Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଅଗଷ୍ଟ ମାସ ପାଇଁ ଜାରି ହେଲା ମାର୍ଗଦର୍ଶିକା: ତିନୋଟି ସହରକୁ ଛାଡି ଅନ୍ୟ ସ୍ଥାନରେ କୋହଳ ହେଲା କଟକଣା

ଭୁବନେଶ୍ବର: ରାଜ୍ୟରେ କରୋନା ଯୋଗୁଁ ଆଂଶିକ ଲକଡାଉନ ଜାରି ରହିଛି। ଆସନ୍ତାକାଲି ଠାରୁ ଏହି ଆଂଶିକ ଲକଡାଉନର କଟକଣା ସମାପ୍ତ ହେଉଛି। ତେବେ କରୋନା ସଂକ୍ରମଣକୁ ଦେଖି ରାଜ୍ୟ ସରକାର ଅଗଷ୍ଟ ୧ ତାରିଖ ଠାରୁ ସେପ୍ଟେମ୍ବର ୧ ତାରିଖ ଯାଏଁ ସମଗ୍ର ରାଜ୍ୟରେ ଆଂଶିକ ଲକଡାଉନକୁ ଜାରି ରହିବ। ଆଜି ପ୍ରେସ ବାର୍ତ୍ତାରେ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏନେଇ ଘୋଷଣା କରିଛନ୍ତି।

କଣ ରହିବ ବନ୍ଦ ଓ ଖୋଲା:

ସମଗ୍ର ରାଜ୍ୟରେ ସକାଳ ୬ ରୁ ସନ୍ଧ୍ୟା ୮ ଯାଏଁ ଦୋକାନ ବଜାର ଖୋଲା ରହିବ। ସପିଙ୍ଗ ମଲ, ପାର୍କ ଖୋଲିବା ପାଇଁ ଅନୁମତି ମିଳିଛି। ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ମଲ ଖୋଲିବ। ତିନୋଟି ସହର ବ୍ୟତୀତ ବାକି ସ୍ଥାନରେ ସପ୍ତାହନ୍ତ ସଟଡାଉନକୁ ଉଠାଇଦିଆଯାଇଛି। ହେଲେ ସନ୍ଧ୍ୟା ୮ ଟାରୁ ସକାଳ ୬ ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ପବ୍ଲିକ ଟ୍ରାନ୍ସପୋର୍ଟକୁ ଅନୁମତି। ବସରେ ଯେତିକି ସିଟ ଥିବା ସେତିକି ଯାତ୍ରୀଙ୍କୁ ନେଇ ବସ ସେବା ଚାଲିବ। ଫିଲ୍ମ ଶୁଟିଙ୍ଗ ପାଇଁ ଅନୁମତି ମିଳିଛି। ଉଭୟ ଇନଡୋର ଏବଂ ଆଉଟ ଡୋର ଶୁଟିଙ୍ଗ କୁ ଅନୁମତି। ସାପ୍ତାହିକ ହାଟକୁ ଅନୁମତି ମିଳିଛି। ରାଜନୈତିକ ସମାବେଶ, ଧାର୍ମିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଆଦିକୁ ଅନୁମତି ନାହିଁ। ଭୋଜି ଭାତ ପାଇଁ ବାରଣ କରାଯାଇଛି। ଜିଲ୍ଲା ପ୍ରଶାସନ ଅନୁମତିରେ ଧାର୍ମିକ ସ୍ଥଳ ଖୋଲିପାରିବେ। ସିନେମା ହଲ, ଥିଏଟରରେ ୫୦ ପ୍ରତିଶତ ଦର୍ଶକ ଏବଂ ରେଷ୍ଟୁରାଣ୍ଟ ୫୦ ପ୍ରତିଶତ ଲୋକଙ୍କୁ ନେଇ ସେବା ଜାରି ରହିବ। ରେଷ୍ଟୁରାଣ୍ଟ ଏବଂ ଢାବାରେ ୫୦ ପ୍ରତିଶତ ଗ୍ରାହକ ବସିକି ଖାଇବା ପାଇଁ ଅନୁମତି ମିଳିଛି। ରାସ୍ତାକଡ ଜଳିଖିଆ ଦୋକାନରେ ବସିକି ଖାଇବା ପାଇଁ ଗ୍ରାହକଙ୍କୁ ଅନୁମତି ମିଳିଛି। ରାଜ୍ୟର ସମସ୍ତ ପର୍ଯ୍ୟଟନ ସ୍ଥଳୀ ଏବଂ ମ୍ୟୁଜିୟମ ଖୋଲିବ। ରାଜ୍ୟରେ ନନ୍ଦନ କାନନ ଖୋଲିବାକୁ ଅନୁମତି ମିଳିଛି।

ତେବେ ଭୁବନେଶ୍ବର, କଟକ ଏବଂ ପୁରୀ ସହରରେ ତିନୋଟି ସହରରେ ସପ୍ତାହାନ୍ତ ସଟ ଡାଉନ ଜାରି ରହିବ। କୋଭିଡ କଟକଣା ମାନି ଦୋକାନ ବଜାର ଖୋଲା ରଖିବାକୁ ନିର୍ଦ୍ଦେଶ ରହିଛି। ଦୋକାନ କର୍ମଚାରୀମାନେ ଗ୍ରାହକଙ୍କୁ କୋଭିଡ ଗାଇଡଲାଇନ ମାନିବାକୁ ପ୍ରବର୍ତ୍ତାଇବେ। ଯେଉଁ ଦୋକାନୀ କୋଭିଡ ଗାଇଡଲାଇନ ଉଲ୍ଲଂଘନ କରିବେ, ସେହି ଦୋକାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ଏଣିକି କାର୍ଯ୍ୟାଳୟରେ କୋଭିଡ କଟକଣା ନ ମାନିଲେ ହେବ ବଡ କାର୍ଯ୍ୟାନୁଷ୍ଠାନ, ସୋମବାରରୁ ଲାଗୁ

ଭୁବନେଶ୍ୱର: ରାଜ୍ୟରେ ଏବେ ବି ଆଂଶିକ ଲକଡାଉନ ଜାରି ରହିଛି। କରୋନା କଟକଣା ଭିତରେ କାର୍ଯ୍ୟାଳୟ ଚଳାଇବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ହେଲେ କରୋନା ସଂକ୍ରମଣକୁ ଦେଖି ଭୁବନେଶ୍ଵରରେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ପାଇଁ ବିଏମସି ଏକ ଗାଇଡଲାଇନ୍ ଜାରି କରିଛି। କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ସାମାଜିକ ଦୂରତ୍ୱ, ମାସ୍କ ପରିଧାନ ସହିତ ହାତ ସାନିଟାଇଜ କରିବା ପାଇଁ ବିଏମସି ବାଧ୍ୟତାମୂଳକ କରିଛି।

ଯଦି କୌଣସି କାର୍ଯ୍ୟାଳୟ ଏହି ନିୟମକୁ ଉଲ୍ଲଂଘନ କରନ୍ତି, ତେବେ ସମ୍ପୃକ୍ତ କାର୍ଯ୍ୟାଳୟ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି କମିଶନର ସଞ୍ଜୟ ସିଂ ପ୍ରକାଶ କରିଛନ୍ତି। ଭୁବନେଶ୍ଵରରେ କରୋନା ସଂକ୍ରମଣରେ ଆଶାତୀତ ହ୍ରାସ ପାଉନଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କମିଶନର କହିଛନ୍ତି।

ତେବେ ଆସନ୍ତା ସୋମବାର ଠାରୁ ବିଏମସି ଏନଫୋର୍ସମେଣ୍ଟ ଟିମ୍ ଏବଂ ପୋଲିସ ମିଳିତ ଭାବରେ ବିଭିନ୍ନ ସ୍ଥାନରେ ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଯେଉଁ ସରକାରୀ ଅଥବା ଘରୋଇ କାର୍ଯ୍ୟାଳୟ ନିୟମ ଉଲ୍ଲଂଘନ କରିବେ, ତାହାକୁ ବନ୍ଦ କରାଯିବ ବୋଲି କମିଶନର କହିଛନ୍ତି। କୌଣସି କାର୍ଯ୍ୟାଳୟରେ ଏପରି ମାମଲା ସାମ୍ନାକୁ ଆସିଲେ କାର୍ଯ୍ୟାଳୟକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ କରାଯିବ ବୋଲି ବିଏମସି ପକ୍ଷରୁ ଚେତାବନୀ ଦିଆଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ ଅଗଷ୍ଟ ୧ ତାରିଖ ଯାଏଁ ଜାରି ରହିବ ଆଂଶିକ ଲକଡାଉନ: ସମଗ୍ର ରାଜ୍ୟରେ ଆରମ୍ଭ ହେବ ବସ ସେବା

ଭୁବନେଶ୍ବର: ରାଜ୍ୟରେ କରୋନା ଯୋଗୁଁ ଆଂଶିକ ଲକଡାଉନ ଜାରି ରହିଛି। ଆସନ୍ତାକାଲି ଠାରୁ ଏହି ଆଂଶିକ ଲକଡାଉନର କଟକଣା ସମାପ୍ତ ହେଉଛି। ତେବେ କରୋନା ସଂକ୍ରମଣକୁ ଦେଖି ରାଜ୍ୟ ସରକାର ଅଗଷ୍ଟ ୧ ତାରିଖ ଯାଏଁ ଯାଏଁ ଆଂଶିକ ଲକଡାଉନକୁ ବୃଦ୍ଧି କରାଯାଇଛି। ଆଜି ପ୍ରେସ ବାର୍ତ୍ତାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏନେଇ ଘୋଷଣା କରିଛନ୍ତି। ରାଜ୍ୟକୁ ଦୁଇଟି କ୍ୟାଟାଗୋରୀରେ ବିଭକ୍ତ କରାଯାଇଛି। ଗୋଟିଏ ‘ଏ’ କ୍ୟାଟାଗୋରୀ ଏବଂ ଦ୍ଵିତୀୟଟି ‘ବି’ କ୍ୟାଟାଗୋରୀରେ ବିଭକ୍ତ କରାଯାଇଛି। କ୍ୟାଟାଗୋରୀ ‘ଏ’ ଜିଲ୍ଲାରେ ୨୦ ଟି ଜିଲ୍ଲାକୁ ରଖାଯାଇଥିବା ବେଳେ କ୍ୟାଟାଗୋରୀ ‘ବି’ ରେ ୧୦ ଟି ଜିଲ୍ଲାକୁ ରଖାଯାଇଛି।

କ୍ୟାଟାଗୋରୀ ‘ଏ’ ଜିଲ୍ଲା:

ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା ।

କଣ ରହିବ ବନ୍ଦ ଓ ଖୋଲା:

ସକାଳ ୬ ରୁ ସନ୍ଧ୍ୟା ୮ ଯାଏଁ ଦୋକାନ ବଜାର ଖୋଲା ରହିବ। କେବଳ ସପିଙ୍ଗ ମଲ ଏବଂ ପାର୍ଲର ବ୍ୟତୀତ ଅନ୍ୟ ସବୁ ଦୋକାନ ଖୋଲା ରହିବ। ଏହି ଜିଲ୍ଲାଗୁଡିକରେ ସପ୍ତାହନ୍ତ ସଟଡାଉନକୁ ଉଠାଇଦିଆଯାଇଛି। ହେଲେ ସନ୍ଧ୍ୟା ୮ ଟାରୁ ସକାଳ ୬ ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ପବ୍ଲିକ ଟ୍ରାନ୍ସପୋର୍ଟକୁ ଅନୁମତି। ବସରେ ଯେତିକି ସିଟ ଥିବା ସେତିକି ଯାତ୍ରୀଙ୍କୁ ନେଇ ବସ ସେବା ଚାଲିବ। ଫିଲ୍ମ ଶୁଟିଙ୍ଗ ପାଇଁ ଅନୁମତି ମିଳିଛି। ଉଭୟ ଇନଡୋର ଏବଂ ଆଉଟ ଡୋର ଶୁଟିଙ୍ଗ କୁ ଅନୁମତି। ସାପ୍ତାହିକ ହାଟକୁ ଅନୁମତି ମିଳିଛି। ରାଜନୈତିକ ସମାବେଶ, ଧାର୍ମିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଆଦିକୁ ଅନୁମତି ନାହିଁ। ସପ୍ତାହନ୍ତ ସଟଡାଉନକୁ ରାଜ୍ୟସରକାର ଏହି ୨୦ ଟି ଜିଲ୍ଲାରୁ ଉଠାଇ ଦେଇଛନ୍ତି।

କ୍ୟାଟୋଗରୀ “ବି” ଜିଲ୍ଲା:

ନୟାଗଡ, ପୁରୀ, କଟକ, ଭଦ୍ରକ, ଜଗତସିଂହପୁର, ଯାଜପୁର, ମୟୂରଭଞ୍ଜ, କେନ୍ଦ୍ରାପଡା ବାଲେଶ୍ଵର ଏବଂ ଖୋର୍ଦ୍ଧା ଜିଲ୍ଲାକୁ କ୍ୟାଟୋଗରୀ “ବି” ରେ ରଖାଯାଇଛି।

ତେବେ କ୍ୟାଟୋଗରୀ “ବି” ଜିଲ୍ଲାଗୁଡିକରେ ସକାଳ ୬ ଟାରୁ ଦିନ ୫ ଟା ଯାଏଁ ଦୋକାନ ବଜାର ଖୋଲା ରହିବ। କୋଭିଡ କଟକଣା ମାନି ଦୋକାନ ବଜାର ଖୋଲା ରଖିବାକୁ ନିର୍ଦ୍ଦେଶ ରହିଛି। ଦୋକାନ କର୍ମଚାରୀମାନେ ଗ୍ରାହକଙ୍କୁ କୋଭିଡ ଗାଇଡଲାଇନ ମାନିବାକୁ ପ୍ରବର୍ତ୍ତାଇବେ। ଯେଉଁ ଦୋକାନୀ କୋଭିଡ ଗାଇଡଲାଇନ ଉଲ୍ଲଂଘନ କରିବେ, ସେହି ଦୋକାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଛୋଟ ଛୋଟ ସେଲୁନକୁ ଅନୁମତି ମିଳିଛି। ବସ ସେବାକୁ ଅନୁମତି ମିଳିଛି। ଯେତିକି ସିଟ ଅଛି, ସେତିକି ସଂଖ୍ୟକ ଯାତ୍ରୀଙ୍କୁ ନେଇ ବସ ଚଳାଚଳ ଚାଲିବ। ଆନ୍ତରାଜ୍ୟ ଏବଂ ପୁରୀକୁ ବସ ସେବା ଏବେ ଅନୁମତି ନାହିଁ। ପାର୍ଲର, ସ୍ପା, ଜିମ ଆଦି ଖୋଲା ରହିବ। ଫିଲ୍ମ ଶୁଟିଙ୍ଗ ପାଇଁ ଅନୁମତି ମିଳିଛି। ଉଭୟ ଇନଡୋର ଏବଂ ଆଉଟ ଡୋର ସୁଟିଙ୍ଗ କୁ ଅନୁମତି। ଆଉଟ ଡୋର ଖେଳକୁ ଅନୁମତି ମିଳିଛି। କିନ୍ତୁ ବିନା ଦର୍ଶକରେ ଖେଳ ଆୟୋଜନ କରିବାକୁ ନିର୍ଦ୍ଦେଶ ହୋଇଛି।

ସାପ୍ତାହିକ ହାଟକୁ ଅନୁମତି ନାହିଁ। ରାଜନୈତିକ ସମାବେଶ, ଧାର୍ମିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଆଦିକୁ ଅନୁମତି ନାହିଁ। ଏହି ଜିଲ୍ଲା ଗୁଡିକରେ ସପ୍ତାହନ୍ତ ସଟଡାଉନ ବଳବତ୍ତର ରହିବ। ଖାଦ୍ୟ ଦୋକାନରେ ବସିକି ଖାଇବା ପାଇଁ ଅନୁମତି ନାହିଁ। ସନ୍ଧ୍ୟା ୫ ଟାରୁ ସକାଳ ୬ ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ବିବାହ ଏବଂ ଅନ୍ତିମ ସଂସ୍କାରରେ ଯେଉଁ କଟକଣା ରହିଛି, ତାହା ବଳବତ୍ତର ରହିବ। ଏକାଠି ବସି ଭୋଜି ଖାଇବାକୁ ଅନୁମତି ନାହିଁ।

Categories
ବିଶେଷ ଖବର ରାଜ୍ୟ ଖବର

ଜୁଲାଇ ୧୬ ତାରିଖ ଯାଏଁ ଆଂଶିକ ଲକଡାଉନ କଟକଣା: ଜାଣନ୍ତୁ କ’ଣ ରହିଛି ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ

ଭୁବନେଶ୍ବର: ରାଜ୍ୟରେ କରୋନା ଯୋଗୁଁ ଆଂଶିକ ଲକଡାଉନ ଜାରି ରହିଛି। ଆସନ୍ତାକାଲି ଠାରୁ ଏହି ଆଂଶିକ ଲକଡାଉନର କଟକଣା ସମାପ୍ତ ହେଉଛି। ତେବେ କରୋନା ସଂକ୍ରମଣକୁ ଦେଖି ରାଜ୍ୟ ସରକାର ଆସନ୍ତା ୧୫ ଦିନ ତଥା ଜୁଲାଇ ୧୬ ତାରିଖ ଯାଏଁ ଆଂଶିକ ଲକଡାଉନକୁ ବୃଦ୍ଧି କରିଛନ୍ତି। ଆଜି ପ୍ରେସ ବାର୍ତ୍ତାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏନେଇ ଘୋଷଣା କରିଛନ୍ତି। ରାଜ୍ୟକୁ ଦୁଇଟି କ୍ୟାଟାଗୋରୀରେ ବିଭକ୍ତ କରାଯାଇଛି। ଗୋଟିଏ ‘ଏ’ କ୍ୟାଟାଗୋରୀ ଏବଂ ଦ୍ଵିତୀୟଟି ‘ବି’ କ୍ୟାଟାଗୋରୀରେ ବିଭକ୍ତ କରାଯାଇଛି। କ୍ୟାଟାଗୋରୀ ‘ଏ’ ଜିଲ୍ଲାରେ ୨୦ ଟି ଜିଲ୍ଲାକୁ ରଖାଯାଇଥିବା ବେଳେ କ୍ୟାଟାଗୋରୀ ‘ବି’ ରେ ୧୦ ଟି ଜିଲ୍ଲାକୁ ରଖାଯାଇଛି।

କ୍ୟାଟାଗୋରୀ ‘ଏ’ ଜିଲ୍ଲା:

ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା ।

କଣ ରହିବ ବନ୍ଦ ଓ ଖୋଲା

ସକାଳ ୬ ରୁ ସନ୍ଧ୍ୟା ୬ ଯାଏଁ ଦୋକାନ ବଜାର ଖୋଲା ରହିବ। କେବଳ ସପିଙ୍ଗ ମଲ ଏବଂ ପାର୍ଲର ବ୍ୟତୀତ ଅନ୍ୟ ସବୁ ଦୋକାନ ଖୋଲା ରହିବ। ଏହି ଜିଲ୍ଲାଗୁଡିକରେ ସପ୍ତାହନ୍ତ ସଟଡାଉନକୁ ଉଠାଇଦିଆଯାଇଛି। ହେଲେ ସନ୍ଧ୍ୟା ୬ ଟାରୁ ସକାଳ ୬ ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ପବ୍ଲିକ ଟ୍ରାନ୍ସପୋର୍ଟକୁ ଅନୁମତି। ବସରେ ଯେତିକି ସିଟ ଥିବା ସେତିକି ଯାତ୍ରୀଙ୍କୁ ନେଇ ବସ ସେବା ଚାଲିବ। ଫିଲ୍ମ ଶୁଟିଙ୍ଗ ପାଇଁ ଅନୁମତି ମିଳିଛି। ଉଭୟ ଇନଡୋର ଏବଂ ଆଉଟ ଡୋର ଶୁଟିଙ୍ଗ କୁ ଅନୁମତି। ସାପ୍ତାହିକ ହାଟକୁ ଅନୁମତି ମିଳିଛି। ରାଜନୈତିକ ସମାବେଶ, ଧାର୍ମିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଆଦିକୁ ଅନୁମତି ନାହିଁ।

କ୍ୟାଟୋଗରୀ “ବି” ଜିଲ୍ଲା:

ନୟାଗଡ, ପୁରୀ, କଟକ, ଭଦ୍ରକ, ଜଗତସିଂହପୁର, ଯାଜପୁର, ମୟୂରଭଞ୍ଜ, କେନ୍ଦ୍ରାପଡା ବାଲେଶ୍ଵର ଏବଂ ଖୋର୍ଦ୍ଧା ଜିଲ୍ଲାକୁ କ୍ୟାଟୋଗରୀ “ବି” ରେ ରଖାଯାଇଛି। ଏହି ଜିଲ୍ଲାଗୁଡିକରେ ୫ ପ୍ରତିଶତରୁ ଅଧିକ ସଂକ୍ରମଣ ରହିଛି।

ତେବେ କ୍ୟାଟୋଗରୀ “ବି” ଜିଲ୍ଲାଗୁଡିକରେ ସକାଳ ୬ ଟାରୁ ଦିନ ୨ ଟା ଯାଏଁ ଦୋକାନ ବଜାର ଖୋଲା ରହିବ। କୋଭିଡ କଟକଣା ମାନି ଦୋକାନ ବଜାର ଖୋଲା ରଖିବାକୁ ନିର୍ଦ୍ଦେଶ ରହିଛି। ଦୋକାନ କର୍ମଚାରୀମାନେ ଗ୍ରାହକଙ୍କୁ କୋଭିଡ ଗାଇଡଲାଇନ ମାନିବାକୁ ପ୍ରବର୍ତ୍ତାଇବେ। ଯେଉଁ ଦୋକାନୀ କୋଭିଡ ଗାଇଡଲାଇନ ଉଲ୍ଲଂଘନ କରିବେ, ସେହି ଦୋକାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଛୋଟ ଛୋଟ ସେଲୁନକୁ ଅନୁମତି ମିଳିଛି। ପାର୍ଲାର, ସ୍ପା, ମଲ ଆଦି ବନ୍ଦ ରହିବ। ଫିଲ୍ମ ଶୁଟିଙ୍ଗ ପାଇଁ ଅନୁମତି ମିଳିଛି। ହେଲେ କେବଳ ଆଉଟ ଡୋର ଶୁଟିଙ୍ଗକୁ ଅନୁମତି ମିଳିଛି।

ସାପ୍ତାହିକ ହାଟକୁ ଅନୁମତି ନାହିଁ। ରାଜନୈତିକ ସମାବେଶ, ଧାର୍ମିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଆଦିକୁ ଅନୁମତି ନାହିଁ। ଏହି ଜିଲ୍ଲା ଗୁଡିକରେ ସପ୍ତାହନ୍ତ ସଟଡାଉନ ବଳବତ୍ତର ରହିବ। ଏଠାରେ ପବ୍ଲିକ ଟ୍ରାନ୍ସପୋର୍ଟକୁ ଅନୁମତି ନାହିଁ। ଖାଦ୍ୟ ଦୋକାନରେ ବସିକି ଖାଇବା ପାଇଁ ଅନୁମତି ନାହିଁ। ସନ୍ଧ୍ୟା ୬ ଟାରୁ ସକାଳ ୬ ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ।