ନିଶାଗ୍ରସ୍ତ ଅବସ୍ଥାରେ ଦୁଇ ସହକର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ଅଭିଯୁକ୍ତ ୱାର୍ଡ଼ର ନିଲମ୍ବିତ

Published: Feb 28, 2021, 9:08 pm IST

ସମ୍ବଲପୁର: ସମ୍ବଲପୁର ସର୍କଲ୍ ଜେଲ୍ ରେ ଦୁଇ ସହକର୍ମୀଙ୍କୁ ୱାର୍ଡ଼ରଙ୍କ ଆକ୍ରମଣ ଘଟଣାରେ ଅଭିଯୁକ୍ତ ୱାର୍ଡ଼ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାରେ ଅଭିଯୁକ୍ତ ୱାର୍ଡ଼ର ଅଶୋକ ଥାର୍ଟିଙ୍କୁ ଆଜି କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ଜେଲ୍ ଅଧିକ୍ଷକ।

ଗତକାଲି ସେ ନିଶାଗ୍ରସ୍ତ ଅବସ୍ଥାରେ ଦୁଇ ସହକର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ବଚସା ପରେ ନିଶାସକ୍ତ ୱାର୍ଡ଼ର ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଜେଲ୍ କର୍ତୃପକ୍ଷଙ୍କ ପକ୍ଷରୁ ଏନେଇ ଧନୁପାଲି ଥାନାରେ ଲିଖିତ ଅଭିଯୋଗ ପରେ ୱାର୍ଡ଼ର ଅଶୋକଙ୍କୁ ପୋଲିସ ଅଟକ ରଖି ଘଟଣା ସମ୍ପର୍କରେ ପଚରା ଉଚୁରା ଜାରୀ ରଖିଛି।

Related posts