Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏମ୍‌ସ ଭୁବନେଶ୍ୱରରେ ଜଣେ ରୋଗୀର ଦୁଇ ଆଣ୍ଠୁ ଓ ଦୁଇ ନିତମ୍ବ ଗଣ୍ଠିର ସଫଳ ପ୍ରତିରୋପଣ

ଭୁବନେଶ୍ୱର : ଏମ୍‌ସ ଭୁବନେଶ୍ବରର ପ୍ରଥମ ଦଶନ୍ଧିର ସ୍ବର୍ଣ୍ଣିମ ଯାତ୍ରାରେ ଯୋଡ଼ିହୋଇଛି ଆଉ ଏକ ସଫଳ ଫର୍ଦ୍ଦ। ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଜଣେ ପଙ୍ଗୁପ୍ରାୟ ମହିଳା ରୋଗୀଙ୍କର ଏକକାଳୀନ ଦୁଇ ଆଣ୍ଠୁ ଓ ଦୁଇ ହିପ୍‌(ନିତମ୍ବ ଗଣ୍ଠି)ର ସଫଳ ପ୍ରତିରୋପଣ କରିଛନ୍ତି ଡାକ୍ତରୀଦଳ। ଯାହାକି ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ହୋଇଥିବା ବେଳେ ଓଡ଼ିଶାରେ ଏପରି ପ୍ରତିରୋପଣ ପ୍ରଥମ ହେବାର ଗୌରବ ଲାଭ କରିଛି।

କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ୍‌ର ଜଣେ ୩୭ ବର୍ଷୀୟ ମହିଳା ଆଣ୍ଠୁଗଣ୍ଠି ବାତ ରୋଗରେ ପିଡ଼ୀତ ହୋଇ ପଙ୍ଗୁପ୍ରାୟ ଅବସ୍ଥାରେ ବଞ୍ଚୁଥିଲେ। ସ୍ବାଭାବିକ ଭାବେ ଚାଲିବା ବଦଳରେ ଉକ୍ତ ମହିଳା ଜଣଙ୍କ ଗୁରୁଣ୍ଡିବା ସ୍ଥିତିକୁ ଆସିଯାଇଥିଲେ। ଦୈନନ୍ଦିନ ଜୀବରେ ଭୀଷଣ ଯନ୍ତ୍ରଣା ଭୋଗୁଥିବା ମହିଳା ରୋଗୀଜଣଙ୍କ ବିନା କୌଣସି ଉପକରଣ ସାହାଯ୍ୟରେ ଛିଡ଼ା ମଧ୍ୟ ହୋଇପାରୁନଥିଲେ କିମ୍ବା କୌଣସି କାମ କରିପାରୁନଥିଲେ। ଏପରି ଅବସ୍ଥାରେ ଥାଇ ଉକ୍ତ ମହିଳାଜଣଙ୍କ ଏମ୍‌ସ ଭୁବନେଶ୍ବରର ଅସ୍ଥିଶଲ୍ୟ(ଅର୍ଥୋପେଡିକ୍‌) ବିଭାଗକୁ ଚିକିତ୍ସା ପାଇଁ ଆସିଥିଲେ। ମହିଳାଙ୍କର ଉଭୟ ଆଣ୍ଠୁ ଏବଂ ଦୁଇ ନିତମ୍ବ ଗଣ୍ଠି(ହିପ୍‌)ର ପ୍ରତିରୋପଣ ଆବଶ୍ୟକ ଥିବା ପରୀକ୍ଷାନିରୀକ୍ଷା ପରେ ଅସ୍ଥିଶଲ୍ୟ ଡାକ୍ତରମାନେ ମତ ଦେଇଥିଲେ।

ତେବେ ଦୁଇ ଆଣ୍ଠୁ ଏବଂ ଦୁଇ ହିପ୍‌ର ପ୍ରତିରୋପଣ ଏକକାଳୀନ କରାଯିବାର ଆବଶ୍ୟକତା ଥିବା ଡାକ୍ତରୀ ଦଳ ଅନୁଭବ କରିଥିଲେ। ନଚେତ୍ ରୋଗୀ ଜଣଙ୍କ ପ୍ରତିରୋପଣର କୌଣସି ଲାଭ ନେଇପାରିନଥାଆନ୍ତେ। ଏପରି ବିରଳ ପ୍ରତିରୋପଣ ନିମନ୍ତେ କିନ୍ତୁ ଡାକ୍ତରୀ ଦଳ ଆଗରେ ଅନେକ ଆହ୍ବାନ ଥିଲା। ତେବେ ବିଭିନ୍ନ ଡାକ୍ତରୀ ଅବସ୍ଥାକୁ ତର୍ଜମା କରିବା ସହିତ ଅତ୍ୟନ୍ତ ସତର୍କତାର ସହିତ ଡାକ୍ତରୀ ଦଳ ପ୍ରଥମେ ମହିଳାଜଣଙ୍କର ଦୁଇ ନିତମ୍ବ ଗଣ୍ଠି(ହିପ୍‌)ର ପ୍ରତିରୋପଣ ପରେ ଦୁଇ ଆଣ୍ଠୁର ପ୍ରତିରୋପଣ କରିଥିଲେ। ଏହି ପ୍ରକ୍ରିୟା ପ୍ରାୟ ୩ ଘଣ୍ଟା ସମୟ ନେଇଥିଲା।

ରୋଗୀଙ୍କୁ ଦୁଇ ଦିନ ପାଇଁ ଆଇସିୟୁରେ ରଖାଯାଇଥିଲା। ପରେ ଅନେକାଂଶରେ ଯନ୍ତ୍ରଣା କମିଥିଲା ଏବଂ ମହିଳାଜଣଙ୍କ ତୃତୀୟ ଦିନରେ ହିଁ ଚାଲିବା ଆରମ୍ଭ କରିଥିଲେ। ଏମ୍‌ସ ଭୁବନେଶ୍ବର ଅସ୍ଥିଶଲ୍ୟ ବିଭାଗର ଡ. ସୁଜିତ କୁମାର ତ୍ରିପାଠୀ ଏବଂ ଡ. ମଣ୍ଟୁ ଜୈନଙ୍କ ନେତୃତ୍ବରେ ଏକ ଯୁବ ଓ ଦକ୍ଷ ଡାକ୍ତରୀ ଦଳ ଏହି ବିରଳ ପ୍ରତିରୋପଣକୁ ସଫଳତାର ସହିତ ସମ୍ପନ୍ନ କରିଥିଲେ। ଡ. ଶ୍ରୀତମ ସ୍ବରୂପ ଜେନା ନିଶ୍ଚେତକ ବିଭାଗର ନେତୃତ୍ବ ନେଇଥିବା ବେଳେ ଡ. ସ୍ବାଗତା ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ରୋଗୀଙ୍କୁ ଆଇସିୟୁ ସୁବିଧା ଯୋଗାଇଦିଆଯାଇଥିଲା। ପ୍ରତିରୋପଣ ଏବଂ ଅସ୍ତ୍ରୋପଚାର ସରକାରୀ ଯୋଜନାରେ ମାଗଣାରେ ହୋଇଥିଲା।

ଏମ୍‌ସ ଭୁବନେଶ୍ୱର କାର‌୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ) ଆଶୁତୋଷ ବିଶ୍ବାସ ପ୍ରତିରୋପଣ ହୋଇଥିବା ମହିଳାଙ୍କୁ ଭେଟିବା ସହିତ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଏଭଳି ଜଟିଳ ମାମଲା ସଫଳତାର ସହିତ ପରିଚାଳନା କରି ରୋଗୀଙ୍କୁ ପୁନର୍ବାର ଚାଲିବାର ସୁଯୋଗ ଦେଇଥିବାରୁ ଡାକ୍ତରୀ ଦଳକୁ ଡ. ବିଶ୍ବାସ ଅଭିନନ୍ଦନ ଜଣାଇଛନ୍ତି। ଏଭଳି ଅସ୍ତ୍ରୋପଚାର ବିରଳ ଏବଂ ଅତ୍ୟଧିକ ସତର୍କତାର ସହିତ କରାଯିବା ଆବଶ୍ୟକ। ଏମ୍‌ସ ଭୁବନେଶ୍ବରରେ ଏପରି ପ୍ରତିରୋପଣ ଜନସେବା ପ୍ରତି ଥିବା ଏହି ଅନୁଷ୍ଠାନର ପ୍ରତିବଦ୍ଧତାକୁ ଦର୍ଶାଉଥିବା ଡ. ବିଶ୍ବାସ ମତବ୍ୟକ୍ତ କରିଛନ୍ତି। ଏପରି ପ୍ରତିରୋପଣ ଜଣେ ବ୍ୟକ୍ତିର ଜୀବନଚଳନୀରେ ଏକ ବିରାଟ ପରିବର୍ତ୍ତନ ଆଣିପାରିଛି। ତେଣୁ ଏପରି ସଫଳତା ପାଇଁ ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ଏମ୍‌ସ ଭୁବନେଶ୍ବର ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା।

ଉଲ୍ଲେଖଯୋଗ୍ୟଯେ ଏକକାଳୀନ ଏପରି ଚାରିଟି ପ୍ରତିରୋପଣ ପୂର୍ବରୁ ଏମ୍‌ସ ଦିଲ୍ଲୀରେ ଜଣେ ଓଡ଼ିଆ ରୋଗୀଙ୍କର ହୋଇଥିଲା। ଏମ୍‌ସ ଭୁବନେଶ୍ବରରେ ହୋଇଥିବା ଏହି ପ୍ରତିରୋପଣ କିନ୍ତୁ ଓଡ଼ିଶାରେ ପ୍ରଥମ ହେବା ସହିତ ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ହେବାର ସୌଭାଗ୍ୟ ଲାଭ କରିଛି। ଉଲ୍ଲେଖଯୋଗ୍ୟଯେ ଏହିପରି ଜଣେ ପଙ୍ଗୁପ୍ରାୟ ରୋଗୀଙ୍କ ପାଇଁ ସମାନ ସେଟିଂରେ ଏକାଧିକ ଗଣ୍ଠି ସ୍ଥାନାନ୍ତର ବିଷୟରେ ବିଚାର କରିବା ଜରୁରୀ ଅଟେ। କାରଣ ଗୋଟିଏ କିମ୍ବା ଦୁଇଟି ଗଣ୍ଠି ବଦଳ ରୋଗୀଙ୍କୁ ଚାଲିବାକୁ ସୁଯୋଗ ଦେଇପାରିବ ନାହିଁ।

Categories
ଆଜିର ଖବର ସ୍ବାସ୍ଥ୍ୟ

ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ଏବଂ ଫୁଲିବାର ଲକ୍ଷଣ ଥିଲେ, ଅଣଦେଖା କରନ୍ତୁ ନାହିଁ: ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

ସ୍ୱାସ୍ଥ୍ୟ ଟିପ୍ସ: ରିମାଟଏଡ୍ ଆର୍ଥ୍ରାଇଟିସ୍ ହେଉଛି ଏକ ଅଟୋ ଇମ୍ୟୁନ୍ ରୋଗ ଯାହା ଠିକ୍ ସମୟରେ ଚିକିତ୍ସା କରାନଗଲେ ଏକ ସାଇଲେଣ୍ଟ କିଲରରେ ପରିଣତ ହୋଇପାରେ। ରିମାଟଏଡ୍ ଆର୍ଥ୍ରାଇଟିସ୍ ମଧ୍ୟ ଗଣ୍ଠିରେ ଯନ୍ତ୍ରଣା, ଫୁଲା ଏବଂ କଠିନତା ସୃଷ୍ଟି କରେ। ସେହି ରୋଗର ମୁକାବିଲା କରିବା ଏକ ଚ୍ୟାଲେଞ୍ଜ ହୋଇପାରେ କାରଣ ଏହାର ମାମଲା ପ୍ରତ୍ୟେକ ବ୍ୟକ୍ତିଙ୍କଠାରେ ଭିନ୍ନ ଭିନ୍ନ ଦେଖାଦିଏ। କିଛି ଲୋକଙ୍କ ପାଇଁ ଏହା ସହଜରେ ନିୟନ୍ତ୍ରିତ ହୋଇଥିବାବେଳେ ଅନ୍ୟମାନଙ୍କ ପାଇଁ ଏହା ଘାତକ ହୋଇପାରେ। ରିମାଟଏଡ୍ ଆର୍ଥ୍ରାଇଟିସ୍ ସହିତ ଜଡିତ ଅପ୍ରତ୍ୟାଶିତ ଲକ୍ଷଣକୁ କେବେବି ଅଣଦେଖା କରାଯିବା ଉଚିତ୍ ନୁହେଁ।

ହାତଗୋଡ଼ର ଯନ୍ତ୍ରଣା ହେଉଛି ରିମାଟଏଡ୍ ଆର୍ଥ୍ରାଇଟିସର ସବୁଠାରୁ ସାଧାରଣ ଲକ୍ଷଣ। ଏହି ଲକ୍ଷଣଗୁଡ଼ିକ ସାଧାରଣତଃ କମ୍ପ୍ୟୁଟରରେ କାମ କରୁଥିବା ଲୋକଙ୍କଠାରେ ଦେଖାଯାଏ। ରୋଗୀକୁ ଠିକ୍ ସମୟରେ ଚିକିତ୍ସା କରା ନ ଗଲେ ଯନ୍ତ୍ରଣା ଆରମ୍ଭ ହୋଇ ହାତଗୋଡରୁ କହୁଣି ପର୍ଯ୍ୟନ୍ତ ବ୍ୟାପିପାରେ।

ଛାତି ଯନ୍ତ୍ରଣା- ଛାତି ଯନ୍ତ୍ରଣା କେବଳ ହୃଦଘାତ କିମ୍ବା ହୃଦ୍‌ଘାତର ଲକ୍ଷଣ ନୁହେଁ। କ୍ରନିକ୍ ଛାତି ଯନ୍ତ୍ରଣା ଏହା ମଧ୍ୟ ହୋଇପାରେ ଯେ ଆପଣ ରିମାଟଏଡ୍ ଆର୍ଥ୍ରାଇଟିସରେ ପୀଡିତ। ହୃଦୟ ଠିକ ଭାବେ କାର୍ଯ୍ୟ ନକରିବା ରିମାଟଏଡ ଆର୍ଥ୍ରାଇଟିସକୁ ବୃଦ୍ଧି କରିପାରେ। ଯଦି ଆପଣଙ୍କର ଦୀର୍ଘ ଦିନ ଧରି କ୍ରନିକ୍ ଛାତି ଯନ୍ତ୍ରଣା ଅଛି ଯାହା ବେକ କିମ୍ବା ପିଠି ପର୍ଯ୍ୟନ୍ତ ବ୍ୟାପିଥାଏ। ସେଥିପାଇଁ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ ନେବା ଉଚିତ୍।

ଆଖି ଯନ୍ତ୍ରଣା- ଆପଣଙ୍କ ଆଖିର ଯନ୍ତ୍ରଣା ରିମାଟଏଡ୍ ଆର୍ଥ୍ରାଇଟିସର ଲକ୍ଷଣ ହୋଇପାରେ? ଆଖି ଯନ୍ତ୍ରଣା କିମ୍ବା ସ୍କ୍ଲେରାଇଟିସ୍ ରିମାଟଏଡ୍ ଆର୍ଥ୍ରାଇଟିସ୍ ସମସ୍ୟା ଭାବରେ ଜଣାଶୁଣା। ଅବଶ୍ୟ, ଏଗୁଡିକ ଅତ୍ୟନ୍ତ ଅସାଧାରଣ ଏବଂ ଅତ୍ୟଧିକ ଅପ୍ରତ୍ୟାଶିତ ଲକ୍ଷଣ ଯାହା ଜଣେ ରୋଗୀ ଭୋଗିପାରେ।

ବାହୁ କିମ୍ବା ଆଙ୍ଗୁଠି ଝିମଝିମ ଲାଗିବା- ଏହି ଅବସ୍ଥାର ଏକ ପ୍ରମୁଖ ଲକ୍ଷଣ ହେଉଛି ମେରୁଦଣ୍ଡ ଏବଂ ବେକରେ ଚାପ। ବେକ ଏବଂ ମେରୁଦଣ୍ଡର କ୍ଷତି ହେଲେ ଗର୍ଭାଶୟ ମାଇଲୋପାଥି ହୋଇପାରେ, ଯାହା ସ୍ନାୟୁ ଉପରେ ଅତ୍ୟଧିକ ଚାପ ପକାଇଥାଏ। ଏହି ପ୍ରକ୍ରିୟା ସମୟରେ, ରୋଗୀ ବାହୁରେ ଟାଝିମଝିମ ବ୍ୟତୀତ ଅନେକ ଲକ୍ଷଣ ଅନୁଭବ କରିପାରନ୍ତି। ଏହି ଅବସ୍ଥା ସହିତ ଜଡିତ ଅନ୍ୟ କେତେକ ଲକ୍ଷଣ ମଧ୍ୟରେ ବାହୁ କିମ୍ବା ହାତରେ ଦୁର୍ବଳତା, ଚାଲିବାରେ ଅସୁବିଧା ଅନ୍ତର୍ଭୁକ୍ତ।