Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ଗିରଫ ହେଲେ ଆତଙ୍କବାଦୀ ଓସାମାଙ୍କୁ ମାରିଥିବା ପୂର୍ବତନ ଆମେରିକୀୟ କମାଣ୍ଡର, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଆମେରିକାର ନୌସେନା ସିଲ୍ କମାଣ୍ଡର ରବର୍ଟ ଜେ ଓ’ନିଲ, ଯିଏକି ପାକିସ୍ତାନର ଏବଟାବାଦ ସହରରେ ପ୍ରବେଶ କରି ଆତଙ୍କବାଦୀ ଓସାମା ବିନ୍ ଲାଡେନ୍ ଙ୍କୁ ମାରିଥିଲେ, ତାଙ୍କୁ ଆମେରିକୀୟ ପୋଲିସ ଗିରଫ କରିଛି। ଯାହା ପରେ ଉତ୍ତେଜନା ଦେଖାଦେଇଛି। ମଦ୍ୟପାନ କରି ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ ପୂର୍ବତନ କମାଣ୍ଡରଙ୍କୁ ଟେକ୍ସାସ ସିଟିରେ ଗିରଫ କରାଯାଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିଲ ଗିରଫ ହେବାର କିଛି ଘଣ୍ଟା ପରେ ଜାମିନ ପାଇଛନ୍ତି।

ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁଯାୟୀ, ୪୭ ବର୍ଷିୟ ରୋବର୍ଟ ଜେ. ଙ୍କ ବିରୋଧରେ ଫ୍ରିସ୍କୋରେ ମାମଲା ରୁଜୁ ହେବା ପରେ ବୁଧବାର ଦିନ ଗିରଫ କରାଯାଇଥିଲା। ତେବେ ଗିରଫ ହେବାର ମାତ୍ର କିଛି ଘଣ୍ଟା ପରେ ନୀଲଙ୍କୁ ୨ ଲକ୍ଷ ୮୮ ହଜାର ଟଙ୍କା ବଣ୍ଡରେ ମୁକ୍ତ କରାଯାଇଥିଲା। ଖବର ଅନୁଯାୟୀ, ଲାଉଞ୍ଜରେ ହଙ୍ଗମା ସୃଷ୍ଟି କରିଥିବାରୁ ତାଙ୍କୁ ଗିରଫ କରାଯାଇଥିଲା।

ଏହାପୂର୍ବରୁ ପୂର୍ବତନ କମାଣ୍ଡର ମଧ୍ୟ ବିବାଦରେ ରହିଆସିଛନ୍ତି:

ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁଯାୟୀ, ପୂର୍ବତନ କମାଣ୍ଡର ମଧ୍ୟ ପୂର୍ବରୁ ବିବାଦରେ ରହିଆସିଛନ୍ତି। ସର୍ବସାଧାରଣ ସ୍ଥାନରେ ସେ ଅଶ୍ଳୀଳ ଆଚରଣ କରିଥିବା ଅଭିଯୋଗ ହୋଇଛି। ୨୦୨୦ ମସିହାରେ, ଯେତେବେଳେ ଆମେରିକା ମହାମାରୀର ଶିକାର ହୋଇଥିଲା, ସେତେବେଳେ ସେ ମାସ୍କ ପିନ୍ଧିବାକୁ ମନା କରିଦେଇଥିଲେ।

ଉଲ୍ଲେଖନୀୟ କଥା ହେଉଛି, ଓସାମା ବିନ୍ ଲାଦେନଙ୍କୁ ମାରିବା ପାଇଁ ଅପରେସନ୍ କରିଥିବା ଏହି ମିଶନରେ ନିଲ ନିଜେ ସମ୍ପୃକ୍ତ ବୋଲି ଦାବି କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଏଥିପାଇଁ କୌଣସି ପ୍ରମାଣ ମିଳିନାହିଁ। ପ୍ରକାଶ ଯେ, ଆମେରିକା ସରକାର କମାଣ୍ଡରଙ୍କ ଦାବିକୁ କେବେ ବି ପ୍ରତ୍ୟାଖ୍ୟାନ କରିନାହାଁନ୍ତି।