାଜେଶ ପଣ୍ଡା । ପୋଲିସ୍ ତା’ ନିକଟରୁ ୨୦ହଜାର ଟଙ୍କା ଜବତ କରିଛି।

ଘଟଣାରୁ ପ୍ରକାଶ ଯେ ଉକ୍ତଦିନ ପାତ୍ରପୁର ଗ୍ରାମର ରବି ବେହେରା ପାତ୍ରପୁର-କେଲୁଆ ରୋଡ଼୍‌ରେ ୧ ଲକ୍ଷ ଟଙ୍କା ଧରି ଯାଉଥିବାବେଳେ ଦୁଇଜଣ ଅଜ୍ଞାନ ଲୋକ ତାଙ୍କୁ ଖଣ୍ଡା ଦେଖାଇ ଜୀବନରେ ମାରିଦେବାର ଭୟ ଦେଖାଇ ୧ ଲକ୍ଷ ଟଙ୍କା ଲୁଟ୍ କରି ଚମ୍ପଟ ମାରିଥିଲେ। ଏନେଇ ରବି ଜରଡ଼ା ଥାନାରେ ଅଭିଯୋଗ କରିବା ପରେ ଥାନା ପୋଲିସ୍ ୪୯/୨୦୨୧ ୟୁ/ଏସ୍ ୩୯୪ରେ ମାମଲା ରୁଜୁ ଘଟି ଘଟଣାର ଅନୁସନ୍ଧାନ ଜାରି ରଖିଥିଲା। ପୋଲିସ୍ ରାଜେଶ ପଣ୍ଡାକୁ ଗିରଫ କରି କୋର୍ଟଚାଲଣ କରିଥିବାବେଳେ ଅନ୍ୟ ଅଭିଯୁକ୍ତକୁ ଖୋଜୁଥିବା ଅତିରିକ୍ତ ଏସ୍‌ପି ସୂଚନା ଦେଇଛନ୍ତି।

Related posts