Categories
ଆଜିର ଖବର ଧର୍ମ

ନିଜ ସନ୍ତାନମାନଙ୍କୁ କିପରି ପାଳନ କରିବେ ସେ ନେଇ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଅଦ୍ଭୁତ କଥା

ଭୁବନେଶ୍ବର: ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ ବହୁ ଅଦ୍ଭୁତ ତଥା ଆଶ୍ଚର୍ଯ୍ୟ ଏବଂ ଶିକ୍ଷଣୀୟ କଥା କହିଛନ୍ତି। ଶହଶହ ବର୍ଷ ପୂର୍ବେ ଲେଖାଯାଇଥିବା ଏହି ଚାଣକ୍ୟ ନୀତି ଆଜି ବି ବେଶ୍ ଉପକାରିତା ପରିଲକ୍ଷିତ ହୋଇଛି। ସେ ସାଧାରଣ ଜୀବନରେ ଘଟୁଥିବା ପ୍ରତିଟି ଘଟଣାର ଶିକ୍ଷଣୀୟ କଥାକୁ ଉଦ୍ଧାର କରି ଏହି ନୀତି ପ୍ରଣୟନ କରିଛନ୍ତି।

ସେହିପରି ବାପାମା ନିଜ ସନ୍ତାନକୁ କିପରି ପାଳନ କରିବେ ସେ ନେଇ ଅଦ୍ଭୁତ ଉପଦେଶ ଚାଣକ୍ୟ ଦେଇଛନ୍ତି। ଯାହା ପ୍ରତିଟି ପିତାମାତା ଜାଣିବା ଉଚିତ। ସେ କହିଛନ୍ତି ଯେ, ପିଲାଙ୍କୁ ଜନ୍ମରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସ୍ନେହ ପ୍ରଦାନ କରିବେ। ଏହାପରେ ଦଶ ବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ଶାସନ କରିବା ଉଚିତ।

ଷୋହଳ ବର୍ଷ ବୟସ ପରେ ତାହା ସହିତ ମିତ୍ରତା ବ୍ୟବହାର ପ୍ରଦାନ କରିବେ। ଏହାଦ୍ବାରା ଶିଶୁଟି ପିଲାଟି ଦିନରୁ ବାପାମାଙ୍କ ପ୍ରତି ସ୍ନେହ ଓ ଶ୍ରଦ୍ଧା ପରିଲକ୍ଷିତ ହେବ। ପିଲାଟି ବୟସ ହେବା ପରେ ତାହାକୁ ଯଦି ଶାସନ କରିବେ ତେବେ ସେ ତାହା ଗ୍ରହଣ କରିବ ନାହିଁ। ସେଥିପାଇଁ କେଉଁ ବୟସରେ ପିଲାମାନଙ୍କ ପ୍ରତି କଣ କରିବା ଉଚିତ ତାହା ସୁନ୍ଦର ଭାବ ଚାଣକ୍ୟ ବର୍ଣ୍ଣନା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଚାଣକ୍ୟ ନୀତି: ଆପଣଙ୍କ ଜୀବନରେ ଏହି ବ୍ୟକ୍ତିମାନଙ୍କୁ କେବେ ବି ବିଶ୍ବାସ କରନ୍ତୁ ନାହିଁ

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେଉଁ ଲୋକଙ୍କୁ କେବେ ବି ବିଶ୍ବାସ କରିବ ନାହିଁ ତାହାର ଉଲ୍ଲେଖ କରିଛନ୍ତି। ଚାଣକ୍ୟ ନୀତି ଅନୁସାରେ ଯେଉଁମାନେ ସାକ୍ଷାତରେ ସବୁବେଳେ ମିଠା କଥା କହନ୍ତି ସେମାନଙ୍କୁ ବର୍ଜନ କରନ୍ତୁ। କାରଣ ମିଠା କଥା କହି ଆପଣଙ୍କ ବିଶ୍ବାସକୁ ସେମାନେ ହରଣ କରନ୍ତି। ଆଉ ଠିକ୍ ସମୟରେ ପଛରୁ ଛୁରାଘାତ କରିଥାନ୍ତି। ଏହି ଶ୍ରେଣୀର ଲୋକେ ଆପଣଙ୍କୁ ବିଶ୍ବାସ ଜନ୍ମମାଇ ଆପଣଙ୍କର ଗୁପ୍ତ କଥା ହାତେଇ ନିଅନ୍ତି। ପରବର୍ତ୍ତି ସମୟରେ ଆପଣଙ୍କୁ ଘାଟାରେ ପକାନ୍ତି।

ସେଥିପାଇଁ ମିଷ୍ଟଭାଷୀ ଲୋକଙ୍କଠାରୁ ସବୁବେଳେ ଦୂରେଇ ରହନ୍ତୁ। କଦାପି ସେମାନଙ୍କୁ ବିଶ୍ବାସକୁ ନିଅନ୍ତୁ ନାହିଁ। ହଁ ଆପଣ ତାଙ୍କ ସହିତ ସଂପର୍କ ରଖିପାରନ୍ତି, ହେଲେ ଗଭୀର ସଂପର୍କ ରଖନ୍ତୁ ନାହିଁ। ଏମାନେ ହେଉଛନ୍ତି ପୂର୍ଣ ବିଷ ମାଠିଆ ଉପରେ ଥିବା କିଛି ଅମୃତ ସଦୃଶ୍ୟ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ ସଂସ୍କୃତି

ଯଦି ଆଚାର୍ଯ୍ୟ ଚାଣକ୍ୟଙ୍କ ପାଞ୍ଚୋଟି ନୀତିଙ୍କୁ ମାନିବେ, ତେବେ ହୋଇପାରିବେ ଧନବାନ

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟଙ୍କୁ ଜଣେ ମହାନ ଅର୍ଥନୀତିଜ୍ଞ ତଥା ମହାନ ଶିକ୍ଷାବିତ୍ ଭାବରେ ବିବେଚନା କରାଯାଏ। ଚାଣକ୍ୟ ନୀତି ଶାସ୍ତ୍ରୀରେ ଟଙ୍କା ଏବଂ ସଫଳତା ସହ ଜଡିତ ଅନେକ ନୀତି ଉଲ୍ଲେଖ କରଛନ୍ତି, ଯାହାକୁ ଲୋକମାନେ ଅନୁସରଣ କରନ୍ତି। କୁହାଯାଏ ଯେ ଚାଣକ୍ୟଙ୍କ ନୀତି ଗ୍ରହଣ କରିବା କଷ୍ଟକର କିନ୍ତୁ ତାଙ୍କୁ ସଫଳ ହେବାକୁ କେହି ଅଟକାଇ ପାରିବେ ନାହିଁ। ଟଙ୍କା ଏବଂ ସଫଳତା ସହିତ ଜଡିତ ଚାଣକ୍ୟ ନୀତି ଜାଣନ୍ତୁ ଏହି ପାଞ୍ଚୋଟି ନୀତି

୧- ଆହ୍ବାନ ପାଇଁ ପ୍ରସ୍ତୁତ ରୁହନ୍ତୁ- ଚାଣକ୍ୟ ନୀତି ଅନୁଯାୟୀ, ଯଦି ଆପଣ ଜୀବନରେ ସଫଳ ହେବାକୁ ଚାହାଁନ୍ତି, ତେବେ ଆପଣଙ୍କର ଲକ୍ଷ୍ୟ ସ୍ଥିର କରନ୍ତୁ। ଏହା ଦ୍ବାରା ଆପଣ ଜାଣିପାରିବେ କେଉଁ ଦିଗରେ ଶକ୍ତି ଖର୍ଚ୍ଚ କରିବାକୁ ପଡିବ। ଏହା ସମୟ ନଷ୍ଟ କରେ ନାହିଁ। ସଫଳତା ଏବଂ ଧନ ପାଇବାକୁ ଇଚ୍ଛା କରୁଥିବା ବ୍ୟକ୍ତି ଲକ୍ଷ୍ୟ ହାସଲ କରିବା ରାସ୍ତାରେ ଥିବା ଚ୍ୟାଲେଞ୍ଜଗୁଡ଼ିକ ପାଇଁ ସର୍ବଦା ପ୍ରସ୍ତୁତ ରହିବା ଉଚିତ୍।

୨- ଅନ୍ୟାୟର ପଥ ଗ୍ରହଣ କରନ୍ତୁ ନାହିଁ– ଚାଣକ୍ୟ କହିଛନ୍ତି ଯେ ଜୀବନରେ ଟଙ୍କା ଏବଂ ସଫଳତା ପାଇବା ପାଇଁ, ଅଧର୍ମର ରାସ୍ତା ବାଛନ୍ତୁ ନାହିଁ। ଭୁଲ୍ ରାସ୍ତାରେ, ବ୍ୟକ୍ତିଙ୍କୁ କ୍ଷତିର ସମ୍ମୁଖୀନ ହେବାକୁ ପଡିବ। ଧନ ପାଇବା ପାଇଁ ଜଣେ କେବେବି ଶତ୍ରୁ ସହିତ ହାତ ମିଳାଇବା ଉଚିତ୍ ନୁହେଁ।

୩- ଅର୍ଥର ସଠିକ୍ ବ୍ୟବହାର- ଚାଣକ୍ୟ ନୀତି ଅନୁଯାୟୀ, କେବଳ ଟଙ୍କା ରୋଜଗାର କରିବା ଆବଶ୍ୟକ ନୁହେଁ ବରଂ ଏହାକୁ ସଠିକ୍ ଭାବରେ ବ୍ୟବହାର କରିବା ମଧ୍ୟ ଆବଶ୍ୟକତା। ଯଦି ଟଙ୍କା ସଠିକ୍ ଭାବରେ ବ୍ୟବହୃତ ହୁଏ ନାହିଁ ତେବେ ଏହା ଜଳ ପରି ପ୍ରବାହିତ ହୋଇଯିବ। ତେଣୁ ଟଙ୍କା ସର୍ବଦା ସଠିକ୍ ଭାବରେ ବ୍ୟବହାର କରାଯିବା ଉଚିତ୍।

୪- ଖର୍ଚ୍ଚ ଉପରେ ନିୟନ୍ତ୍ରଣ- ଯଦି ଆପଣ ଆପଣଙ୍କର ଖର୍ଚ୍ଚକୁ ନିୟନ୍ତ୍ରଣ କରିବେ ନାହଁ, ତେବେ ଅଧିକ ଟଙ୍କା ରୋଜଗାର କରି ମଧ୍ୟ ଧନୀ ହୋଇପାରିବ ନାହିଁ। ଚାଣକ୍ୟ କହିଛନ୍ତି ଯେ ଏକ ପାତ୍ରରେ ଦୀର୍ଘ ସମୟ ଧରି ଜଳ ସଂରକ୍ଷଣ କଲେ ଏହା ନଷ୍ଟ ହୋଇଯାଏ। ସେହିଭଳି, ବ୍ୟୟ ଉପରେ ନିୟନ୍ତ୍ରଣ ଅଭାବରୁ ଜଣେ ବ୍ୟକ୍ତି ନଷ୍ଟ ହୁଏ।

୫- ଅତ୍ୟଧିକ ଦାନ– ଶାସ୍ତ୍ରରେ, ଦାନ ଶୁଭ ବୋଲି ବିବେଚନା କରାଯାଏ। କିନ୍ତୁ ନିଜ ବିଷୟରେ ଚିନ୍ତା ନକରି ଦାନ କରିବା କଷ୍ଟଦାୟକ। ଚାଣକ୍ୟ କହିଛନ୍ତି ଯେ ଆପଣ ଯାହା ରୋଜଗାର କରୁଛନ୍ତି ତାହା ଅନୁଯାୟୀ ସଞ୍ଚୟ କରନ୍ତୁ ଏବଂ ଅନୁପାତରେ ଲୋକଙ୍କୁ ସାହାଯ୍ୟ କରନ୍ତୁ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସଂସ୍କୃତି

ଆଚାର୍ଯ୍ୟ ଚାଣକ୍ୟ ଏ ସମାଜରେ ପାଞ୍ଚ ଜଣଙ୍କୁ ପିତା ପଦବାଚ୍ୟ ବୋଲି କହିଛନ୍ତି, ଜାଣନ୍ତୁ ସେମାନେ କିଏ

ଚାଣକ୍ୟ ନୀତି: ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ପାଞ୍ଚ ଜଣଙ୍କୁ ପିତା ବୋଲି କୁହାଯିବ ବୋଲି ଉଲ୍ଲେଖ କରିଛନ୍ତି। ଏହି ପାଞ୍ଚ ଜଣ ହେଲେ ୧- ଜନ୍ମଦାତା ପିତା, ୨-ପୁରୋହିତ, ୩- ବିଦ୍ୟାଦାତା, ୪- ଅନ୍ନଦାତା, ୫- ରକ୍ଷାକର୍ତ୍ତା।

ଜନ୍ମଦାତା ସବୁବେଳେ ପିତା ଭାବେ କୁହାଯାଇଥାଏ। ସେ ବସ୍ତ୍ର ଏବଂ ବାସ ସ୍ଥାନର ବନ୍ଦୋବସ୍ତ କରନ୍ତି। ସେହିପରି ଯେ ପୂଜାଦି କାର୍ଯ୍ୟ କରିଥାନ୍ତି ସେ ମଧ୍ୟ ପିତା ପଦବାଚ୍ୟ। ଏଥିସହିତ ବିଦ୍ୟାଦାତା ଏବଂ ଅନ୍ନଦାତା ମଧ୍ୟ ପିତା ପଦବାଚ୍ୟ ବୋଲି ଚାଣକ୍ୟ ଉଲ୍ଲେଖ କରିଛନ୍ତି।

Categories
ଆଜିର ଖବର ଜୀବନ ଶୈଳୀ ଧର୍ମ

ଚାଣକ୍ୟ ନୀତି: ସୁଖ ଭୋଗ କରିବାକୁ ହେଲେ ପାଞ୍ଚୋଟି ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମଣିଷ କିପରି ସୁଖରେ ରହିବ  ସେଥିପାଇଁ ସେ ପାଞ୍ଚୋଟି ଉପାୟ ଉଲ୍ଲେଖ କରିଛନ୍ତି। ଏଥିରେ ସାବଧାନ ରହିବା ସହିତ ଶିଷ୍ଟାଚାର ମଧ୍ୟ ଜଡିତ ରହିଛି। ଜାଣନ୍ତୁ ସେହି ପାଞ୍ଚୋଟି ଜିନିଷ କଣ

୧- ଜମି, ଘର, ଅସ୍ଥାବର ସଂପତ୍ତି କାରବାର ବେଳେ ସାବଧାନ ରହିବେ। ଲାଜ ନ କରି ଖୋଲାଖୋଲି ଭାବେ ଆଇନି ମୁତିବିକ କାମ କରନ୍ତୁ। ନଚେତ ପଛରେ ସାରା ଜୀବନ ପସ୍ତାଇବେ।

୨- ଟଙ୍କା କାରବାର କରିବା ବେଳେ ତାହା ଭଲ ଭାବରେ ଗଣତି କରି ନିଅନ୍ତୁ। ଲାଜରେ କିମ୍ବା ସମ୍ମାନ ଦେଖେଇ ହେବା ପାଇଁ ପକେଟରେ ଭର୍ତ୍ତି କରି ପଳାନ୍ତୁ ନାହିଁ। ପରେ ଭୁଲ ରହିଲେ ବନ୍ଧୁତା ମଧ୍ୟରେ ବିଭେଦ ସୃଷ୍ଟି ହେବା ନିଶ୍ଚିତ।

୩- ବିଦ୍ୟା ଅଧ୍ୟୟନ ସମୟରେ କୌଣସି ବିଷୟ ବୁଝି ନ ପାରିଲେ ତାହାକୁ ବାରମ୍ବାର ପଚାରି ବୁଝନ୍ତୁ। ଲାଜରେ ନ ପଚାରିଲେ ତାହା କାଳକାଳ ପାଇଁ ଅବୁଝା ରହିଯିବ।

୪- ଆହାର ସମୟରେ ଲାଜ ନ କରି ଖାଇବା ପାଇଁ ଇଚ୍ଛା ଥିଲେ ମାଗି ଖାଆନ୍ତୁ। ଖାଇବା ସମୟରେ ନିଜ ଋଚି ଅନୁସାରେ ଖାଦ୍ୟ ମାଗନ୍ତୁ। ଖାଇବାରେ ନିଶ୍ଚିତ ସୁଖ ମିଳିବ।

୫- ଲାଜ ନ କରି ସମାଜର ରୀତିନୀତି ଠିକ୍ ଭାବେ ପାଳନ କରନ୍ତୁ। ଅନେକ ଲାଜରେ ଗୁରୁଜନମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ କିମ୍ବା ନମସ୍କାର କରନ୍ତି ନାହିଁ। ଏପରି କଲେ ସମାଜରେ ଆପଣ ନିନ୍ଦିତ ହେବେ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

ବିପଦ ସମୟରେ ନିଜକୁ ରକ୍ଷା କରିବା ପାଇଁ କଣ କରିବା ଉଚିତ୍: ଜାଣନ୍ତୁ ଚାଣକ୍ୟ ନୀତି

ଚାଣକ୍ୟ ନୀତି: ଜଣେ ଯେତେବେଳେ କୌଣସି ବିପଦରେ ପଡେ ତେବେ ସେ ସେତେବେଳେ କଣ କରିବା ଉଚିତ। ଏପରିକି ବିପଦରୁ ରକ୍ଷା କରିବା ପାଇଁ କେଉଁ ପଦକ୍ଷେପ ନେବା ଉଚିତ। ଏ ନେଇ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେତେକ ନିର୍ଦ୍ଧିଷ୍ଠ କଥା କହିଛନ୍ତି। ତାହା ହେଲା ବିପଦରୁ ରକ୍ଷା ପାଇବା ପାଇଁ ସମସ୍ତେ ଧନ ସଞ୍ଚୟ କରି ରଖିବା ଉଚିତ।

କୌଣସି ବିପଦ ଆସିଲେ ଆପଣ ରଖିଥିବା ଧନରେ ନିଜକୁ ଏବଂ ନିଜ ସ୍ତ୍ରୀ ପରିବାରଙ୍କୁ ରକ୍ଷା କରିପାରିବେ। ପତ୍ନୀ ଏବଂ ପରିବାର ସଦସ୍ୟଙ୍କୁ ବିପଦରୁ ରକ୍ଷା କରିବା ଜଣେ ବ୍ୟକ୍ତିଙ୍କର କର୍ତ୍ତବ୍ୟ। ସେଥିପାଇଁ ବିଜ୍ଞ ଲୋକମାନେ ଆଗରୁ କିଛି ଧନ ସଂଚୟ କରି ରଖିଥାନ୍ତି। ହେଲେ ଚାଣକ୍ୟ ଏହା ମଧ୍ୟ କହିଛନ୍ତି ଯେ, ଯଦି ଆବଶ୍ୟକ ପଡେ ତେବେ ନିଜକୁ ରକ୍ଷା କରିବା ପାଇଁ ପ୍ରଥମେ ସଂପତିକୁ ତ୍ୟାଗ କରିବା ଉଚିତ। ଯଦି ପରିସ୍ଥିତି ଜଟିଳ ହୁଏ ତେବେ ପତ୍ନୀଙ୍କୁ ମଧ୍ୟ ତ୍ୟାଗ କରିବାକୁ ପଛାଇବେ ନାହିଁ। ଯଦି କୌଣସି ରୋଜଗାର ପାଇଁ ଘରର ସଂପତି ଏବଂ ପତ୍ନୀଙ୍କଠାରୁ ଦୂରେଇ ରହିବାର ଆବଶ୍ୟକ ଥାଏ ତେବେ ତାହା କରିପାରନ୍ତି।

ଅନେକ ଧନ ଏବଂ ପତ୍ନୀ ମୋହରେ ପଡି କିଛି କରନ୍ତି ନାହିଁ। ହେଲେ ସେମାନେ ଭବିଷ୍ୟତରେ ନିଜକୁ ଜଣେ ଭଲ ମଣିଷ ଭାବେ ଗଢି ତୋଳି ପାରନ୍ତି ନାହିଁ। ଚାଣକ୍ୟ ଆହୁରି ମଧ୍ୟ କହିଛନ୍ତି ଧନ ସଂଞ୍ଚୟ ମଧ୍ୟ ଏକ କାଠିକର ବ୍ୟାପାର। କାରଣ ଲକ୍ଷ୍ମୀ ଚଳଚଞ୍ଚଳା। ତାହା ଯେମିତି ଆସେ ସେମିତ ଚାଲିଯାଏ। ସେଥିପାଇଁ ବୁଦ୍ଧିମାନ ଲୋକ ଧନକୁ ଠିକ ଭାବେ ସଞ୍ଚୟ କରି ରଖି ପାରିଥାଏ। ହେଲେ ସମସ୍ତେ ତାହା କରିପାରନ୍ତି ନାହିଁ।

Categories
ଆଜିର ଖବର ଜୀବନ ଶୈଳୀ

କେବେ ବି ଏଭଳି ବ୍ୟକ୍ତିମାନଙ୍କୁ କରନ୍ତୁ ନାହିଁ ବିଶ୍ବାସ, ଜୀବନରେ ପସ୍ତାଇବେ

ନୂଆଦିଲ୍ଲୀ: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେଉଁ ଲୋକଙ୍କୁ କେବେ ବି ବିଶ୍ବାସ କରିବ ନାହିଁ ତାହାର ଉଲ୍ଲେଖ କରିଛନ୍ତି। ଚାଣକ୍ୟ ନୀତି ଅନୁସାରେ ଯେଉଁମାନେ ସାକ୍ଷାତରେ ସବୁବେଳେ ମିଠା କଥା କହନ୍ତି ସେମାନଙ୍କୁ ବର୍ଜନ କରନ୍ତୁ। କାରଣ ମିଠା କଥା କହି ଆପଣଙ୍କ ବିଶ୍ବାସକୁ ସେମାନେ ହରଣ କରନ୍ତି। ଆଉ ଠିକ୍ ସମୟରେ ପଛରୁ ଛୁରାଘାତ କରିଥାନ୍ତି। ଏହି ଶ୍ରେଣୀର ଲୋକେ ଆପଣଙ୍କୁ ବିଶ୍ବାସ ଜନ୍ମମାଇ ଆପଣଙ୍କର ଗୁପ୍ତ କଥା ହାତେଇ ନିଅନ୍ତି। ପରବର୍ତ୍ତି ସମୟରେ ଆପଣଙ୍କୁ ଘାଟାରେ ପକାନ୍ତି।

ସେଥିପାଇଁ ମିଷ୍ଟଭାଷୀ ଲୋକଙ୍କଠାରୁ ସବୁବେଳେ ଦୂରେଇ ରହନ୍ତୁ। କଦାପି ସେମାନଙ୍କୁ ବିଶ୍ବାସକୁ ନିଅନ୍ତୁ ନାହିଁ। ହଁ ଆପଣ ତାଙ୍କ ସହିତ ସଂପର୍କ ରଖିପାରନ୍ତି, ହେଲେ ଗଭୀର ସଂପର୍କ ରଖନ୍ତୁ ନାହିଁ। ଏମାନେ ହେଉଛନ୍ତି ପୂର୍ଣ ବିଷ ମାଠିଆ ଉପରେ ଥିବା କିଛି ଅମୃତ ସଦୃଶ୍ୟ।

Categories
ଆଜିର ଖବର ଜୀବନ ଶୈଳୀ

ଚାଣକ୍ୟ ନୀତି: ଜୀବନରେ କେବେ ବିପଦରେ ନ ପଡିବା ପାଇଁ ମାନନ୍ତୁ ଏହି ପାଞ୍ଚୋଟି ଉପାୟ

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମଣିଷ କିପରି ସୁଖରେ ରହିବ  ସେଥିପାଇଁ ସେ ପାଞ୍ଚୋଟି ଉପାୟ ଉଲ୍ଲେଖ କରିଛନ୍ତି। ଏଥିରେ ସାବଧାନ ରହିବା ସହିତ ଶିଷ୍ଟାଚାର ମଧ୍ୟ ଜଡିତ ରହିଛି। ଜାଣନ୍ତୁ ସେହି ପାଞ୍ଚୋଟି ଜିନିଷ କଣ

୧- ଜମି, ଘର, ଅସ୍ଥାବର ସଂପତ୍ତି କାରବାର ବେଳେ ସାବଧାନ ରହିବେ। ଲାଜ ନ କରି ଖୋଲାଖୋଲି ଭାବେ ଆଇନି ମୁତିବିକ କାମ କରନ୍ତୁ। ନଚେତ ପଛରେ ସାରା ଜୀବନ ପସ୍ତାଇବେ।

୨- ଟଙ୍କା କାରବାର କରିବା ବେଳେ ତାହା ଭଲ ଭାବରେ ଗଣତି କରି ନିଅନ୍ତୁ। ଲାଜରେ କିମ୍ବା ସମ୍ମାନ ଦେଖେଇ ହେବା ପାଇଁ ପକେଟରେ ଭର୍ତ୍ତି କରି ପଳାନ୍ତୁ ନାହିଁ। ପରେ ଭୁଲ ରହିଲେ ବନ୍ଧୁତା ମଧ୍ୟରେ ବିଭେଦ ସୃଷ୍ଟି ହେବା ନିଶ୍ଚିତ।

୩- ବିଦ୍ୟା ଅଧ୍ୟୟନ ସମୟରେ କୌଣସି ବିଷୟ ବୁଝି ନ ପାରିଲେ ତାହାକୁ ବାରମ୍ବାର ପଚାରି ବୁଝନ୍ତୁ। ଲାଜରେ ନ ପଚାରିଲେ ତାହା କାଳକାଳ ପାଇଁ ଅବୁଝା ରହିଯିବ।

୪- ଆହାର ସମୟରେ ଲାଜ ନ କରି ଖାଇବା ପାଇଁ ଇଚ୍ଛା ଥିଲେ ମାଗି ଖାଆନ୍ତୁ। ଖାଇବା ସମୟରେ ନିଜ ଋଚି ଅନୁସାରେ ଖାଦ୍ୟ ମାଗନ୍ତୁ। ଖାଇବାରେ ନିଶ୍ଚିତ ସୁଖ ମିଳିବ।

୫- ଲାଜ ନ କରି ସମାଜର ରୀତିନୀତି ଠିକ୍ ଭାବେ ପାଳନ କରନ୍ତୁ। ଅନେକ ଲାଜରେ ଗୁରୁଜନମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ କିମ୍ବା ନମସ୍କାର କରନ୍ତି ନାହିଁ। ଏପରି କଲେ ସମାଜରେ ଆପଣ ନିନ୍ଦିତ ହେବେ।

Categories
ଆଜିର ଖବର ଜୀବନ ଶୈଳୀ

କେଉଁ ସ୍ଥାନରେ ଆପଣଙ୍କର କିଏ ମିତ୍ର ହେବ, ସେ ସଂପର୍କରେ କହିଛନ୍ତି ଆଚାର୍ଯ୍ୟ ଚାଣକ୍ୟ

ଚାଣକ୍ୟନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ କେଉଁ ସମୟରେ କିଏ ମିତ୍ର ବା ସାଥୀ ହେବ ତାହାର ବର୍ଣ୍ଣନା କରିଛନ୍ତି। ଏ ନେଇ ଚାଣକ୍ୟ କହିଛନ୍ତି ଯେ ପ୍ରବାସରେ ବିଦ୍ୟା ହେବ ଆପଣଙ୍କର ସାଥୀ। ଅର୍ଥାତ ବିଦେଶକୁ ଗଲେ ସେଠାରେ ଆପଣଙ୍କର ପରିଚୟ ବିଦ୍ୟା ହିଁ ହେବ। ତା ମାଧ୍ୟମରେ ଆପଣ ସେଠାରେ କିଛି କରିପାରିବେ।

ସେହିପରି ଘରେ ଆପଣଙ୍କର ସାଥୀ ହେଲେ ଧର୍ମପତ୍ନୀ। କାରଣ ପତ୍ନୀଙ୍କ ସହିତ ଆପଣ ନିଃସଙ୍କୋଚରେ କିଛି ଆଲୋଚନା କରିପାରିବେ। ରୋଗ ହେଲେ ଆପଣଙ୍କର ସାଥୀ ହେବ ଔଷଧ। କାରଣ ତା ବିନା ଆପଣଙ୍କର ରୋଗ ଭଲ ହେବାର ସମ୍ଭାବନା ନାହିଁ।

ତେବେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ମୃତ୍ୟୁ ବେଳେ ଆପଣଙ୍କର ସାଥୀ ହେବ କେବଳ ଆପଣଙ୍କର ଧର୍ମକର୍ମ। ଆପଣ ଜୀବନ କାଳ ମଧ୍ୟରେ କେତେ ଧର୍ମ କରିଛନ୍ତି କେତେ ଭଲ କର୍ମ କରିଛନ୍ତି ତାହା ହିଁ ଆପଣଙ୍କର ମୃତ୍ୟୁ ପରେ ରହିବ। ସେଥିପାଇଁ ଜୀବନ କାଳ ମଧ୍ୟରେ ଧର୍ମକର୍ମ କରିବାର ଆବଶ୍ୟକତା ରହିଛି ବୋଲି ଆଚାର୍ଯ୍ୟ ଚାଣକ୍ୟ ଉପଦେଶ ଦେଇଛନ୍ତି।

Categories
ଆଜିର ଖବର ଧର୍ମ

ଆଚାର୍ଯ୍ୟ ଚାଣକ୍ୟ କହିଲେ, ବିଷଧର ସାପଠାରୁ ଆହୁରି ଭୟଙ୍କର ହେଉଛନ୍ତି ଦୁଷ୍ଟ ଲୋକ

ଭୁବନେଶ୍ବର: ଦୁଷ୍ଟ ଲୋକଙ୍କୁ ସବୁବେଳ ସାବଧାନ ରହିବ ବୋଲି ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ବିଷଧର ସାପଠାରୁ ଏହି ଦୁଷ୍ଟ ଲୋକ ବା ଦୁର୍ଜନ ଆହୁରି ଭୟଙ୍କର। କାରଣ ସାପ ଥରେ ଦଂଶନ କଲେ ଲୋକଟି ମରିଯାଏ। ହେଲେ ଦୁଷ୍ଟ ଲୋକ ଆପଣଙ୍କୁ ମାରିବ ନାହିଁ, ହେଲେ ବଞ୍ଚେଇ ବଞ୍ଚେଇ ମାରିବ ବୋଲି ଚାଣକ୍ୟ କହିଛନ୍ତି।

ଆପଣ ସାପକୁ ଦେଖିଲେ ଜାଣିପାରିବେ ଯେ, ଏହା ବିଷଧର। ହେଲେ ଦୁଷ୍ଟ ବା ଦୁର୍ଜନଙ୍କୁ ଆପଣ ସହଜରେ ଚିହ୍ନିପାରିବେ ନାହିଁ। ସେହିପରି ସର୍ପଘାତରୁ ହୁଏତ ଆପଣ ଔଷଧ ବ୍ୟବହାର କରି ରକ୍ଷା ପାଇପାରିବେ। ହେଲେ ଦୁର୍ଜନ ଲୋକଙ୍କ ଦଂଶନର କୌଣସି ଔଷଧ ନାହିଁ।

ଦୁର୍ଜନ ଆପଣଙ୍କୁ ପ୍ରତି ମୂହୁର୍ତ୍ତରେ ବିପଦରେ ପକାଇବାକୁ ଚେଷ୍ଠା କରିବ। ଆପଣଙ୍କର ମାନ ସମ୍ମାନ ସର୍ବ ସମ୍ମୁଖରେ ନଷ୍ଟ କରିଦେବ। ଆପଣଙ୍କୁ ସେ ଏପରି ଅବସ୍ଥା କରିବ ଯେ, ଆପଣ ଭାବିବେ ବଞ୍ଚି ମରିବା ସହିତ ସମାନ। ସେଥିପାଇଁ ଚାଣକ୍ୟ କହିଛନ୍ତି ଦୁର୍ଜନ ହେଉଛନ୍ତି ବିଷଧର ସାପଠାରୁ ଭୟଙ୍କର।

Categories
ଆଜିର ଖବର ଜୀବନ ଶୈଳୀ

ଚାଣକ୍ୟ ନୀତି: ଚାକର, ବନ୍ଧୁ, ମିତ୍ର ଏବଂ ଧର୍ମପତ୍ନୀଙ୍କୁ ଚିହ୍ନିବାର ଉପାୟ କଣ ଜାଣନ୍ତୁ

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ମଣିଷକୁ ଚିହ୍ନିବା ପାଇଁ ବିଭିନ୍ନ ଉପାୟମାନ ତାଙ୍କ ରଚିତ ଚାଣକ୍ୟ ନୀତିରେ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି। ସେଥିରେ ରହିଛି ଆପଣଙ୍କ ସହିତ ଯେଉଁମାନେ ସବୁବେଳେ ପାଖେ ପାଖେ ରୁହନ୍ତି, ସେମାନଙ୍କୁ କିପରି ଚିହ୍ନିବେ। ସେମାନଙ୍କ ମଧ୍ୟରେ ଅଛନ୍ତି ଚାକର, ବନ୍ଧୁ, ମିତ୍ର ଏବଂ ଧର୍ମପତ୍ନୀ।  ଆଚାର୍ଯ୍ୟ ଚାଣକ୍ୟଙ୍କ ହିସାବରେ ଆପଣଙ୍କ ଚାକର କେତେ ବିଶ୍ବସ୍ଥ ତାହା ଜାଣିବା ପାଇଁ ତାଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ କରି ନିରକ୍ଷଣ କରନ୍ତୁ। ଦେଖିବେ ସେ ଯଦି ଠିକ ଭାବେ ମନ ଲଗାଇ କାମ କରେ ତେବେ ଜାଣିବେ ଯେ, ସେ ଜଣେ ସଚ୍ଚୋଟ ବ୍ୟକ୍ତି।

ସେହିପରି ଆପଣଙ୍କର ସଂପର୍କୀୟ କିମ୍ବା ବନ୍ଧୁବାନ୍ଧବଙ୍କୁ ଚିହ୍ନିବା ପାଇଁ ଉପାୟ ମଧ୍ୟ ଚାଣକ୍ୟ କହିଛନ୍ତି। ତାହା ହେଲା ଯଦି ଦୁଃଖ ସମୟରେ ଆପଣଙ୍କର ସଂପର୍କୀୟମାନେ ପାଖରେ ନ ରୁହନ୍ତି ତେବେ ସେମାନେ ଠିକ୍ ନୁହଁନ୍ତି ବୋଲି ଧରିବାକୁ ପଡିବ। ଆପଣଙ୍କର ମିତ୍ରକୁ ମଧ୍ୟ ଯଦି ବିପଦ ସମୟରେ ନ ଦେଖନ୍ତି ବା ସାହାର୍ଯ୍ୟ ନ କରନ୍ତି ତେବେ ସେ ପ୍ରକୃତ ମିତ୍ର ବୋଲି କୁହାଯିବ ନାହିଁ।

ନିଜର ଧର୍ମପତ୍ନୀଙ୍କୁ ମଧ୍ୟ ଚିହ୍ନିବାର ଉପାୟ ସଂପର୍କରେ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଉଲ୍ଲେଖ କରିଛନ୍ତି। ତାଙ୍କ ହିସାବରେ ଯେତେବେଳେ ଆପଣଙ୍କ ପାଖରୁ ଧନ ଶେଷ ହୋଇଯାଏ କିମ୍ବା କର୍ମ ଚାଲିଯାଏ ସେତେବେଳେ ସ୍ତ୍ରୀ କଣ ଜଣାପଡେ। ଏହି ସମୟରେ ଯଦି ସ୍ତ୍ରୀ ଆପଣଙ୍କର ପାଖରେ ରୁହନ୍ତି ନାହିଁ, ମନୋବଳକୁ ଦୃଢ ନ କରି ଚିଡିଚିଡା ପ୍ରକୃତିର ହୁଅନ୍ତି ତେବେ ଜାଣିବେ ସେ ଠିକ୍ ନୁହଁନ୍ତି। ଯଦି ସ୍ବାମୀଙ୍କର ଦୁଃଖ ସୁଖରେ ସ୍ତ୍ରୀ ସାଥ୍ ଦେଲା ତେବେ ସେ ହିଁ ପ୍ରକୃତରେ ଧର୍ମପତ୍ନୀ ପାଇଁ ଯୋଗ୍ୟା।

Categories
ଆଜିର ଖବର ଜୀବନ ଶୈଳୀ

ଚାଣକ୍ୟ ନୀତି: ଏହି ଜିନିଷଗୁଡିକ କାହାକୁ କହିବା ଉଚିତ୍ ନୁହେଁ, ଲୁଚାଇବା ଭଲ

ଚାଣକ୍ୟ ନୀତି: ଚାଣକ୍ୟ ନୀତିର ଚତୁର୍ଦ୍ଦଶ ଅଧ୍ୟାୟର ୧୭ ତମ ପଦରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଜଣେ ଜ୍ଞାନୀ ବ୍ୟକ୍ତି କାହାକୁ କଣ କହିବା ଉଚିତ୍ ନୁହେଁ। ଯଦି ଆପଣ ସେହି ଜିନିଷଗୁଡ଼ିକୁ ଅନ୍ୟମାନଙ୍କ ସହିତ ଅଂଶୀଦାର କରିବେ, ତେବେ ଆପଣଙ୍କୁ ଅପମାନର ସାମ୍ନା କରିବାକୁ ପଡିପାରେ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଜୀବନକୁ ସରଳ ଏବଂ ସଫଳ କରିବା ସହ ଜଡିତ ଅନେକ ବିଷୟ ଉଲ୍ଲେଖ କରିଛନ୍ତି, ଯେପରିକି ଚାଣକ୍ୟ ନୀତି।

୧- ଔଷଧ କିମ୍ବା ଔଷଧ ବିଷୟରେ: ଚାଣକ୍ୟ ନୀତି ଅନୁଯାୟୀ, ସେମାନଙ୍କର ଔଷଧ ବିଷୟରେ କାହାକୁ କହିବା ଉଚିତ୍ ନୁହେଁ। ଆପଣ କେଉଁ ଅସୁସ୍ଥତା ଏବଂ କେଉଁ ଔଷଧ ସେବନ କରୁଛନ୍ତି ତାହା କେହି କହିବା ଉଚିତ୍ ନୁହେଁ।ଆପଣଙ୍କର ଔଷଧ ବିଷୟରେ ଅନ୍ୟମାନଙ୍କୁ କହିବା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ।

୨- ଘରର ତ୍ରୁଟି: ଚାଣକ୍ୟଙ୍କ ଅନୁଯାୟୀ, ଆପଣଙ୍କ ଘରର ରହସ୍ୟ ବା ମତଭେଦ ବା ତ୍ରୁଟିକୁ କାହା ଆଗରେ ପ୍ରକାଶ କରାଯିବା ଉଚିତ୍ ନୁହେଁ। ଆପଣ ଯେତେ ବିରକ୍ତ ହୁଅନ୍ତୁ ନା କାହିଁକି, ଆପଣ ନିଜ ଘରର ତ୍ରୁଟି କାହାକୁ କେବେ ବି ପ୍ରକାଶ କରିବା ଉଚିତ୍ ନୁହେଁ। ଶତ୍ରୁମାନେ ଅନ୍ୟର ଘରର ତ୍ରୁଟି ବିଷୟରେ ଜାଣିଲେ ଏହାର ଫାଇଦା ଉଠାଇ ପାରିନ୍ତି।

୩- ପରିବାରର ଖରାପ ଚିନ୍ତା: ପରିବାର ସଦସ୍ୟଙ୍କ ପ୍ରତି କଦାପି ମନ୍ଦ କାର୍ଯ୍ୟ ବା ଖରାପ ଚିନ୍ତା କରିବା ଉଚିତ୍ ନୁହେଁ। ଯଦି କୈଣସି ସଦସ୍ୟଙ୍କ ମଧ୍ୟରେ କୈଣସି ଅଭାବ ଥାଏ, ତେବେ ସେ ସଂପର୍କରେ ମଧ୍ୟ କାହାକୁ କହିବା ଉଚିତ୍ ନୁହେଁ।

Categories
ଆଜିର ଖବର ଜୀବନ ଶୈଳୀ

କେଉଁ ସ୍ଥାନରେ ଆପଣଙ୍କର କିଏ ମିତ୍ର ହେବ, ସେ ସଂପର୍କରେ କହିଛନ୍ତି ଆଚାର୍ଯ୍ୟ ଚାଣକ୍ୟ

ଚାଣକ୍ୟନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ କେଉଁ ସମୟରେ କିଏ ମିତ୍ର ବା ସାଥୀ ହେବ ତାହାର ବର୍ଣ୍ଣନା କରିଛନ୍ତି। ଏ ନେଇ ଚାଣକ୍ୟ କହିଛନ୍ତି ଯେ ପ୍ରବାସରେ ବିଦ୍ୟା ହେବ ଆପଣଙ୍କର ସାଥୀ। ଅର୍ଥାତ ବିଦେଶକୁ ଗଲେ ସେଠାରେ ଆପଣଙ୍କର ପରିଚୟ ବିଦ୍ୟା ହିଁ ହେବ। ତା ମାଧ୍ୟମରେ ଆପଣ ସେଠାରେ କିଛି କରିପାରିବେ।

ସେହିପରି ଘରେ ଆପଣଙ୍କର ସାଥୀ ହେଲେ ଧର୍ମପତ୍ନୀ। କାରଣ ପତ୍ନୀଙ୍କ ସହିତ ଆପଣ ନିଃସଙ୍କୋଚରେ କିଛି ଆଲୋଚନା କରିପାରିବେ। ରୋଗ ହେଲେ ଆପଣଙ୍କର ସାଥୀ ହେବ ଔଷଧ। କାରଣ ତା ବିନା ଆପଣଙ୍କର ରୋଗ ଭଲ ହେବାର ସମ୍ଭାବନା ନାହିଁ।

ତେବେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ମୃତ୍ୟୁ ବେଳେ ଆପଣଙ୍କର ସାଥୀ ହେବ କେବଳ ଆପଣଙ୍କର ଧର୍ମକର୍ମ। ଆପଣ ଜୀବନ କାଳ ମଧ୍ୟରେ କେତେ ଧର୍ମ କରିଛନ୍ତି କେତେ ଭଲ କର୍ମ କରିଛନ୍ତି ତାହା ହିଁ ଆପଣଙ୍କର ମୃତ୍ୟୁ ପରେ ରହିବ। ସେଥିପାଇଁ ଜୀବନ କାଳ ମଧ୍ୟରେ ଧର୍ମକର୍ମ କରିବାର ଆବଶ୍ୟକତା ରହିଛି ବୋଲି ଆଚାର୍ଯ୍ୟ ଚାଣକ୍ୟ ଉପଦେଶ ଦେଇଛନ୍ତି।

Categories
ଆଜିର ଖବର ଜୀବନ ଶୈଳୀ

ଥାଇ ଯାହା, ନ ଥିଲେ ଆହୁରି ଭଲ ହୋଇ ଥାଆନ୍ତା, ଏହା ଉପରେ କଣ କହୁଛନ୍ତି ଆଚାର୍ଯ୍ୟ ଚାଣକ୍ୟ

ଚାଣକ୍ୟ ନୀତି: ଯୋଗ୍ୟ ଏବଂ ଅଯୋଗ୍ୟକୁ ନେଇ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ସୁନ୍ଦର ବର୍ଣ୍ଣନା କରିଛନ୍ତି। ଯାହା ପ୍ରତିଟି ମଣିଷର ଜ୍ଞାନ ବୃଦ୍ଧିରେ ନିଶ୍ଚିତ ସହାୟକ ହେବ। ଚାଣକ୍ୟଙ୍କ ମତରେ ଯେଉଁ ରାଜ୍ୟରେ କୁଶାସନ ଚାଲିଥିବ ସେଠାରେ ରାଜା ଥାଇ ଯାହା ନ ଥାଇ ମଧ୍ୟ ସେଇୟା। କାରଣ ରାଜା ଥାଇ ଯଦି ଶାସନ ବ୍ୟବସ୍ଥା ଠିକ ହୋଇପାରୁ ନାହିଁ, ତେବେ ସେଠାରେ ରାଜାଙ୍କର ଆବଶ୍ୟକତା କିଛି ନାହିଁ।

ସେହିପରି ଚାଣକ୍ୟ କହିଛନ୍ତି କୁମିତ୍ରଠାରୁ ମିତ୍ର ନ ରହିବା ଭଲ। ଅର୍ଥାତ ଯଦି ଆପଣଙ୍କର କୁମିତ୍ର ଅଛନ୍ତି ତେବେ କଥା ସରିଲା। ସେହିପରି ଲୋକ ରହିବା ଯାହା ବରଂ ବିଲକୁଲ ମିତ୍ର ନ ରହିବା ସବୁଠୁ ଭଲ। ସେହିପରି ଜଣେ ଗୁରୁଙ୍କର ଯଦି ଅଯୋଗ୍ୟ ଶିଷ୍ୟଟିଏ ରହିଲା ତେବେ ତାଙ୍କର କୌଣସି ଶିଷ୍ୟ ନ ରହିବା ଭଲ। ଚାଣକ୍ୟ ଆହୁରି କହିଛନ୍ତି ଯେ, ଯଦି ଦୁଷ୍ଟ ସ୍ତ୍ରୀଟିଏ ଆପଣଙ୍କ କପାଳକୁ ଜୁଟିଲା ତେବେ ଭଲ ହୁଅନ୍ତା ଆପଣଙ୍କର ସ୍ତ୍ରୀ ନ ରହିବା।

Categories
ଆଜିର ଖବର ଜୀବନ ଶୈଳୀ

କଣ କଲେ ପାଖରେ ଟଙ୍କା ଓ ସଂପତ୍ତି ରହିବ, ଜାଣନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ପାଞ୍ଚୋଟି ପରାମର୍ଶ

ନୂଆଦିଲ୍ଲୀ: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରୀରେ ଜୀବନର ଅନେକ ଦିଗ ବିଷୟରେ ଉଲ୍ଲେଖ କରିଛନ୍ତି। ଅର୍ଥ, ପଦୋନ୍ନତି, ବିବାହ, ପରିବାର ଏବଂ ବ୍ୟବସାୟ ସହ ଜଡିତ ସମସ୍ୟାର ସମାଧାନକୁ ଚାଣକ୍ୟ ଅତି ସହଜ କରିଛନ୍ତି।

କୁହାଯାଏ ଯେ ଚାଣକ୍ୟଙ୍କ ନୀତି ଗ୍ରହଣ କରିବା କଷ୍ଟକର, କିନ୍ତୁ ଯିଏ ଗ୍ରହଣ କରିଛି, ସେ ବେଶ୍ ସଫଳ ହୋଇଛି। ଚାଣକ୍ୟ ନୀତି ଶାସ୍ତ୍ରୀରେ କହିଛନ୍ତି ଯେ କେଉଁ ଲୋକଙ୍କ ପାଖରେ  ପାଖରେ ଟଙ୍କା ରହେ ନାହିଁ। ସେଥିପାଇଁ ଆଚାର୍ଯ୍ୟ ଚାଣକ୍ୟ ପାଞ୍ଚଟି ପରାମର୍ଶ ଦେଇଛନ୍ତି।

୧- ଚାଣକ୍ୟ କହିଛନ୍ତି ଯେ ତିକ୍ତ କଥା କହୁଥିବା ବ୍ୟକ୍ତିଙ୍କ ସହ ଟଙ୍କା ରଖାଯାଇପାରିବ ନାହିଁ। ଯେଉଁ ବ୍ୟକ୍ତି ସତ୍ୟ ଏବଂ ମଧୁର କଥା କହନ୍ତି, ଲକ୍ଷ୍ମୀଙ୍କର ଅନୁଗ୍ରହ ଅଛି। ଚାଣକ୍ୟ କହିଛନ୍ତି ଯେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଜଣେ ସର୍ବଦା ମିଠା କଥା କହିବା ଉଚିତ୍।

୨- ଜଣେ ବ୍ୟକ୍ତି ଯଦି ଅଧିକ ଖାଦ୍ୟ ଖାଏ ତେବେ ସେ ସବୁବେଳେ ଟଙ୍କା ପାଇଁ ଚିନ୍ତିତ ହୁଏ। ଚାଣକ୍ୟ କହିଛନ୍ତି ଯେ ମା ଲକ୍ଷ୍ମୀଙ୍କ କୃପା ପାଇବାକୁ ହେଲେ ଜଣେ ମଣିଷ ଆବଶ୍ୟକ ଭିତରେ ଖାଇବା ଉଚିତ୍।

୩- ଚାଣକ୍ୟ ନୀତି ଅନୁଯାୟୀ, ବ୍ୟକ୍ତିର ପୋଷାକ ଅପରିଷ୍କାର ହେଲେ ମାତା ଲକ୍ଷ୍ମୀ ଅନୁଗ୍ରହ ପ୍ରଦର୍ଶନ କରନ୍ତି ନାହିଁ। ଚାଣକ୍ୟ କହିଛନ୍ତି ଯେ ଯଦି ଗରିବ ଲୋକ ସଫା ରହେ ତେବେ ମାତା ଲକ୍ଷ୍ମୀଙ୍କ ପ୍ରସନ୍ନ ହୁଅନ୍ତି।

୪- ଚାଣକ୍ୟ କହିଛନ୍ତି ଯେ ଶୋଇବା ପାଇଁ ରାତି ସମୟ ଉପଯୁକ୍ତ ବୋଲି ବିବେଚନା କରାଯାଏ। ଚାଣକ୍ୟଙ୍କ ଅନୁଯାୟୀ, ଦିନ ଶେଷ ହେବା ପରେ ଅର୍ଥାତ୍ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ମଧ୍ୟରେ ଶୋଇଥିବା ବ୍ୟକ୍ତିଙ୍କ ସହିତ କେବେ ବି ଟଙ୍କା ରହେ ନାହିଁ। ଏହିପରି ଲୋକମାନେ ଦେବୀ ଲକ୍ଷ୍ମୀଙ୍କ ସମର୍ଥନ ପାଆନ୍ତି ନାହିଁ।

୫- ଅର୍ଥନୀତିରେ ଚାଣକ୍ୟ ମଧ୍ୟ କହିଛନ୍ତି ଦାନ୍ତ ଅପରିଷ୍କାର ରଖୁଥିବା ବ୍ୟକ୍ତିଙ୍କୁ ମା ଲକ୍ଷ୍ମୀ କେବେ ବି ଅନାନ୍ତି ନାହିଁ। ଫଳରେ ସେମାନଙ୍କ ପାଖରେ ମଧ୍ୟ ଟଙ୍କା ରହେ ନାହିଁ।

Categories
ଆଜିର ଖବର ଜୀବନ ଶୈଳୀ

ଧନୀ ହେବାକୁ ଚାହୁଁଥିଲେ ମାନନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ଦୁଇଟି କଥା

ଚାଣକ୍ୟ ନୀତି: ପ୍ରତ୍ୟେକ ବ୍ୟକ୍ତି ଧନୀ ହେବାକୁ ଚାହାଁନ୍ତି । ସୁଖମୟ ଜୀବନଯାପନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଟଙ୍କା ହେଉଛି ଜଣେ ବ୍ୟକ୍ତିଙ୍କର ସର୍ବୋତ୍ତମ ବନ୍ଧୁ । ଆଜିର ସମୟରେ ମଧ୍ୟ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି ।

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସରଣ କରି ଜଣେ ସଫଳତା ହାସଲ କରିପାରିବ। ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଆମର କିଛି ଭୁଲ ହେତୁ, ସର୍ବଦା ଅର୍ଥର ଅଭାବ ରହିଥାଏ । ଆସନ୍ତୁ ଜାଣିବା ଯେ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, କେଉଁ କାରଣରୁ ଟଙ୍କା ପାଖରେ ରହି ନ ଥାଏ।

ଯେଉଁମାନେ ସମୟ ନଷ୍ଟ କରନ୍ତି ସେମାନଙ୍କୁ ଦାରିଦ୍ରତା ଗୋଡାଏ

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଯେଉଁମାନେ ସମୟ ନଷ୍ଟ କରନ୍ତି ସେମାନେ ସର୍ବଦା ଗରିବ ହୋଇଯାଆନ୍ତି। ଜଣେ ସର୍ବଦା ସମୟର ଭଲ ବ୍ୟବହାର କରିବା ଉଚିତ୍ । ଯେଉଁମାନେ ସମୟକୁ ସଠିକ୍ ଭାବରେ ବ୍ୟବହାର କରନ୍ତି ସେମାନେ ଜୀବନରେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି ନାହିଁ । ଏହି ଲୋକମାନେ ପ୍ରତ୍ୟେକ କାର୍ଯ୍ୟରେ ତତ୍ପର, ସେମାନେ ଚିନ୍ତା ନକରି କାର୍ଯ୍ୟ କରନ୍ତି ।

ପରିଷ୍କାର ପରିଚ୍ଛନ୍ନତା ନହେବା ହେତୁ ଟଙ୍କା ଏବଂ କ୍ଷତି ମଧ୍ୟ ହୋଇଥାଏ

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଯେଉଁମାନେ ସ୍ୱଚ୍ଛତାର ଯତ୍ନ ନିଅନ୍ତି ନାହିଁ, ସେମାନେ ଜୀବନରେ ସଫଳତା ହାସଲ କରନ୍ତି ନାହିଁ । ଏହିପରି ଲୋକମାନେ ମା ଲକ୍ଷ୍ମୀଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି ନାହିଁ । ଧାର୍ମିକ ବିଶ୍ୱାସ ଅନୁଯାୟୀ ଏହା ମଧ୍ୟ କୁହାଯାଏ ଯେ ଦେବୀ ଲକ୍ଷ୍ମୀ ବାସ କରନ୍ତି ଯେଉଁଠାରେ ପରିଷ୍କାର ପରିଚ୍ଛନ୍ନତା ରହିଥାଏ।

Categories
ଆଜିର ଖବର ଜୀବନ ଶୈଳୀ

ଶତ୍ରୁଙ୍କୁ କିପରି କରିବେ ପରାଜିତ?, ଚାଣକ୍ୟଙ୍କ ଏହି ଚାରୋଟି ଉପାୟକୁ କରନ୍ତୁ ଅନୁସରଣ

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ନନ୍ଦ ରାଜବଂଶକୁ ନିପାତ କରି ତାଙ୍କ ନୀତି ଆଧାରରେ ମୌର୍ଯ୍ୟ ରାଜବଂଶ ପ୍ରତିଷ୍ଠା କରିଥିଲେ। ନନ୍ଦ ରାଜବଂଶର ରାଜା, ଆଚାର୍ଯ୍ୟ ଚାଣକ୍ୟଙ୍କୁ ଅପମାନିତ କରିଥିଲେ କିନ୍ତୁ ସେ ତାଙ୍କ କ୍ରୋଧକୁ ପ୍ରକାଶ କରିବାକୁ ଦେଇ ନ ଥିଲେ।  ପରେ ସେ ଏହି କ୍ରୋଧକୁ ଅସ୍ତ୍ର କରି ନିଜର ଶତ୍ରୁମାନଙ୍କୁ ବିନାଶ କରିଥିଲେ। ତେବେ କେଉଁ ଶକ୍ତି ଉପରେ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଶତ୍ରୁମାନଙ୍କୁ ପରାସ୍ତ କରିଥିଲେ ତାହା ଜାଣିବା ଆବଶ୍ୟକ।

୧- ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଶତ୍ରୁଙ୍କର ସବୁଠାରୁ ବଡ ଅସ୍ତ୍ର ହେଉଛି ଆପଣଙ୍କୁ ଉତ୍ତେଜିତ କରାଇବା। ତେଣୁ, ଶତ୍ରୁ ସର୍ବଦା ଆପଣଙ୍କୁ ଉତ୍ତେଜିତ କରିବାକୁ ଚେଷ୍ଟା କରେ ଯାହା ଦ୍ବାରା ଆପଣ କ୍ରୋଧିତ ହେବେ। କାରଣ କ୍ରୋଧ କଲେ ଉଭୟ ଶକ୍ତି ଏବଂ ବିବେକ ହ୍ରାସ ପାଇ ଅଧା ହୋଇଯାଏ। ଯେତେବେଳେ ଏହା ହ୍ରାସ ଘଟେ ସେତେବେଳେ ଶତ୍ରୁ ତୁମର ଲାଭ ଉଠାଇ ପାରିବେ। ତେଣୁ ଯେତେବେଳେ ଶତ୍ରୁମାନେ ଆପଣଙ୍କୁ କ୍ରୋଧ କରିବାକୁ ଚେଷ୍ଟା କରନ୍ତି ସେତେବେଳେ ଆପଣଙ୍କ କ୍ରୋଧକୁ ଆପଣଙ୍କ ଭିତରେ ଚାପି ରଖନ୍ତୁ। ତା’ପରେ ଉପଯୁକ୍ତ ସମୟରେ ଏବଂ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହିତ ଏହାକୁ ଓଗାଳି ଦିଅନ୍ତୁ।

୨- ଚାଣକ୍ୟଙ୍କ ଅନୁଯାୟୀ, ଆପଣ ଜଣେ ଖରାପ ବ୍ୟକ୍ତିଙ୍କ ସହ ଯେତେ ଭଲ ବ୍ୟବହାର କରନ୍ତୁ ନା କାହିଁକି, ତଥାପି ସେ ତାହୀର ପ୍ରକୃତି ପରିବର୍ତ୍ତନ କରିବ ନାହିଁ। ସାପର ବିଷ ଦାନ୍ତରେ,  ବିଛାର ବିଷ ଲାଞ୍ଜରେ ଅଛି କିନ୍ତୁ ଖରାପ ଏବଂ ମନ୍ଦ ବ୍ୟକ୍ତି ଶରୀରର ପ୍ରତ୍ୟେକ ଅଙ୍ଗରେ ବିଷାକ୍ତ ଭରି ରହିଛି। ତେଣୁ ଏହାକୁ କେବେବି ବିଶ୍ୱାସ କରନ୍ତୁ ନାହିଁ। ସେପରି ବ୍ୟକ୍ତି କଦାପି ଆପଣଙ୍କର ସାଙ୍ଗ ହୋଇପାରିବ ନାହିଁ। ଏହି ମନ୍ଦ ଲୋକଙ୍କୁ ସେହିଭଳି ବ୍ୟବହାର କରାଯିବା ଉଚିତ ଯେପରି ବିଷାକ୍ତ ସାପ ସହିତ କରାଯାଏ। ଅର୍ଥାତ୍ ଏହାକୁ ଚୂର୍ଣ୍ଣ କରାଯିବା ଉଚିତ୍।

୩- ଶତ୍ରୁମାନଙ୍କୁ କଦାପି ଘୃଣା କର ନାହିଁ, କାରଣ ଏହା କରିବା ଦ୍ୱାରା ଶତ୍ରୁ ବିଷୟରେ ବୁଝିବା ଏବଂ ଚିନ୍ତା କରିବାର ଶକ୍ତି କମିବା ଆରମ୍ଭ କରେ। ଆପଣ କେବଳ ତାଙ୍କର ଦୁର୍ବଳତା ଦେଖିପାରିବେ, ଶକ୍ତି ନୁହେଁ । ତେଣୁ ଶତ୍ରୁକୁ ଜଣେ ବନ୍ଧୁ ଭାବରେ ଦେଖିବା ଉଚିତ।  ଯାହା ଦ୍ବାରା ଆପଣ ତାଙ୍କ ବିଷୟରେ ସବୁକିଛି ଜାଣିପାରିବେ। ଏହା ସହିତ ଆପଣ ତାଙ୍କୁ ସହଜରେ ପରାସ୍ତ କରିବାକୁ ସମର୍ଥ ହେବେ।

୪- ଶତ୍ରୁମାନଙ୍କୁ ପରାସ୍ତ କରିବାକୁ ତାଙ୍କୁ କୂଟନୈତିକ ସ୍ତରରେ ଜଡିତ କର। ଅର୍ଥାତ୍ ପ୍ରଥମେ ତାଙ୍କ ଶକ୍ତି ଏବଂ ସହଯୋଗୀମାନଙ୍କୁ ତାଙ୍କଠାରୁ ହଟାଇ ଦିଅନ୍ତୁ। ଯେତେବେଳେ ଶତ୍ରୁ ଏକାକି ହୋଇଯାଏ ତା’ପରେ ତାଙ୍କୁ ଆକ୍ରମଣ କରନ୍ତୁ।

Categories
ଆଜିର ଖବର ଜୀବନ ଶୈଳୀ

ଚାଣକ୍ୟ ନୀତି: କୁକୁରଠାରେ ମଧ୍ୟ ଏପରି ଛଅଟି ଗୁଣ ଅଛି ଯାହା ମଣିଷ ଶିକ୍ଷା କରିବା ଉଚିତ୍

ଭୁବନେଶ୍ବର: ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ ଯେଉଁ କଥା ଉଲ୍ଲେଖ କରିଛନ୍ତି ତାହା ଆଜିର ମଣିଷ ପାଇଁ ବେଶ ଉପାଦେୟ। ସେସବୁକୁ ଯେ ପାଳନ କରେ ସେ ନିଶ୍ଚିତ ଭାବେ ସବୁ କ୍ଷେତ୍ରରେ ବିଜୟ ହେବା ସହିତ ପ୍ରଶଂସା ମଧ୍ୟ ପାଇଥାଏ। ବିଭିନ୍ନ ପଶୁପକ୍ଷୀଙ୍କଠାରୁ ମଧ୍ୟ ମଣିଷ ଶିକ୍ଷା ଲାଭ କରିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି। ସେହି ଅନୁସାରେ କୁକୁରଠାରୁ ମଧ୍ୟ ଅନେକ ସତ୍ ଗୁଣ ମଣିଷ ଶିକ୍ଷା କରିବା ଉଚିତ।

ଚାଣକ୍ୟଙ୍କ ମତରେ ମଣିଷ କୁକୁରଠାରୁ ଛଅଟି ଗୁଣ ଶିକ୍ଷା କରିବା ଉଚିତ। ତାହା ହେଲା ଖାଦ୍ୟ ନଷ୍ଟ ନ କରିବା, ଅଳ୍ପ ଖାଦ୍ୟରେ ସନ୍ତୁଷ୍ଠ ହେବା, ନିଦ୍ରାରେ ଥିଲେ ମଧ୍ୟ ସତର୍କ ରହିବା, ନିଦ୍ରାରୁ ଉଠି ସହସା ଜାଗରଣ, ପ୍ରଭୃ ଭକ୍ତି ଏବଂ ବୀରତା। ଚାଣକ୍ୟଙ୍କ ମତରେ କୁକୁରକୁ ବେଶୀ ଖାଦ୍ୟ ଦେଲେ ମଧ୍ୟ କୁକୁରର ଧର୍ମ ହେଲା ସେ ସବୁ ଚାଟି ଖାଇଦିଏ। ଖାଦ୍ୟ କେବେ ନଷ୍ଟ ହେବାକୁ ଦିଏ ନାହିଁ।

ସେହିପରି କୁକୁରକୁ ଅଳ୍ପ ଖାଦ୍ୟ ଦେଲେ ମଧ୍ୟ ସେ ସେଥିରେ ସନ୍ତୁଷ୍ଠ ହୋଇଥାଏ। ସେ ସେହି ଅଳ୍ପହାରୀ ହୋଇ ମଧ୍ୟ ନିଜର କାମରେ ଲାଗିପଡେ। ସେହିପରି କୁକୁର ଯେତେ ଗାଢ ନିଦ୍ରାରେ ଶୋଇ ଥିଲେ ମଧ୍ୟ ସେ ସାମାନ୍ୟ ଶଦ୍ଦରେ ଉଠିପଡେ। ନିଦ୍ରାରୁ ଉଠିବା ସହ ସେ ସବୁବେଳେ ସଜାଗ ହୋଇପଡେ। ଆଳସ୍ୟତା ତା ପାଖରେ ଦେଖିବାକୁ ମିଳେ ନାହିଁ।

ସେହିପରି ପ୍ରଭୃଭକ୍ତି ହେଉଛି କୁକୁରର ଆଉ ଏକ ଭଲ ଗୁଣ ଯାହା ମଣିଷ ଶିକ୍ଷା କରିବା ଉଚିତ। ଅନ୍ୟକୁ ଭଗବାନ ଭାବି ତାହାର ସେବା କରିବା ପ୍ରତ୍ୟେକ ମଣିଷର କର୍ତ୍ତବ୍ୟ ହେବା ଉଚିତ। ସେହିପରି କୌଣସି ଶତ୍ରୁଙ୍କୁ ଘରେ ଭର୍ତ୍ତି ନ କରାଇବା ଧର୍ମ ପାଳନ କରିଥାଏ କୁକୁର। ଶତ୍ରୁ ଯେତେ ବଡ ହେଉ ନା କାହିଁକି ତାହା ସହିତ ସେ ବୀରତ୍ବର ସହ ଲଢେଇ କରେ।

Categories
ଆଜିର ଖବର ଜୀବନ ଶୈଳୀ

ସାବଧାନ!, ବିଶ୍ବାସ ଘାତକ ଲୋକ ଆପଣଙ୍କ ସବୁ ଖେଳ ବିଗାଡିଦେବ, ଜାଣନ୍ତୁ ସେମାନଙ୍କୁ କିପରି ଚିହ୍ନିବେ

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେଉଁ ଲୋକଙ୍କୁ କେବେ ବି ବିଶ୍ବାସ କରିବ ନାହିଁ ତାହାର ଉଲ୍ଲେଖ କରିଛନ୍ତି। ଚାଣକ୍ୟ ନୀତି ଅନୁସାରେ ଯେଉଁମାନେ ସାକ୍ଷାତରେ ସବୁବେଳେ ମିଠା କଥା କହନ୍ତି ସେମାନଙ୍କୁ ବର୍ଜନ କରନ୍ତୁ।

କାରଣ ମିଠା କଥା କହି ଆପଣଙ୍କ ବିଶ୍ବାସକୁ ସେମାନେ ହରଣ କରନ୍ତି। ଆଉ ଠିକ୍ ସମୟରେ ପଛରୁ ଛୁରାଘାତ କରିଥାନ୍ତି। ଏହି ଶ୍ରେଣୀର ଲୋକେ ଆପଣଙ୍କୁ ବିଶ୍ବାସ ଜନ୍ମମାଇ ଆପଣଙ୍କର ଗୁପ୍ତ କଥା ହାତେଇ ନିଅନ୍ତି। ପରବର୍ତ୍ତି ସମୟରେ ଆପଣଙ୍କୁ ଘାଟାରେ ପକାନ୍ତି।

ସେଥିପାଇଁ ମିଷ୍ଟଭାଷୀ ଲୋକଙ୍କଠାରୁ ସବୁବେଳେ ଦୂରେଇ ରହନ୍ତୁ। କଦାପି ସେମାନଙ୍କୁ ବିଶ୍ବାସକୁ ନିଅନ୍ତୁ ନାହିଁ। ହଁ ଆପଣ ତାଙ୍କ ସହିତ ସଂପର୍କ ରଖିପାରନ୍ତି, ହେଲେ ଗଭୀର ସଂପର୍କ ରଖନ୍ତୁ ନାହିଁ। ଏମାନେ ହେଉଛନ୍ତି ପୂର୍ଣ ବିଷ ମାଠିଆ ଉପରେ ଥିବା କିଛି ଅମୃତ ସଦୃଶ୍ୟ।

Categories
ଆଜିର ଖବର ଜୀବନ ଶୈଳୀ

ଜୀବନର ଏହିସବୁ କଥା ଅନ୍ୟମାନଙ୍କ ଆଗରେ କରନ୍ତୁ ନାହିଁ ପ୍ରକାଶ, ହୋଇପାରେ ବଡ କ୍ଷତି

ଚାଣକ୍ୟ ନୀତି: ଜୀବନରେ ସଫଳତା, ସୁଖ ଏବଂ ଶାନ୍ତି ପାଇଁ ଆଚାର୍ଯ୍ୟ ଚାଣକ୍ୟ ଅନେକ ଉପାୟ ଏବଂ ନୀତି ଦେଇଛନ୍ତି, ଯାହା ସର୍ବଦା ପ୍ରଭାବଶାଳୀ। ଚାଣକ୍ୟଙ୍କ ନୀତି ଏବଂ ଚିନ୍ତାଧାରା ଟିକେ କଠୋର ମନେହୁଏ। ଆଚାର୍ଯ୍ୟଙ୍କ ଅନୁଯାୟୀ, ଜୀବନରେ କିଛି ଜିନିଷ କାହା ସହ ବାଣ୍ଟିବା ଉଚିତ୍ ନୁହେଁ, ନଚେତ୍ ଗୁରୁତର ପରିଣାମର ସାମ୍ନା କରିବାକୁ ପଡିପାରେ।

୧- ଆପଣଙ୍କର ଦୁର୍ବଳତା:

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଆପଣ ଭିତରୁ ଯେତେ ହତାସ ହୁଅନ୍ତୁ ନା କାହିଁକି, ଏହି ଜିନିଷ କାହାକୁ କହିବା ଉଚିତ୍ ନୁହେଁ, କାରଣ ଲୋକମାନେ ଭଙ୍ଗା ଘରର ଇଟା ନେଇଯାଆନ୍ତି। ବାସ୍ତବ ଜୀବନରେ, ଅନେକ ଥର ଏହା ଘଟେ ଯେ ଜଣେ ବ୍ୟକ୍ତି ଭିତରୁ ଏତେ ଭାଙ୍ଗିଯାଏ ଯେ ଆଖିରୁ ଯନ୍ତ୍ରଣା ଲୁହ ଭାବେ ପ୍ରବାହିତ ହୁଏ। ଯେଉଁମାନେ କେବଳ ଏପରି କଷ୍ଟଦାୟକ ସମୟ ଏବଂ ପରିସ୍ଥିତି ଦେଇ ଗତି କରିଛନ୍ତି ସେମାନଙ୍କ ଦ୍ୱାରା ଏହା ଅନୁମାନ କରାଯାଇପାରେ। ଏଭଳି ପରିସ୍ଥିତିରେ ପରିବାର ବ୍ୟତୀତ, କେବଳ କିଛି ଘନିଷ୍ଠ ବନ୍ଧୁ ଅଛନ୍ତି, ଯେଉଁମାନେ କଠିନ ସମୟରେ ଏକାଠି ଠିଆ ହୁଅନ୍ତି, କିନ୍ତୁ ସେମାନଙ୍କ ବ୍ୟତୀତ ଅନ୍ୟ କେହି ଆପଣଙ୍କର ଯନ୍ତ୍ରଣା ଅନୁଭବ କରନ୍ତି ନାହିଁ, ସେମାନଙ୍କ ସହ ଆପଣକର ଦୁର୍ବଳତା ବାଣ୍ଟିବା ଉଚିତ୍ ନୁହେଁ।

୨- ଅନ୍ୟମାନଙ୍କର ରହସ୍ୟ:

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ପ୍ରିୟଜନଙ୍କ ସହ ରହିବାବେଳେ ଆମେ ସେମାନଙ୍କ ରହସ୍ୟକୁ କେବେବି ବାଣ୍ଟିବା ଉଚିତ୍ ନୁହେଁ। ଏହା କେବଳ ବିଶ୍ୱାସକୁ ଭାଙ୍ଗିବ ନାହିଁ, ବରଂ ବିରୋଧୀମାନେ ଏହି ଜିନିଷଗୁଡ଼ିକର ଲାଭ ଉଠାଇ ଆପଣଙ୍କ କ୍ଷତି କରିପାରିବେ।

୩- ଧନ:

ନିଜ ଖର୍ଚ୍ଚ ଏବଂ ପ୍ରିୟଜନଙ୍କ ଟଙ୍କା ବିଷୟରେ ସୂଚନା ମଧ୍ୟ ଅତି ନିକଟ ଲୋକଙ୍କ ସହିତ ବାଣ୍ଟିବା ଉଚିତ୍। ଅନ୍ୟଥା, ଶତ୍ରୁମାନେ ଆପଣଙ୍କର ଆବଶ୍ୟକତା ଏବଂ ଖର୍ଚ୍ଚ ଆକଳନ କରି ଆପଣଙ୍କୁ ଆର୍ଥିକ କ୍ଷତି କରିବାକୁ ଚେଷ୍ଟା କରିପାରନ୍ତି।

୪- ପ୍ରିୟଜନଙ୍କ ପାଇଁ ଯୋଜନା:

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, କୌଣସି କାର୍ଯ୍ୟ ଆରମ୍ଭ କରିବାବେଳେ ନିଜର ଯୋଜନା ବିଷୟରେ କାହାକୁ ଜଣା ନଥିବା ଆବଶ୍ୟକ। ଆର୍ଥିକ ନୀତି ହେଉ କିମ୍ବା ରାଜନୈତିକ, ସାମାଜିକ କିମ୍ବା ପରିବାରର କୌଣସି ଯୋଜନା ବିଷୟରେ କାହାକୁ ଜଣାଇବା ଉଚିତ ନୁହେଁ। ସମସ୍ତ ଯୋଜନାକୁ ଆଗକୁ ବଢାଇବା ସହିତ ଏହାକୁ ପ୍ରକାଶ ଉପଯୁକ୍ତ ସମୟରେ କରିବା ଦ୍ଵାରା ସାର୍ଥକ ଏବଂ ସଫଳ ହୋଇଥାଏ।

Categories
ଆଜିର ଖବର ଜୀବନ ଶୈଳୀ

ଚାଣକ୍ୟଙ୍କ ଏହି ୧୦ ଟି ଜିନିଷ ଆପଣଙ୍କ ପିଲାଙ୍କୁ କରିପାରେ ଯୋଗ୍ୟ, ପ୍ରତ୍ୟେକ ପିତାମାତା ଧ୍ୟାନ ଦେବା ଉଚିତ୍

ଚାଣକ୍ୟ ନୀତି: ପିଲାମାନଙ୍କୁ ଯୋଗ୍ୟ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଚାଣକ୍ୟ ନୀତି ଅନୁଯାୟୀ, ପ୍ରତ୍ୟେକ ପିତାମାତାଙ୍କର ସ୍ୱପ୍ନ ହେଉଛି ଯେ ସେମାନଙ୍କର ସନ୍ତାନ ଯୋଗ୍ୟ ହୁଅନ୍ତି। ଚାଣକ୍ୟଙ୍କ ଅନୁଯାୟୀ, ଯେମିତି ଜଣେ ଯୋଗ୍ୟ ଶିଶୁ ପରିବାରର ନାମକୁ ଆଲୋକିତ କରେ, ସେହିଭଳି ମଧ୍ୟ ଏକ ଉନ୍ନତ ରାଷ୍ଟ୍ର ସୃଷ୍ଟି କରିବାରେ ସହାୟକ ହୁଏ। ଶିଶୁକୁ ଯୋଗ୍ୟ କରିବା ପାଇଁ, ଚାଣକ୍ୟଙ୍କ ଏହି ୧୦ ଟି ଜିନିଷ ବୁଝିବା ଆବଶ୍ୟକ-

୧- ସଦାଚାର ଗୁଣଗୁଡିକ ବିକାଶ କରନ୍ତୁ: ପିତାମାତାମାନେ ନିଜ ପିଲାମାନଙ୍କଠାରେ ସଦାଚାର ଗୁଣଗୁଡିକ ଜାଗ୍ରତ କରିବା ଉଚିତ୍। ଶିକ୍ଷା ସହିତ, ଯେଉଁ ପିଲାଙ୍କର ସଦାଚାର ଗୁଣ ଅଛି, ସେ ଅନ୍ୟମାନଙ୍କ ଅପେକ୍ଷା ଅଧିକ ବୁଦ୍ଧିମାନ।

୨- ମିଛ କହିବାକୁ ଦିଅନ୍ତୁ ନାହିଁ: ପିଲାମାନଙ୍କଠାରେ ମିଛ କହିବା ଅଭ୍ୟାସକୁ ବିକାଶ କରିବାକୁ ଦିଅନ୍ତୁ ନାହିଁ। ପିଲାମାନଙ୍କୁ ସର୍ବଦା ସତ କହିବାକୁ ଉତ୍ସାହିତ କରନ୍ତୁ। ଉଦାହରଣ ସହିତ ସତ୍ୟର ମହତ୍ତ୍ୱ ବ୍ୟାଖ୍ୟା କରନ୍ତୁ।

୩- ଅନୁଶାସନ: ଅନୁଶାସନରୁ ଜୀବନରେ ଜିଇବାର କଳା ଆସେ। ସେଥିପାଇଁ ପିଲାମାନଙ୍କ ପାଇଁ ଅନୁଶାସନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆରମ୍ଭରୁ ପିଲାମାନଙ୍କ ମଧ୍ୟରେ ଅନୁଶାସନର ଏକ ଭାବନା ଜାଗ୍ରତ କରନ୍ତୁ। ଠିକ୍ ସମୟରେ ଶୋଇବା, ଠିକ୍ ସମୟରେ ଖାଇବା ଏବଂ ଖେଳିବା ପରି ଏହି ସମସ୍ତ କାର୍ଯ୍ୟ ଅନୁଶାସନ ପରିସର ମଧ୍ୟରେ କରାଯିବା ଉଚିତ୍।

୪- ପରିଶ୍ରମ: ପିଲାମାନଙ୍କୁ କଠିନ ପରିଶ୍ରମ କରିବାକୁ ପ୍ରେରଣା ଦିଅନ୍ତୁ। ଜୀବନରେ କଠିନ ପରିଶ୍ରମର ମହତ୍ତ୍ୱ ବିଷୟରେ ମଧ୍ୟ କୁହନ୍ତୁ। କୌଣସି କାର୍ଯ୍ୟ ସମାପ୍ତ କରିବାକୁ କେତେ ପରିଶ୍ରମ କରାଯାଏ ସେ ବିଷୟରେ କୁହନ୍ତୁ।

୫- ପ୍ରକୃତି ବିଷୟରେ କୁହନ୍ତୁ: ଜୀବନ ଜୀବିକା ପାଇଁ ପ୍ରକୃତିର ନିର୍ଭରଶୀଳତା ବିଷୟରେ ପିଲାମାନଙ୍କୁ ଶିକ୍ଷା ଦିଅନ୍ତୁ। ପ୍ରକୃତିର ସୁରକ୍ଷା ପାଇଁ ପ୍ରେରଣା ଦିଅନ୍ତୁ। ପ୍ରକୃତି ଦ୍ୱାରା ପ୍ରଦତ୍ତ ଜିନିଷଗୁଡ଼ିକର ଉପଯୋଗିତା ବିଷୟରେ ସୂଚନା ଦିଅନ୍ତୁ।

୬- ଶିକ୍ଷାର ଗୁରୁତ୍ୱ: ପିଲାମାନଙ୍କ ପାଇଁ ଶିକ୍ଷାର ମହତ୍ତ୍ଵ ବିଷୟରେ ପିତାମାତାଙ୍କୁ ସଚ୍ଚୋଟ ଭାବରେ କହିବା ଉଚିତ୍। ବ୍ୟକ୍ତିତ୍ୱ ଗଠନରେ ଶିକ୍ଷା କିପରି ସହାୟକ ହୁଏ ସେ ବିଷୟରେ କୁହନ୍ତୁ। ଶିକ୍ଷାର ପ୍ରକୃତ ଗୁରୁତ୍ୱ ବର୍ଣ୍ଣନା କରନ୍ତୁ।

୭- ଖେଳିବାକୁ ଉତ୍ସାହିତ କରନ୍ତୁ: ଶିକ୍ଷା ସହିତ ପିଲାମାନଙ୍କ ପାଇଁ ଖେଳ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ପିଲାମାନଙ୍କୁ ଏପରି କ୍ରୀଡା ଖେଳିବାକୁ ଉତ୍ସାହିତ କରାଯିବା ଉଚିତ, ଯାହା ଉଭୟ ମାନସିକ ଏବଂ ଶାରୀରିକ ବିକାଶ କରିପାରିବ।

୮- ମହା ପୁରୁଷମାନଙ୍କ ବିଷୟରେ କୁହନ୍ତୁ: ପିଲାମାନଙ୍କୁ ଆଦର୍ଶ କରିବା ପାଇଁ, ମହା ପୁରୁଷମାନଙ୍କ ବିଷୟରେ କୁହନ୍ତୁ। ସେମାନଙ୍କୁ ମହା ପୁରୁଷଙ୍କ ପରି ହେବାକୁ ପ୍ରେରଣା ଦିଅନ୍ତୁ।

୯- ଧର୍ମ ଏବଂ ବିଶ୍ୱାସ ବିଷୟରେ ସଚେତନ ହୁଅନ୍ତୁ: ପିଲାମାନଙ୍କୁ ଧର୍ମ ଏବଂ ବିଶ୍ୱାସ ବିଷୟରେ ଶିକ୍ଷା ଦିଅନ୍ତୁ। ସେମାନଙ୍କୁ ଧାର୍ମିକ କରନ୍ତୁ। ଏହା କରିବା ଦ୍ୱାରା ପିଲାମାନେ ଭଲ ଏବଂ ଭୁଲକୁ ବୁଝିପାରିବେ।

୧୦- ଅଜ୍ଞାଧିନ କରନ୍ତୁ: ଅବିଭାବକମାନେ ସର୍ବଦା ପିଲାମାନଙ୍କ ସମ୍ମୁଖରେ ଉଚ୍ଚ ଆଚରଣ ଉପସ୍ଥାପନ କରିବା ଉଚିତ୍। କେବଳ ସେତେବେଳେ ପିଲାମାନେ ଆଜ୍ଞାକାରୀ ହୁଅନ୍ତି। ଯେଉଁ ପିତାମାତାଙ୍କର ପିଲାମାନେ ଆଜ୍ଞାକାରୀ ସେମାନେ ଭାଗ୍ୟବାନ। କିନ୍ତୁ ଏଥିପାଇଁ ସେମାନେ ନିଜକୁ ଆଦର୍ଶ ପିତାମାତା ଭାବରେ ମଧ୍ୟ ଉପସ୍ଥାପନ କରିବା ଉଚିତ୍।