Categories
ଆଞ୍ଚଳିକ

ଟାଙ୍ଗୀ: କାର୍ ଧକ୍କାରେ ଆଇନଜୀବିଙ୍କ ସମେତ ୨ ଗୁରୁତର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: କାର୍ ଧକ୍କାରେ ଆଇନଜୀବିଙ୍କ ସମେତ ୨ ଜଣ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ସ୍ଥାନରୁ ଗୁରୁତର ଦ୍ୱୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।

ମିଳିଥିବା ଖବର ଅନୁଯାୟୀ, ନୂଆପଡା ଗ୍ରାମର ରାଧା ମୋହନ ସୁନ୍ଦରାୟ (୫୦) ପେଷାରେ ଜଣେ ଆଇନଜୀବି। ସେ ତାଙ୍କ ସହଯୋଗୀ ଚାନ୍ଦପୁର ଥାନା ବନ୍ଧପଲା ଗ୍ରାମର ଧୀରେନ୍ଦ୍ର କୁମାର ପ୍ରଧାନ (୪୮) ଙ୍କ ସହିତ କାମ ଶେଷ କରି ବାଇକ ଯୋଗେ ରଣପୁର କୋର୍ଟରୁ ଫେରୁଥିଲେ। କିନ୍ତୁ ନୂଆପଡା ଛକରେ ଉଭୟଙ୍କୁ ଗୋଟିଏ କାର ଧକ୍କା ଦେଇଥିଲା। ଫଳରେ ସେଠାରେ ସେମାନେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଉଚ୍ଚ ନ୍ୟାୟାଳୟ ପାଇଁ ୪ ଜଣ ନୂଆ ବିଚାରପତି ମନୋନୀତ: ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ କଲେଜିୟମ

ଭୁବନେଶ୍ଵର: ଓଡିଶା ଉଚ୍ଚ ନ୍ୟାୟାଳୟ ପାଇଁ ୪ ଜଣ ନୂଆ ବିଚାରପତି ମନୋନୀତ ହୋଇଛନ୍ତି। ବାରରୁ ୨ ଜଣ ମନୋନୀତ ହୋଇଥିବା ବେଳେ ୨ ଜଣ ଜୁଡିସିଆଲ ଅଫିସର ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ହେବେ। ବାରରୁ ଆଇନଜୀବି ଆଦିତ୍ୟ କୁମାର ମହାପାତ୍ର, ଆଇନଜୀବି ମୃଗାଙ୍କ ଶେଖର ସାହୁ ବିଚାରପତି ହେବେ। ସେହିଭଳି ଜୁଡିସିଆଲ ଅଫିସର ରାଧାକୃଷ୍ଣ ପଟ୍ଟନାୟକ ଏବଂ ଶଶିକାନ୍ତ ମିଶ୍ରଙ୍କୁ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ମନୋନୀତ କରାଯାଇଛି। ଏହି ସମସ୍ତ ନୂଆ ବିଚାରପତିମାନଙ୍କୁ ସୁପ୍ରିମକୋର୍ଟ କଲେଜିୟମର ମଞ୍ଜୁରୀ ମିଳିଛି।