Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରଣପୁର ତହସିଲ କର୍ମଚାରୀଙ୍କୁ ଆକ୍ରମଣ ଘଟଣା: ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

ଚାନ୍ଦପୁର: ତହସିଲ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଚାନ୍ଦପୁର ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କର ନାମ ପୂର୍ଣ୍ଣ ସାଗର ମାଝୀ (୨୨) ଏବଂ ତା’ର ଘର ଜଙ୍କିଆ ଗ୍ରାମରେ ବୋଲି ଜଣାପଡିଛି।

ଉଲ୍ଲେଖାଯୋଗ୍ୟ ଯେ, ଗତ ବୁଧବାର ରାତିରେ ଜଙ୍କିଆ ବେଆଇନ ପଥର ଖଣିରେ ଚଢ଼ାଉ କରିଥିଲା ରଣପୁର ତହସିଲ ପ୍ରଶାସନ। ଚଢ଼ାଉ ବେଳେ ଖଣି ମାଫିଆ ମାନେ ୪ ଜଣ ଆରଆଇ ଙ୍କ ସମେତ ବହୁ କର୍ମଚାରିଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଥିଲେ। ଏ ନେଇ ରଣପୁର ତହସିଲଦାର ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଏହାପରେ ଚାନ୍ଦପୁର ପୋଲିସ ତଦନ୍ତ ଆରମ୍ଭ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କ ଉପରେ ଆକ୍ରମଣ ଘଟଣା: ନଅ ଅଭିଯୁକ୍ତଙ୍କୁ ଗିରଫ କଲା ବାଣପୁର ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ଗତ ୧୨ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସମ୍ମୁଖରେ ଜନସାଧାରଣଙ୍କ ଉପରେ ଗାଡ଼ି ମଡାଇବା ଅଭିଯୋଗରେ ଚିଲିକା ବିଧାୟକ ଗିରଫ ହୋଇ ଜେଲରେ ଅଛନ୍ତି। କିନ୍ତୁ ସେହିଦିନ ଏହି ଘଟଣା ପରେ ଚିଲିକା ବିଧାୟକଙ୍କୁ ଉତ୍ତ୍ୟକ୍ତ ଲୋକେ ଆକ୍ରମଣ କରିଥିଲେ। ଜନସାଧାରଣଙ୍କ ମାଡରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲହୁଲୁହାଣ ହୋଇପଡ଼ିଥିଲେ। ଏହାପରେ ବିଧାୟକଙ୍କ ସମର୍ଥକମାନେ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଥିଲେ। ସେବେଠାରୁ ଅଭିଯୁକ୍ତମାନେ ଫେରାର ଥିବାବେଳେ ସେମାନଙ୍କ ମଧ୍ୟରୁ ନଅ ଜଣ ଅଭିଯୁକ୍ତଙ୍କୁ ବାଲୁଗାଁ ଏସଡିପିଓଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଟିମ ଆଜି ନୀଳାଦ୍ରିପ୍ରସାଦସ୍ଥିତ ପୁରୁଣା ବଙ୍କାଡ଼ଗଡ଼ ରାଜପ୍ରସାଦ ନିକଟସ୍ଥ ଜଙ୍ଗଲରୁ ଗିରଫ କରି ବାଣପୁର କୋର୍ଟ ଚାଲାଣ କରିଛି।

ସେମାନଙ୍କ ବିରୁଦ୍ଧରେ ବାଣପୁର ଥାନାରେ କେଶ ନମ୍ବର ୧୧୭/୨୨ ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ଏବଂ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପ୍ରକ୍ରିୟା ଜାରିରହିଥିବାର ଏସଡିପିଓ ବାଲୁଗାଁ ମାନସ ରଞ୍ଜନ ବାରିକ କହିଛନ୍ତି। ଅନୁରୂପ ଭାବେ ବିଧାୟକଙ୍କ ଗାଡ଼ି ନମ୍ବର ଜାଲିଆତି ମାମଲାରେ ଏପ୍ରିଲ ୨ ତାରିଖ ସନ୍ଧ୍ୟା ୫ ଘଟିକା ସୁଦ୍ଧା ଉଭୟ ଗାଡ଼ି ମାଲିକଙ୍କୁ ଗାଡ଼ି କାଗଜପତ୍ର ଦାଖଲ କରିବା ପାଇଁ ନୋଟିସ ଦିଆଯାଇଥିବାର ଏସଡିପିଓ ଶ୍ରୀ ବାରିକ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସ୍ଵାମୀ ପ୍ରସାଦ ମୌର୍ଯ୍ୟଙ୍କ ଉପରେ ଆକ୍ରମଣ ଘଟଣା: ବିଜେପିକୁ ଘେରିଲେ ନିଜ ଦଳର ସାଂସଦ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଫାଜିଲନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ସମାଜବାଦୀ ପାର୍ଟିର ପ୍ରାର୍ଥୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି। ଏହି ଘଟଣା ପରେ ପିତାଙ୍କ ସମର୍ଥନରେ ବିଜେପି ସାଂସଦ ତଥା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଝିଅ ସଂଘମିତ୍ରା ମୌର୍ଯ୍ୟ ଏକ ବଡ ଭିଯୋଗ ଅଭିଯୋଗ ଆଣିଛନ୍ତି।

ତାଙ୍କ ପିତାଙ୍କ ସମର୍ଥନରେ ବିଜେପି ସାଂସଦ ତଥା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଝିଅ ସଂଘମିତ୍ରା ମୌର୍ଯ୍ୟ ବାହାରକୁ ଆସିଥିଲେ। ସେ କହିଛନ୍ତି, “ବିଜେପି ଶାନ୍ତି, ଦଙ୍ଗା ମୁକ୍ତ ରାଜ୍ୟ ବିଷୟରେ କଥାବାର୍ତ୍ତା କରେ, କିନ୍ତୁ ବିଜେପି ପ୍ରାର୍ଥୀ ମୋ ବାପାଙ୍କ ଉପରେ ଆକ୍ରମଣ କରିଥିଲେ। ମୁଁ ମୋ ବାପାଙ୍କୁ ଭୋଟ୍ ଦେଇ ସମର୍ଥନ ଜଣାଇବାକୁ ଫାଜିଲନଗରବାସୀଙ୍କୁ ନିବେଦନ କରୁଛି। ଲୋକମାନେ ମାର୍ଚ୍ଚ ୩ ତାରିଖରେ ବିଜେପିକୁ ଏକ ଶିକ୍ଷା ଦେବେ।

କାରଗୁଡିକ କିପରି କ୍ଷତିଗ୍ରସ୍ତ ହୋଇଛି ଏବଂ ଲୋକମାନେ ଆହତ ହୋଇଛନ୍ତି ତାହା ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି। ଯେତେବେଳେ ମୁଁ ମୋ ବାପାଙ୍କୁ ଭେଟିବାକୁ ଯାଉଥିଲି, ବିଜେପି କର୍ମୀମାନେ ମୋର ଗାଡି ଚାରିପଟେ ଘେରି ରହିଥିଲେ।

ମଙ୍ଗଳବାର ଦିନ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସ୍ଵାମୀ ପ୍ରସାଦ ମୌର୍ଯ୍ୟ ଦାବି କରିଥିଲେ ଯେ, ତାଙ୍କ ରୋଡ୍ ସୋ ସମୟରେ ଆକ୍ରମଣ କରାଯାଇଥିଲା ଏବଂ ଗାଡିଟି ନଷ୍ଟ ହୋଇଯାଇଥିଲା। ଏହି ଆକ୍ରମଣର ସୂଚନା ପରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି ଯେ, “ସ୍ଵାମୀ ପ୍ରସାଦ ମୌର୍ଯ୍ୟଙ୍କ ଉପରେ ହୋଇଥିବା ଆକ୍ରମଣ ହାରୁଥିବା ଲୋକଙ୍କର ଅତ୍ୟନ୍ତ ନିନ୍ଦନୀୟ କାର୍ଯ୍ୟ। ଏହି ଆକ୍ରମଣ ଏସପି-ମେଣ୍ଟର ପ୍ରତ୍ୟେକ ଦଳର କର୍ମୀ ଏବଂ ସେମାନଙ୍କ ନେତାଙ୍କ ଉପରେ ଆକ୍ରମଣ ଭଳି। ମିଳିତ ଭାବେ ଏହାର ଉତ୍ତର ମିଳିବ। ଅବଶିଷ୍ଟ ଦୁଇଟି ପର୍ଯ୍ୟାୟ ବିଜେପିକୁ ଶୂନ ମିଳିବ। ଏହି ସରକାରଙ୍କ ଠାରୁ କୌଣସି କାର୍ଯ୍ୟାନୁଷ୍ଠାନ ଆଶା କରିବା ଅର୍ଥହୀନ।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର ଜାତୀୟ ଖବର

ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଘଟଣା: ଉଦବେଗ୍ ପ୍ରକାଶ କଲା ଆରଏସଏସ

ନୂଆଦିଲ୍ଲୀ: ବାଂଲାଦେଶର ହିନ୍ଦୁମାନଙ୍କ ସୁରକ୍ଷାକୁ ନେଇ ରାଷ୍ଟ୍ରିୟ ସ୍ଵୟଂ ସେବକ ସଂଘ ଉଦ୍ବେଗ ପ୍ରକାଶ କରିଛି। ଏହି ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ଅନୁରୋଧ କରିଛି। ଆରଏସଏସ ପକ୍ଷରୁ କୁହାଯାଇଛି ଯେ, ବାଂଲାଦେଶରେ ଦୁର୍ଗା ପୂଜା ମଣ୍ଡପରେ ଭଙ୍ଗାରୁଜା ଏକ ଜିହାଦି ଆକ୍ରମଣ। ଭାରତ ସରକାର ବର୍ତ୍ତମାନର ବାଂଲାଦେଶ ସରକାରଙ୍କ ସହ କୂଟନୈତିକ ସ୍ତରରେ ହିନ୍ଦୁମାନଙ୍କ ଜୀବନ ରକ୍ଷା କରିବା ଉଚିତ୍।

ଏକ ସରକାରୀ ବିବୃତ୍ତିରେ ଆରଏସଏସ କହିଛି ଯେ, ବାଂଲାଦେଶର ଅନେକ ସ୍ଥାନରେ ଦୁର୍ଗା ପୂଜା ମଣ୍ଡପରେ ଭଙ୍ଗାରୁଜା କରିବା ସହିତ ହିନ୍ଦୁ ସମ୍ପତ୍ତି ଲୁଟ୍ ହୋଇଥିବା ଖବର ଆସିଛି। ଏହି ଘଟଣାକୁ ଆମେ ଦୃଢ ନିନ୍ଦା କରୁଛୁ। ଏହି ଘଟଣା ଭାରତ ଏବଂ ବାଂଲାଦେଶର ପାରମ୍ପାରିକ ସଂସ୍କୃତି ଉପରେ ଜିହାଦି ଆକ୍ରମଣ। ସମ୍ପର୍କ ତଥା ମାନବିକ ଅଧିକାର ପ୍ରସଙ୍ଗରେ ବର୍ତ୍ତମାନର ବାଂଲାଦେଶ ସରକାରଙ୍କ ସହ ପାରସ୍ପରିକ କୂଟନୈତିକ ସ୍ତରରେ ହିନ୍ଦୁମାନଙ୍କ ଜୀବନ ରକ୍ଷା କରିବା ଭାରତ ସରକାରଙ୍କୁ ଏକ ବିନମ୍ର ଅନୁରୋଧ।

ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଚଳଚଞ୍ଚଳ ତଥା ଅସ୍ଥାବର ସମ୍ପତ୍ତିର ଜୀବନ ଏବଂ ନିରାପତ୍ତା ନିଶ୍ଚିତ ହେବା ଉଚିତ। ବଙ୍ଗଳାର ସମସ୍ତ ଜ୍ଞାନୀ, ବୁଦ୍ଧିଜୀବୀମାନଙ୍କୁ ଏହି ଭୟଙ୍କର ଘଟଣାକୁ ସାମ୍ବିଧାନିକ ଢଙ୍ଗରେ ବିରୋଧ କରିବାକୁ ଏବଂ ଆବଶ୍ୟକ ପଦକ୍ଷେପ ନେବାକୁ ଭାରତ ସରକାରଙ୍କୁ ଅନୁରୋଧ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଦୁଇ ଦିନ ପୂର୍ବେ ବାଂଲାଦେଶର ଇସ୍କନ ମନ୍ଦିର ଉପରେ ହୋଇଥିବା ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ। ଏହାପୂର୍ବରୁ, ଅଜ୍ଞାତ ମୁସଲମାନ କଟ୍ଟରପନ୍ଥୀମାନେ ମନ୍ଦିର ଚଢାଉ କରି ନିନ୍ଦା କରି ହିଂସା କରିଥିଲେ। ଏହି ଘଟଣା ପରେ ସଂଖ୍ୟାଲଘୁ ଗୋଷ୍ଠୀ ସାରା ଦେଶରେ ଆମରଣ ଅନଶନ କରିବାକୁ ଘୋଷଣା କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିଜେପି ନେତାଙ୍କୁ ଆକ୍ରମଣ ଘଟଣା: ଆତ୍ମସମର୍ପଣ କଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ବର: ବିଜେପି ନେତାଙ୍କୁ ଆକ୍ରମଣ ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆତ୍ମସମର୍ପଣ କରିଛନ୍ତି। ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌର ଜଜ କୋର୍ଟରେ ବିଧାୟକ ଜଗଦ୍ଦେବ ହାଜର ହୋଇଛନ୍ତି। ଗତ ମାସ ୮ ତାରିଖରେ ବାଲୁଗାଁ ନଗର ବିଜେପି ସଭାପତିଙ୍କ ଆକ୍ରମଣ ଘଟଣାରେ ବିଧାୟକଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା। ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ତଳ କୋର୍ଟରେ ପ୍ରଶାନ୍ତ ହାଜର ହେବା ସହ ଜାମିନ ଆବେଦନ କରିଥିବା ସୂଚନା ରହିଛି। ଗତ ୫ ତାରିଖରେ ପ୍ରଶାନ୍ତଙ୍କ ଜାମିନ ଆବାଦନକୁ ଉଚ୍ଚ ନ୍ୟାୟାଳୟ ଅଗ୍ରାହ୍ୟ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପଙ୍କପାଳ ଟିକାକେନ୍ଦ୍ରରେ ସରପଞ୍ଚଙ୍କୁ ଆକ୍ରମଣ ଘଟଣା: ସମାଜସେବୀ ବୋଲାଉଥିବା ମହିଳାଙ୍କୁ ବିଭିନ୍ନ ମହଲରେ ନିନ୍ଦା

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଏକ ଟିକାକେନ୍ଦ୍ରରେ ସରପଞ୍ଚଙ୍କୁ ଆକ୍ରମଣ ଘଟଣା ଏବେ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣାରେ ବିଭିନ୍ନ ମହଲରୁ ନିନ୍ଦାର ସୁଅ ଛୁଟୁଥିବା ବେଳେ ସରପଞ୍ଚଙ୍କୁ ସମର୍ଥନ ମିଳୁଥିବା ସୂଚନା ମିଳିଛି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତରେ।

ଅଭିଯୋଗ ଅନୁଯାୟୀ ଉକ୍ତ ପଞ୍ଚାୟତର ପଙ୍କପାଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଶୃଙ୍ଖଳିତ ଭାବରେ ଲୋକମାନଙ୍କୁ ଟିକା ପ୍ରଦାନ କରାଯିବା ନିମନ୍ତେ ବ୍ଲକ ପକ୍ଷରୁ ସରପଞ୍ଚ ମିନାକ୍ଷୀ ଦାସଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ସରପଞ୍ଚଙ୍କ ସୁବନ୍ଦୋବସ୍ତ ମଧ୍ୟରେ ଟିକା ପ୍ରଦାନ କରାଯାଉଥିବା ବେଳେ ନିଜକୁ ସମାଜସେବୀ ବୋଲି କହୁଥିବା ସ୍ନେହମୟୀ ଆଚାର୍ଯ୍ୟ ନାମକ ମହିଳା ୨ଦିନ ହେବ ଟିକା କେନ୍ଦ୍ରରେ ପହଞ୍ଚି ବିଶୃଙ୍ଖଳା ସୃଷ୍ଟି କରୁଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି।

ଏଥିସହିତ ଶୁକ୍ରବାର ଦିନ ସକାଳୁ ଉକ୍ତ ମହିଳା ଜଣକ ଟିକା କେନ୍ଦ୍ରରେ ପହଞ୍ଚି କୌଣସି ସୂତ୍ରରୁ ଟିକା ନେବା ପାଇଁ ସଂଗ୍ରହ କରିଥିବା କିଛି ଟୁକନକୁ ନିଜ ପାଖରେ ରଖିଥିଲେ। ଲୋକମାନେ ଧାଡିରେ ଛିଡାହୋଇ ଟିକା ନେବା ପାଇଁ ଟୁକନ୍ ସଂଗ୍ରହ କରୁଥିବା ବେଳେ ଉକ୍ତ ମହିଳା ଜଣକ ଧାଡିରେ ଛିଡା ହୋଇଥିବା କିଛି ଲୋକଙ୍କୁ ବାହାର କରି ତାଙ୍କର କିଛି ନିଜ ଲୋକଙ୍କୁ ଧାଡିରେ ଛିଡା କରାଇ ନିଜେ ଟୁକନ୍ ବାଣ୍ଟି ତାଙ୍କୁ ଆଗୁଆ ଟିକା ନେବାରେ ସହଯୋଗ କରୁଥିଲେ।

ଧାଡ଼ିରେ ଛିଡା ହୋଇଥିବା ଲୋକେ ଏନେଇ ଅଭିଯୋଗ କରିବା ସହ ଏନେଇ ଉକ୍ତ ମହିଳାଙ୍କୁ ପଚାରିବାରୁ ସେ ଉତ୍ତ୍ୟକ୍ତ ହୋଇ ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ସରପଞ୍ଚଙ୍କୁ ଏକ ଚାପୁଡ଼ା ମାରିବା ସହ ଚୁଟିକୁ ଧରି ତଳେ ଫୋପାଡି ଦେଇଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି।

ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ଲୋକମାନେ ସ୍ୱାଭାବିକ ଭାବେ ଟିକା ନେଇଥିଲେ। ଏସମ୍ପର୍କରେ ପଙ୍କପାଳ ସରପଞ୍ଚ ମିନାକ୍ଷୀ ଦାସ ଉକ୍ତ ସ୍ନେହମୟୀ ଆଚାର୍ଯ୍ୟ ନାମକ ମହିଳାଙ୍କ ନାମରେ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଅପରପକ୍ଷରୁ ପାଲଟା ଅଭିଯୋଗ ହୋଇଥିବା ଜଣାପଡିଛି।

ଟିକାକେନ୍ଦ୍ରରେ ସର୍ବ ସମ୍ମୁଖରେ ସରପଞ୍ଚଙ୍କୁ ମାଡ ମାରିବା ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଉଛି। ଏନେଇ ପଙ୍କପାଳ ନାଗରିକ ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ଅରୁଣ କୁମାର ପାଣି, ପରିବର୍ତ୍ତନ ଯୋଦ୍ଧା ପକ୍ଷରୁ ପରଂବ୍ରହ୍ମ ରାଉତ, ପଙ୍କପାଳ ବଣିକ ସଂଘ ପକ୍ଷରୁ ଫକିର ଦାସ ପ୍ରମୁଖ ସରପଞ୍ଚଙ୍କୁ ମାଡ ଘଟଣାର ତୀବ୍ର ନିନ୍ଦା କରିବା ସହ ସମାଜସେବୀ ନାମରେ ଅସାମାଜିକ କାର୍ଯ୍ୟକୁ ବରଦାସ୍ତ କରାଗଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ବୋଲି ଜଣାପଡିଛି।

ଅନ୍ୟପକ୍ଷରେ କୁଜଙ୍ଗ ସରପଞ୍ଚ ସଂଘର ସଭାପତି ମିହିର ରଞ୍ଜନ ସାହୁ ଓ ସମ୍ପାଦକ ପ୍ରମୋଦ କୁମାର ସରପଞ୍ଚଙ୍କୁ ମାଡ ଘଟଣାର ତୀବ୍ର ନିନ୍ଦା କରିବା ସହ କୁଜଙ୍ଗ ଥାନା ଅଧିକାରୀ ଘଟଣାର ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିବା ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର

ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ଘଟଣା: ସିବିଆଇ ତଦନ୍ତ ନେଇ ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ମାମଲାର ସିବିଆଇ ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ତେବେ ଏହି ମାମଲା ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସଏ ବୋବଡେଙ୍କ ନେତୃତ୍ବରେ ଶୁଣାଣି କରାଯିବ।

ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ ୧୦ ତାରିଖ ଦିନ ମମତା ବାନାର୍ଜୀ ନନ୍ଦୀଗ୍ରାମରେ ଆହତ ହୋଇଥିଲେ। ଟିଏମସି ପକ୍ଷରୁ ବିଜେପି ଆକ୍ରମଣ କରିଥିବା ନେଇ ସେହି ସମୟରେ ଅଭିଯୋଗ ହୋଇଥିଲା। ତିନି ଜଣ ଆଇନଜୀବୀ ଏହି ମାମଲାର ସିବିଆଇ ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲେ। ଦେଶରେ ସ୍ଵତନ୍ତ୍ର, ନିରପକ୍ଷ ଏବଂ ପାରଦର୍ଶୀ ନିର୍ବାଚନ କରିବା ତଥା ଭବିଷ୍ୟତରେ ଏଭଳି ଘଟଣାର ଯାଞ୍ଚ ପାଇଁ ମାର୍ଗଦର୍ଶିକା ତିଆରି କରିବା ପାଇଁ ଏହି ଯାଚିକାରେ ସେମାନେ ଉଲ୍ଲେଖ କରିଛନ୍ତି। ଯାହା ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ମମତା ବାନାର୍ଜୀଙ୍କୁ ଆକ୍ରମଣ ଘଟଣା: ପ୍ରତ୍ୟକ୍ଷଦର୍ଶୀ ଦେଲେ ଏଭଳି ବୟାନ

କଲିକତା: ପଶ୍ଚିମବଙ୍ଗର ନନ୍ଦୀଗ୍ରାମରେ ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଥିଲେ। ମମତାଙ୍କ ଗୋଡରେ ଆଘାତ ଲାଗିଥିଲା, ଯାହାଦ୍ୱାରା ତାଙ୍କୁ ଚିକିତ୍ସା ପାଇଁ କଲିକତା ପଠାଯାଇଥିଲା। ସେଥିପାଇଁ ମମତାଙ୍କ ସବୁ କାର୍ଯ୍ୟକ୍ରମକୁ ସ୍ଥଗିତ କରାଯାଇଛି। କେତେଜଣ ଲୋକ ତାଙ୍କ ଉପରକୁ ଆକ୍ରମଣ କରିଥିଲେ ବୋଲି ଦିଦି ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଦିଦିଙ୍କୁ କିଛି ଲୋକ ଧକ୍କା ଦେଇଥିଲେ ଏବଂ ପୁଣି ବଳପୂର୍ବକ ତାଙ୍କ କାରର କବାଟ ବନ୍ଦ କରିବାକୁ ଚେଷ୍ଟା କରିଥିଲେ।

କିନ୍ତୁ ଘଟଣାସ୍ଥଳରେ ଥିବା କିଛି ଲୋକଙ୍କ କହିବା ଅନୁଯାୟୀ, ମମତାଙ୍କ କାର ସାମ୍ନାରେ ତାଙ୍କୁ ଦେଖିବା ପାଇଁ ଧୀରେ ଧୀରେ ଲୋକଙ୍କ ଭିଡ ବଢିବାରେ ଲାଗିଥିଲା। ଅଧିକ ଭିଡ ଯୋଗୁଁ ମମତା ବାନାର୍ଜୀଙ୍କ ଗୋଡ କାରର କବାଟରେ ଫସି ଯାଇଥିଲା। ଯାହାଫଳରେ ତାଙ୍କ ଗୋଡରେ ଆଘାତ ଲାଗିଥିଲା।

ତେବେ ଏହି ଘଟଣାରେ ନିର୍ବାଚନ କମିଶନର ପୋଲିସଠାରୁ ଉତ୍ତର ମାଗିଛନ୍ତି। ଏହାର ତଦନ୍ତ କରି ଆସନ୍ତାକାଲି ସନ୍ଧ୍ୟା ୫ ଟା ସୁଦ୍ଧା ରିପୋର୍ଟ ଦେବା ପାଇଁ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନିଶାଗ୍ରସ୍ତ ଅବସ୍ଥାରେ ଦୁଇ ସହକର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ଅଭିଯୁକ୍ତ ୱାର୍ଡ଼ର ନିଲମ୍ବିତ

ସମ୍ବଲପୁର: ସମ୍ବଲପୁର ସର୍କଲ୍ ଜେଲ୍ ରେ ଦୁଇ ସହକର୍ମୀଙ୍କୁ ୱାର୍ଡ଼ରଙ୍କ ଆକ୍ରମଣ ଘଟଣାରେ ଅଭିଯୁକ୍ତ ୱାର୍ଡ଼ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାରେ ଅଭିଯୁକ୍ତ ୱାର୍ଡ଼ର ଅଶୋକ ଥାର୍ଟିଙ୍କୁ ଆଜି କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ଜେଲ୍ ଅଧିକ୍ଷକ।

ଗତକାଲି ସେ ନିଶାଗ୍ରସ୍ତ ଅବସ୍ଥାରେ ଦୁଇ ସହକର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ବଚସା ପରେ ନିଶାସକ୍ତ ୱାର୍ଡ଼ର ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଜେଲ୍ କର୍ତୃପକ୍ଷଙ୍କ ପକ୍ଷରୁ ଏନେଇ ଧନୁପାଲି ଥାନାରେ ଲିଖିତ ଅଭିଯୋଗ ପରେ ୱାର୍ଡ଼ର ଅଶୋକଙ୍କୁ ପୋଲିସ ଅଟକ ରଖି ଘଟଣା ସମ୍ପର୍କରେ ପଚରା ଉଚୁରା ଜାରୀ ରଖିଛି।