Categories
ଆଞ୍ଚଳିକ

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାରେ ପାଞ୍ଚ ଦିନ ବ୍ୟାପି ଆଇନ ସଚେତନତା ଶିବିର

ବାଣପୁର: ଐତିହାସିକ ବାଣପୁର ପଞ୍ଚୁଦୋଳ ମେଳନ ପଡିଆରେ ଜିଲ୍ଲା ତଥା ଦୌରା ଜଜ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ନିଶିଥ ନିଶାଙ୍କଙ୍କ ନିର୍ଦ୍ଦେଶକ୍ରମେ ତାଲୁକ ଆଇନ ସେବା ସମିତି ବାଣପୁର ତରଫରୁ ଏକ ଆଇନ ସଚେତନତା ସ୍ଥାୟୀ ଶିବିର ଖୋଲାଯାଇଥିଲା। ଉକ୍ତ ଶିବିରକୁ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବାଣପୁର କୋର୍ଟ ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଉଦଘାଟନ କରିଥିଲେ।

ଉକ୍ତ ସ୍ଥାୟୀ ଶିବିରଟି ଗତ ୧୯ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ ନିମନ୍ତେ ଜାରି ରହିଥିଲା। ମେଳନ ଦେଖିବା ପାଇଁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ଉକ୍ତ ଶିବିରକୁ ଆସି ବିଭିନ୍ନ ଆଇନ ସେବା ସମ୍ପର୍କିତ ତଥ୍ୟ ଜାଣିଥିଲେ। ଉକ୍ତ ଶିବିରରେ ବିଭିନ୍ନ ଆଇନ ସେବା ତଥା ଆଇନ ପରାମର୍ଶ, ଯୋଗ୍ୟ ହିତାଧିକାରୀ, ସମ୍ମୁଖ ଅଫିସର କାର୍ଯ୍ୟ, ପାରା ଲିଗାଲ ସ୍ବେଛାସେବୀଙ୍କ ଭୂମିକା, ମଧ୍ୟସ୍ଥତା କେନ୍ଦ୍ରର କାର୍ଯ୍ୟ ଏବଂ ନ୍ୟାୟ ସଂଯୋଗ ବିଷୟରେ ବ୍ୟାନର, ପ୍ରଚାରପତ୍ର ତଥା ଡାକବାଜି ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା। ନିଃଶୁଳ୍କ ଆଇନ ସେବାର ପ୍ରଚାର ପ୍ରସାର ତଥା ପ୍ରାଧିକରଣ ର ବିଭିନ୍ନ କାର୍ଯ୍ୟ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଉକ୍ତ ଶିବିରଟି ଖୋଲାଯାଇଥିଲା।

ଉକ୍ତ ଶିବିରରେ ପାରା ଲିଗାଲ ସ୍ବେଛାସେବୀ ତଥା ଆଇନ ସେବା ସମିତିର ସଚିବ ପ୍ରମୋଦ କୁମାର ଭୋଇ, ସମିତି ସହାୟକ ଶିବ ଚରଣ ବେହେରା ଆଦି ଉପସ୍ଥିତ ରହି ଶିବିରକୁ ସଫଳ ଭାବେ ପରିଚାଳିତ କରିଥିଲେ। ଉକ୍ତ ଶିବିର ପ୍ରତିଷ୍ଠାରେ ପଞ୍ଚୁଦୋଳ କମିଟିର ସଭାପତି ତଥା ତହସିଲଦାର ଟି. ପଦ୍ମନାଭ ଦୋରା, ସମ୍ପାଦକ ମାଧବ ବାରିକି ଏବଂ କମିଟିର ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।

ତେବେ ତାଲୁକ ଆଇନ ସେବା ସମିତି ପକ୍ଷରୁ ଚଳିତବର୍ଷ ପ୍ରଥମଥର ପାଇଁ ଜନସାଧାରଣଙ୍କ ନିମନ୍ତେ ପଞ୍ଚୁଦୋଳରେ ଉକ୍ତ ଆଇନ ସଚେତନତା ଶିବିର ଖୋଲାଯାଇଥିବାରୁ ବୁଦ୍ଧିଜୀବୀ ମାନେ ଉକ୍ତ ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

Categories
ଆଞ୍ଚଳିକ

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବାଣପୁରରେ ଆଇନ ସଚେତନତା ଶିବିର

ବାଣପୁର: ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ବାଣପୁର ବ୍ଲକ ସଭାଗୃହରେ ଶୁକ୍ରବାର ଦିନ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଇପ୍ସିତା ପ୍ରିୟା ଏକ୍କା, ଫ୍ରଣ୍ଟ ଅଫିସ ରିଟେନର, ଆଇନ ସେବା ସମିତି ସଦସ୍ୟ, ସିଡିପିଓ ଓ ଅଙ୍ଗନବାଡି କର୍ମୀ ମାନେ ଯୋଗଦେଇଥିଲେ।

ଉଭୟ ବିଚାରପତି ଉପସ୍ଥିତ ମହିଳା ମାନଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସର ଅଭିନନ୍ଦନ ଜଣାଇବା ସହ ମହିଳା ମାନଙ୍କ ପାଇଁ ଉଦିଷ୍ଟ ବିଭିନ୍ନ ଆଇନ ବିଷୟରେ ସଚେତନ କରାଇଥିଲେ। ସମ୍ପ୍ରତି ସମାଜରେ ମହିଳା ମାନଙ୍କୁ ସମସ୍ତ କ୍ଷେତ୍ରରେ ପ୍ରାଥମିକତା ଦିଆଯାଉଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ଏକାଧିକ ଆଇନ ପ୍ରଣୟନ ହୋଇଛି।

ଉକ୍ତ ଆଇନ ସମସ୍ତ ମହିଳା ମାନେ ଜାଣିବା ଦରକାର ଏବଂ ଅଙ୍ଗନବାଡି କର୍ମୀମାନେ ଉକ୍ତ ଆଇନ କୁ ମହିଳା ମାନଙ୍କ ମଧ୍ୟରେ ପହଞ୍ଚାଇବାରେ ବିଶେଷ ସହାୟକ ହେବେ ବୋଲି ଉପସ୍ଥିତ ଅତିଥିମାନେ ମତ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବ୍ଲକସ୍ତରୀୟ ଆଇନ ସଚେତନତା ଶିବିର

ଖୋର୍ଦ୍ଧା: ଖୋର୍ଦ୍ଧା ଜୟୀରାଜଗୁରୁ ଟାଉନ ହଲ ପରିସରରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମ କୁମାରୀ ପ୍ରହରାଜଙ୍କ ଅଧକ୍ଷତାରେ ଖୋର୍ଦ୍ଧା ବ୍ଲକ ସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରରେ ମୁଖ୍ୟ ଅତିଥି ଭାବରେ ଅତିରକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଯୋଗ ଦେଇ ଥିଲେ। ସେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଥିବା ସମସ୍ତ ଆଇନ ଓ ଅଧିକାର ବିଷୟରେ ଆଲୋକପାତ କରିଥିଲେ।

ତତସହିତ ଉପ ଜିଲ୍ଲାପାଳ ମନୋଜ ସେନାପତି, ଜିଲ୍ଲା ମୁଖ୍ୟ ଚିକିସ୍ୟଲୟର ଡା. ଇନ୍ଦିରା କୁମାରୀ ରଥ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୋତ୍ସ୍ନାମୟୀ ଆଚାର୍ଯ୍ୟ, ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ମହିଳା ଆଇନ ସଚେତନତା ସମ୍ବନ୍ଧରେ ନିଜର ବକ୍ତ୍ୟବ ରଖିଥିଲେ।

ମହିଳା ଅଧିକାର ଆଇନ ବିଶେଷଜ୍ଞ ଭାବରେ ଆଇନଜୀବୀ ସ୍ନେହାଞ୍ଜଳୀ ମହାନ୍ତି ଓ ଆକ୍ସନ ଏଡ଼ର ନେସନାଲ ପ୍ରୋଗ୍ରାମ ଲିଡ଼ ଘାସିରାମ ପଣ୍ଡା ଯୋଗ ଦେଇ ମହିଳାମାନଙ୍କ ସୁରକ୍ଷା ନିମନ୍ତେ ଥିବା ବିଭିନ୍ନ ଆଇନ ଯଥା ଲିଙ୍ଗଭୃଣ ନିରୁପୂଣ ନିବାରଣ ଆଇନ, ବାଲ୍ୟ ବିଭାହ ନିଷେଧ ଆଇନ, ଯୌତୁକ ନିବାରଣ ଆଇନ, କର୍ମ ସ୍ଥଳରେ ମହିଳାଙ୍କୁ ଯୌନ ଶୋଷଣ ନିବାରଣ ଆଇନ, ଘରୋଇ ହିଂସା ନିବାରଣ ଆଇନ ଇତ୍ୟାଦି ବିଷୟରେ ବିଷଦ ଭାବରେ ଆଲୋଚନା କରିବା ସହିତ ମହିଳା ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ବିଷୟରେ ଉପସ୍ଥିତ ମହିଳା ମାନଙ୍କୁ ବୁଝାଇଥିଲେ।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବ୍ଲକର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର, ଆଙ୍ଗନବାଡୀ କର୍ମୀ, ଆଶା କର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସିଡିପିଓ ପ୍ରମୁଖ ଯୋଗ ଦେଇ ଥିଲେ।

ଜିଲ୍ଲା ସମାଜ କଲ୍ୟାଣ ବିଭାଗର ସମସ୍ତ କର୍ମକର୍ତ୍ତମାନେ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ପରିଶେଷରେ ଆକ୍ସନ ଏଡ଼ର ବାଲ୍ୟ ବିବାହ ନିରାକରଣ ଜିଲ୍ଲା ସଂଯୋଜକ ଉତ୍କଳ ମାଇତି ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ।

Categories
ଆଞ୍ଚଳିକ

ବାଣପୁରରେ କିନ୍ନର ମାନଙ୍କ ଅଧିକାର ସମ୍ପର୍କରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଣପୁର: ବାଣପୁର ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ କିନ୍ନର ମାନଙ୍କ ଉଦ୍ଦେଶ୍ୟରେ ଏକ ଆଇନ ସଚେତନତା ଶିବିର ଆଜି ବାଣପୁର ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବାଣପୁର କୋର୍ଟ ବରିଷ୍ଠ ବିଚାରପତି ଅମରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ କିନ୍ନର ମାନଙ୍କ ପାଇଁ କି ପ୍ରକାର ଆଇନ ସୁବିଧାମାନ ଅଛି, ଏଥି ସହିତ କିନ୍ନର ମାନେ କିପରି ସାମାଜିକ ସ୍ରୋତରେ ସାମିଲ ହୋଇ ପାରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା। କିନ୍ନରମାନେ ମଧ୍ୟ ବିଭିନ୍ନ ସରକାରୀ ସୁବିଧା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ସେମାନେ ନିଜର ଅଧିକାର ଜାଣିବା ଦରକାର ବୋଲି ବିଚାରପତି ଶ୍ରୀ ମହାପାତ୍ର କହିଥିଲେ। ତତସହିତ ଯଦି କୌଣସି କିନ୍ନର ଭାଇ ଭଉଣୀ ଆଇନଗତ ସହାୟତାରୁ ବଞ୍ଚିତ ହେଉଛନ୍ତି ତେବେ ସେ ତାଲୁକ ଆଇନ ସେବା ସମିତିର ଦ୍ୱାରସ୍ଥ ହୋଇ ନ୍ୟାୟ ପାଇପାରିବେ ବୋଲି ବିଚାରପତି କହିଥିଲେ।

ଏହି ଅବସରରେ କିନ୍ନର ମାନେ ସମ୍ପ୍ରତି ସମାଜରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ଏବଂ ତାହାର ସମାଧାନ ନିମନ୍ତେ ବିଚାରପତିଙ୍କୁ ଅବଗତ କରାଇଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଣି ଗିରିବାଳା ନାୟକ, ଫ୍ରଣ୍ଟ ଅଫିସ ରିଟେନର ପଦ୍ମଜା ପଟ୍ଟନାୟକ, ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା, ଉପସଭାପତି ରାମଚନ୍ଦ୍ର ପଲେଇ,ଆଇନଜୀବୀ ସୀତାରାମ ଅଗ୍ରୱାଲ,ଭି. କାମେଶ୍ୱର ଆଚାରୀ, ଅଜିତ ବାରିକି,ସୁନୀଲ ମହାପାତ୍ର, ବିପ୍ଳବ ମୁଦୁଲି ଏବଂ ବାଣପୁର-ବାଲୁଗାଁ ଅଞ୍ଚଳର କିନ୍ନର ସଂଘର ନେତ୍ରୀ ଚିନ୍ମୟୀ ବେହେରାଙ୍କ ସମେତ ଏକାଧିକ କିନ୍ନର ମାନେ ଯୋଗଦେଇଥିଲେ।

Categories
ଆଞ୍ଚଳିକ

ରଣପୁର: ବିଶ୍ୱ ଶିଶୁ ଶ୍ରମିକ ନିରାକରଣ ଦିବସରେ ବିଦ୍ୟାଳୟରେ ଆଇନ ସଚେତନତା ଶିବିର

ରଣପୁର: ପ୍ରତି ବର୍ଷ ଜୁନ ମାସ ୧୨ ତାରିଖକୁ ବିଶ୍ୱ ଶିଶୁ ଶ୍ରମିକ ନିରାକରଣ ଦିବସ ଭାବେ ପାଳନ କରାଯାଏ। ୧୮ ବର୍ଷ ପର୍ଯ୍ୟନ୍ତ କୌଣସି ଶିଶୁ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରାଯିବ ନାହିଁ। ଯଦି ସେମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଏ, ତେବେ ତାହା ଆଇନତଃ ଅପରାଧ ଅଟେ। ମହାରଷ୍ଟ୍ର, ଉତ୍ତର ପ୍ରଦେଶ, ରାଜସ୍ଥାନ, ବିହାର ଭଳି ରାଜ୍ୟମାନଙ୍କରେ ଅଧିକ ମାତ୍ରାରେ ଶିଶୁ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ପରିଲକ୍ଷିତ ହେଉଛି। ୧୯୮୬ ମସିହାରେ ଶିଶୁ ଶ୍ରମିକ ରହିବେ ନାହିଁ ବୋଲି ଦେଶରେ ଆଇନ ପ୍ରାଣାୟନ କରାଯାଇଛି। ୬ ରୁ ୧୪ ବର୍ଷ ପର୍ଯ୍ୟନ୍ତ ମାଗଣା ଶିକ୍ଷା ବାଧ୍ୟତା ମୂଳକ ଅଟେ, ଏହି ଅଧିକାରରୁ କୌଣସି ଶିଶୁକୁ କେହି ବଞ୍ଚିତ କରି ପାରିବେ ନାହିଁ ବୋଲି ରଣପୁର କୋର୍ଟ ବିଚାରପତି ତଥା ତାଲୁକ ଲିଗାଲ ସର୍ଭିସ କମିଟିର ଅଧ୍ୟକ୍ଷ ଗୌରୀଶଙ୍କର ପଣ୍ଡା ମତ ପ୍ରକାଶ କରିଥିଲେ।

ଏହି ପରିପ୍ରେକ୍ଷୀରେ ରଣପୁର ତାଲୁକ ଲିଗାଲ ସର୍ଭିସ କମିଟି ପକ୍ଷରୁ ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟରର ହଂସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ବାଳ ଶ୍ରମିକ ନିଷେଧ ଦିବସରେ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର କୋର୍ଟ ବିଚାରପତି ତଥା ତାଲୁକ ଲିଗାଲ ସର୍ଭିସ କମିଟିର ଅଧ୍ୟକ୍ଷ ଗୌରୀ ଶଙ୍କର ପଣ୍ଡା, ମୁଖ୍ୟ ବକ୍ତା ଭାବେ ରଣପୁର ବାର ଆସୋସିଏସନର ସଭାପତି ତଥା ବରିଷ୍ଠ ଆଇନୀଜୀବୀ ସୁବାଷ ଚନ୍ଦ୍ର ଜେନା, ସମ୍ମାନୀତ ଅତିଥି ଭାବେ ରଣପୁର ବାର ଆସୋସିଏସନର ବରିଷ୍ଠ ଆଇନୀଜୀବୀ ଗିରିଜା ଶଙ୍କର ସାମନ୍ତରାୟ, ବରିଷ୍ଠ ଆଇନୀଜୀବୀ କୃପାସିନ୍ଧୁ ବେହେରା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀଳାଦ୍ରି ସୁବୁଦ୍ଧି, ସାଧନ କେନ୍ଦ୍ର କର୍ମୀ ସୁଶୀଲ କୁମାର ରଣା, ବରିଷ୍ଠ ସାମ୍ବାଦିକ ବିଶ୍ୱରଂଜନ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ।

ଏହି ସଚେତନତା ଶିବିରରେ ଅତିଥିମାନେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଶିଶୁ ଶ୍ରମିକ ବ୍ୟବସ୍ଥା ଆଇନତଃ ଅପରାଧ ଅଟେ ବୋଲି ପିଲାମାନଙ୍କୁ ବୁଝାଇବା ସହିତ ଶିଶୁମାନଙ୍କର ସମ୍ବିଧାନରେ କଣ କଣ ଅଧିକାର ରହିଛି ସେ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା।  ତାଲୁକ ଲିଗାଲ ସର୍ଭିସ କମିଟିର ସଦସ୍ୟ ରାଜେଶ କୁମାର ମଲ୍ଲିକ, ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ପାରା-ଲିଗାଲ ଭଲ୍ୟୁଣ୍ଟର ପ୍ରମୋଦ କୁମାର ସାହୁ, ଜିତେନ୍ଦ୍ର ସ୍ୱାଇଁ ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ରଣପୁର: ଆନ୍ତର୍ଜାତିକ ଶ୍ରମିକ ଦିବସ ଉପଲକ୍ଷେ ଆଇନ ସଚେତନତା ଶିବିର

ରଣପୁର: ମେ ୧ ତାରିଖକୁ ଆନ୍ତର୍ଜାତିକ ଶ୍ରମିକ ଦିବସ ଭାବେ ପାଳନ କରାଯାଏ। ଏହି ପରିପ୍ରେକ୍ଷୀରେ ଆଜି ସାରା ବିଶ୍ୱରେ ଶ୍ରମିକ ଦିବସ ପାଳନ କରାଯାଉଛି। ଶ୍ରମିକମାନଙ୍କୁ ସମ୍ମାନ ଦେବା ସହିତ ଶ୍ରମିକମାନଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ। ସମାଜ ପ୍ରତି ଶ୍ରମିକମାନଙ୍କ ଅବଦାନ ଅତୁଳନୀୟ।

ଏହି ପରିପ୍ରେକ୍ଷୀରେ ରଣପୁର ତାଲୁକ ଲିଗାଲ ସର୍ଭିସ କମିଟି ପକ୍ଷରୁ ନରସିଂହପୁର ମଧ୍ୟ ଇଁରାଜୀ ବିଦ୍ୟାଳୟରେ ଆନ୍ତର୍ଜାତିକ ଶ୍ରମିକ ଦିବସ ଉପଲକ୍ଷେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର କୋର୍ଟ ବିଚାରପତି ତଥା ତାଲୁକ ଲିଗାଲ ସର୍ଭିସ କମିଟିର ଅଧ୍ୟକ୍ଷ ଗୌରୀ ଶଙ୍କର ପଣ୍ଡା, ମୁଖ୍ୟ ବକ୍ତା ଭାବେ ରଣପୁର ବାର ଆସୋସିଏସନର ସଭାପତି ତଥା ବରିଷ୍ଠ ଆଇନୀଜୀବୀ ସୁବାଷ ଚନ୍ଦ୍ର ଜେନା, ସମ୍ମାନୀତ ଅତିଥି ଭାବେ ରଣପୁର ବାର ଆସୋସିଏସନର ସମ୍ପାଦକ ସତ୍ୟ ରଞ୍ଜନ ମତ୍ତା, ବରିଷ୍ଠ ଆଇନୀଜୀବୀ କୃପାସିନ୍ଧୁ ବେହେରା, ଜନ ମଙ୍ଗଳ ଅଧିକାରୀ ଶୁଭଶ୍ରୀ ଶୁଭସ୍ମିତା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶ, ସାଧନ କେନ୍ଦ୍ର କର୍ମୀ ସୁଶୀଲ କୁମାର ରଣା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁନୀଲ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ଏହି ସଚେତନତା ଶିବିରରେ ଶିଶୁ ଶ୍ରମିକ ଏବଂ ଶ୍ରମିକମାନଙ୍କ ବିଭିନ୍ନ ସୁବିଧା ଅସୁବିଧା ଉପରେ ଆଲୋଚନା କରଯାଇଥିଲା। ନରସିଂହପୁର ଗ୍ରାମବାସୀ, ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ। ତାଲୁକ ଲିଗାଲ ସର୍ଭିସ କମିଟିର ସଦସ୍ୟ ରାଜେଶ କୁମାର ମଲ୍ଲିକ ଓ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ରଣପୁର: ବୃଦ୍ଧା ଆଶ୍ରମରେ ଆଇନ ସଚେତନତା ଶିବିର

ରଣପୁର: ଆଜି ଅନ୍ତର୍ଜାତୀୟ ବାର୍ଦ୍ଧକ୍ୟ ଦିବସ ଅବସରରେ ରଣପୁର ବ୍ଲକ ଅନ୍ତର୍ଗତ ମହତପଲ୍ଲା ପଞ୍ଚାୟତ ଲଷ୍ମୀନାରାୟଣପୁର ଗ୍ରାମରେ ଥିବା ବୃଦ୍ଧାଶ୍ରମରେ ରଣପୁର ଅଦାଲତ ପକ୍ଷରୁ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିରରେ ଵୃଦ୍ଧ ବୃଦ୍ଧା ମାନଙ୍କ ନିମନ୍ତେ ଆଇନରେ ଥିବା ସମସ୍ତ ସୁବିଧା ଓ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା।

ଏଥିରେ ରଣପୁର ତାଲୁକ ଆଇନ ସହାୟତା କେନ୍ଦ୍ର ତରଫରୁ ରଣପୁର କୋର୍ଟର ମାନ୍ୟବର ବିଚାରପତି ଗୌରି ଶଙ୍କର ପଣ୍ଡାଙ୍କ ସହ ବରିଷ୍ଠ ଆଇନଜୀବୀ ଗିରିଜା ଶଙ୍କର ସାମନ୍ତରାୟ, ସୁବାଷ ଚନ୍ଦ୍ର ଜେନା, କୃପାସିନ୍ଧୁ ବେହେରା ଓ ଶ୍ରୀକାନ୍ତ ସାହୁ ପ୍ରମୁଖ ଯୋଗ ଦେଇ ଆଇନ ସମ୍ପର୍କିତ ସମସ୍ତ ସୂଚନା ଓ ସହାୟତା ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରି ଆଶ୍ରମବାସୀଙ୍କୁ ବୁଝାଇ ଥିଲେ। ଏଥିରେ ଆଇନର ମାଗଣା ସୁବିଧା, ୯୦ ଦିନ ମଧ୍ୟରେ ଫଇସଲା, ସରକାରଙ୍କର କାର୍ଯ୍ୟକ୍ରମ, ଟାକ୍ସ ସୁବିଧା, ବ୍ୟାଙ୍କ ସୁବିଧା ଆଦି ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରଣପୁର କୋର୍ଟର ଲିଗାଲ ସର୍ଭିସର କାର୍ଯ୍ୟକର୍ତ୍ତା ରାଜେଶ କୁମାର ମଲିକ ଏବଂ ବୃଦ୍ଧାଶ୍ରମର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ରାଜ୍ୟ ମହିଳା ଆୟୋଗ ଦ୍ବାରା ଆଇନ ସଚେତନତା ଶିବିର

ଖୋର୍ଦ୍ଧା: ଆଜି ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସହାୟତାରେ ଆଇନ ସହାୟତା ଶିବିରର ଆୟୋଜନ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ହୋଇଯାଇଛି। ଏଥିରେ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଡା ମିନତୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନ ସିଂହ, ଅତିରକ୍ତ ଜିଲ୍ଲାପାଳ ଦିଗନ୍ତ ରାଉତରାୟ, ଖୋର୍ଦ୍ଧା ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ସୁନ୍ଦର ନାଥ ମୁର୍ମୁ, ଅତିରିକ୍ତ ଡି ଏସ ପି ଏସ. କେ ରାୟ, ରେଜିଷ୍ଟ୍ରାର ମହିଳା ଆୟୋଗ, ଆଦି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ମହିଳା ଆୟୋଗ ତରଫରୁ ଘରୋଇ ହିିଂସା ଆଇନ, ଯୌତୁକ ନିରୋଧ ଆଇନ, ଡାହାଣୀ ସନ୍ଦେହରେ ଅତ୍ୟାଚାର ତଥା ପୋକ୍ସୋ ଆଇନ, କର୍ମ କ୍ଷେତ୍ରରେ ଯୌନ ଶୋଷଣ ଏବିଂ ସାଇବର କ୍ରାଇମ ଉପରେ ଆଦି ଆଲୋଚନା ହୋଇଥିଲା।

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର ଶିବିର ସମ୍ପର୍କରେ ସିଂକ୍ଷିପ୍ତ ଟିପ୍ପଣୀ ଦେଇଥିଲେ। ଜିଲ୍ଲା ସୁରକ୍ଷା ଅଧିକାରୀ ଶିକ୍ଷା ରାଣୀ ପୋଦ୍ଦାର ଧନ୍ୟବାଦ ଅର୍ପଣ। ଦ୍ଵିତୀୟ ଅଧିବେଶନରେ ମାନବ ଚାଲାଣ ୟୁନିଟ୍ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ଆୟୋଗର ପରାମର୍ଶଦାତା ଡ। ଏନ ଟୁନା ସାହୁ ମୁଖ୍ୟ ତାଲିମ ଦାତା ଭାବେ ଯୋଗ ଦେଇଥିଲେ। ଶିବିରୟର ୧୧ ଜଣ କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନିତ କରାଯାଇଥିଲା।

ଶିବିରକୁ ଆକ୍ସନ ଏଡ ର ଜିଲ୍ଲା ପରାମର୍ଶ ଦାତ୍ରୀ ସ୍ଵାତୀ ତନ୍ମୟା ମିଶ୍ର ପରିଚାଳନା କରିଥିଲେ। ଅଭିଲିପ୍ସା, ସନ୍ତୋଷ, ରେଣୁ, ରିଙ୍କି, ଶୁଭସ୍ମୀତା, ସିଂଗୀତା ଏବିଂଲକି ପରିଚାଳନାରେସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମେଗା ଆଇନ ସଚେତନତା ଶିବିର ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା
କଲାହାଣ୍ଡି: ଜାତୀୟ ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ରାଜ୍ୟ ଆଇନ ସେବା ପ୍ରାଧିକରଣ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ସ୍ଥାନୀୟ ଟାଉନହଲ ଠାରେ ଏକ ମେଗା ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଏବଂ ଦୌରା ଜଜ୍ ଦୀପ୍ତି ରଞ୍ଜନ କାନୁନଗୋ ଓ ସମ୍ମାନିତ ଅତିଥି ରୂପେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଯୋଗ ଦେଇଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶୁଭ ଗୌତମ ମିଶ୍ର ଏହି ଶିବିର ଆୟୋଜନ ର ଉଦେଶ୍ୟ ଉପରେ ସମ୍ୟକ୍ ସୂଚନା ଦେଇଥିଲେ।

ଏହି ଅବସରରେ ଅର୍ଥାଭାବ ହେତୁ ଆଇନ ସହାୟତା ପାଇବାକୁ ଯୋଗ୍ୟ ବ୍ୟକ୍ତି ନିଜର ନାର୍ଯ୍ୟ ଅଧିକାର ଓ ନ୍ୟାୟ ସହ ଆଇନଗତ ସାହାଯ୍ୟ କିଭଳି ପାଇପାରିବେ ଏବଂ ସରକାରଙ୍କ ବିଭିନ୍ନ ହିତାଧିକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ,ତଥା ନିଜକୁ ଆର୍ଥିକ ଦୃଷ୍ଟିରୁ ସକ୍ଷମ କରିବା ପାଇଁ ସଚେତନତା ଉପରେ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ। ଜିଲ୍ଲା ଓ ଦୌରା ଜଜ୍ ଆଇନ ସେବା ପୃଷ୍ଠଭୂମି, ନିଃଶୁଳ୍କ ଆଇନ ସେବା, ଆଇନ ସେବା ପାଇଁ ଯୋଗ୍ୟତା ତଥା ଆଇନ ସହାୟତା ଉପରେ ବିସ୍ତୃତ ଭାବେ ମତ ପ୍ରକାଶ କରି ସମାଜର ନିସ୍ୱ, ଦଙ୍ଗା ପ୍ରପଡ଼ିତ, ଶିଶୁ ଓ ମହିଳାଙ୍କ ପାଇଁ ଆଇନ ସହାୟତା ଓ ଏ ଦିଗରେ ବ୍ୟାପକ ସଚେତନତା ଉପରେ ଗୁରୁତ୍ବ ଏବଂ ମେଗା ଆଇନ ସଚେତନତା ଶିବିର ସ୍ଥାପନ ଉପରେ କହିଥିଲେ।

ଶିବିରରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଶୁଭଞ୍ଜନ ମହାନ୍ତି,ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ (ପୋକ୍ସୋ) ସୁବ୍ରତ କୁମାର ପଟ୍ଟନାୟକ,ବରିଷ୍ଠ ଦେୱାନି ଜଜ୍ ସମାପିକା ମହାନ୍ତି, ରେଜିଷ୍ଟାର ଦେୱାନି ଅଦାଲତ ରଶ୍ମିରେଖା ପାତ୍ର, ବରିଷ୍ଠ ଦେୱାନି ଜଜ୍ (ମହିଳା ଅଦାଲତ ) ଅନୁଶୃତି ଚୌଧୁରୀ, ବରିଷ୍ଠ ଦେୱାନି ଜଜ୍ ( ଏଲ୍ ଆର୍ ଏଣ୍ଡ ଏଲ୍ ଟିଭି) ଶ୍ରିଦୀପ ମିଶ୍ର, ଉପଖଣ୍ଡ ବିଚାର ବିଭାଗିୟ ମାଜିଷ୍ଟ୍ରେଟ ସୂର୍ଯ୍ୟକାନ୍ତ ଆଚାର୍ଯ୍ୟ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ କେସିଙ୍ଗା ହୃଷୀକେଶ ଖେମୁଣ୍ଡୁ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଜୟପାଟଣା ପ୍ରତାପ ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ।

ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜବିହାରର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ବିଭିନ୍ନ ବିଦ୍ୟାଳୟ ଦ୍ଵାରା ଘରୋଇ ହିଂସା, ଏସିଡ ଆଘାତ, ଯୌତକ ନିର୍ଯାତନା ଉପରେ କ୍ଷୁଦ୍ର ନାଟିକା ପରିବେଷଣ କରି ଆଇନ ସହାୟତା ଉପରେ ସଚେତନତା ସୃଷ୍ଟି କରିଥିଲେ। ମସ୍ୟ ବିଭାଗ, ପ୍ରାଣୀ ସମ୍ପଦ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଓ ଶ୍ରମ ବିଭାଗ ତରଫରୁ ହିତାଧିକାରୀଙ୍କୁ ଅତିଥିଙ୍କ ଦ୍ଵାରା ଆର୍ଥିକ ସହାୟତା ବଣ୍ଟନ କରାଯାଇଥିଲା।

ଏହି ଅବସରରେ ବିଭିନ୍ନ ବିଭାଗ ଦ୍ଵାରା ଷ୍ଟଲ୍ ସ୍ଥାପନ କରାଯାଇ ବିଭିନ୍ନ ସ୍କିମ୍ ର ସୂଚନା ହିତାଧିକାରୀମାନଙ୍କୁ ଦିଆଯାଇଥିଲା। ଅଧ୍ୟାପକ ଶୁଭେନ୍ଦୁ ମହାପାତ୍ର ଏବଂ ନମିତା ମିଶ୍ର ସଭା ସଂଯୋଜନା କରିଥିଲେ।ଶିବିରରେ ବାର୍ କର୍ମକର୍ତ୍ତା, ଆଇନଜୀବୀ, ଡି ଏଲ୍ ଓ, ଡି ପି ଏମ (ଓ ଏଲ୍ ଏମ), ଜି ଏମ, ଡି ଆଇ ସି, ଡି ଆଇ ପି ଆର୍ ଓ, ଡି ଏସ୍ ଏସ୍ ଓ, ଡି ଏଫ୍ ଓ, ଓରମାସ ଅଧିକାରୀ, ହିତାଧିକାରୀ ତଥା ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁରରେ ଅନଲାଇନ୍ ମାଧ୍ୟମରେ ସାମ୍ବିଧାନିକ ମୌଳିକ କର୍ତ୍ତବ୍ୟ ସମ୍ପର୍କିତ ଆଇନ ସଚେତନତା ଶିବିର

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ଅନଲାଇନ୍ ମାଧ୍ୟମରେ ସାମ୍ବିଧାନିକ ମୌଳିକ କର୍ତ୍ତବ୍ୟ ସମ୍ପର୍କିତ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ତଥା ବିଚାରପତି ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ଶ୍ରୀ କମଳାକାନ୍ତ ରାଉତ ଏବଂ ସ୍ୱେଚ୍ଛାସେବୀ ବୃନ୍ଦ ଉପସ୍ଥିତ ରହି ଅନଲାଇନ୍ ମାଧ୍ୟମରେ ଅଂଶ ଗ୍ରହଣ କରିଥିବା ପ୍ୟାନେଲ ଲୟର ,ପାରାଲିଗାଲ ସ୍ୱେଚ୍ଛାସେବୀ ଏବଂ ଅନ୍ୟାନ୍ୟ ଜନସାଧାରଣଙ୍କୁ ଏହି କାର୍ଯ୍ୟକ୍ରମରେ ସାମ୍ବିଧାନିକ କର୍ତ୍ତବ୍ୟ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରି ସଚେତନ କରାଯାଇଥିଲା।

 

ଏଥିସହିତ ଯେପରି ମାଗଣା ଆଇନସେବା ,ମଧ୍ୟସ୍ଥତା ଓ ଆପୋଷ ମିଳାମିଶା ମାଧ୍ୟମରେ ମାମଲାର ସମାଧାନ, କିଶୋର ନ୍ୟାୟ (ଶିଶୁ ମାନଙ୍କର ଯତ୍ନ ଓ ସୁରକ୍ଷା) ବାଧ୍ୟତାମୂଳକ ଶିକ୍ଷାଗତ ଅଧିକାର ଅଧିନିୟମ , କନ୍ୟାସନ୍ତାନର ମହତ୍ତ୍ୱ, ପ୍ରାକ୍ ଗର୍ଭଧାରଣ ଓ ପ୍ରାକ ପ୍ରସୂତି ନିଦାନ କୌଶଳ (ଲିଙ୍ଗ ଚୟନ ନିଷେଧ) ଅଧିନିୟମ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ପାରିବାରିକ ଘରୋଇ ହିଂସା, ଯୌତୁକ ନିର୍ଯ୍ୟାତନା, ଲିଙ୍ଗ ଚୟନ ଏହିସବୁ କ୍ଷେତ୍ରରେ କିପରି ଜଣେ ମହିଳା ନିଜକୁ ସୁରକ୍ଷା କରିପାରିବେ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯିବା ସହ ଜାତୀୟ ଆଇନସେବା ପ୍ରାଧିକରଣ ଦ୍ୱାରା ପ୍ରଦତ୍ତ ୧୦ଟି ନୂଆ ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ଶିବିରରେ କୋଭିଡ୍ ୧୯ ମହାମାରୀ ଉପରେ ମଧ୍ୟ ସଚେତନତା ସୃଷ୍ଟି କରାଯାଇଥିଲା।