ଟାଙ୍ଗୀ: କାର୍ ଧକ୍କାରେ ଆଇନଜୀବିଙ୍କ ସମେତ ୨ ଗୁରୁତର

Published: May 29, 2022, 9:16 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: କାର୍ ଧକ୍କାରେ ଆଇନଜୀବିଙ୍କ ସମେତ ୨ ଜଣ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ସ୍ଥାନରୁ ଗୁରୁତର ଦ୍ୱୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।

ମିଳିଥିବା ଖବର ଅନୁଯାୟୀ, ନୂଆପଡା ଗ୍ରାମର ରାଧା ମୋହନ ସୁନ୍ଦରାୟ (୫୦) ପେଷାରେ ଜଣେ ଆଇନଜୀବି। ସେ ତାଙ୍କ ସହଯୋଗୀ ଚାନ୍ଦପୁର ଥାନା ବନ୍ଧପଲା ଗ୍ରାମର ଧୀରେନ୍ଦ୍ର କୁମାର ପ୍ରଧାନ (୪୮) ଙ୍କ ସହିତ କାମ ଶେଷ କରି ବାଇକ ଯୋଗେ ରଣପୁର କୋର୍ଟରୁ ଫେରୁଥିଲେ। କିନ୍ତୁ ନୂଆପଡା ଛକରେ ଉଭୟଙ୍କୁ ଗୋଟିଏ କାର ଧକ୍କା ଦେଇଥିଲା। ଫଳରେ ସେଠାରେ ସେମାନେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

Related posts