କଟକ, ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଥିପାଇଁ ବିଭିନ୍ନ ହସପିଟାଲ କର୍ତ୍ତୁପକ୍ଷ ଚିନ୍ତାରେ ପଡିଯାଇଛନ୍ତି। ଅନ୍ୟ ରୋଗୀମାନେ ଯେପରି ପ୍ରଭାବିତ ନ ହେବେ ସେଥିପାଇଁ କଟକ ଏସସିବି ହସପିଟାଲ ତରଫରୁ ନିଆଯାଇଛି ନୂଆ ନିଷ୍ପତି। ନିଷ୍ପତି ଅନୁସାରେ ଏଣିକି କଟକ ନିକଟସ୍ଥ ଅଞ୍ଚଳର ସମସ୍ତ କୋବିଡ19 ଆକ୍ରାନ୍ତ ଏସସିବିରେ ନ ରହି ଅଶ୍ବନୀ କୋବିଡ19 ହସପିଟାଲରେ ଚିକିତ୍ସା ହେବେ। ଗତକାଲି ଏସସିବିରେ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇ ଏହି ନିଷ୍ପତି ନିଆଯାଇଛି।
ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ହସପିଟାଲକୁ ଭିଡିଓ କନଫ୍ରନେସିଂ ମାଧ୍ୟମରେ ଉଦଘାଟନ କରିଥିଲେ। କଟକର ପ୍ରତିଷ୍ଠିତ ଅଶ୍ବନୀ ହସପିଟାଲ ସହିତ ସରକାରଙ୍କ ଭାଗୀଦାରୀରେ ଦେଢଶହ ବେଡ ବିଶିଷ୍ଠ ଏହି ହସପିଟାଲ ନିର୍ମାଣ କରାଯାଇଛି। ଏଥିରେ କେବଳ କରୋନା ରୋଗୀଙ୍କ ଆବଶ୍ୟକ ମେଡିକାଲ ଉପକରଣ ଉପଲବ୍ଧ କରାଯାଇଛି। ଭାଇରସ ଯେପରି ସଂକ୍ରାମଣ ନ ହେବ ସେଥିପାଇଁ ମଧ୍ୟ ଏହି ହସପିଟାଲରେ ବନ୍ଦୋବସ୍ତ ମଧ୍ୟ କରାଯାଇଛି। ଗତକାଲି କଟକରୁ ମିଳିଥିବା ଆକ୍ରାନ୍ତ ଏବଂ ଭଦ୍ରକ ଆକ୍ରାନ୍ତ ଏହି ହସପିଟାଲକୁ ସ୍ଥାନାନ୍ତରିତ କରାଯାଇ ଚିକିତ୍ସା କରାଯାଉଛି।