Categories
ଆଜିର ଖବର ଜାତୀୟ ଖବର

ଦୁଇ ଲଶ୍କର ଆତଙ୍କବାଦୀ ଗିରଫ, ଦୁଇଟି ଆଇଇଡି ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ପଞ୍ଜାବ ପୋଲିସର ଷ୍ଟେଟ ଅପରେସନ୍ ସେଲ୍ ବହୁତ ସଫଳତା ହାସଲ କରିଛି। ଶୁକ୍ରବାର ସକାଳେ ସେମାନେ ଲଶ୍କର-ଇ-ତୋଇବା ସହିତ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ପ୍ରାଥମିକ ପଚରାଉଚରା ବେଳେ ଆତଙ୍କବାଦୀମାନେ ସ୍ୱୀକାର କରିଛନ୍ତି ଯେ, ସେମାନେ ରାଜ୍ୟରେ ଅଶାନ୍ତି ବିସ୍ତାର କରିବା ଉଦ୍ଦେଶ୍ୟରେ ଆସିଛନ୍ତି।

ପଞ୍ଜାବ ପୋଲିସ କହିଛି ଯେ, କେନ୍ଦ୍ରୀୟ ଏଜେନ୍ସି ସହ କରାଯାଇଥିବା ଅପରେସନରେ ଆମେ ବହୁତ ସଫଳତା ହାସଲ କରିଛୁ। ଏଠାରେ ଆମେ ମିଳିତ ଅପରେସନ୍ କରି ଲଶ୍କର ଆତଙ୍କବାଦୀଙ୍କୁ ଗିରଫ କରିଛୁ। ଏହି ଉଭୟ ନାଗରିକ ଜମ୍ମୁ କାଶ୍ମୀରର ବାସିନ୍ଦା। ସେମାନଙ୍କଠାରୁ ୨ ଟି ଆଇଇଡି, ୨ ଟି ହ୍ୟାଣ୍ଡ ଗ୍ରେନେଡ, ୨ ଟି ମାଗାଜିନ ସହିତ ୧ ଟି ପିସ୍ତଲ, ୨୪ ଟି କାର୍ଟ୍ରିଜ, ୧ ଟି ଟାଇମର ସୁଇଚ, ୮ ଟି ଡିଟୋନେଟର ଏବଂ ୪ ଟି ବ୍ୟାଟେରୀ ଜବତ କରାଯାଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ହରିୟାଣାର କରନାଲରୁ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ, ୩ ଟି ଆଇଇଡି ଏବଂ ୩୧ ଟି ଗୁଳି ଜବତ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଏକ ବଡ ଷଡଯନ୍ତ୍ରକୁ ହରିୟାଣାର କରନାଲ ଜିଲ୍ଲା ପୋଲିସ ବିଫଳ କରିଛି। ସୂଚନାନୁସାରେ ୩-୪ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ହରିୟାଣାର କରନାଲ ଜିଲ୍ଲା ପୋଲିସ ଗିରଫ କରିଛି। ଏହି ଆତଙ୍କବାଦୀଙ୍କ ନିକଟରୁ ଗୋଟିଏ ପିସ୍ତଲ ୩୧ କାର୍ଟ୍ରିଜ୍ ଏବଂ ୩ ଟି ଆଇଇଡି ଜବତ କରାଯାଇଛି।

କୁହାଯାଉଛି ଯେ, ଏହି ଆତଙ୍କବାଦୀମାନେ ପଞ୍ଜାବରୁ ଦିଲ୍ଲୀ ଯାଉଥିଲେ। ସୂଚନା ପାଇବା ପରେ ପୋଲିସ ତାଙ୍କୁ ସକାଳ ୪ ଟାରେ ମଧୁବାନ ନିକଟରୁ ଗିରଫ କରିଥିଲା। ସୂଚନାନୁସାରେ, ଇନୋଭା ଗାଡିରେ ଏକ ସନ୍ଦିଗ୍ଧ ପଦାର୍ଥ ମିଳିଛି, ଏହା ପରେ ବୋମା ନିରୋଧକ ଦଳକୁ ଡକାଯାଇଛି।